The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Abstract

3.5  

Sunanda Mohanty

Abstract

ସରକାର

ସରକାର

3 mins
138



ଜେଜେମା ଆଖିକୁ ନିଦ ନାହିଁ, କାଲି ରାମନବମୀ, ତାର ଆରାଧ୍ୟ ଦେବତା ରାମ, ସକାଳୁ ଗାଧୁଆ ପାଧୁଆ ସାରି, ଫୁଲ ତୋଳି, ଧୂପ ,ଦୀପ ନୈବେଦ୍ୟ ସଜାଡି ରାମମନ୍ଦିର ଯିବାକୁ ପ୍ରସ୍ତୁତ, ତ ନାତି ଆଲୋକର ବାରଣ, ଜେଜେମାଙ୍କ ଯୁକ୍ତି ଯେ ଠାକୁର ରାମ ହିଁ ସର୍ବ ଶକ୍ତିମାନ, ସେ ଚାହିଁଲେ କରୋନା ଛାଡି ଚାଲିଯିବ, ତ ନାତି ପୁଣି ସେଇ" ପୂଜାରୀ ଙ୍କ ଗପ "ଟିର ଅବତାରଣା କରି ଜେଜେମାଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିଲା. 

    ସେଦିନ ସେଇ ପୂଜକ ମହାଶୟ ସରପଞ୍ଚ ଙ୍କ ଆହ୍ୱାନ କ୍ରମେ ଉଚ୍ଚ ସ୍ଥାନକୁ ଚାଲି ଯାଇଥିଲେ ବନ୍ୟା ପ୍ରକୋପ ରୁ ନିଜକୁ ବଂଚାଇ ପାରିଥାନ୍ତେ. ଭଗବାନ ରକ୍ଷା କରନ୍ତି ସତ ହେଲେ ବିଭିର୍ଣ୍ଣ ମାଧ୍ୟମରେ. ଦେଖୁନୁ ଜେଜେମା, ପୂଜକ ମହାଶୟ ସରପଞ୍ଚଙ୍କକଥା ନ ମାନି ବନ୍ୟା ଆସିବା କଥା ଶୁଣି ମନ୍ଦିର ଛାଡି ଚାଲିଯାଇନଥିଲେ ବରଂ ଭାବିଲେ ଭଗବାନ ତାଙ୍କୁ ରକ୍ଷା କରିବେ, ଆରେ ଭଗବାନ ନିଜେ ଆସି କୋଉଠି ରକ୍ଷା କରନ୍ତି??, ମାଧ୍ୟମ ସାହାଯ୍ୟରେ, ସରପଞ୍ଚ ଙ୍କ କଥା ମାନି ମନ୍ଦିର ଛାଡି ଉଚ୍ଚସ୍ଥାନକୁ ଚାଲିଯିବାହିଁ ପୂଜକଙ୍କର ଜୀବନ ବଂଚାଇବାର ମାଧ୍ୟମ ଥିଲେ ସରପଞ୍ଚ, ତା ପରେ ପୁଣି ଭଗବାନ ହେଲିକେପ୍ଟର ପଠାଇବା ମାଧ୍ୟମରେ ଉଦ୍ଧାର କରିବାକୁ ଚାହିଁଲେ, ସେତକ ବି ବୁଝିଲେ ନାହିଁ ପୂଜକ ଭାବିଲେ ତାଙ୍କ ଭକ୍ତି ରେ ନିଜେ ଆସି ଭଗବାନ ଉଦ୍ଧାର କରିବେ ତାଙ୍କୁ, ଚିନ୍ହିଲେ ନାହିଁ ଭଗବାନ ଙ୍କ ସ୍ୱରୂପ କୁ, ଡାକରା କୁ, ତ ଶେଷ କୁ ବନ୍ୟାରେ ଜୀବନ ହରାଇଲେ ମହାଶୟ ପୂଜକ. 

      ସେହିଭଳି ଆଜିର ବିପଦରେ ଆମ ମାନଙ୍କର ଭଗବାନ ସରକାର ରୂପରେ ଓ ଲକଡାଉନ ସଚେତନତା ମାଧ୍ୟମ ରୂପରେ ବୋଲି ବୁଝିବାକୁ କେହି ପ୍ରସ୍ତୁତ ନୁଁହନ୍ତି. ଜେଜେମା ଆଲୋକ ର ପାଟିରେ ହାତ ଦେଇ ଏମିତି ସବୁ ନକହିବା ପାଇଁ ଚେଷ୍ଟା କଲାବେଳେ ଆଲୋକ ଦୌଡ଼ି ଯାଇ ନିଜ ହାତ ମୁଁହ କୋଡିଏ ମିନିଟ ଯାଏଁ ପରିଷ୍କାର କରିବା ସହ ଜେଜେମା ଙ୍କୁ ଭିଡ଼ିନେଇ ତାଙ୍କ ହାତ ମୁଁହ ବି ପରିଷ୍କାର କରାଉଥିଲା ସାନିଟାଇଜର ସାହାଯ୍ୟରେ ତ ଜେଜେମା ଖରାପ ଭାବୁଥିଲେ ଏବଂ ରାଗୁଥିଲେ ଏଇଥିପାଇଁ ଯେ ଆଲୋକକୁ ନାସ୍ତିକ ବିବେଚନା କରୁଥିଲେ ଓ ରାମନବମୀ ଭଳି ଦିନରେ ତାଙ୍କୁ ମନ୍ଦିର ଯିବାକୁ ବାରଣ କରିବାରୁ ତା ଉପରେ ବିରକ୍ତି ପ୍ରକାଶ କରୁଥିଲେ ଓ ଭଗବାନ ଶ୍ରୀରାମ ଙ୍କ କୃପାରୁ ତାଙ୍କର ବା ତାଙ୍କ ପରିବାରର ବା ଓଡିଶା ରାଇଜର କି ଭାରତ ଦେଶର କିଛି ହବନି କହୁଥିଲେ. 

       ଆଲୋକ ବୁଝାଇବାକୁ ଚେଷ୍ଟା କରୁଥିଲା ଯେ ଭାରତ ରେ ଆମେ ଜନ୍ମ ଗ୍ରହଣ କରିଛେ ବୋଲି ଖାଲି ଭାରତରେ କିଛି ହେବନି କୁହନା ଜେଜେମା, ଏହି ଦେଶ ଭାରତବର୍ଷରେ ଯେମିତି ଲୋକମାନଙ୍କର ଆବେଗ ଇଚ୍ଛା ଅଛି ସବୁଆଡେ ବିଶ୍ୱସାରା ଲୋକଙ୍କର ମଧ୍ୟ ବଂଚିବାର ମୋହ ଅଛି. ଜୀବନ ପ୍ରତି ଲୋଭ ମାୟା ଅଛି ଆଉ ଲୋଭ ଅଛି ସୁସ୍ଥରେ ନିରାମୟ ଜୀବନ ଓ ବଂଚିବାର ମୋହ. କରୋନା ରେ ଜଣେ ଆକ୍ରାନ୍ତ ହେଲେ କେବଳ ସେ ଜୀବନ ହାରିବ ବା ଅସୁସ୍ଥ ହୋଇପଡିବ ତା ନୁହେଁ ବରଂ ସାରା ପରିବାର ତ ସଂକ୍ରମିତ ହେବ ତା ସହ ସାରା ଗ୍ରାମ, ସହର, ନଗର, ରାଜ୍ୟ, ଦେଶ ଓ ବିଶ୍ୱ. 

      ଜଣେ ସଂକ୍ରମିତ ହେବାର ଲକ୍ଷଣ ମଧ୍ୟ ସଙ୍ଗେ ସଙ୍ଗେ ପ୍ରକାଶ ହୋଇନପାରେ, ହୁଏତ ଚଉଦ ଦିନ, ହୁଏତ କୋଡିଏ ଦିନ, ହୁଏତ ଆହୁରି ଅଧିକା, ପୁଣି ତା ପାଇଁ ଔଷଧ ନାହିଁ, ଯିଏ ସେବା ଯୋଗାଇଦେବ, ସେମାନେ ବି ସଂକ୍ରମିତ ହୋଇପାରନ୍ତି, ସେଇଥିପାଇଁ ତ ସେବାକାରୀ ଦଳ, ସିଏ ଡାକ୍ତରୀଦଳ ବା ପୋଲିସଦଳ ବା ସ୍ବେଛାସେବୀ ଭାଇ ଭଉଣୀଙ୍କୁ ବର୍ତ୍ତମାନ ଜିନ୍ଦାବାଦ. 

      ଆମ ସରକାର ଆମ ପାଇଁ ଏତେ କଥା କରୁଛି ଆମେ ତାକୁ ଅବମାନନା କରିବାର ଆବଶ୍ୟକତା କଣ? ତାପରେ ଆମେ ଆମ ଦେଶର ସରକାର ଗଢ଼ିଛେ ଆମ ଭଲମନ୍ଦ ବୁଝିବା ପାଇଁ ଆଉ ଆମେ ବି ବିରୋଧୀ ଦଳ ହୋଇ ଅଛେ, ସରକାର କୁ ସହଯୋଗର ହାତ ଓ ସଚେତନ ନାଗରିକ ହିସାବରେ କାନ୍ଧରେ କାନ୍ଧ ମିଳାଇ ଠିଆ ହେବା ଓ ଉପସ୍ଥିତି ବୁଦ୍ଧି କୌଶଳ ରେ ସହଭାଗିତା ହେବାପାଇଁ ବି ଆମେ ଆମର ବୋଲି ଭାବିବା ଉଚିତ ନା ନାହିଁ ତୁ କହ ଜେଜେମା?. 

      ଏମିତି ତ ମନ୍ଦିର ମସଜିଦ, ଗୀର୍ଜା ବା କୌଣସି ଧର୍ମ ଅନୁଷ୍ଠାନ ରେ ଲକଡାଉନ ହେବା ପୁର୍ବରୁ ଏହି ସଂକ୍ରମଣ ଯେ ହୋଇନାହିଁ, ତାହା କହିହେବ ନାହିଁ, ଆମ ଦେଶର ସମ୍ବେଦନଶୀଳ ନୀତି ଓ ବୈଦେଶିକ ସମ୍ବନ୍ଧ ପାଇଁ ତଥା ପର୍ଯ୍ୟଟକ ଙ୍କ ଆମୋଦ ଓ ଭକ୍ତି ପାଇଁ ତଥା ନିଜ ନିଜ ଧର୍ମ ପାଳନର ସ୍ବାଧୀନତା ପାଇଁ ଆମେ ବହୁ ଆଗରୁ ଏକାଠି ହୋଇସାରିଛୁ, ତେଣୁ କ୍ଵରେଣ୍ଟାଇନରେ ଅର୍ଥାତ ସଂଗରୋଧରେ ନିଜ ଘରେ ବି ରହିବାର ଆବଶ୍ୟକତା ଥିଲାବେଳେ ମନ୍ଦିର ନଯାଇ ଆମରି ଘରେ ଥିବା ଆମରି ହୃଦୟରେ ଥିବା ଠାକୁରଙ୍କୁ ଆମେ ପୂଜା କଲେ କ୍ଷତି କଣ ଜେଜେମା?. 

      ସ୍ତବ୍ଧ ହୋଇଯାଇଥିଲେ ଜେଜେମା. ହେଲେ ସବୁତ କହିଲୁ ଆଲୋକ, ହେଲେ ଦିଲ୍ଲୀର ନିଜାମୁଉଦ୍ଦିନଠାରେ ମୁସଲମାନ ଭାଇମାନେ ଏତେ ସଂଖ୍ୟକ ଏକତ୍ରିତ ହେଲାବେଳେ ସରକାର କାହିଁ କଟକଣା କଲେନି? ମୁଁ ତ ବୁଝିପାରୁନି !.ଆଲୋକ ହସି ଦେଲା, ସରକାର କିଏ ଜେଜେମା?, ବୋଲି ଓଲଟି ପ୍ରଶ୍ନ କଲା ଓ ସେମାନେ କଣ ସରକାର ନୁଁହନ୍ତି? ତାଙ୍କ ବିବେକ, ବୁଦ୍ଧି, ଜ୍ଞାନ ଓ ବିଶ୍ୱାସ କଣ ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ଟିକେ ସୁସ୍ଥ ନିଶ୍ୱାସ ଆଣୁ, ଏଥିପାଇଁ ପ୍ରତ୍ୟକ ସରକାରଙ୍କୁ,କୋଉ ସରକାର ତାଗିଦ କରିଥାନ୍ତା ତୁ କହ ଜେଜେମା !ଜେଜେମା ସ୍ତବ୍ଧରୁ ସ୍ଥାଣୁ ପାଲଟି ଯାଉ ଯାଉ ଆଲୋକକୁ ଢେର ସାରା ଆର୍ଶୀବାଦ କରିଚାଲିଥିଲେ ଆଉ ଆଲୋକ ତଥାପି ହସି ହସି କହୁଥିଲା ଆବ୍ରାହମ ଲିଙ୍କନ କଣ କହିଥିଲେ ଜାଣୁ ଜେଜେମା "Democracy is for the people by the people and of the people ""ଜେଜେମା ବି ହସି ହସି କହୁଥିଲେ ଯାରେ ଟୋକା, ମୁଁ ଇଂଲିଶ ଛାଡି ବାକି ସବୁ ବୁଝିଗଲି, କହି କହି ଠାକୁର ଘର ଆଡେ ଯାଉଥିଲେ ଜେଜେମା.


Rate this content
Log in

More oriya story from Sunanda Mohanty

Similar oriya story from Abstract