Niranjan Sahu

Inspirational

3  

Niranjan Sahu

Inspirational

କାମ ଦରକାର ଭିକ ନୁହଁ....

କାମ ଦରକାର ଭିକ ନୁହଁ....

2 mins
11



ଗୋପାଳ ବୟସ ଦଶ ବର୍ଷ l ବାପା ମାଆ ଛେଉଣ୍ଡ l ବଡ଼ ସ୍ୱାଭିମାନୀ l ଏଣେତେଣେ ଘୁରିବୁଲେ କିଛି କାମ ଆଶାରେ l ଏକା ଜିଦ କାମ କରିବ ଖାଇବ l କିନ୍ତୁ ଭିକ ମାଗିବନି...


ବହୁତ ଦୋକାନ ଘୁରି ବୁଲିଲା l କିନ୍ତୁ ବାଳାଶ୍ରମ ନିୟମକୁ ଡରି କିଏ କାମ ଦିଅନ୍ତିନି l ଦିନେ ଗୋପାଳ ଗୋଟିଏ ଗେରେଜକୁ ଗଲା l କହିଲା ଭାଇ କାମ ମିଳିବ ? ମୁଁ କାମ କରିବି l ଗେରେଜବାଲା ଦୟାବାନ ଥିଲା l କାମ ପାଇଁ ମନା କରିଦେଲା l ଗୋଟିଏ ବିସ୍କେଟ ପକେଟ ପିଲାର ହାତକୁ ବଢ଼େଇ ଦେଲା ଓ କହିଲା ବାପ ନେ ଖାଇବୁ l

ପିଲାଟି ସଙ୍ଗେ ସଙ୍ଗେ କହିଲା ନା ମୁଁ ନେବି ନାହିଁ l ଗେରେଜବାଲା କହିଲା, ଆରେ ମୁଁ ବିସ୍କେଟ ପକେଟଟିଏ ଦେଉଛି ନ ନେଇ ମନା କରୁଛୁ କାହିଁକି? ଗୋପାଳ କହିଲା ଆଜ୍ଞା l ମୋତେ କାମ ଦରକାର, ଭିକ ନୁହଁ l ମୁଁ କାମ ମାଗିଲି, ତୁମେ ଭିକ ଦେଉଛ l ତୁମ ଭିକ ତୁମ ପାଖରେ 

ରଖ l ଖଟିବି ଖାଇବି l କାହାର ଦୟାରେ ବଞ୍ଚିବି ନାହିଁ ମରିଯିବି ସିନା l ଗେରେଜବାଲାର ହୃଦୟ ତରଳିଗଲା l ପିଲାଟିକୁ କହିଲା, ଠିକ ଅଛି l କାମ ଦେବି l ମନ ଧ୍ୟାନ ଦେଇ କରିବୁ ନା, ଠକିବୁନି ନା ?

ଗୋପାଳ କହିଲା ଯାହା କାମ ଦେବ ନିଷ୍ଠାର ସହିତ କରିବି, ଗେରେଜବାଲା ପିଲାଟିକୁ ଘରକୁ ନେଇଗଲା l ନିଜର ପୁଅ କୃଷ୍ଣ ସହିତ ସାକ୍ଷାତ କରେଇଲା ଓ କହିଲା ଆଜିଠାରୁ ତୁମେ ଦୁଇ ଜଣ ଭାଇ ଭାଇ l ପରଦିନ ଗୋପାଳକୁ ନେଇ ଗେରେଜବାଲା ନିଜର ପୁଅ ପଢ଼ୁଥିବା ସ୍କୁଲକୁ ଯାଇ ସ୍କୁଲରେ ନାମ ଲେଖାଇଲେ ଓ ଗୋପାଳକୁ କହିଲେ ଆଜିଠୁ ତୋର କାମ ଆରମ୍ଭ ହେଲା l ତୋର କାମ ହେଲା ମନଦେଇ ପାଠପଡ଼ିବୁ l କାମରେ ଅବହେଳା କଲେ କାମରୁ ବାହାର କରିଦେବି..


ଗୋପାଳ ନିଷ୍ଠାର ସହିତ ମନଧ୍ୟାନ ଦେଇ ପଢିଲା l ସର୍ବଦା ଶ୍ରେଣୀରେ ପ୍ରଥମ ହେଲା l ବହୁତ ପାଠ ପଢିଲା ଜିଲ୍ଲାପାଳ ପରୀକ୍ଷା ଦେଇ ଜିଲ୍ଲାପାଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ଜିଲ୍ଲାରେ ଜିଲ୍ଲାପାଳ ନିଯୁକ୍ତି ପାଇଲା l ଗେରେଜବାଲାକୁ ବାପାର ପରିଚୟ ଦେଲା l ଦିନେ ଗୋପାଳ ଗେରେଜବାଲାଙ୍କୁ କହିଲା ଆଜ୍ଞା ଆପଣ ଦେଇଥିବା କାମ ମୁଁ ସୁଚାରୁ ରୂପେ ନିଷ୍ଠାର ସହିତ 

କରିଛି l କେବେ ଅବହେଳା କରିନାହିଁ ଏବଂ କର୍ତ୍ତବ୍ୟର ଶୀର୍ଷ ସ୍ଥାନରେ ପହଞ୍ଚିଲି l ବର୍ତ୍ତମାନ ମୋର ପଢାକାମ ସରିଗଲା l ବର୍ତ୍ତମାନ ମୋତେ ଆଦେଶ ଦିଅନ୍ତୁ, ଆଉ କେଉଁ କାମ କରିବି .


ଗେରେଜବାଲା କହିଲେ ଠିକ୍ ଅଛି l ତୁମେ ତୁମର କାମ ନିଷ୍ଠାର ସହିତ କରିଛ l ତୁମ କାମର ଉପଯୁକ୍ତ ପାରିଶ୍ରମିକ ବି ପାଇଛ l ବର୍ତ୍ତମାନ ତୁମର ଶିକ୍ଷାକୁ ମାନବ କଲ୍ୟାଣରେ ବିନିଯୋଗ କରି ଜନମଙ୍ଗଳ କାମ ଆରମ୍ଭ କର....


ଗୋପାଳ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ସମର୍ପିତ କରି ସମସ୍ତଙ୍କ ପ୍ରିୟପାତ୍ର ହେଲେ l କାହାକୁ ଯଦି କିଛି ଦେବେ କର୍ମ ଦିଅନ୍ତୁ ଭିକ ନୁହଁ l



Rate this content
Log in

Similar oriya story from Inspirational