STORYMIRROR

Niranjan Sahu

Abstract Others

3  

Niranjan Sahu

Abstract Others

ସୁଧୁରୀ ଜା

ସୁଧୁରୀ ଜା

1 min
430

କାହିଁକି ରେ ମଣିଷ

ଏତେ ଫୁଟାଣି

କେତେଦିନ ବଞ୍ଚିବୁ

ଆଜି ମଲେ କାଲିକି ଦୁଇଦିନ

ପୋଡ଼ିଦେଲେ କି ପୋତିଦେଲେ ତ ଭଲକଥା

ନହେଲେ ସଜେଇ ହେଉଥିବା ଶରୀରଟା ଏତେ ଦୁର୍ଗନ୍ଧ ହେଇଯିବ ଯେ

ଯାହାକୁ ଅତି ନିଜର ଭାବୁଛୁ ସିଏ ହିଁ ନାକରେ ଆଙ୍ଗୁଠି ଦେଇ ତୋ ପାଖକୁ ଆସିବ

ଆଉ ଦୁନିଆଁ କଥା ଛାଡ ପାଖକୁ ଆସିବାକୁ ଘୃଣା କରିବେ

ଛୁଇଁ ବାକୁ ଡରିବେ

ଛୁଇଁ ଲେ ଅଛୁଆଁ ହେବ ଗାଧୋଇବାକୁ ହେବ

ଏହାହିଁ ତୋର ଭବିଷ୍ୟତ

ମରିଗଲା ପରେ ଦଶ ଦିନ ମନେପକେଇବେ

ଘର ଦୁଆର ଲିପା ପୋଛା କରି ଗଙ୍ଗା ପାଣି ପକେଇ ଶୁଦ୍ଧି ହେବେ

ଏଗାର ଦିନ ଦିନ ମସ୍ତ ଭୋଜି କରି ମଜାମଜଲିସ କରି ଖାଇବେ

ତୋର ଗୋଟେ ଫୋଟ ଟିଏ ରଖିଦେବେ

ଯିଏ ଆସିବ ଫୁଲ ଟିଏ ଦେବେ ଦୁଇ ଚାରି ମିନଟ ମନେ ପକେଇବେ

ମିଛି ମିଛି କା ପ୍ରଶଂସା ଟିକେ କରିବେ

ଚାଲିଯିବେ ଯେ ଯାହାବାଟରେ

ଯାହାକୁ ନିଜ ଘର ଭାବୁଛୁ

ସେଇ ଘରେ ତୋର ଫୋଟଟି ଏକ ପ୍ଲାଷ୍ଟିକ ଫୁଲକୁ ଗଳାରେ ପକେଇ କିଛି ଦିନ ରଖିବେ

ପରେ ପରେ ଫୋଟ କେଉଁଆଡ଼େ ଉଭେଇଯିବ

ଆସ୍ତେ ଆସ୍ତେ ଲିଭିଜିବୁ ସବୁଦିନ ପାଇଁ

ଏହାହିଁ ତୋର ଜୀବନ କଥା

କେତେ ଆସିଲେଣି କେତେ ଗଲେଣି

କିଏ ମନେ ରଖିଛି

ତା ଛଡା ତୁ କୋ ମହାପୁରୁଷ ଟିଏ ହେଉଛୁ ଯେ

ଅନ୍ତତଃ ବର୍ଷ କୁ ଥରେ ମନେପକେଇବେ

ଏବେ ବି ବେଳ ଅଛି

ସୁଧୁରିଜା

ଜୀବନକୁ ଯେତେପାରୁଛୁ ସେତେ ସତ ପଥରେ ଉପଭୋଗ କର

ମାନବ ସେବା ଟିକେ କର

କିଛି ନହେଲା ବି ତୁ ଗଲା ପରେ କିଛି ଦିନ ପାଇଁ ତ

ଲୋକେ କହିବେ

ଭଲ ମଣିଷ ଟିଏ ଥିଲା

ଚାଲିଗଲା ବିଚରା......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract