Niranjan Sahu

Inspirational

2  

Niranjan Sahu

Inspirational

ମୁହଁ ତୋଡ ଜବାବ

ମୁହଁ ତୋଡ ଜବାବ

2 mins
124



ଦୁଇଟି ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ, ଜାଣିଲୁ ଭାଇ ଆଜିକାଲି ଝିଅ ଥିଲେ ବଡ଼ ମୁଣ୍ଡ ବଥା । ଯା ହେଉ ଆମର ପୁଅ ଅଛି, ଝିଅ ଥିଲେ..ନା...ଝିଅ ମାନଙ୍କୁ ବାହାଘର କର, ଭୋଜିଭାତ କର, ଯୌତୁକ ଦିଅ ଏ ସବୁ ବଡ଼ ଝାମେଲା ।

ତା ଛଡା ଝିଅ ଟିଏ ଥିଲେ ସବୁବେଳେ ମୁଣ୍ଡଵଥା । ସେ ପାଖରେ ଗରିବ ଝିଅ ଟିଏ ପ୍ଲାଷ୍ଟିକ ବୋତଲ ଗୋଟେଇ ବୁଲୁଥିଲା । ଏ ମାନଙ୍କ କଥା ଶୁଣି କହିଲା, ମଉସା ନମସ୍କାର...... ଭଲ ଅଛନ୍ତି । ଦୁହେଁ ଝିଅ ଟିକୁ ଉତ୍ତର ଦେଇ କହିଲେ,

ହଁ ଲୋ ମା ଭଲଅଛୁ ।


ହେଲେ ମାଆ ତୁ କିଏ ଆମେ ତ ଚିହ୍ନିନୁ କି ଜାଣିନୁ, ଝିଅଟି କହିଲା ଆପଣ ମୋତେ ଚିହ୍ନିପାରିବେନି ମୁଁ ଜାଣେ କାରଣ ଆପଣଙ୍କର ଝିଅ ନାଇଁ ତ... । ଝିଅ ନଥିବା ବାପା ଜଣେ ଝିଅକୁ କେମିତିବା ଚିହ୍ନିବ ମୁଁ ପରା ଜଣେ ଝିଅ । ଝିଅ ଟି ପଚାରିଲା, ଆଚ୍ଛା ମଉସା, ଘରେ ମାଉସୀ ଅଛନ୍ତି ତ ? ଦୁହେଁ ତାର ପ୍ରଶ୍ନ ଶୁଣି ଖପା ହେଇଗଲେ ଆଉ କହିଲେ ହଁ ଲୋ ମାଆ ଘରେ ମାଉସୀ ଅଛନ୍ତି । ପୁଣି ଝିଅଟି ପ୍ରଶ୍ନ କଲା ମାଉସୀ ମାନେ ଝିଅ ନା ପୁଅ, ଦୁହେଁ ଚେଇଁକି ଉଠିଲେ ଓ କହିଲେ, ଆରେ କେଡେ ବାଜେ ଝିଅ ଟା ମାଉସୀ ଟା ପୁଅ କି ଝିଅ ଜାଣିନି ! ଝିଅଟି କହିଲା ହେଉ ଛାଡ଼ ମଉସା....


ତୁମ ପୁଅ ମାନଙ୍କୁ ଝିଅ ସହିତ ବିବାହ କରେଇବ ନା ପୁଅ ସହିତ...? ଦୁହେଁ ରାଗି ଖପା ହେଇଗଲେ ଓ କହିଲେ, କେଡେ ଛୋଟ ଲୋକ ଟା ଆଜେ ବାଜେ କହୁଛି । ଝିଅଟି କହିଲା ଜାଣିଲେ ମଉସା, ମୁଁ ବାଜେ ନୁହଁ ଆପଣ ବାଜେ ଲୋକ/ଛୋଟ ଲୋକ ମୁଁ ଛୋଟ ଲୋକ ନୁହଁ ଆପଣ ଛୋଟ ଲୋକ । ମୋର କହିବାର କଥା...ଆପଣ ଜନ୍ମହେଲେ ଗୋଟେ ଝିଅ ପାଖରୁ(ମାଆ ର ପେଟରୁ),ଆପଣ ବିବାହ କଲେ ଜଣେ ଝିଅ କୁ(ସ୍ତ୍ରୀ ଙ୍କୁ),ପୁଅକୁ ବିବାହ କରେଇବେ ଗୋଟେ ଝିଅକୁ । ତୁମକୁ ଗୋଟେ ଝିଅର ଆବଶ୍ୟକତା ଅଛି ଗୋଟେ ଝିଅ ବିନା ତୁମର ପରିବାର ମୂଲ୍ୟହୀନ କିନ୍ତୁ ଆପଣ କହୁଛନ୍ତି ଝିଅ ଟିଏ ବଡ଼ ମୁଣ୍ଡ ବଥା ।


ଧନ୍ୟ ଧନ୍ୟ ତୁମର ଚିନ୍ତା ଧାରା । ହେଇଟି ମଉସା ମନେରଖ, ଏ ଦୁନିଆରେ ଯିଏ ଭାଗ୍ୟବାନ ତାକୁ ହିଁ ଭଗବାନ ଝିଅ ଦେଇଥାନ୍ତି ତୁମ ଭଳିଆ ଅଭାଗା ମାନଙ୍କୁ ନାହିଁ ।


ଏତିକି କହି ଝିଅଟି ହସି ହସି ଚାଲିଗଲା ନିଜ କର୍ତ୍ତବ୍ୟ ପଥରେ ଦୁହେଁ ଅବାକ ହୋଇ ଚାହିଁ ରହିଥାନ୍ତି ଝିଅଟିର ଯିବା ପଥକୁ ନିରସ ମନରେ... ।



Rate this content
Log in

Similar oriya story from Inspirational