Niranjan Sahu

Inspirational

2  

Niranjan Sahu

Inspirational

ସାବଧାନ ତୁମ ସନ୍ତାନ ସବୁଦେଖୁଛି..

ସାବଧାନ ତୁମ ସନ୍ତାନ ସବୁଦେଖୁଛି..

2 mins
40


 (କାଳ୍ପନିକ ହେଲେ ବି ସମ୍ଭବ)


ଦାଶ ବାବୁ l ଜଣେ ସରକାରୀ ଚାକିରିଆ l ଗୋଟିଏ ମାତ୍ର ପୁଅ ଅଶୋକ l ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢୁଛି l ସ୍ତ୍ରୀ କମଳିନୀ ଘରୋଇ ସ୍ତ୍ରୀ l ବୁଢ଼ୀ ମଆଟିଏ l ବୟସ ନବେ ବର୍ଷ l ଶଯ୍ୟାଶାୟୀ......


ଦିନକର ଘଟଣା... ଶିଶୁ ମନ୍ଦିରରେ ଅଶୋକର କ୍ଳାସରେ ତାଙ୍କର ଗୁରୁମାଆ କହିଲେ, ପିଲେ ତୁମେ ତୁମର ବାପା ମାଆଙ୍କର ଭଲ ଗୁଣଗୁଡିକ ଗୋଟି ଗୋଟି କରି ଲେଖ ଓ ସେ ଗୁଣଗୁଡିକୁ ପାଳନ କରିବାକୁ ଶପଥ କର l

ସମସ୍ତ ପିଲା ନିଜ ନିଜ ଖାତାରେ ନିଜର ବାପା ମାଆଙ୍କର ଭଲ ଗୁଣଗୁଡିକୁ ସୁନ୍ଦର ଭାବରେ ଲେଖିଲେ l ଅଶୋକ ବି ଲେଖିଲା l ଗୁରୁମାଆ ଜଣ ଜଣ କରି ସମସ୍ତଙ୍କର ଖାତା ଦେଖିଲେ l ଅଶୋକର ଖାତା ଦେଖି ତଟସ୍ଥ ହେଇଗଲେ l ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକଙ୍କୁ ଦେଖାଇଲେ l ପ୍ରଧାନ ଶିକ୍ଷକ ଖାତାଟିକୁ ଦେଖି ଆଶ୍ଚର୍ଯ୍ୟ ଓ ତଟସ୍ଥ ହେଇଗଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଖାତାଟିକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ .

ଅଶୋକର ବାପା ମାଆଙ୍କୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଡ଼କାଇଲେ l ବାପା ମାଆ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କଲେ l ପ୍ରଧାନ ଶିକ୍ଷକ କହିଲେ ଦାଶ ବାବୁ ଆପଣ ବହୁତ ବଡ଼ ଭୁଲ କରୁଛନ୍ତି ଯାହା କି ଆପଣଙ୍କ ପୁଅକୁ ଅବାଟରେ ନେଉଛି l


ଦାଶ ବାବୁ ଓ କମଳିନୀ ଏକା ସ୍ୱରରେ କହିଲେ, ଆମର କଣ ଭୁଲ ଟିକେ କୁହନ୍ତୁ l

ପ୍ରଧାନ ଶିକ୍ଷକ ଅଶୋକର ଖାତାଟିକୁ ବଢ଼େଇ ଦେଇ କହିଲେ, ଆପଣଙ୍କ ପୁଅ ଖାତାରେ କଣ ଲେଖିଛି ପଢନ୍ତୁ l ସବୁ ବୁଝିଯିବେ......


ଦାଶ ବାବୁ ଓ କମଳିନୀ ଏକ ନିଶ୍ୱାସରେ ପଢ଼ିଗଲେ, ଲେଖା ଥିଲା.....


ମୋ ବାପା ମାଆଙ୍କର କୌଣସି ଭଲ ଗୁଣ ମୁଁ ଦେଖିବାକୁ ପାଉନି l କାରଣ ଆମ ଘରେ ମୋର ଜେଜେ ମାଆ ଅଛନ୍ତି l ବହୁତ ଭଲ ଅଟନ୍ତି l କିନ୍ତୁ ମୋ ବାପା ମାଆ ତାଙ୍କ ପ୍ରତି ବହୁତ ଅତ୍ୟାଚାର କରୁଛନ୍ତି l ଭଲରେ କଥା ହେଉ ନାହାନ୍ତି l ଭଲରେ ମୁଠାଏ ଖାଇବାକୁ ଦେଉ ନାହାନ୍ତି l ବାପା ଅଫିସକୁ ଚାଲିଗଲା ପରେ ମୋ ମାଆ ଜେଜେ ମାଆଙ୍କୁ ନାତ ମାରିବାର ବହୁବାର ମୁଁ ଦେଖିଛି .

ବାପା ବି ବେଳେ ବେଳେ ରାଗିଯାଇ ଠେଲି ତଳେ ପକେଇଦେବାର ମୁଁ ଦେଖିଛି....


କାଲି ରାତିରେ ମୋ ବାପା ମାଆ କଥା ହେଉଥିଲେ ଜେଜେ ମାଆଙ୍କୁ ନେଇ କେଉଁ ଆଶ୍ରମରେ ଛାଡ଼ିଦେବେ l ମୋତେ ବହୁତ ଦୁଃଖ ଲାଗୁଛି ମୋ ଜେଜେମାଆଙ୍କୁ ଦେଖି l କାରଣ ସେ ମୋତେ ବହୁତ ସ୍ନେହ ଦେଇଛନ୍ତି, ଗେଲ କରିଛନ୍ତି l ଏବେ ସିନା ଦେହ ଖରାପ ହେଇଗଲା l ତଥାପି ମୋ ଜେଜେ ମାଆ ବହୁତ ଭଲ l ବହୁତ ଥର ମୁଁ ପ୍ରତିବାଦ କରିଛି l ମୁଁ ବି ମାଡ଼ ଖାଇଛି......


ଏହା ହିଁ ମୋ ବାପା ମାଆଙ୍କର ଗୁଣଅଟେ l ଏଣୁ ମୁଁ ବି ଶପଥ କରୁଛି l ମୋ ମାଆ ବାପାଙ୍କର ଗୁଣଗୁଡିକୁ ନିଶ୍ଚିତ ପାଳନ କରିବି l ବାପା ମାଆଙ୍କ ଭଳି ହେବି.....


ଦାଶ ବାବୁ ଓ କମଳିନୀର ଆଖିରୁ ଧାର ଧାର ଲୁହ ବହି ଆସିଲା l ଏକ ପରାସ୍ତ ସୈନିକ ଭଳି ପ୍ରଧାନ ଶିକ୍ଷକଙ୍କ ଅଫିସରୁ ଫେରିଆସିଲେ l ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଯାଇ ଦେଖିଲେ

ପୁଅ ଅଶୋକ ସାଙ୍ଗ ସହିତ ଖେଳୁଛି l ବାପା ମାଆଙ୍କୁ ଦେଖି ହାତଟେକି ହଲେଇ ଟାଟା କରୁଛି....

ବାପା ମାଆ ଅସହାୟ ନିଃସହାୟ ଭଳି ପୁଅକୁ ଦେଖି ଦେଖି ହାତ ହଲେଇ ହଲେଇ ଘରକୁ ଫେରିଲେ......


ସେଇଦିନରୁ ଅଶୋକରେ ଜେଜେ ମାଆ ଖୁସିରେ ଅଛି l ଆଉ ଅଶୋକ ମନେ ମନେ ଭାବୁଛି, ସତରେ ମୋ ବାପା ମାଆ କେତେ ଭଲ l ଜେଜେ ମାଆଙ୍କୁ ସ୍ନେହ କରୁଛନ୍ତି l



Rate this content
Log in

Similar oriya story from Inspirational