ମୁଁ ନିରୁପାୟ
ମୁଁ ନିରୁପାୟ
ମୁଁ ଆଜି ନିରୁପାୟ
ଆଜି ବି ଖୋଜୁଛି
ମୋର ସେଇ ଅଭୁଲା ଅତୀତକୁ
ଖୁସିର ଅତୀତକୁ
ଚିନ୍ତାଶୂନ୍ୟର ଅତୀତକୁ
ଶୈଶବ ସମୟକୁ
ଯେଉଁଠି ଥିଲାଖାଲି ସୁଖ ହିଁ ସୁଖ
ଆଉତ ଫେରିବନି ତଥାପି ଖୋଜୁଛି
ଚାଉଳରୁ ଗୋଡି ଟିଏ ଖୋଜିଲା ପରି
ଯଦି ବା କିଛି ସ୍ମୃତିଟିକେକୁ ପାଇଯାଏ
କିଛି ସମୟ ପାଇଁ ଶରୀରରେ ଶିହରଣ ଆସିଯାଏ
ସଂସାର ମାୟା ଜାଲରେ ଛନ୍ଦି ହୋଇ
ସଂସାର ନୀତିନିୟମରେ ବାନ୍ଧିହୋଇ
ଖାଲି ଛଟପଟ ହେଉଛି
ଯେମିତି ପଞ୍ଜୁରୀ ଭିତରେ ଶାରୀଟିଏ
ସଂସାର ବୋଝକୁ ଆଉ ସମ୍ଭାଳି ହେଉନି
କିନ୍ତୁ ସମ୍ଭାଳିବାକୁ ବାଧ୍ୟ
ଏହା ପରା କର୍ତ୍ତବ୍ୟ
ତଥାପି ସେ କର୍ତ୍ତବ୍ୟରୁ ଟିକେ ସମୟ ପାଇଲେ
ଖୋଜି ବୁଲେ ଅତୀତକୁ
ଟିକେ ଶାନ୍ତି ପାଇବା ଆଶାରେ
ପଙ୍କ ଭିତରୁ ମାଛଟିଏ ଖୋଜିଲା ପରି
ହେଲେ ମିଳୁଛି ବା କାହିଁ
ମରୀଚିକା ପଛରେ ଗୋଡେଇବା
ଛଡା ଅନ୍ୟ ଉପାୟ ନାହିଁ
ହେଲେ କଣ କରିବି
ମୋତେ ସେ ଅତୀତକୁ ଓ ବର୍ତ୍ତମାନକୁ ନେଇ
ବଞ୍ଚିବାକୁ ପଡିବ
ଅନ୍ୟ ରାସ୍ତା ବି ନାହିଁକାରଣ
ମୁଁ ନିରୁପାୟ…