STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସୃଷ୍ଟି

ସୃଷ୍ଟି

1 min
535

ପିଲାମାନେ ଖେଳୁଥିଲେ ସପ୍ତମ ପିରିୟଡ଼ ରେ ସ୍କୁଲ ପଡିଆ ରେ ତ, ଥରକୁଥର ଛେଳି ଛୁଆ ଟିଏ ଆସିଯାଉଥିଲା, ଯେତେ ଘଉଡ଼େଇଲେ ବି ଯାଉନଥିଲା ଜମା. କୋଉଠି ଥିଲା ତା ମା କେଜାଣି ଦିଶୁନଥିଲା.    ଝିଅଟିଏ ଧରିନେଲା ତାକୁ ଆଉଁସି ଦେଲା ଟିକିଏ ତ ଦୁରକୁ ଯେତେ ଛାଡିଲେ ବି ଖୋଜି ଖୋଜି ସେଇ ଝିଅର ପିଛା କଲା ଛେଲିଛୁଆଟି ଆଉ ଥରକୁ ଥର ଝିଅଟି ତାକୁ ଗେଲ୍ହା କରୁଥାଏ. ଦୂରରୁ ସେ ଦୁଇଜଣଙ୍କ ଅନାବିଳ ସ୍ନେହ ଶ୍ରଦ୍ଧାରେ ବିଗଳିତ ହେଇପଡୁଥିଲି ମୁଁ.        ଠିକ ସେତିକି ବେଳେ ବର୍ଷା ଆସିଗଲା ଘଡଘଡି ବିଜୁଳି ବି ମାରିଲା ହଠାତ ଆଖି ସାମ୍ନା ରେ ମାଙ୍କଡଟିଏ ଇଲେକ୍ଟ୍ରିକ ଖୁଣ୍ଟି ରେ ଲାଗି କରେଣ୍ଟ ଚାଲିଗଲା.                     ଖରାପ ହେଇଗଲା ମନଟା ବର୍ଷା ଛାଡିଲା ପରେ ପଶୁଡାକ୍ତରଖାନା ଯାଇ କାହାକୁ ନ ପାଇ ଫେରିଆସିଲେ ଦୁଇଜଣ, ଆଉ ସେତେବେଳକୁହେଲେ ମାଙ୍କଡ ର ମଲା ଶରୀର ଖାସିସାରିଥିଲା ତଳକୁ. ଲୋକ ଗଦା ହେଇଗଲେ, ପିଲାଙ୍କୁ ଘାଉଡ଼େଇ କ୍ଲାସ ରେ ଭାରି କଲୁ ଆମେ ମାଙ୍କଡମାନେ ଜମା ହୋଇ କିଛି ସମୟ ଚାଲିଗଲେ ଯେଝାବାଟରେ.         ହେଲେ ଛେଳି ଛୁଆଟି ସେଇଠି ଠିଆ ହୋଇଥାଏ କିଛି ସମୟ ପରେ ଶୋଇଗଲା ସେଇ ମାଙ୍କଡଟି ଉପରେ ଆଉ ତା ମାଲିକ ତାକୁ ଖୋଜି ପହଁଚିଲା ତାକୁ ପାଖେ ହେଲେ ଛେଳି ଛୁଆ ଟି ଯିବାକୁ ପ୍ରସ୍ତୁତ ନୁହେଁ, ବାଡ଼େଇଁଛଟି ହେଉଥିଲା, ବିକଳ ରେ ମେ ମେଁ ହେଉଥିଲା         ତ କୌତୁହଳ ବଶତଃ କେହି ଜଣେ କହିଥିଲେ ତାକୁ ମା କୁ ନେଇଆସିଲେ ସେ ଆପେ ଚଳିଯିବ ହଇରାଣ କରିବନି ତ ମାଲିକର ଉତ୍ତର ରେ ଆଚମ୍ବିତ ହେଲୁ ଆମେ, କାରଣ ମାଲିକ ର ଉତ୍ତର ଥିଲା ଗତ ଦୁଇଦିନ ତଳେ ଚଡ଼ଚଡ଼ି ପଡି ତାକୁ ଆଖି ସାମ୍ନା ରେ ତା ମା ମରିଗଲା ଆଜ୍ଞା, ସେଦିନବି ତା ମାଆର ମଲା ଶରୀର ପାଖରୁ ତାକୁ ଆଣିବା ବି ଏହିଭଳି ଭାରି କଷ୍ଟ ହେଇଥିଲା. ତା ଉତ୍ତର ରେ କିଏ କଣ ଭାବୁଥିଲେ କେଜାଣି ମୁଁ କିନ୍ତୁ ଏଇ ନିରୀହ ପଶୁପକ୍ଷୀ ଙ୍କ ବିଷୟରେ ଭାବୁଥିଲି, କି ବିଚିତ୍ର ଏ ସୃଷ୍ଟି ପ୍ରଭୁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract