STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସତ ମୁଁ କହୁଛି ମିତଣୀ

ସତ ମୁଁ କହୁଛି ମିତଣୀ

1 min
304

ଶୁନ୍ୟ ର ନଈ କୂଳେ ପୁଣ୍ୟର ଗଛ ମୂଳେ ପକ୍ଷୀଟିଏ ସିଏ ମତେ କହେ ତମେ କିଏ. ମୁଁ ତ ବାଟୋଇ ବାଟରେ ଚାଲଇ ତମେ ପଚାରିଲ, ଉତ୍ତର ଦେଵି ମୁଁ ବୁଝିବ ଯିଏ. ଶୂନ୍ୟ ମନ ଆଉ ଅଧୁରା ସ୍ବପ୍ନ ପୁଣି ଦହନ ଡେଣାରେ ତୁମ, ଲେଖା ଥିଲା କିଛି ସମାଧାନଏମିତି ବି କିଛି ହୁଏ, ମୁଁ ଫେରିପଡ଼ି ସବୁ ଦେଲି ପଢି, ତଥାପି ବି ବାକି କିଛି ରହିଯାଏ. ଉଡ଼ିଗଲା ହେଲେ ଛାଡ଼ିଦେଇ ଗଲା ସ୍ମୃତିର ପାଖୁଡାଟିଏ, ସେଇପାଖୁଡା ମୁଁ ସାଇତି ରଖିଛି କେତେ ସଞ୍ଜ ଆସି କେତେ ଯେ ଗଲାଣି ଶୁଖା ସଳିତା ତୁ ମତେ କିଏ କହିଯାଏ. ସୌଭାଗ୍ୟ ଦୁର୍ଭାଗ୍ୟ ଦୋଛକି ରେ ଯେବେ କେବେ ପଛକୁ ମୁଁ ବୁଲି ଚାହେଁ, ଏଡିକି ମିଛୁଆ ପକ୍ଷୀଟିଏ ସିଏ ଯାହାକୁ ଏଯାଏଁ ମୁଁ ଖୋଜୁଥାଏ. ସେଇ ପକ୍ଷୀ ଆଉ କିଏ ହେବ ବୋଧେ, ମୋ ନିଜ କବିତା ମତେ ଡରାଏ, ଗଲାଣି ତ ଗଲା କଥାରେ ମିତଣୀ ବୁଝିଯା ଜୀବନର ମାନେ ଇଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract