ଶବ ପଛର କାହାଣୀ
ଶବ ପଛର କାହାଣୀ


ବାବୁଲା ଓ କାବୁଲ ଦୁଇ ସାଙ୍ଗ । ପାଠ ପଢା କିଛି ନାହିଁ
ଵୋପାର ଅନ୍ନ ଧ୍ୱଂସ କରି ପଇସା ଉଡେଇ ଭାକୁଡ଼ା ଭଳିଆ ଘୁରି ବୁଲନ୍ତି । ତାଙ୍କର ଆଉରି ଚାରି ପାଞ୍ଚ ଟି ସାଙ୍ଗ ଥାଆନ୍ତି । ମଦ ଗଞ୍ଜେଇ ସବୁରେ ପାରଙ୍ଗମ । ବେଳେ ବେଳେ ଚେନ ଝିଙ୍କା ଚୋରି କରି ଖର୍ଚ୍ଚ କରନ୍ତି କାହା କଥା ଶୁଣନ୍ତିନି । ନା ଡର ଥାଏ ନା ଭୟ ଥାଏ । ବାବୁଲା ଓ କାବୁଲାର ବାପା ମାଆ ସବୁବେଳେ ଚିନ୍ତିତ, କେମିତି ପିଲା ମାନେ ଭଲହେବେ । ସବୁ ଚେଷ୍ଟା ବିଫଳ ହେଲା । ଭଗବାନଙ୍କ ଉପରେ ଭରସା କରି ଦୁଃଖରେ ଥାଆନ୍ତି ।
ଦିନେ କାବୁଲା ଓ ତାର ସାଙ୍ଗ ମାନେ ମଦ ପେଟେ ପେଟେ ପିଇ ମତୁଆଲା ଥିଲେ, ଦେଖିଲେ ରାତ୍ର ନ ଘଣ୍ଟା ସମୟେ ଝିଅ ଟିଏ ଟିଉସନ ରୁ ଫେରୁଥିଲା । ନିରୋଳାରେ ଝିଅଟି ଦେଖି ଉଠେଇନେଲେ । ମୁହଁରେ କପଡା ଘୋଡେଇ ଦେଲେ । ଏକ ନିକଞ୍ଚନ ଜାଗାକୁ ଟାଣି ନେଲେ ଦୁଇ ତିନିଜଣ ବାରମ୍ବାର ଧର୍ଷଣ କରିଲେ । କାବୁଲା ବାବୁଲା କୁ ଫୋନ କରି ସବୁକଥା କହିଲା ଓ ଡାକିଲା ଆସେ ତୁ ବି ମଜା କରିବୁ । ବାବୁଲା ଏକ ନିଶ୍ୱାସରେ ଯାଇ ପହଁଚିଲା ଓ
ଏକ ପଶୁପରି ଆକ୍ରମଣ କଲା ଝିଅଟିକୁ ।
ଝିଅଟିର ମୁହଁରେ କପଡା ଥିବାରୁ ପାଟି ବି କରିପାରୁନଥିଲା ।
ପୁଣି ରାତିରେ କାହାକୁ ଦେଖିବ କାହାକୁ ଡାକିବ । ତିନି ଚାରି ଜଣଙ୍କ ପାଖରେ ସେ ନିରୁପାୟ । ବାବୁଲା ବାରମ୍ବାର ଧର୍ଷଣ ଯୋଗୁଁ ଝିଅଟି ନୟାନ୍ତ ହୋଇଗଲା ଓ ମରିଗଲା ।
ମରିବାର ଜାଣି ସମସ୍ତେ ଏକ ପରିତ୍ୟକ୍ତ ଜାଗାରେ ଫିଙ୍ଗିଦେଇ ଚାଲିଗଲେ ଓ ଭଦ୍ର ପିଲା ଭଳି ନିଜ ନିଜ ଘରକୁ । ବାବୁଲା ଟିକେ ବେସି ପିଇ ଦେଇଥିବାରୁ ବାପାଙ୍କ ଭୟରେ ଘରକୁ ନଯାଇ ବିକ୍ରମ ଘରକୁ ଯାଇ ସୋଇପଡ଼ିଲା ।
ରାତି ପାହିଲା ଖବର ଚାରି ଆଡ଼େ ଖେଳିଗଲା । ଝିଅ ଟିର ଶବ ପାଖରେ ଲୋକ ଘେରିଗଲେ । ପୋଲିସ ଆସି ତନଃ ତନଃ କରି ତଲାସ କରୁଥିଲେ ।
ହଠାତ ଜଣେ ବୁଢ଼ା ଓ ବୁଢ଼ୀ ଆସି ଶବକୁ ଦେଖି ଜାବୁଡ଼ିଧରି କାନ୍ଦି ଉଠିଲେ ଝିଅ ଝିଅ କହି । ଝିଅ ଟି କାହାର ସମସ୍ତେ ଜାଣିପାରିଲେ । କୁହା କୁହିଁ ହେଲେ ଭଲ ଝିଅଟି ଥିଲା କିଏସେ ରାକ୍ଷସ ଏମିତି କଲା ।
ଏଣେ ବିକ୍ରମ ଓ ବାବୁଲା ଭଦ୍ର ପିଲା ଭଳି ଖବର କେମିତି ଅଛି ଜାଣିବା ଆଶାରେ ଶବ ନିକଟକୁ ଗଲେ । ବାବୁଲା ଦେଖିଲା ତା ବାପା ମାଆ ଶବ ଉପରେ ଶୋଇ କାନ୍ଦୁଛନ୍ତି ।
କଥା କଣ ଜାଣିବା ପାଇଁ ପାଖକୁ ଗଲା। ଶବ ଉପରୁ କପଡାଟି ବାହାର କରିଦେଲା ଓ ଚମକି ଗଲା ଦେଖିଲା, ସେ ଆଉ କିଏ ନୁହେଁ ତାର ନିଜର ସୁନା ଭଉଣୀ ରିତା ।
ତା ଗୋଡ଼ ତଳୁ ମାଟି ଖସି ଗଲା, ମୁଣ୍ଡ ଉପରେ ଆକାଶ ଛିଡି ପଡିଲା ପାଗଳ ହେଇଗଲା ଓ ପାଟି କରି କହିଲା
ରିତା ମୁଁ ଏ କଣ କଲି...?
ମୋତେ ଭଉଣୀର ସ୍ନେହ ଦେଇଥିଲୁ ମୋର ପ୍ରତ୍ୟେକ ଭୁଲକୁ ବାପାଙ୍କ ପାଖରେ ଲୁଚେଇ ବାପାଙ୍କ ଠାରୁ ରକ୍ଷା କରୁଥିଲୁ ।
ମୋତେ ଲୁଚେଇ ଲୁଚେଇ ଟଙ୍କା ଦେଉଥିଲୁ ମୋତେ ରାକ୍ଷୀ ବାନ୍ଧୁଥିଲୁ, ଶେଷରେ ମୁଁ ହିଁ ତୋତେ ଏମିତି ଉପହାର ଦେଲି, ଧିକ ମୋ ଜୀବନ !ଏମିତି ବଞ୍ଚିବା ଅପେକ୍ଷା ମରିଯିବା ଟା ଭଲ ।
ଏତିକି କହି ଯାଉଥିବା ଏକ ଟ୍ରକର ପଛ ଚକ ଭିତରକୁ
ଡେଇଁ ପଡିଲା ।
ଟ୍ରକ ମାଡିଗଲା ବାବୁଲା ଉପରେ । ପାଟି ବାଟେ ଭକ କରି ରକ୍ତ ବାହାରି ପ୍ରାଣ ବାୟୁ ଉଡ଼ିଗଲା । ଘଟଣାର ଏତେ ଚଞ୍ଚଳ ହେଇଗଲା ଯେ ରୁଣ୍ଡ ହେଇଥିବା ଲୋକ ମାନେ କିଛି କରିପାରିଲେନି ।
ଜୀବନଟେ ସାମ୍ନାରେ ଚାଲିଗଲା ବଞ୍ଚେଇ ପାରିଲେନି
ଭାବି ଦୁଃଖ କଲେ ଆଉ ଯେତେବେଳେ ଜାଣିଲେ ନିଜ ଭାଇ ହିଁ ଭଉଣୀର ହତ୍ୟାକାରୀ ଘୃଣା କଲେ...
ବିଚରା ମାଆ ବାପା ଜଡ଼ ଭଳି ବସିଥାନ୍ତି...।
ଆଉ ବା କଣ କରିପାରିବେ, କେବଳ ଭଗବାନଙ୍କୁ କହୁଥାନ୍ତି ;ହେ ଭଗବାନ ଆମେ କଣ ଦୋଷ କରିଥିଲୁ ।
(ଆଜି କାଲି ବହୁତ ଏମିତି ଘଟଣା ହେଉଛି ପ୍ରତିଦିନ ଗଣ ମାଧ୍ୟମ ରେ ଧର୍ଷଣ ଖବର ଟିଏ ଥାଉଛି,ଏହାକୁ କଳ୍ପନା କରି ଗଳ୍ପ ଟିଏ,ଜଣେ ମଦ୍ୟପ ପାଖରେ ସବୁ ସମ୍ଭବ)