Niranjan Sahu

Tragedy Others

2  

Niranjan Sahu

Tragedy Others

ବୋଧେ ମୋର ଭୁଲଥିଲା

ବୋଧେ ମୋର ଭୁଲଥିଲା

2 mins
245


ବୋଧେ ମୋ ପିଲାମାନେ ମୋ ଠାରୁ ହିଁ ଗୁଣ ଟି ଶିଖିଲେ । ମୋ ଉପରେ ହିଁ ପ୍ରୟୋଗ କଲେ । ବୋଧେ ଏହା ମୋର ଭୁଲ ଥିଲା ।

.....

ମୁଁ କମଳିନୀ । ମୋର ଦୁଇଟି ଯାଆଁଳା ପୁଅ । ଖୁସିରେ ନାମ ଦେଇଥିଲି ଆକାଶ ବିକାଶ । ବହୁ କଷ୍ଟରେ ପୁଅ ଦୁଇଟିକୁ ପାଳିଲି । ଯାହା ଆଣୁ ଥିଲି ଦୁଇଜଣ ଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଉଥିଲି । ବୋଧେ ଏହା ମୋର ଭୁଲ ଥିଲା । ସ୍ୱାମୀ ଚାଲିଗଲେ ଦୁଇପୁତ୍ରର ଦାଇତ୍ୱ ଦେଇ । ବହୁ କଷ୍ଟରେ ପିଲା ଦୁହିଁଙ୍କୁ ପାଳିଲି । କେବେ ଅନ୍ତର ପାନ୍ତର କରିନି । ସମୟ ଆସିବାରୁ ଦୁଇଜଣଙ୍କୁ ତାଙ୍କରି ପସନ୍ଦ ଅନୁ ଯାଇ ହାତକୁ ଦୁଇ ହାତ କରିଦେଲି । ଘରେ ଯାହା ଥିଲା ସମାନ ଭାଗ ବାଣ୍ଟିଦେଲି । ଆଶା ଥିଲା ଶେଷ ସମୟରେ ସାହାରା ହେବେ । ଦୁଃଖ ବୋଲି କିଛି ରହିବନି । କିନ୍ତୁ କଣ କରିବି ?


ମୋ ଭାଗ୍ୟରେ ଏୟା ଥିଲା ବୋଧେ । ପିଲା ବେଳରୁ ପିଲା ମାନଙ୍କୁ ସମାନ ଭାବରେ ବାଣ୍ଟି ଦେବାର ଗୁଣଟି ପିଲା ମାନେ ଶିଖିଗଲେ । ମୋତେ ବି ଆଳୁ ପିଆଜ ଭଳି ସମାନ ଭାଗରେ ବାଣ୍ଟି ଦେଲେ । ମାସେ ମାସେ କରି । ଗୋଟିଏ ପୁଅ ଘରେ ମାସେ ପୁରିଗଲେ । ପୁଅ ଖଟିଆ ସହ ଟେକି ନେଇ ଅନ୍ୟ ପୁଅ ଘରେ ଛାଡିଦିଏ । ଅନ୍ୟ ପୁଅ ଘରେ ମାସେ ପୁରିଲେ । ସେ ପୁଅ ବି ଖଟିଆ ସହିତ ଟେକି ନେଇ ଛାଡିଦିଏ ଅନ୍ୟ ପୁଅଘରେ ବର୍ଷକୁ ୧୨ ଥର ଏମିତି ମୋର ଜୀଅନ୍ତା ଶବ ବୁହା ହୁଏ । ଦେଲେ ଖାଇଲି ନହେଲେ ନାହିଁ । ପଡି ରହିଥାଏ ଏକ ନିସ୍ତବ୍ଧ କୋଠରୀରେ । ଯେଉଁ ମାସ ୨୮ ଦିନ ହୁଏ । ଦୁଇଦିନ ଖାଡା ଉପବାସ । ଯେଉଁ ମାସ ୩୧ ଦିନ ଗୋଟିଏ ଦିନ ବି ଉପବାସ ରେ ଯାଏ । ହେଲେ କ'ଣ କରିବି? ନିଜର ଭାଗ୍ୟ କୁ ଆଦରି ପଡିରହିଛି । ଅପେକ୍ଷା କରିଛି ।


ମୋର ଶେଷ ଶବ କେଉଁଦିନ ଉଠିବ । ଅନ୍ତିମ ଯାତ୍ରା କେବେ ହେବ । କେଉଁ ଦିନ ରାମ ନାମ ସତ୍ୟ ର ଶବ୍ଦ ମୋ କାନ ପାଖରେ ଲୋକେ କହିବେ ।


Rate this content
Log in

Similar oriya story from Tragedy