STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସ୍ନୋପି

ସ୍ନୋପି

2 mins
550

ସକାଳୁ ସକାଳୁ ଡାକୁଥାଏ, ଦୁଆର ଖୋଲାଥିଲେ ଖଟ ପାଖେ ହାଜର, ଉଠିବାକୁ ବାଧ୍ୟ ନ ହେଲେ ରଖେଇ ଦେବନି, ଚା କଲେ ଅମୁଲ କ୍ଷୀର ବିସ୍କୁଟ ଖାଇବ ତା ପରେ ଦରକାର ମାଛ ଭାତ, ପେଟେ ଖାଇ ଗଡୁଥିବ, ପେଟ ନ ପୁରିଥିଲେ ରଖେଇ ବସେଇ ଥୋଇ ଦିଏନି, ସିଏ ସ୍ନୋପି. ନାମଟା ଝିଅ ରଖିଥିଲା ଝିଅ ବାହାଘର ପରେ ଝିଅ ଯେବେ ଆସେ ତା ପାଖରେ ପଶେନି, ସେ ମନଦୁଃଖ କରେ, କିଛି ସମୟ କଟିଗଲା ପରେ ପୁଣି ଝିଅ ତା ପୁରା ନିଜର ହୋଇଯାଏ, ଏବେ ଝିଅ କେତେଦୂରରେ, ସ୍ନୋପିଂ ହି ଝିଅ ସାଜିଛି.     ଏବେ ସ୍ନୋପି ର ବଦମାସୀ ବଢିଛି ଖାଇବା ପିଇବା କୁ ନେଇ, ଖାଲି ମାଛ ଓ ଖାଲି କ୍ଷୀର ପିଇବ, ଭାତ ଖାଇବନି, କେବେ କେବେ ବିସ୍କୁଟ ଖାଏ, ତ ବିରକ୍ତରେ ତାର ବଳକା ଖାଦ୍ୟନେଇ ତଳକୁ ଯାଇ ଅନ୍ୟ ପଶୁପକ୍ଷୀଙ୍କ ପାଇଁ ଥୁଅନ୍ତି ସୁମିତ୍ରା ତ ଗୋଡେଇଥାଏ ପଛେ ପଛେ. ଜଗି ବସେ କାହାକୁ ଖୁଆଇ ଦିଏନି. ଯେତେଥର ତଳକୁ ଯାଆନ୍ତି ବା ଛାତ କୁ ଯାଆନ୍ତି ସୁମିତ୍ରା ସିଏ ବି ପଛେ ପଛେ.          ସବୁଦିନ ଭଳି ସ୍ନୋପି ଡାକ ଛାଡ଼ିବାରୁ ଉଠିଲେ ସୁମିତ୍ରା,ଟାଇମ ଦେଖି ଚମକି ପଡିଲେ, ସକାଳୁଆ ସ୍କୁଲ, ଧଡପଡ ହୋଇ ବାହାରିଲେ ବିନା ଚା ପି ତ କୋଉଠିଥିଲା ସ୍ନୋପି ପଛେ ପଛେ ତାଙ୍କର, ତଳକୁ ଆସି ଚାବି ଖୋଲି ସେ ରାସ୍ତାରେ ଆଗେଇଲେଣି ଆଉ ପଛେ ପଛେ ସ୍ନୋପି, କଣ କରିବେ ସୁମିତ୍ରା ଭାବିପାରିଲେଣି, ଯେତେ ଘାଉଡ଼େଇଲେ ବି ଘରକୁ ଫେରୁନି ସ୍ନୋପି, କୁକୁର ହାବୁଡ଼ ରେ ପଡିପାରେ, ବା ଘର ଭୁଲିଯାଇପାରେ ଭାବି ଚିନ୍ତିତ ହେଇପଡୁଥିଲା ବେଳେ ରାସ୍ତା ରେ ଯିବା ଆସିବା ଚିନ୍ହା ପରିଚିତ ବେକ୍ତି ପଚାରିଲେଣି ପୋଷା ବିଲେଇଟା ବୋଧେ, ହେ ହେ ଯା କହି ତାଡ଼ିଲେ ବି ଯାଉନି. ଜୋର ଜୋର ଚାଲିଲେ ସୁମିତ୍ରା, ପଛରେ ରହିଗଲା ସସ୍ନୋପି.               ମନଦୁଃଖ ରେ ଘରେ ପହଁଚିଲେ, କୁଆଡେ ଗଲା ବିଲେଇଟା କୁକୁର ହାବୁଡ଼ରେ ପଡିଲା କି, ବାଟବଣା ହେଲାକି ଭାବୁ ଭାବୁ ଦଉଡିଆସି ଘଷି ହେଲା ସ୍ନୋପି, ଖୁସିରେ ଅମୁଲ ଗୋଳି ବାକୁ ଚାଲିଲେ ସୁମିତ୍ରା ପଛେ ପଛେ ବିଲେଇଟା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract