ଶିଶିର ସାହୁ ମନୋଜ

Classics

3.3  

ଶିଶିର ସାହୁ ମନୋଜ

Classics

ସୋନପୁର ଓ ସୁବର୍ଣ୍ଣମେରୁ ମହାଦେବ

ସୋନପୁର ଓ ସୁବର୍ଣ୍ଣମେରୁ ମହାଦେବ

1 min
214


ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ । ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନୀ ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର ଯାଇଛନ୍ତି କି ନାହିଁ ଭାରୀ ବର୍ଷା ଲାଗିରହିଲା । ସେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଏକ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ । ବରଗଛ ମୂଳରେ ଶିବଲିଙ୍ଗ ଭଳି ପଥରଟିଏ ପଡି଼ରହିଥିବାର ସେ ଦେଖିବାକୁ ପାଇଲେ ।

ଘରୁ ବଳଦ ପିଠିରେ ଲଦା ହୋଇ ଅଣାଯାଇଥିବା ଦ୍ରବ୍ୟ ମୁଣି ମଧ୍ୟରୁ କେତୋଟି ଫାଟି ଯାଇଥିବାରୁ ତାକୁ ସିଲେଇ କରିବାକୁ ଡାମ୍ଫଣ ସୁତା କାଢି ଢାମ୍ଫଣକୁ ଗୋଜିଆ କରିବାପାଇଁ ଉକ୍ତ ପଥରରେ ଘସିବାରୁ ତାହା ସୁନା ପାଲଟି ଗଲା ।

ଏହା ଦେଖି ସାଧବ ମହାଜନ ତାଙ୍କ ପାଖରେ ଥିବା ସମସ୍ତ ଲୌହ ଜିନିଷ କୁ ସେ ପଥରରେ ଛୁଆଁଇଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ସମସ୍ତ ଲୌହ ପଦାର୍ଥ ସ୍ଵର୍ଣ୍ଣ ଧାତୁରେ ରୂପାନ୍ତରିତ ହୋଇଗଲା । ମହାଜନ ଆଉ ବେପାର କ’ଣ କରିଯିବେ ଖୁସିରେ ଘରକୁ ଫେରିଲେ ।

ରାତିରେ ତାଙ୍କୁ ସ୍ଵପ୍ନ ହେଲା -“ସେ ପଥରଖଣ୍ଡିକ ନିଜେ ସୁବର୍ଣ୍ଣ ମେରୁ" ବୌଦ୍ଧ ରାଜ୍ୟ ହୋଇଥିବାରୁ ଆଉ ଲୋକ ତାଙ୍କୁ ପୂଜା କରୁନାହାନ୍ତି , ସେ ଅପୂଜ୍ୟ ହୋଇ ବହୁବର୍ଷ ହେଲା ଏଠାରେ ପଡିରହିଛନ୍ତି । ତୁମ୍ଭେ ସୁବର୍ଣ୍ଣ ମେରୁ ମହାଦେବଙ୍କ ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ ।”

ରାତି ପାହିଲାରୁ ମହାଜନ ରାଜାଙ୍କ ନିକଟକୁ ଯାଇ ପୂର୍ବ ଘଟଣା ମାନ ସବୁ କହିଲା । ରାଜା ସବୁ ଜାଣି ଆଗ୍ରହ ସହକାରେ ଯାଇ ସେହି ବରଗଛ ମୂଳରୁ ସୁବର୍ଣ୍ଣ ମେରୁ ମହାଦେବଙ୍କୁ ଆଣି ତେଲ ନଦୀର ଉତ୍ତର ଖଣ୍ଡିରେ ସ୍ଥାପନା କରି ତାଙ୍କ ପୂଜା ସେବାର ସବୁ ବ୍ୟବସ୍ଥା କରିଦେଲେ ।

ପ୍ରବାଦ ଅଛି, ସେଦିନ ସେଠାରେ ସ୍ଵର୍ଣ୍ଣବୃଷ୍ଟି ହେଲା ଫଳରେ ସେ ରାଜ୍ୟର ନାମ ସୁବର୍ଣ୍ଣ ମେରୁ ମହାଦେବଙ୍କ ନାମ ଓ ତାଙ୍କ ସୁବର୍ଣ୍ଣ ବୃଷ୍ଟି ମହିମା ଯୋଗୁଁ ସୁବର୍ଣ୍ଣପୁର ହେଲା । ଏହାର ବହୁବର୍ଷ ପରେ ପାଟଣା ରାଜା ସେଠାରେ ଏକ ମନ୍ଦିର ତୋଳାଇଥିଲେ ଯାହା ଅଦ୍ୟପି ମଧ୍ଯ ବିଦ୍ୟମାନ ।


Rate this content
Log in

Similar oriya story from Classics