Suchismita Satpathy

Abstract Tragedy Inspirational

3.5  

Suchismita Satpathy

Abstract Tragedy Inspirational

ସୁଧା,ମୋ ମାଆ

ସୁଧା,ମୋ ମାଆ

3 mins
129



ସୁଧା,ମୋ ମାଆ ,ମୋ ଝିଅ କୋଉଠି ଅଛୁ ମାଆ,ତୁ ଫେରିଆ ମାଆ,ମୋର ଭୂଲ ହୋଇଯାଇଛି । ମତେ କ୍ଷମା କରିଦେ । ତୋ ପାଥତଳେ ପଡି ଭୂଲ ମାଗିବାର ସୁଯୋଗ ଦେ ମାଆ । ତତେ ନେଇ ମୋ ଘର । ତୁ ନରହିଲେ ମୋ ଘର ଅନ୍ଧାର ଦିଶୁଛି । ଏହିତି କହି ବହୁ ବିଳାପ କରୁଥିଲେ ଦିନବନ୍ଧୁ ବାବୁ । ହଠାତ ଅନତି ଦୂରରେ ପାଉଁଜିର ଋଣୁଝୁଣୁ ଶବ୍ଦ ଶୁଣାଗଲା । ସୁଧାକୁ ଦେଖି ଦିନବନ୍ଧୁ ବାବୁ ଭାବ ବିହ୍ୱଳ ହୋଇଗଲେ । ସୁଧା କହିଲା,ବାପା ତୁମେ ଫେରିଯାଅ । ସେଠାରେ ତୁମର ଆବଶ୍ୟକତା ଅଛି । ମୋ ପୁଅର ଦାୟିତ୍ୱ ତୁମ ଉପରେ । ତୁମେମାନେ ଖୁସିରେ ରହିଲେ ମୋ ଆତ୍ମା ଶାନ୍ତି ପାଇବ । ନାତିର ଦାୟିତ୍ୱ ବହନ କରନ୍ତୁ ବାପା ଏହାକହି ସୁଧା ଅନ୍ତର୍ଧ୍ୟାନ ହୋଇଗଲା । ସେଠୁ ତାକୁ ଡାକିବାକୁ ଯାଇ ଚିତ୍କାର କରିଉଠିଲେ ଦିନବନ୍ଧୁ ବାବୁ । ହଠାତ୍ ଏକ ପାଟିକରି ଉଠିଲେ । ଆଜିକୁ ପାଞ୍ଚ ମାସ ହେବ ସେ ଶଯ୍ୟାଶାୟୀ । ରେଣୁ ଦେବୀ ଦିନରାତି ଠାକୁରଙ୍କ ପାଖରୁ ଉଠୁନଥାନ୍ତି । କହିବାକୁ ଗଲେ ଘରର ପରିସ୍ଥିତି କିଛି ଭଲ ନଥିଲା । ସାଇ ପଡିଶା କୁହାକୁହି ହୁଅନ୍ତି ଦିନବନ୍ଧୁ ତା ବୋହୁକୁ ଯେତିକି ହଇରାଣ କରିଛି ତାର ଫଳ ଭୋଗୁଛି । ତା ଭାଗ୍ୟରେ କେତେ ଭୋଗିବାର ଅଛି କେଜାଣି । ବୋହୁଟାର ନିଃଶ୍ବାସ ପଡିଗୱଆ ବୋଧେ । ଏମିତି ସବୁ ଶୁଣି ଶୁଣି ରେଣୁଦେବୀଙ୍କ କାନ ପଥର ହୋଇଯାଇଥାଏ । ସ୍ୱାମୀ ଖଟରେ ପଡିଲା ଦିନଠୁ ସେ ଏରୁଣ୍ଡି ବନ୍ଧ ରୁ ତଳକୁ ଗୋଡ କାଢି ନାହାଁନ୍ତି । ମାତ୍ର ସାଇପଡିଶାଙ୍କ ଟାହିଟାପରା ରାଧି ଆସି କହିଦିଏ ।


ପ୍ରକୃତରେ କହିବାକୁ ଗଲେ ତାଙ୍କ ବୋହୁ ସୁଧା ଆରପାରିକୁ ଯିବା ପରଠୁ ସେ ଘରୁ ବାହାରନ୍ତି ନାହିଁ । ପୁଅ ଅମୁ (ଅମିତ) ମଧ୍ୟ ଆଜିକୁ ଏକ ବର୍ଷ ହେବ ବାଙ୍ଗାଲୋର ରୁ ଫେରି ନାହିଁ । ବହୁମନକରି ସେ ସୁଧାକୁ ବୋହୁକରି ଆଣିଥିଲେ । ସୁଧାର ଶାରୀରିକ ଅବସ୍ଥା ତାଙ୍କୁ ଆଗରୁ ଜଣାଥିଲା । ମାତ୍ର ତାଙ୍କ ଘନିଷ୍ଠ ବାନ୍ଧବୀ ର ଝିଅ ଓ ପିଲାଦିନୁ ତାକୁ ବୋହୁକରିବାର ସ୍ୱପ୍ନକୁ ପୁରାକରିବାକୁ ସେ ତାଙ୍କ ପରିବାରର ଶତ୍ରୁ ହୋଇଯାଇଥିଲେ । କାରଣ ଥାଇରଏଡ ଅଧିକ ଥିବାରୁ ପିଲାପିଲି ହେବାରେ ଅସୁବିଧା ହେବବୋଲି ଡାକ୍ତର ଆଗରୁ କହିଦେଇଥିଲେ । ତାଙ୍କର ଏକା ଜିଦ ସେ ସୁଧାକୁ ହିଁ ବୋହୁ କରିବେ । ସୁଧା ଆସିଲା ଘରକୁ । ସମସ୍ତ ସଦସ୍ୟ ଗ୍ରହଣ କଲେ ମାତ୍ର ଦିନବନ୍ଧୁ ବାବୁ ତାକୁ ଗ୍ରହଣ କଲେ ନାହିଁ । ପ୍ରତିକଥାରେ ତାକୁ ଦେଖେଇ ସିଖେଇ ନକହିଲେ ତାଙ୍କ ଭାତ ହଜମ ହୁଏ ନାହିଁ । ରେଣୁଦେବୀଙ୍କ ପକ୍ଷରେ ଏସବୁ ଅସଜ୍ୟ ହୋଇପଡେ । ବାହାଘରର ଚାରି ବର୍ଷ ପରେ ପିଲାପିଲି ହେଉନଥିବାରୁ ସବୁବେଳେ ଶଶୁରଙ୍କ କଥା ଶୁଣିଶୁଣି ସେ ଥରେ ଡାକ୍ତର ଙ୍କ ପରାମର୍ଶ ପାଇଁ ଯାଇ ତାର ଉପାୟ ବାହାରକରି ଆସିଲା । ଡାକ୍ତର କହିଥିଲେ ଯଦି ମାଆ ହେବେ ତାହାହେଲେ ସେ କେବେ ମାଆ ଡାକ ଶୁଣିପାରିବେ ନାହିଁ ମାନେ ତାଙ୍କ ଜୀବନ । ପ୍ରତି ବିପଦ ଅଛି । କାହାକୁ କିଛି ନକହି ପ୍ରତ୍ୟେକ ଦିନ ଶଶୁରଙ୍କ କଟାକ୍ଷ ରୁ ମୁକ୍ତି ନିମନ୍ତେ ଡାକ୍ତରଙ୍କ ନିୟମ ମାନି ଗର୍ଭବତୀ ହେଲେ ଏବଂ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ଘରେ କାହାକୁ କିଛି ନକହିବା ପାଇଁ ।


ସମୟ ଅନୁସାରେ ସବୁ ଠିକ ହେଲା । ଔଷଧରେ ଅଧିକ ଅର୍ଥ ଖର୍ଚ୍ଚ ହେବାରୁ ମଧ୍ୟ ଶଶୁର ସବୁବେଳେ ଗାଳି ମନ୍ଦ କରନ୍ତି ତେଣୁ ସୁଧା ଔଷଧ ଖାଇବା ମଧ୍ୟ ବନ୍ଦ କରିଦେଇଥିଲା । ଡାକ୍ତର ବାରମ୍ବାର କହିଥିଲେ ଯେ ସେ ଔଷଧ ଗୁଡିକ ସୁଧାର ନିଜ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ । ଘରେ ସମସ୍ତେ ପଚାରିଲେ କୁହନ୍ତି ସବୁଠିକ ଅଛି ଏବଂ ଔଷଧ ଖାଉଛି । ମାତ୍ର ଦିନକୁ ଦିନ ତା ଶରୀର କ୍ଷୀଣ ହୋଇଯାଉଥାଏ । ରୁଗ୍ଣ ଶରୀରରେ ଘରର କାର୍ଯ୍ୟ କରିବା କଷ୍ଟ ହେବାରୁ ଶାଶୁ ରାଧିକୁ ଆଣି ଘରେ ରଖିଲେ । ତା ପଛରେ ଅର୍ଥ ଖର୍ଚ୍ଚ ହେଉଥିବା ଦେଖି ଶଶୁର ସବୁବେଳେ ସୁଧାକୁ ଦେଖେଇ କହନ୍ତି ,ଯେ ତାରି ପାଇଁ ଘରେ ଅର୍ଥାଭାବ ଦେଖାଦେଉଛି ଓ ସେ ଅଲକ୍ଷଣୀ ଟା । ଏ ସବୁ ସୁଧା ସହିପାରେନି କି କିଛି କହିପାରେନି ।


ସମୟ ଆସି ଉପନୀତ । ଡାକ୍ତରଖାନାରେ ସୁଧା । ପରିସ୍ଥିତି ଭଲ ନଥିବାରୁ ଡାକ୍ତର ଘରଲୋକଙ୍କୁ ବହୁତ ଗାଳି କରି ନିଜର ବଂଶ ରକ୍ଷାପାଇଁ ଗୋଟେ ଝିଅକୁ ମାରିଦେଲେ ବୋଲି କହିଲେ । ଏହାଶୁଣି ସମସ୍ତେ ବିବ୍ରତ ହୋଇପଡିଲେ । ପ୍ରକୃତ କଥା ଜାଣିଲା ପରେ ଦିନବନ୍ଧୁ ବାବୁ ସେଇଠି ପଡିଗଲେ । ସୁଧା ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଆରପାରିକୁ ଚାଲିଗଲା । ସେବେଠାରୁ ଦିନବନ୍ଧୁ ବାବୁ ଶଯ୍ୟାଶାୟୀ । ସେ ଜାଣନ୍ତିନି ଯେ ସେ ଜେଜେ ହୋଇଛନ୍ତି ବୋଲି । ନାତିକୁ ଧରି ରେଣୁଦେବୀ ଏକା ସବୁ ସମସ୍ୟା ସହ ଲଢୁଛନ୍ତି କାରଣ ପୁଅମଧ୍ୟ ଏସବୁ ସହିନପାରି ବାଙ୍ଗାଲୋର ନିଜ କର୍ମକ୍ଷେତ୍ର କୁ ଚାଲିଗଲା ନିଜ କର୍ମ କୁ ଆଦରି ।


ଏମିତି ଭାବୁ ଭାବୁ ନାତିର କୁଆଁ କୁଆଁ ରାବରେ ଓ ଦିନବନ୍ଧୁ ବାବୁଙ୍କ ଚିତ୍କାର ଶୁଣି ପ୍ରକୃତିସ୍ଥ ହେଲେ ସେ । ଦୌଡିଆସିଲେ ନାତିକୁ ଧରି ଓ ସୁଧାର ଘରପ୍ରତି ଥିବା ବଳିଦାନ କଥା କହି କାନ୍ଦି ପକେଇଲେ ।

ସେତେବେଳକୁ ଦିନବନ୍ଧୁ ବାବୁ ଆରପାରିର ଜୀବନରୁ ଫେରିଆସିଥିଲେ । ସୁଧା କହିଥିବା କଥା ରକ୍ଷା ଓ ନିଜର ଭୂଲଳ ପ୍ରାୟଶ୍ଚିତ ପାଇଁ । ନାତିକୁ କୋଲରେ ଧରି କାନ୍ଦି କାନ୍ଦି କହିଲେ ମୋ ସୁଧା ଆରପାରିର ଜୀବନରୁ ଫେରିଆସିଛି ରେଣୁ । ମୋ ସଂସାର ଏବେ ହସି ଉଠିବ । ଏହା କହି ନାତିକୁ କୋଳକୁ ନେଇ ଗେଲ କରିବାକୁ ଲାଗିଲେ



Rate this content
Log in

Similar oriya story from Abstract