puspalata samantary

Abstract Others

3  

puspalata samantary

Abstract Others

ସୁପର ସ୍ପେଶାଲ ଡାକ୍ତରଖାନା

ସୁପର ସ୍ପେଶାଲ ଡାକ୍ତରଖାନା

2 mins
341


ତପନ ମହାନ୍ତି ଓ ସ୍ଵାଧୀନ ମିଶ୍ର, ଦୁଇ ବନ୍ଧୁଙ୍କ ଭିତରେ ନିବିଡ ବନ୍ଧୁତା ଓ ଆପଣା ପଣିଆ ଥିଲା ।ଉଭୟଙ୍କର ବିଚାର, ଭାବନା, ନିଷ୍ପତ୍ତି ନେବାର ଢଙ୍ଗ ପ୍ରାୟ ସମାନ ଥିଲା ।ଉଭୟେ କର୍ମ ନିବୃତ୍ତ ହୋଇଥିବାରୁ ସମୟର ଅଭାବ ନ ଥାଏ ।ଏବଂ ସାଂସାରିକ କ୍ଷେତ୍ରରେ ପୋଖତ ଅଭିଜ୍ଞତା ଥାଏ ।ବିଭିନ୍ନ ବିଷୟରେ ଆଲୋଚନା ହୁଏ ଦୁଇଜଣଙ୍କର।ସବୁଦିନ ପରି ସେଦିନ ମଣିଂୱାକ ପରେ ପାର୍କ ରେ ବସି ଆଲୋଚନା ରେ ବ୍ୟସ୍ତ ଥାନ୍ତି, ପାରିବାରିକ, ରାଜନୀତି ଅନ୍ୟାନ୍ୟ କେତେ କଥା ଆଲୋଚନା ର ପରିସରଭୁକ୍ତ ଥାଏ ।ପହଞ୍ଚିଲେ ଭରତ ପାତ୍ର, ସୁନ୍ଦର ଭଦ୍ର ବ୍ୟବହାର ଓ ଅମାୟିକ ବ୍ୟକ୍ତିତ୍ୱ ମୁହଁରେ ଫୁଟିଉଠିଥାଏ ପରିତୃପ୍ତିର ଝଲକ ।ଦୁଇରୁ ତିନି ଜଣ ହେଲାପରେ ଆଲୋଚନା ସୁନ୍ଦର ଭାବରେ ଜମେ।କିଛିଦିନ ପାତ୍ର ବାବୁ ଦୁଇଜଣଙ୍କ ସହିତ ଦେଖା ହେଲେ ନାହିଁ।ଉଭୟେ କୁହନ୍ତି ପାତ୍ର ବାବୁ କାହିଁକି ଆସୁନାହାନ୍ତି, କିନ୍ତୁ କାରଣ ଜାଣି ପାରନ୍ତି ନାହିଁ।ଦୁଇବନ୍ଧୁ ବିଚାରିଲେ ଚାଲଯିବା, ତାଙ୍କ ଘରୁ ବୁଝିଆସିବା ଦେହ ଖରାପ ହେଲା କି?ଏପରି କେତେ କଥା ଭାବି ଦୁଇବନ୍ଧୁ ପାତ୍ର ବାବୁଙ୍କ ଘରେ ପହଞ୍ଚିଲେ।ଦେଖିଲେ ଗୋଟିଏ ଖଟ ଉପରେ ଶୋଇଛନ୍ତି ପାତ୍ର ବାବୁ ।କଣ ହୋଇଛି ଆପଣଙ୍କର ?ଦେହ ଅସୁସ୍ଥ ଥାଇ ମଧ୍ୟ ଖୁସି ହୋଇ ହସି ଦେଲେ, ଭାବିଲେ ଏମାନେ ନିଜର ଆତ୍ମୀୟ ନ ହେଲେ ସୁଦ୍ଧା ଆତ୍ମୀୟତା ର ମୂଲ୍ୟ ବୁଝିପାରିଛନ୍ତି।ବୋହୂ କୁ କହିଲେ ଚା ଟିକିଏ ଆଣେ ଆମ ତିନିଜଣ ଙ୍କ ପାଇଁ।ତିନି କପ ଚା ଆଣି ବୋହୂ ତିନି ଜଣଙ୍କୁ ନମସ୍କାର କଲା।ଶୀତ ସକାଳରେ ଚା କପ୍ ରେ ଓଠର ସ୍ପର୍ଶ ଦେଇ ପଚାରିଲେ ଆପଣ କାହିଁକି ସକାଳୁ ପାର୍କ କୁ ଯାଉନାହାନ୍ତି ?ଚାରି ପାଞ୍ଚ ଦିନ ହେବ ଝାଡା ଓ ଜ୍ୱର ହୋଇ ଦେହ ଖରାପ ଅଛି ।ଆମ ସହରରେ ବଡବଡ ସୁପର ସ୍ପେଶିଆଲ ହସପିଟାଲ ସବୁଅଛି ,ପାଞ୍ଚ ଦିନ ହେବ ଚୁପ୍ ବସି କଷ୍ଟ ଭୋଗୁଛନ୍ତି କାହିଁକି ?ଦୁଇବନ୍ଧୁ ମତଦେଲେ ।ପାତ୍ର ବାବୁ କହିଲେ ଆରେ ଭାଇ ସେ ସବୁ ଘରୋଇ ବଡ ଡାକ୍ତରଖାନାରେ ଭଲ ଚିକିତ୍ସା ପାଇବା ଆଶା ନେଇ, କେତେ ଦୂର ଦୂରାନ୍ତ ରୁ ରୋଗୀ ଓ ଆତ୍ମୀୟ ମାନେ ଆସି ଯାହା ହଟହଟା ଓ ଖର୍ଚ୍ଚାନ୍ତ ର ଶିକାର ହୋଇ ଖରାପ ଅଭିଜ୍ଞତା ନେଇ ଫେରୁଛନ୍ତି, ସେ କଥାର ଗୋଟିଏ ଦୃଷ୍ଟାନ୍ତ ଶୁଣନ୍ତୁ ।

ପଡିଶା ଘର ବୋହୂ ର କଣ ଗୁରୁପାକ ଖାଦ୍ୟ ଖାଇ ଜୋରରେ ଝାଡାବାନ୍ତି ଓ ଜ୍ୱର ହେଲା, ଅତି ଅସମ୍ଭାଳ ହେବାରୁ ତାଙ୍କ ସ୍ଵାମୀ ତାଙ୍କୁ ସେଇଥିରୁ ଗୋଟାଏ ବଡ ଡାକ୍ତରଖାନାରେ ଭର୍ତ୍ତି କଲେ ।ପ୍ରଥମେ ସବୁ ପ୍ରକାର ପରୀକ୍ଷା କରି ଗୁଡାଏ ବିଲ୍ କରିପକାଇଲେକରିପକାଇଲେ,ସେଥିରୁ ସେ କଣ ଜାଣିଲେ କି ନାହିଁ,ଜ୍ୱର ପାଇଁ ଗୁଡାଏ ହାଇପାୱାର ଆଣ୍ଟିବାୟୋଟିକ ଲେଖିଲେ ଏବଂ ସାଲାଇନ ରେ ଔଷଧ ମିଶାଇ ରୋଗୀ କୁ ଦେଲେ ।ସୁବିଧା ଦୃଷ୍ଟିରୁ କ୍ୟାବିନ କକ୍ଷଟିଏ ଭଡା ନେଲେ ।ଏହିପରି ପାଞ୍ଚ ଦିନ ବିତିଗଲେ ସୁଦ୍ଧା ଜ୍ୱର ଠିକ୍ ଟାଇମ୍ ରେ ଆସିବାକୁ ଲାଗିଲା ।ତାପରେ ଔଷଧ ଦେଇ ଘରକୁ ପଠାଇଦେଲେ ।ଶକ୍ତିଶାଳୀ ଆଣ୍ଟିବାୟୋଟିକ ଗୁଡାଏ ଖାଇ ରୋଗୀ ଚାଲିବାକୁ ଦୁର୍ବଳ ଅନୁଭବ କଲା।ଇଆଡେ ପେଟ ଦୋଷରୁ ପାଟି ଘା ହୋଇ ଖାଇପାରିଲା ନାହିଁ।ତାଙ୍କ ଘର ପାଖରେ ଜଣେ ଡାକ୍ତର କହିଲେ ପେଟରେ ଖାଦ୍ୟ ଇନ୍ ଫେକ୍ ସନ୍ ହୋଇ ଝାଡା ଓ ଜ୍ୱର କମୁନାହିଁ।ସେ ଆଣ୍ଟିବାୟୋଟିକ ବନ୍ଦ କରି, ଅନ୍ୟ ଔଷଧ ଦେବାରେ ଜ୍ୱର ,ଝାଡା ଭଲହେଲା।ବଡ ଡାକ୍ତରଖାନାରେ ଷାଠିଏ ହଜାର ଟଙ୍କାର ବିଲ୍ ଭରଣା କରି କାନମୁଣ୍ଡା ଆଉଁସି ଘରକୁ ଫେରିଲେ ।ତାଙ୍କର ଚିକିତ୍ସା ପାଇଁ ଏଲ ଆଇ ସି ଖର୍ଚ୍ଚ ଭରଣା କରିବ ସିନା, ଦେହରେ ଯେଉଁ ଖରାପ ପ୍ରତିକ୍ରିୟା ହେବ, ତାକୁ କିଏ ନେବ ?ମୁଁ ସେଇ ଘରପାଖ ଡାକ୍ତର ଙ୍କଠାରୁ ଔଷଧ ଖାଇ ସୁସ୍ଥ ହୋଇ ଆସିଲାଣି ।କାଲିଠୁ ଆପଣମାନଙ୍କ ସହିତ ଯୋଗ ଦେବି।ପାତ୍ର ବାବୁଙ୍କ ଠୁ ଏସବୁ ଶୁଣି ଚକିତ ହୋଇ ଚାହିଁ ରହିଲେ ଦୁଇ ବନ୍ଧୁ।


Rate this content
Log in

Similar oriya story from Abstract