Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sunanda Mohanty

Abstract

2  

Sunanda Mohanty

Abstract

ସଂଯୋଗ

ସଂଯୋଗ

2 mins
298


ଆଜିକାଲି ଗଳ୍ପ ଲେଖି ଗାଳ୍ପିକ ବା ଗାଳ୍ପିକା ହେବାକୁ କେହି ଆଉ ପସନ୍ଦ ନକରିବାର କାରଣ ବୋଧେ ଗଳ୍ପ ଲେଖିବାର ଚମତ୍କାରିତା ପାଇଁ ଆରମ୍ଭ, ମଝି ଓ ଶେଷ ର ସଂଯୋଗ ରଖି ଭାବାନ୍ତର ଓ ପରପିଢ଼ୀ ପାଇଁ କିଛି ବାର୍ତ୍ତା ଦେବା ଭାରି ଅସହଜ ହେବା ସ୍ଥଳେ କବିତା ଧାଡିରେ ଭାବ ବଡ ସହଜ ମନେହୁଏ ତ ମୁଁ ବି ବାଦ ଯାଇନି ସେଥିରୁ, ଆଉ ଫଳ ସ୍ୱରୂପ ନିମନ୍ତ୍ରଣ ପତ୍ର ଟିଏ ପାଇଲି ପଦ୍ମଲୋଚନ ପାଠାଗାର, ବାଲେଶ୍ୱର ରୁ ନିମନ୍ତ୍ରଣ ଟିଏ. ଆସନ୍ତା ରବିବାର.

ମନ ଥିଲେ ଉପାୟ ଆସେ, ତ ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାରେ ନ୍ୟାୟରେ ମିଳିଗଲେ ଅନ୍ୟ କବି କବୟିତ୍ରୀ ବନ୍ଧୁମାନେ ତ ଚାଲିଲୁ କବିତା ଗାଇବା ସହ ସାହିତ୍ୟ ର ଆସ୍ଵାଦନ ସଙ୍ଗେ କ୍ଷୀରଚୋରା ଗୋପୀନାଥ ଦର୍ଶନ ର ଅଭିଳାଷ ନେଇ

ଠିକ ସମୟରେ ସେଠି ପହଂଚିଗଲା ପରେ ଭୁଲିଗଲୁ ଠାକୁର ଦର୍ଶନ, କାରଣ ଗୁଣ ଚିନ୍ହିଲା ପରି ଗୁଣି ସାହିତ୍ୟିକ ଭାଇ ଭଉଣୀ ମାନଙ୍କ ତତସଙ୍ଗ ଓ ଗୁଣମୁଗ୍ଧ ସମ୍ପାଦକ ଙ୍କ ଠାରୁ ସାନମାନିତା ସମ୍ବର୍ଦ୍ଧନା ପାଇ ସମୟ ବିନିଯୋଗ ହୋଇପାରିଲାନି ପ୍ରଭୁ କ୍ଷୀରଚୋରା ଗୋପୀନାଥ ଙ୍କୁ ଦେଖିବା ତ ଉପଢୌକନ ସବୁ ସହ ମନଦୁଃଖ ରେ ଫେରିବାକୁ ପଡିଲା ଦୁଇଶହ ପଚିଶ କି ତିରିଶ କିଲୋମିଟର ପ୍ରାୟ. ଆଉ ଫୋଟୋ ଗୁଡ଼ିକ ଛାଡିଦେଲେ ପିଲାଏ ଗ୍ରୁପରେ ଖୁସିରେ

ସେ ଭିତରେ ଭାଇଭଉଣୀ ସବୁ ଥିବା ଗ୍ରୁପ ରେ ଫୋଟୋ ଦେଖି ସାନଭାଇ ଯେବେ କହୁଥିଲା କିଛିବର୍ଷ ତଳେ ଏହି ପଦ୍ମଲୋଚନ ପାଠାଗାର ରୁ ମୋ ବାପା ପୁରସ୍କୃତ ଓ ସାନମାନିତ ହୋଇଥିଲେ ତାଙ୍କ ଭଜନ ଭକ୍ତିପୁଷ୍ପ ଭଜନମାଳା ପାଇଁ ତ ଆଖିରେ ପୁରୁଣା ସ୍ମୃତି ସବୁ ଉଦ୍ଭାସିତ ହେବା ସହ ମନେ ପଡୁଥିଲେ ବାପା. କଥା ସେତିକି ନଥିଲା ଯେଉଁଦିନ ମୁଁ ସେଠିକୁ ଯାଇଥିଲି ସେହିଦିନ ହିଁ ବାପାଙ୍କର ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଥିଲା ଆଉ ମୁଁ ଯାଇପାରିନଥିବାରୁ ବଡଭାଇ ମନଦୁଃଖ କରିବା ସହ ଯେବେ ମତେ ତୁହିଁ ବାପାଙ୍କର ଉପଯୁକ୍ତ ଦାୟାଦ କହୁଥିଲା ମୁଁ ଭାବୁଥିଲି କ୍ଷୀରଚୋରା ଗୋପୀନାଥ ଙ୍କୁ ଦର୍ଶନ କରିନପାରିବାର କାରଣ ନିଶ୍ଚୟ ବାପାଙ୍କ ମୃତୁ ବାର୍ଷିକୀ ହେଲେ ବି କୋଉ ଅଜଣା ଆବେଗ ରେ ମନ ଅସ୍ଥିର ହେଉଥିଲା ଆଉ ସାନମାନିତା ଫଳକ ଉପରେ ଝରିପଡ଼ୁଥିଲା କେଇବୁନ୍ଦା ଲୁହ, ତାହା ସୁଖର ନା ଦୁଃଖ ର ନା କୋଉ ଅଜଣା ଅନ୍ତର୍ଦ୍ୱନ୍ଦ ର କେଜାଣି !



Rate this content
Log in

More oriya story from Sunanda Mohanty

Similar oriya story from Abstract