ବିଶ୍ୱାସ ହେଲେ ବି ଅନ୍ଧ ବିଶ୍ୱାସ
ବିଶ୍ୱାସ ହେଲେ ବି ଅନ୍ଧ ବିଶ୍ୱାସ
ବାଘକୁ ଦେଖିଲେ ମଣିଷ ଦଉଡି ପଳାଏ କାରଣ, କାଳେ ଖାଇଦେବ ସାପକୁ ଦେଖିଲେ ବି ପଳାଏ କାରଣ ମାରିଦେବ । ମଣିଷର ବିଶ୍ବାସ ଅଛି ଯେ ବାଘ ମାରି ଖାଇଦେବ କିନ୍ତୁ ପଶୁମାନେ ମଣିଷ ଉପରେ
ବିଶ୍ୱାସ ରଖିଥାନ୍ତି । ସେମିତି କୁକୁଡା ଟିଏ ମଣିଷ ଉପରେ ଗାଢ ବିଶ୍ବାସ ରଖିଛି ଯେ ମତେ ରଖିଥିବା ମଣିଷ ଟି ତାର ଭଗବାନ । ଘରେ ଅଗଣା ରେ ଖେଳି ବୁଲେ କୁଡୁ କୁଡୁ କରି କାରଣ ମଣିଷ ତାକୁ ଖାଇବାକୁ ଦିଏ
ଯତ୍ନନିଏ ତେଣୁ। ନିଜ ଜୀବନକୁ ବାଜିଲଗାଇ ନିଜ ମାଲିକକୁ ଜିତିବାର ସ୍ବାଦ ଦେବାକୁ ପଛାଏନା ।
କୁକୁଡ଼ା ଗାଲିରେ । ହଠାତ ଦିନେ ତାର ସଙ୍ଗିନୀକୁ ପାଇଲା ନାହିଁ ଏଣେ ତେଣେ ଖୋଜି ବୁଲିଲା ବ୍ୟସ୍ତ ବିବ୍ରତ ହେଇ ଗଲା ସଙ୍ଗିନୀକୁ ନ ପାଇ । ହଠାତ ଏକ ଜାଗାରେ ନଜର ପଡିଲା । ସଙ୍ଗିନୀ ର ପର ଏଣେ ତେଣେ ବିଛେଇ ପଡିଛି । ପର ଟିଏକୁ ନଇଁ ଥଣ୍ଟ ରେ ଧରିଲା ଓ ଶୁଙ୍ଘିଲା ଏଇଜେ ତାର ସଙ୍ଗିନୀ ର ବାସ୍ନା ବିବ୍ରତ ହୋଇ
ଏଣେ ତେଣେ ଖୋଜିଲା । ଅନ୍ୟ କେଉଁ ପଶୁ ତାର ସଙ୍ଗିନୀ କୁ ଆକ୍ରମଣ କରିଛି କି ? କକରେ କ କକରେ କ ବୋଲି ଚତ୍କାର କରୁଥାଏ । କିନ୍ତୁ ହଠାତ ଦେଖିଲା ତାର ମାଲିକ ଯାହାକୁ ଭଗବାନ ବୋଲି ବିଶ୍ୱାସ କରୁଥିଲା ତାର ସଙ୍ଗିନୀକୁ ଖଣ୍ଡ ଖଣ୍ଡ କରି କାଟିଦେଉଛି ।
କେବଳ ମୁଣ୍ଡ ଟି ଶରୀର ଠୁଁ ଅଲଗା ହୋଇ ପଡିଛି ମୁଣ୍ଡ ପାଖରେ ଯାଇ ମୁଣ୍ଡ ତାକୁ ନିଜ ଥଣ୍ଟରେ ଚୁମି ବାକୁ ଲାଗିଲା,ଓ ପରେ ପରେ କକରେ କଁ କକରେ କଁ ବୋଲି ଚିତ୍କାର କଲା, କିନ୍ତୁ ଯେତେବେଳେ ଦେଖିଲା ସେଇ ମଣିଷ ଯାହାକୁ ଭଗବାନ ଭାବୁଥିଲା,ତାର ସଙ୍ଗିନୀକୁ ମାରି ଖାଇଦେଲା,ତାର ଆଶାର ବନ୍ଧ ଭାଙ୍ଗିଗଲା । ସେ କଣ ଜାଣିଥିଲା...ଯେ ମଣିଷ ତାର ହାଡ, ମାଂସ,ରକ୍ତକୁ ଖିନଭିନ କରି ଖାଇଜିବ ।ବିଚାରା...ସେ ତ ପଶୁ ,ମଣିଷ ପ୍ରେମରେ ବନ୍ଧା ପଡିଯାଇଥିଲା । ଏହା ବି ଜାଣିନଥିଲା ଯେ..ତାର ବିଶ୍ବାସ ଟା ବିଶ୍ବାସ ନଥିଲା ।ଥିଲା ଏକ ଅନ୍ଧବିଶ୍ବାସ । ଧନ୍ୟ ଧନ୍ୟ ରେ ମଣିଷ ।