Siddhartha Tripathy

Abstract Romance Inspirational

4  

Siddhartha Tripathy

Abstract Romance Inspirational

ସ୍ଵସ୍ତିପ୍ଲାଜାରେ ରାତିଟିଏ

ସ୍ଵସ୍ତିପ୍ଲାଜାରେ ରାତିଟିଏ

5 mins
342



ଛୋଟବେଳୁ ଅଭାବ ନଥିଲା, କିନ୍ତୁ ପ୍ରାଚୁର୍ଯ୍ୟ ହାତ ପାଆନ୍ତାରେ ନଥିଲା। ହାଫ ପ୍ୟାଣ୍ଟ ଥିଲା କିନ୍ତୁ ଉପରେ ସାର୍ଟ ନଥିଲା। ବୋଉ କୁହେ ହଁ ଘରକୁ ସ୍କୁଲ ଲାଗିଛି, ସାର୍ଟ କ'ଣ ଆବଶ୍ୟକ ? ବୋତାମ ବିହୀନ ପ୍ୟାଣ୍ଟକୁ ବହୁ କଷ୍ଟରେ ପିନ୍ଧୁଥିଲି ମୁଁ।


ମନେଅଛି ବୋଧେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲି। ବସରେ ଯାଇଥିଲୁ ବେଳଗୁଣ୍ଠାରୁ ଶେରଗଡ଼। ବାପା, ବୋଉ ବସିଗଲେ। ବସ୍ ରେ ଖଚାଖଚ ଭିଡ଼। ଫୁଙ୍ଗୁଳା ଦେହକୁ ଭିଡ଼ରେ ପ୍ୟାଣ୍ଟ୍ ଖସିଯାଉଥିଲା। 


ପ୍ରୌଢ଼ ଜଣେ ଲକ୍ଷ୍ୟ କରି ହାତ ଠାରି ଡାକି ଗୋଡ଼ରେ ବସେଇଲେ। ବୋଧେ ଅଶିଦଶକର କଥା। ଖୁସିରେ ବସିଗଲି ମୁଁ। କିଛି ସମୟପରେ ଗପି ଗପି ମୋର ସର୍ବାଙ୍ଗଶରୀରରେ ହସ୍ତସଞ୍ଚାଳନ କରୁଥିଲେ ସେ।


କିଛି ସମୟ କିଛି ବୁଝିପାରିଲି ନାହିଁ। ତଥାପି ଛୁଆ ମନରେ ପାପ ଛୁଇଁଲା ଓ ମୋତେ ପ୍ରୌଢ଼ର ଆଚରଣ ଅଶ୍ଳିଳ ଲାଗିଲା। ଏତେବର୍ଷ ପରେ ବି ଆଜି ମନରେ ଅନୁରଣିତ ହେଉଛି ସେଦିନର କଥା।


କହିବାର ତାତ୍ପର୍ଯ୍ୟ ସେତେବେଳେ ବି ଅଶ୍ଳିଳତା ଥିଲା, ଅପରାଧ ଥିଲା କିନ୍ତୁ ଆଧୁନିକ ପରିପାଟୀ, ସରବରାହ ସଂସ୍ଥାର ଆଗମନ ଯୋଗୁଁ ଆଜିକାଲି ଅସଦାଚରଣ ପ୍ରଚାରର ମାତ୍ରା ବଢ଼ିଛି, ଅସଦାଚରଣ ବି ବଢ଼ିଛି। ତାକୁ ଅଟକେଇବା ପାଇଁ ସୁସ୍ଥ ମାନସିକତା ଓ ଦାରିଦ୍ର୍ୟ ଦୂରୀକରଣର ଆବଶ୍ୟକତା ରହିଛି।


ଆମେ ସଚେତନ ହେବା ଆବଶ୍ୟକ।କାହାଣୀକୁ ଯିବା :-


ଅସତ ଉପାୟରେ ଅର୍ଥ ଉପାର୍ଜନ ପସନ୍ଦ କରେନା ମୁଁ। କିନ୍ତୁ ଭଲ ଖାଇବା, ଭଲ ପିନ୍ଧିବା ମୋର ସଉକ।

ସରକାରୀ କାମରେ ଯାଇଥିଲି ଭୁବନେଶ୍ୱର। ହୋଟେଲ ସ୍ବସ୍ତିପ୍ଲାଜା।


ବହୁତ ଥକ୍କିଯାଇଥିଲି ମୁଁ। ହୋଟେଲବଏ କୁ କହିଲି ଦେହ ଦରଜ ଅଛି, ଟିକେ ତେଲ ମାଲିସବାଲାକୁ କହିଦିଅ। ହଁ ଭରି ଚାଲିଗଲା ସେ। ଥକ୍କିଯାଇ ଥିବାରୁ ମୋ ଆଖି ଲାଗି ଯାଇଥିଲା। ରାତି କେତେଟା ହେବ ଜାଣିନି।


ଆଧୁନିକତାର ଛାପ ମୋ ଭିତରେ ଥିଲେ ବି ଓଡ଼ିଆ ସଂସ୍କୃତି ମୋଠାରୁ ଦୂରେଇ ଯାଇନି। ଛୋଟ ତଉଲିଆ ପିନ୍ଧି ଶୋଇଥିଲି ମୁଁ। ପାଦରେ କାହାର କୋମଳ ସ୍ପର୍ଶ। ଶରୀରରେ ଶିହରଣ।


ଅବଚେତନ ମନରେ ଲାଗୁଥିଲା ସୁନ୍ଦର ସ୍ୱପ୍ନ। କୋମଳ ହାତର ପରଶ ସ୍ୱପ୍ନରେ ଆନନ୍ଦ ଦେଉଥିଲା। ହାତର ସ୍ପର୍ଶ ଧିରେ ଧିରେ ତଉଲିଆ ଉଠାଇ ଆଣ୍ଠୁ ଉପରକୁ ପ୍ରଵେଶ କଲା। ଚମକି ଉଠି ଆଖି ମଳିମଳି ଅନେଇଲି ମୁଁ।


ଆରେ , ଏ କ'ଣ କବାଟ ଭିତରପଟୁ ବନ୍ଦ ଅଛି, ଗୋଡ଼ ପାଖରେ ଯୁବତୀଟିଏ । ମୁଁ ପଚାରିଲି, ତମେ କିଏ, ଭିତରକୁ କେମିତି ଆସିଲ ? ଝିଅଟି ଉତ୍ତର ଦେଲା , ବାବୁ ! ତମକୁ ମାଲିସ କରି ରାତି ବିତେଇବା ଆଦେଶ ଅଛି। ମନାକଲି ମୁଁ। ମୁଁ କହିଲି ମୁଁ ପୁଅପିଲା କହିଥିଲି।


ଝିଅଟି କହିଲା, ଆଜିକାଲି ପୁଅ, ଝିଅ ସମାନ। ମୁଁ ବହୁତ ଗରିବ। ମନା କରନ୍ତୁ ନାହିଁ। ମୁଁ ଆପଣଙ୍କୁ ଖୁସି କରିଦେବି। ଲକ୍ଷ୍ୟ କଲି ଝିଅଟି ଆଖିରେ ଲୁହ। ପ୍ରକାରଭେଦରେ ପୁଅ ତିନିପ୍ରକାରର।

ଗୋଟିଏ ପ୍ରକାର, ଫୁଲ ଦେଖି ଖୁସି।

ଦ୍ଵିତୀୟ ପ୍ରକାର, ଫୁଲ ତୋଳି ଖୁସି ।

ତୃତୀୟ ପ୍ରକାର, ଫୁଲକୁ ଦଳି ଖୁସି।


ମୁଁ ପ୍ରାୟ ପ୍ରଥମ ପ୍ରକାରର ପୁଅ।


ମନରେ ଭୟ, କାଳେ ପୋଲିସ ଆସିବ, ଇଜ୍ଜତ ଯିବ। ମୁଁ କହିଲି ତମେ ଅର୍ଥ ନେଇ ଏଠାରୁ ଚାଲି ଯାଅ। ଝିଅଟି କହିଲା ବାବୁ ! ଭୟ କର ନାହିଁ। ଏଠାକୁ କେହି ଆସିବେନି। ଟିକେ ଆଶ୍ବସ୍ତ ହେଲି ମୁଁ।


ଲେଖକ ମନ ଛାତି ଭିତରୁ ଉଙ୍କିମାରି ପାଟିପଟେ ବାହାରିବାକୁ ଚେଷ୍ଟା କରୁଥିଲା। ଝିଅଟିର ବୟସ କୋଡିଏ ହେବ। ମୁଁ ପଚାରିଲି, ତମ କଥାବାର୍ତ୍ତାରୁ ଗଞ୍ଜାମର ଝିଅ ଜଣା ପଡୁଛ, ଘର କେଉଁଠି ? ତମେ ତ ଶିକ୍ଷିତା ଲାଗୁଛ, ଅଥଚ ଏମିତି ଘୃଣ୍ୟ କାମ କାହିଁକି କରୁଛ ?


ଝିଅଟି କହିଲା ଏସବୁରୁ ଆପଣ କ'ଣ ପାଇବେ ? ମୋତେ ରାତିଟା ଉପଭୋଗ କରି ମଜା ନିଅନ୍ତୁ। ମୁଁ କ'ଣ ପତଳା ଆଉ ସୁନ୍ଦରୀ ନୁହଁ ? ଆପଣଙ୍କୁ ଆନନ୍ଦ ଦେଇପରିବିନି ? ମୁଁ କହିଲି ବ୍ୟସ୍ତ ହୁଅ ନାହିଁ । ସେମିତି କିଛି ନାହିଁ, ତମକୁ ଆବଶ୍ୟକୀୟ ଅର୍ଥ ନିଶ୍ଚୟ ଦେବି, ରାତିସାରା ରଖିବି।


ଝିଅଟିର ଆଖିରେ ଖୁସିର ଝଲକ। ସେ ପିନ୍ଧିଥିବା ଜାମା ଖୋଲି ମୋ ପାର୍ଶ୍ଵରେ ଶୋଇଯାଇଥିଲା। ମୁଁ ତା ମୁଣ୍ଡଟାକୁ ଆଉଁଶି ଦେଇ ମୋ ଛାତି ଉପରକୁ ଟାଣି ଆଣିଲି। ତାପରେ କହିଲି ମୁଁ ଯାହା ପଚାରୁଛି କୁହ । ଝିଅଟି କହିଲା , ବାବୁ ! ଆମ ଧନ୍ଦାରେ ଗରାଖକୁ ଖୁସି କରି ଅର୍ଥ ନେବା ଆମ ନିୟମ। ମୁଁ କହିଲି ସେଇଥିପାଇଁ ତ ତମକୁ ଉଲଗ୍ନ ଅବସ୍ଥାରେ ମୋ ଛାତି ଉପରେ ରଖିଛି। ଏଥର ଯାହା ପଚାରୁଛି କୁହ।


ତମ ଘର କେଉଁଠି ? ତମେ କ'ଣ କର ? ଏହି ବୃତ୍ତିରେ ପଶିଲ କେମିତି ଓ କାହିଁକି ? ଝିଅଟି ଆରମ୍ଭ କଲା , ବାବୁ ! ଆଜି ପ୍ରଥମ ମଣିଷ ଦେଖିଲି ଯିଏ କି କୋଡିଏ ବର୍ଷର ଉଲଗ୍ନ ଯୁବତୀ ସଂସ୍ପର୍ଶରେ ଥାଇ ବି, ଆଚରଣ, ଉଚ୍ଚାରଣରେ ସଂଯମତା। ତମେ ଜଣେ ବିଜ୍ଞ ଓ ସାଧୁ ପୁରୁଷ।


ମୁଁ ହସିଦେଇ କହିଲି, ନା ନା ସେମିତି କିଛି ନୁହଁ। ମୁଁ ବିଶ୍ଵାମିତ୍ର ନୁହଁ। ତମ ଉଲଗ୍ନ ଶରୀରର ସ୍ପର୍ଶରେ ମୋ ଦେହରେ ବି ଉତ୍ତେଜନା ଓ ଉନ୍ମାଦନା ଅଛି। ତମେ ନିଶ୍ଚୟ ଅନୁଭବ କରିପାରୁଥିବ । ମୋ ମନରେ ବି କାମୁକତା। ତମକୁ ଝୁଣି ଖାଇଯିବାର ପ୍ରାବଲ୍ୟ ବି ରହିଛି। ମୋର ସମ୍ବେଦନଶୀଳ ଅଙ୍ଗ ତମସହ ଶାରିରୀକ ମିଳନ ପାଇଁ କ୍ଷଣିକ ରାକ୍ଷସ ବନିଯିବାକୁ ପ୍ରସ୍ତୁତ।


କିନ୍ତୁ........


ମୋ ଶିକ୍ଷା, ମୋ ସଂସ୍କାର, ମୋ ବିବେକ !


ମନ ବିବେକର ଲଢ଼ାଇ ଏବେ ବି ଚାଲିଛି। ମନ କହୁଛି ଉପଭୋଗ କର, ବିବେକ କହୁଛି, ନା କ୍ଷଣିକ ଉତ୍ତେଜନାରେ କରିବା ଭୁଲ୍ ପାଇଁ ବହୁତ ପଶ୍ଚାତ୍ତାପ ହେବ। ତେଣୁ ମୁଁ ନିଜକୁ ସଞ୍ଜତ କରିନେଇଛି। ତମେ ନିର୍ଭୟରେ ରୁହ।


ଝିଅଟି ଆରମ୍ଭ କଲା, ମୋ ନାଆଁ ରିୟା। ମୋ ଘର ଗଞ୍ଜାମର ଜଗନ୍ନାଥ ପ୍ରସାଦ। ବାପା କ୍ଷୁଦ୍ରଚାଷୀ । ମୁଁ ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ। ଗରିବ ଘରର ଝିଅ। ସୀମିତ ଆଶା, ସୀମିତ ସ୍ବପ୍ନ ଥିଲା ମୋ ବାପାର । କିନ୍ତୁ ମୁଁ ବହୁତ ଭଲ ପଢ଼ୁଥିଲି।


ଘରେ ଓଳିଏ ଖାଇଲେ ଓଳିଏ ଓପାସ। ମୁଁ ଘର ଚଳାଏ। ପ୍ରଥମେ ଛୋଟ ଛୁଆଙ୍କୁ ଟୁସନ କରୁଥିଲି। ଯାହାଘରେ କରୁଥିଲି ସେ ଜଣେ ବଡ଼ ସରକାରୀ କର୍ମଚାରୀ। ତାଙ୍କର ପ୍ରେମ ବିବାହ। ଦୁହେଁ ଦୁହିଁଙ୍କୁ ଦଣ୍ଡେ ନଦେଖିଲେ ପାଗଳ। ତେଣୁ ମୁଁ ନିର୍ଭୟ ଥିଲି। ଦିନେ ମାଆଙ୍କ ଅନୁପସ୍ଥିତିରେ ସେ ବାବୁ ମୋତେ କହିଲେ, ଏମିତି ଟୁସନ କରି ତୁ ଗୁଜୁରାଣ ମେଣ୍ଟାଇ ପାରିବୁ ନାହିଁ।


ତୁ ଗୋଟେ କାମ କରେ, ପ୍ରଚୁର ଅର୍ଥ ପାଇବୁ। ବଡ଼ ବଡ଼ ବାବୁ ମୁଁ ଯୋଗାଡ଼ କରିଦେବି। ମୋଟାଅଙ୍କର ଅର୍ଥ ବି ପାଇବୁ। ସୁରକ୍ଷିତ ବି। ଭିତର ଘରକୁ ନେଇ ମୋସହ ସହବାସ କଲେ ସେ ଓ ମୋଟାଅଙ୍କର ଅର୍ଥ ଦେଲେ।


କିଛି ବଡ଼ବାବୁଙ୍କୁ ବି ମୋର ପରିଚୟ କରେଇଦେଲେ । ମୋର ଅଭାବ ଦୁର ହେଲା। ବଡବଡିଆଙ୍କ ସହ ସମ୍ପର୍କ ରଖିଲି। ମୁଁ ପଚାରିଲି ବାପା ପଚାରନ୍ତିନି ଏତେ ଅର୍ଥ କେଉଁଠୁ ଆଣୁଛୁ ? ରିୟା କହିଲା ପଚାରନ୍ତି, ମୁଁ କହିଦିଏ ପାଠ ସହ ଚାକିରୀ କରୁଛି ।


ବାବୁ ! ଏବେ ବି ମୁଁ କଲେଜରେ ପ୍ରଥମ ହୁଏ। ବହୁତ କମ ବାବୁଙ୍କ ସହ ସମ୍ପର୍କ ରଖେ ମୁଁ। ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ ପାଇଁ। ଆମେ ଦୁଇଭାଇ, ଚାରି ଭଉଣୀ। ମୁଁ ବଡ। ନିଜେ ଓଳିଏ ଖାଏ, ପଇସା ବଞ୍ଚାଇ ଘରକୁ ଦିଏ । ବାପା ମୋ ଅର୍ଥରେ କିଛି ଜମି ବି କିଣିଲେଣି ।


ବହୁତ ଗରାଖ ସଂସ୍ପର୍ଶରେ ଆସିଛି। କିନ୍ତୁ କେହି ଏମିତି କଥବାର୍ତ୍ତା ହେଇନାହାନ୍ତି ବରଂ ରାତିସାରା ମୋ ଶରୀରକୁ ଝୁଣି ଖାଇଛନ୍ତି। ଦେଖୁଦେଖୁ ସକାଳ ହୋଇଗଲା। ରିୟା ଚାଲିଗଲା।


କିଛିବର୍ଷ ପରେ......


ମୁଁ ରାୟଗଡ଼ାରୁ ଗଜପତି ବଦଳି ହେଇ ଆସିଲି। ଦପ୍ତର ଯାଇ ଜଇନିଂ ରିପୋଟ ଦେବା ସମୟରେ ଚମକିଉଠିଲି। ଆରେ ! ଏ ତ ....!

ଅଧିକାରୀ କହିଉଠିଲେ ,


   " ସ୍ବସ୍ତିପ୍ଲାଜାରେ ରାତିଟିଏ ।"


ହସୁଥିଲୁ ଦୁହେଁ। ରିୟା କହିଲେ, ତ୍ରିପାଠୀ ବାବୁ ! ମୋ ସ୍ବାମୀ ଜିଲ୍ଲାପାଳ । ସୁନ୍ଦର ସଂସାର। ସମୟ ସମୟର କଥା। ମୁଁ ଗୋଟିଏ ଅନାଥାଶ୍ରମ ଖୋଲିଛି, ଅସହାୟ ବାଳିକା ମାନଙ୍କ ପାଇଁ। ଆଜି ବି ମନେ ପଡ଼ିଯାଏ , ସେଇ ରାତି !


ନାରୀ ନୁହେଁ ଲତା ଜାତୀୟ ଗୁଳ୍ମ। ନାରୀ ନୁହେଁ ଅବଳାଦୁର୍ବଳା । ନାରୀ ସଶକ୍ତିକରଣର ଆବଶ୍ୟକତା ନିତାନ୍ତ ଜରୁରୀ, ତାହେଲେ ହିଁ ଆମ ପୁର୍ବଜଙ୍କ ସ୍ବପ୍ନ ସାର୍ଥକ ହେବ।


ହୁଏତ ରିୟା ଜୀବନ ବଞ୍ଚିଗଲା କିନ୍ତୁ ଏମିତି କେତେ ରିୟା ବଳି ପଡନ୍ତି ପୁରୁଷର କାମ ବାସନାର ଅନଳରେ।

ତେଣୁ ହେ ପୁରୁଷ !

ମୁଁ କାହାର ମାଆ ନୁହେଁ

ଜାୟା, ଭଗିନୀ କି କନ୍ୟା ବି ନୁହେଁ।

ମୁଁ କାହାରି କିଛି ବି ନୁହେଁ।

ନରପିଶାଚଙ୍କ କାମନାର ରାଇଜରେ,

ଗୋଟେ ଉପଭୋଗ୍ୟା ବସ୍ତୁଟିଏ ବୋଧେ।

ମୁଁ ହତଭାଗିନୀ କ୍ରୀଡନକ ଟିଏ,

କେମିତି ବୁଝାନ୍ତି,

ହେ ନପୁଂସକ କାପୁରୁଷ ଗଣ,

ତୁମେ ଯେମିତି ଭଗବାନଙ୍କ ସ୍ରୁଷ୍ଟି,

ମୁଁ ବି ତାଙ୍କରି ସର୍ଜନା।

ଯିଏ ତୁମକୁ ଜନ୍ମ ଦେଲା,

ସେ ତ ମମତାମୟୀ ନାରୀଟିଏ।

ତୁମ ଖୁସିରେ ସେ ସବୁଠାରୁ ଖୁସି ହୁଏ।

ଚପଳା ଭଗିନୀଟିଏ ବି ନାରୀଟିଏ,

ସାମାଜିକ ବନ୍ଧନରେ ସେ ତୁମ ସାତଜନ୍ମର,

ସେ ବି ନାରୀ,

ଯାହାର ଗୁଲୁରୁ ଗୁଲୁରୁ ବାପା ଡାକ,

ତୁମ ହ୍ରୁଦୟରେ ଥେଇ ଥେଇକା ନାଚେ।

ତୁମ କୁନିଝିଅ ବି ନାରୀଟିଏ।

କେବେ କେଜାଣି ବୁଝିବ ସେ

ବେଳଥାଉ ସୁଧୁରି ଯାଅ ଏତିକି ବିନତୀ।



Rate this content
Log in

Similar oriya story from Abstract