STORYMIRROR

Pratima Satpathy

Abstract Children Stories

3  

Pratima Satpathy

Abstract Children Stories

ସତ୍ୟ ଆଧାରିତ ବାଘର କଥା

ସତ୍ୟ ଆଧାରିତ ବାଘର କଥା

1 min
4


ଢେଙ୍କାନାଳ ଜିଲ୍ଲାରେ ଆମ ଘର। ବ୍ରାହ୍ମଣୀ ନଦୀର ଏ ପଟରେ ଆମ ଗାଆଁ ପୁରୁଷୋତ୍ତମ ପୁର ଶାସନ। ସେପଟରେ ପାହାଡ ପର୍ବତ ଓ ବଣ, ଜଙ୍ଗଲ ଅଛି। ଅନେକ ଦିନ ତଳର କଥା। ମୁଁ ସେତେବେଳେ ଛୋଟ ପିଲାଟିଏ ଥିଲି।ଆମ ଗାଆଁ ରେ ରହୁଥିବା କିଛି ସଅର ଜାତିର ଲୋକ ବିଲ ବାଡ଼ିରେ କାମ କରନ୍ତି। ଯେଉଁଦିନ କିଛି କାମ ନ ମିଳେ ନଈ ପାର ହୋଇ ବଣକୁ ଯାଇଁ ବଡ ବଡ କାଠ ଗୋଛା ନେଇ ଆସି ବଜାରରେ ବିକ୍ରୀକରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଚାରି ପାଞ୍ଚଜଣ ଲୋକ ସାଙ୍ଗ ହୋଇ ଯାଆନ୍ତି।ଥରେ ଆମ ଗାଆଁ ର କାଶୀ ନାମକ ଜଣେ ଲୋକ ଜଙ୍ଗଲ ଭିତରେ ବାଟ ବଣା ହୋଇ ଗଲା। ଅନ୍ୟମାନେ ତାକୁ ଖୋଜି ଖୋଜି ପାଇଲେ ନାହିଁ। ଯେତେ ଡାକିଲେ ମଧ୍ୟ କିଛି ଜବାବ୍ ମିଳିଲା ନାହିଁ। ବର୍ତ୍ତମାନ୍ ସିନା ମୋବାଇଲ ଯୁଗ, କେହି କୁଆଡେ ହଜି ଯିବେ ନାହିଁ। ସେତେବେଳେ ସେସବୁ କିଛି ନ ଥିଲା। ଅନ୍ୟ ମାନେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିଲେ କିନ୍ତୁ କାଶୀର କିଛି ଖୋଜ ଖବର ମିଳିଲାନି। ତା ପରଦିନ ତା ଭାଇମାନେ ଜଙ୍ଗଲକୁ ଯାଇଁ ଦେଖିଲେ ଗୋଟେ ଯାଗାରେ କାଶିର ଲୁଙ୍ଗି ଗାମୁଛା ପଡ଼ିଛି। ପାଖରେ ବାଘର ପାଦ ଚିହ୍ନ ଓ ଘୋଷରା ଚିହ୍ନ ପଡ଼ିଥାଏ।ସମସ୍ତେ କଥା ହେଲେ କାଲି ରାତିରେ କାଶୀକୁ ବାଘ ମାରି ଖାଇଦେଇଛି। ତା ପରେ କିଛିଦିନ ଆଉ କେହି ଜଙ୍ଗଲକୁ କାଠ ପାଇଁ ଗଲେ ନାହିଁ। କାଶୀର ପରିବାର ଲୋକେ ବଡ ହଇରାଣ ହୋଇ ଗଲେ। ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇ ତା ପୁଅ ବଡ଼ ହୋଇ ଏବେ ଘର ଚଳାଉଛି। ବର୍ତ୍ତମାନ୍ ସମୟରେ ଆଉ ସେ ଜଙ୍ଗଲ ନାହିଁ କି ଜଙ୍ଗଲରେ ବାଘ ଭାଲୁଙ୍କର ଉପଦ୍ରବ ନାହିଁ। ଜଙ୍ଗଲରେ କାଠ ନାହିଁ କି ଚୁଲିରେ କେହି ରୋଷେଇ କରୁ ନାହାନ୍ତି। ସମସ୍ତଙ୍କ ଘରେ ଗ୍ୟାସ୍ ଚୁଲା ଓ ସିଲିଣ୍ଡର୍।


Rate this content
Log in

Similar oriya story from Abstract