Niranjan Sahu

Others

1.0  

Niranjan Sahu

Others

ଭଲ ମଣିଷ

ଭଲ ମଣିଷ

2 mins
401


ମୋ ପୁଅ ଭଲ ପାଠ ପଢି ଭୁଲ କଲା । ମୁଁ ଦାସ ବାବୁ କହୁଛି, ମୋ ମନକଥା । ମୋର ଗୋଟିଏ ବୋଲି ପୁଅ

ନାମ ଗୋବିନ୍ଦ ଶ୍ରଦ୍ଧାରେ ଠାକୁରଙ୍କ ନାମ ଦେଇଥିଲି,,

ଆମ ଗାଁର ଡାକୁଆ ବାବୁଙ୍କ ପୁଅ ବାବୁଲା ଗୋବିନ୍ଦ ବାବୁଲା ଗୋଟିଏ ଶ୍ରେଣୀରେ ପଢ଼ନ୍ତି । ମୋ ପୁଅ ଭଲ ପାଠ ପଢେ । ବିଦ୍ୟାଳୟ ଓ ଗାଁରେ ସମସ୍ତେ ପ୍ରଶଂସା କରନ୍ତୁ । ବାବୁଲା ବାରବୁଲା ପାଠ ଘର ସୁନ ମେଟ୍ରିକ ପରୀକ୍ଷାରେ ଗୋବିନ୍ଦ ଓଡ଼ିଶାରେ 10 ଜଣଙ୍କ ମଧ୍ୟରେ ତୃତୀୟ ସ୍ଥାନ ରଖିଲା । ପୁଅ ର କୃତ୍ରିତ୍ବ ଦେଖି ସାରା ଓଡ଼ିଶାରେ ଚହଳ ପଡିଲା । Tv ଵାଲା ଗାଁରେ ମାଳ ମାଳ

ଗାଁର ଲୋକମାନଙ୍କ ଗେଲ୍ହା ପୁଅ ହେଇଗଲା

ମୁଁ ମଧ୍ୟ ପୁଅ ର ଖୁସିରେ ଗାଁରେ ମିଠା ବାଣ୍ଟି ବୁଲିଲି

ମନେ ମନେ ଭାବିଲି ଭଗବାନ ମୋର ଗୁହାରି ଶୁଣିଲେ

ହେଲେ ତା ଭିତରେ ଏତେ ଯେ ଦୁଃଖ ଭରିଦେଇଥିଲେ 

ମୁଁ ଏବେ ଅନୁଭବ କରୁଛି ।


ତେଣେ ବାବୁଲା ଫେଲ ହେଲା ପାଠରେ ଡୋରି ବନ୍ଧା ହେଲା ଗାଁ ର ସମସ୍ତେ ବାବୁଲାକୁ ଛି ଛି କଲେ,

ଗୋବିନ୍ଦ ସହର ଗଲା ପଢିବାକୁ । ବହୁତ ଭଲ ପଢିଲା

ସହରରେ ଚାକିରୀ ପାଇ ପସନ୍ଦର ଝିଅଟିଏ ବାହା ହୋଇ ସଂସାର କଲା । ଗାଁରେ ମୁଁ ଓ ମୋ ସ୍ତ୍ରୀ ରହିଗଲୁ

ନିଜେ ଖଟିଲେ ଖାଇଲୁ ନହେଲେ ନାହିଁ ଏଣେ ସ୍ତ୍ରୀ ବେମାରିଆ । କୂଅରୁ ପାଣି ବାହାର କରି କାଠ ଚୁଲିରେ ରୋଷେଇ କଲେ ଖାଇଲୁ ନହେଲେ ଖାଡା ଉପାସ । ମୁଁ ବି ଅସୁସ୍ଥ ହୋଇ ରହୁଛି । ଦୁଃଖ କହିଲେ ନସରେ

ତେଣେ ବୋହୁ ସିତ୍ତତାପ ନିୟନ୍ତ୍ରଣ ଘରେ ଗ୍ୟାସରେ ରୋଷେଇ କରି ଖୁସିରେ ଅଛି । ପୁଅ ଗୋବିନ୍ଦ ଆମ ବିଷୟରେ ଚିନ୍ତା କରିବାର ନାହିଁ ।କେବେ କେମିତି ମନେ ପଡିଲେ ଏକା ଏକା ଆସି ଦୁଇ ଶହ ଟଙ୍କା ଧରେଇ ଚାଲିଯାଏ । ପୁଣି ଛ ସାତ ମାସ ବୋହୁ ଜୋଉ ଥରେ ଆସିଥିଲା ସେତିକି ।


ଗୋବିନ୍ଦର ପୁଅଟିଏ ଝିଅଟିଏ ଫୋଟରେ ଦେଖିଛି। ପୁଅକୁ କହିଲେ ପୁଅ ଝିଅକୁ ଟିକେ ଆଣିବୁ ଆମେ ଟିକେ ଦେଖିବୁ। ତାର ଗୋଟିଏ କଥା ସେମାନେ ଏ ଗାଁରେ ଚଳିପାରିବେନି । ତା ଛଡା ପାଠ ଭଲ ପଢୁଛନ୍ତି ଆସିଲେ ସମୟ ନଷ୍ଟ ହେବ ପାଠ ବି । ମୁଁ ତା କଥା ଶୁଣି ମନେ ମନେ ହସେ ଆଉ ଭାବେ ,ତୁ ବି ଭଲ ପଢୁଥିଲୁ

ତୋତେ ନେଇ ଆମେ ଗର୍ବ କରୁଥିଲୁ । ହେଲେ କଣ ଆମେ ପାଇଲୁ ।ତୋର ବି ପିଲା ଭଲ ପଢୁଛନ୍ତି ତୁ ବି କଣ ପାଇବୁ ସମୟ କହିବ ।ଭଲ ପଢିବା ଅପେକ୍ଷା ଭଲ ମଣିଷଟିଏ ହେଇଥାନ୍ତୁ । କିଛି ନହେଲା ଖୁସି ଟିକେ ମିଳନ୍ତା

ଡାକୁଆ ବାବୁଙ୍କ ପୁଅ ବାବୁଲା ଭଳି ଭଲ ପଢିଲା ନାହିଁ ସିନା ଭଲ ମଣିଷଟିଏ ତ ହେଲା ।


ଏଣେ ବାବୁଲା ଡ୍ରାଇଭର କାମ ଶିଖି ଗାଁରେ ରହିଲା ନିଜ ବାପା ମାଆଙ୍କୁ ସଙ୍ଗରେ ନେଇ, ବାପା ମାଆ ଝିଅଟିଏ ଦେଖି ବାହା କରେଇଦେଲେ ।ତାର ବି ପୁଅଟିଏ ଝିଅଟିଏ

ନାତି ନାତୁଣୀଙ୍କୁ ନେଇ ବୋହୁ ରାନ୍ଧଣା ଖାଇ ଖୁସିରେ ତ ଅଛନ୍ତି,ଆଜିକାଲି ଭଲ ପାଠ ପଢିବା ପୁଅ ଅପେକ୍ଷା ଭଲ ପୁଅଟିଏ ଆବଶ୍ୟକ କିଛି ନହେଲେ ଶେଷ ସମୟରେ ବେ ସାହାରା ଜଣା ପଡିବନି,ହେ ଭଗବାନ ସମସ୍ତଙ୍କୁ ଗୋବିନ୍ଦ ନୁହଁ ବାବୁଲା ଭଳି ସନ୍ତାନ ଦିଅନ୍ତୁ ।


Rate this content
Log in