ତ୍ରିବାର ସତ୍ୟ
ତ୍ରିବାର ସତ୍ୟ
ଆଜି ବଞ୍ଚିଛି ବୋଲି ସିନା ମୋର ମୋର ହେଉଛି ।
ଶରୀର ଭିତରେ ଜୀବନ ଟିଏ ଅଛି ବୋଲିସିନା ବଞ୍ଚିବାକୁ ଇଚ୍ଛା ହେଉଛି । ମୁଁ ଜାଣୁଛୁ , ଯାହା ସବୁ ଏଠାରେ ଛାଡି ଚାଲିଯିବି । ଆରେ ଯାହାକୁ ମୁଁ ଅତି ନିଜର ଭାବୁଥିଲି
ସେମାନେ ତ ମୋତେ ଛାଡିଚାଲିଗଲେ ।
ଏକଲା ହୋଇଗଲି ଏତେବଡ଼ ଦୁନିଆରେ । ମୋର ବି ପରିବାର ଥିଲା । ପୁଅ ଝିଅ ବନ୍ଧୁ ବାନ୍ଧବ ସବୁ ଥିଲେ ।କିନ୍ତୁ କଣ ହେବ । ସମସ୍ତେ ଜଣ ଜଣ କରି ମୁହଁ ମୋଡି ଚାଲିଗଲେ କାରଣ ଥିଲା । ମୁଁ ବୋଧେ ସେମାନଙ୍କ ଉପରେ ବୋଝ ହୋଇଗଲି । ବଳ ବୟସ ଥିଲା ସୁବୁ କରିପାରୁଥିଲି ସମସ୍ତଙ୍କ ଅତି ପ୍ରିୟ ଥିଲି ।
ବଳ ବୟସ ଗଲା ଦୁର୍ବଳ ହେଇଗଲି ସମସ୍ତଙ୍କ ପାଇଁ ବୋଝ ହୋଇଗଲି। ତଥାପି ତ ମୋତେ ବଞ୍ଚିବାକୁ ପଡିବ, ଯେତିକି ପାରିବି ସେତିକି କରିବି ବଞ୍ଚିବା ପାଇଁ ଶେଷ ଯାତ୍ରାର ଅପେକ୍ଷାରେ । ଜାହାହେବ ଦେଖାଯିବ । ହଁ ଏଥିପାଇଁ ମୁଁ ଦୁଃଖ କରୁନି, କାରଣ ଏହାତ ସମସ୍ତଙ୍କ ପାଇଁ ଦିନେ ଆସିବ ନିଶ୍ଚୟ ,ଆଜି ମୋର କାଲିକି ମୋତେ ହତାଦର କରିଥିବା ସମସ୍ତଙ୍କର ।
ଏହାହିଁ ସତ୍ୟ,ସତ୍ୟ,ତ୍ରିବାର ସତ୍ୟ ।