STORYMIRROR

Seetaram Dash

Abstract

3  

Seetaram Dash

Abstract

ସୁପର ମିଛୁଆ

ସୁପର ମିଛୁଆ

1 min
401


 ରୂପା ନିଜକୁ ସଂସାରରେ ସବୁଠୁ ଭାଗ୍ୟଶାଳୀ ଝିଅ ମନେ କରୁଥିଲା। ରୁଦ୍ରର ରକ୍ତ ଲିଖିତ ଚିଠିକୁ ଯେତେ ଦେଖିଲେ ବି, ତା ମନ ମାନୁ ନ ଥାଏ। ଯେତେ ପଢିଲେ ବି, ତା ମନ ବୁଝୁ ନ ଥାଏ। ରାତିକ ଭିତରେ ସେ ହଜାରେ ଥର ପଢି ସାରିଲାଣି। ରୁଦ୍ର ତାକୁ ଏତେ ଭଲ ପାଏ? ସେ କଳ୍ପନା କରି ପାରୁ ନ ଥିଲା।


ପରଦିନ ସନ୍ଧ୍ୟାରେ ପାର୍କର ଏକ କୋଣରେ ଉଭୟ ବସିଥିଲେ। ଖାଲି ବସିଥିଲେ କହିଲେ ଭୁଲ ହେବ, ଉଭୟ ଉଭୟଙ୍କୁ ଅନୁଭବ କରୁଥିଲେ ଅନ୍ତରଙ୍ଗ ଭାବରେ ଖୁବ ନିକଟରୁ। ରୂପା ଗେଲ୍ଲେହି ହୋଇ କହିଲା...


--- ତମେ ମଣିଷଟି? ଏମିତି ସବୁ କରନ୍ତି।


ରୁଦ୍ର -- ତୁମ ଖୁସି ପାଇଁ ମୁଁ ସବୁ କିଛି କରି ପାରିବି।


ରୂପା --(ରୁଦ୍ରର ଦୁଇ ହାତକୁ ଭଲ କରି ନିରୀକ୍ଷଣ କରି) ତମେ ପାଗଳ ହୋଇଗଲାଣି ନା କଣ? ଶେଷରେ ନିଜ ଶରୀରରୁ ରକ୍ତ ବୁହାଇ ଦେଲ ମୋ ପାଇଁ। କେଉଁଠି କାଟିଛ?


ରୁଦ୍ର --ତମେ ପାଇବନି। ସେ ଚିଠିଟି ଲେଖା ହୋଇଛି ମୋ ହୃଦୟର ରକ୍ତରେ। ଯାହାକୁ କେହିବି ଦେଖି ପାରିବେନି।


ରୂପା ଖୁସିରେ କୁଣ୍ଢେଇ ପକାଇଲା ରୁଦ୍ରକୁ, ଆଉ ସାରା ଜୀବନ ଏକାଠି ରହିବାର ସ୍ୱପ୍ନ ଦେଖୁଥିଲା। କିନ୍ତୁ ରୁଦ୍ର ପୁଣି ଗୋଟେ ଚିଠି ରକ୍ତରେ ଲେଖିବ ବୋଲି ଗୋରୁ ଗାଈଙ୍କ ଉପରେ ବସି ପେଟେ ରକ୍ତ ପିଇଥିବା ଡାଆଁଶ ମାନଙ୍କୁ ଧରିବାର ଯୋଜନା କରୁଥିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract