STORYMIRROR

Niranjan Sahu

Abstract Others

3  

Niranjan Sahu

Abstract Others

ମୁଁ ନିରୁପାୟ

ମୁଁ ନିରୁପାୟ

1 min
531

ମୁଁ  ଆଜି ନିରୁପାୟ

ଆଜି ବି ଖୋଜୁଛି

ମୋର ସେଇ ଅଭୁଲା ଅତୀତକୁ

ଖୁସିର ଅତୀତକୁ

ଚିନ୍ତାଶୂନ୍ୟର ଅତୀତକୁ

ଶୈଶବ ସମୟକୁ

ଯେଉଁଠି ଥିଲାଖାଲି ସୁଖ ହିଁ ସୁଖ

ଆଉତ ଫେରିବନି ତଥାପି ଖୋଜୁଛି

ଚାଉଳରୁ ଗୋଡି ଟିଏ ଖୋଜିଲା ପରି


ଯଦି ବା କିଛି ସ୍ମୃତିଟିକେକୁ ପାଇଯାଏ

କିଛି ସମୟ ପାଇଁ ଶରୀରରେ ଶିହରଣ ଆସିଯାଏ

ସଂସାର ମାୟା ଜାଲରେ ଛନ୍ଦି ହୋଇ

ସଂସାର ନୀତିନିୟମରେ ବାନ୍ଧିହୋଇ

ଖାଲି ଛଟପଟ ହେଉଛି

ଯେମିତି ପଞ୍ଜୁରୀ ଭିତରେ ଶାରୀଟିଏ

ସଂସାର ବୋଝକୁ ଆଉ ସମ୍ଭାଳି ହେଉନି

କିନ୍ତୁ ସମ୍ଭାଳିବାକୁ ବାଧ୍ୟ

ଏହା ପରା କର୍ତ୍ତବ୍ୟ

ତଥାପି ସେ କର୍ତ୍ତବ୍ୟରୁ ଟିକେ ସମୟ ପାଇଲେ

ଖୋଜି ବୁଲେ ଅତୀତକୁ

ଟିକେ ଶାନ୍ତି ପାଇବା ଆଶାରେ

ପଙ୍କ ଭିତରୁ ମାଛଟିଏ ଖୋଜିଲା ପରି

ହେଲେ ମିଳୁଛି ବା କାହିଁ

ମରୀଚିକା ପଛରେ ଗୋଡେଇବା

ଛଡା ଅନ୍ୟ ଉପାୟ ନାହିଁ

ହେଲେ କଣ କରିବି

ମୋତେ ସେ ଅତୀତକୁ ଓ ବର୍ତ୍ତମାନକୁ ନେଇ

ବଞ୍ଚିବାକୁ ପଡିବ


ଅନ୍ୟ ରାସ୍ତା ବି ନାହିଁକାରଣ

ମୁଁ ନିରୁପାୟ…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract