Neelamadhab Rath

Romance Tragedy Inspirational

4  

Neelamadhab Rath

Romance Tragedy Inspirational

ସଫଳ

ସଫଳ

2 mins
23.5K


  ପ୍ରତ୍ୟେକ ପୁରୁଷଙ୍କ ସଫଳତା ପଛରେ ଏକ ନାରୀର ହାତ ନିଶ୍ଚିତ ଥାଏ। ନାରୀଙ୍କ ପ୍ରେରଣା ପୁରୁଷଙ୍କ ଜୀବନରେ ଆଣିଦିଏ ଅହେତୁକ ପରିବର୍ତ୍ତନ । 


    ସୁରଜ ସାମନ୍ତରାୟ . ବାପ ମାଁ ଛେଉଣ୍ଡ । ମେଧାବି ଛାତ୍ରଟିଏ । କଷ୍ଟେମଷ୍ଚେ ବି. ଏ ପାଶ୍ କରି, ଚାକିରି ଖୋଜି ଖୋଜି ନିରାଶ । କଣ କରିବ ଯାହା ହେଲେ ପେଟ ପୋଶିବାକୁ ପଡ଼ିବ । କିଛି ପିଲାଙ୍କୁ ଟିଉସନ କରେ । ସାହି ଛକରେ ଗୋଟେ ଛୋଟ ପାନ ଦୋକାନ କରି ଗୁରୁଜାଣ ମେଣ୍ଚାଏ । ପାଠ ପଢିବାର ନିଶା କିନ୍ତୁ ଯୋର ମନିଷା ପିଲାଦିନର ସାଙ୍ଗ, ତାର ସହପାଠିନୀ । ମଧ୍ୟବିତ୍ତ ପରିବାରର ସରଳ ସୁଶୀଳ ଝିଅଟିଏ । ସୁରଜକୁ ଖୁବ୍ ଭଲପାଏ । ସୁରଜ କିମିତି ଭଲ ଚାକିରିଟେ ପାଇବ ସେ ଦିଗରେ ପ୍ରେରଣା ଯୋଗାଉଥାଏ। ନିଜର ସାମର୍ଥ୍ୟ ଅନୁସାରେ ସାହାର୍ଯ୍ୟ ଓ ସହଯୋଗ କରୁଥାଏ । ଯାହା କିଛି ବହି ପତ୍ର ଆବଶ୍ୟକ ତାହା ଯୋଗାଇ ଦେଉଥାଏ । ତାର ଖାଲି ଗୋଟେ ସ୍ୱପ୍ନ ସୁରଜ କେମିତି ଚାକିରୀଟିଏ କରିବ ।       ମନିଷା କିଛିଦିନ ପରେ ଏକ ସରକାରୀ ଚାକିରି ପାଇଯାଏ । ସୁରଜ କୁ OAS ପରିକ୍ଷା ପାଇଁ ତାଲିମ୍ ନେବାକୁ କହେ । କତେଦିନ ବା ଆଉ ପାନ ଦୋକାନ କରି ପେଟ ପୋଶିବ । କିଛିଦିନ ବନ୍ଦ କରିଦେଲେ କଣ ହେବନି । ବହୁତ କୁହାପୁଛା ପରେ ସୁରଜ ରାଜି ହୋଇଯାଏ ଭୁବନେଶ୍ୱର ଯିବା ପାଇଁ । ଭଲ କୋଚିଂ ଇନଟିଷ୍ଟ୍ୟଟ ଦେଖି ଜଇନ୍ ହେବ ଓ OAS ପରିକ୍ଷା ପାଇଁ କୋଚିଂ ନେବ ।

      ଇତି ମଧ୍ୟରେ OAS ପରିକ୍ଷା ପାଇଁ ଫର୍ମ ପୁରଣ କରିଥାଏ ଓ କୋଚିଂ ନେଉଥାଏ । ସେଇ ଏକା ଯିଦ୍ ଖୁବ୍ ପାଠ ପଢିବ । OAS ଅଫିସରଟିଏ ହେବ । ମନିଷା ର ପ୍ରେରଣା ଓ ଭଲପାଇବାକୁ ବେକାରେ ଜିବାକୁ ଦେବନି। ତାର ଆଶା ଓ ଆଙ୍କାକ୍ଷାର ଯୋଶ ସୁରଜ ଦେହରେ ଆଣିଦେଉଥାଏ ଅସୁମାରି ଶକ୍ତି ।

      କିଛି ଦିନ ପରେ OAS ପରୀକ୍ଷା ଦେଇ ଗାଁ କୁ ଫେରି ଆସେ ସୁରଜ । ମନିଷା ଆଶାବାଦୀ ସୁରଜ ନିଶ୍ଚେ ପାଶ୍ କରିବ । ସେଇ ଶୁଭମୂହୁର୍ତ୍ତଟି ଆସିଯାଏ ସୁରଜ ଜୀବନରେ । ସୁରଜ ପାଶ୍ କରିଛି OAS Exam. । କିଛି ଦିନ ପରେ ପୋଷ୍ଟିଂ ଅର୍ଡର ଆସିଯିବ । ଖୁସିରେ ନାଚିଉଠେ ମନିଷା । ଯାହା ହେଉ ଭଗବାନ ତା ଡାକ ଶୁଣିଛନ୍ତି । ଘରେ କଥାଟା ପକେଇ ଏବର୍ଷ ବାହା ଘରଟା ଫାଇନେଲ କରିବ ।


Rate this content
Log in

Similar oriya story from Romance