STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ସଣ୍ଠଣା

ସଣ୍ଠଣା

3 mins
141


  ଓଢଣା ତଳେ ନବବଧୂଟିର ମୁହଁ ଟି ଭାରି ସୁନ୍ଦର ଦେଖାଯାଏ। ଇନ୍ଦ୍ରଧନୁର ରଙ୍ଗ ପରି ବିଭିନ୍ନ ପ୍ରକାର ରଙ୍ଗ ର ଶାଢ଼ୀର ପ୍ରତିଫଳନରେ, କାଲିର ଝିଅଟି ଆଜି ବଧୂ ରୁପରେ ବହୁ ସୁନ୍ଦର ଦିଶେ ସତରେ। ଓଢଣା ଟାଣି ଘୋଡ଼ିଘାଡ଼ି ହୋଇ ଥିବା ନାରୀ ପ୍ରତି ଯେଉଁ ସମ୍ଭ୍ରମ ଆସେ, ଉଗ୍ର ଆଧୁନିକ ନାମରେ ଓଢଣା ନଥିବା ବା ଚୁଟି ମୁକୁଳା କରିଥିବା ଓ ଶରୀରର ଅର୍ଦ୍ଧାଧିକ ଅଂଶ ଦେଖାଯାଉଥିବା ଝିଅ ବା ନାରୀର ମୁହଁ ଦେଖିବାରେ ପ୍ରଥମରେ ଆକର୍ଷଣ ନଥାଏ, ଦ୍ଵିତୀୟରେ ସମ୍ଭ୍ରମ ଲଜ୍ୟା ଇତ୍ୟାଦି ଗୁଣ ଗୁଡ଼ିକ ନାରୀର ଆଭୁଷଣ ହୋଇ ମଧ୍ୟ, ସେଗୁଡ଼ିକର ବିଘଟନ ଘଟିବା ଦ୍ଵାରା ନାରୀ ପାଶ୍ଚାତ୍ୟ ଦେଶର ସଭ୍ୟତା ଆଡ଼କୁ ନିଜେ ନିଜକୁ ଠେଲି ଦେବା ସଙ୍ଗେ ସଙ୍ଗେ, ପୁରୁଷ ଦ୍ଵାରା କେବେ ଧର୍ଷିତା କେବେ ପୀଡ଼ିତାର ଆଖ୍ୟା ପାଇ,ସାମାଜିକତା ହରାଇବସେ। ତୃତୀୟତଃ, ସ୍ନେହ ଶ୍ରଦ୍ଧା, ମାତୃ, ଭଗ୍ନୀ, ଭାଉଜ ର ମମତା ଜାଗି ନମସ୍ୟ କରିବା ବଦଳରେ ଅପରାଧ ପ୍ରବଣତା ବଢେ।

  ସୁକାନ୍ତି ନାମ ହେଲେ ମଧ୍ୟ, କାମରେ ଉଗ୍ର ଆଧୁନିକ ନହେଲେ ମଧ୍ୟ, ତାଙ୍କର ଗୋଟେ ନିଆରା ଯୁକ୍ତି ଥିଲା, ଯେ ଓଢଣା ଟାଣି ଘୋଡ଼ିଘାଡି ହୋଇଥିଲେ ମଧ୍ୟ କାହାର କୋଉ ପଟୁ ପେଟ ପିଠି ଛାତି, ଯଦି ଦେଖାଯାଇ କୁତ୍ସିତ କଦାକାର ମନେହୁଏ, ସେ ଓଢଣା ବା ଘୋଡ଼ିଘାଡ଼ି ରହିବାର ଆବଶ୍ୟକତା ର ମୂଲ୍ୟ ନଥାଏ। ଏମିତି ସବୁ ଯୁକ୍ତି ଉପସ୍ଥାପନା ଭିତରେ ଓଢଣା ନଥାଇ, ଅତି ମଫସଲି ଭଳି ଘୋଡିଘାଡି ହେବା ଅପେକ୍ଷା, ସମ୍ଭ୍ରମତା ତଥା ଭଦ୍ରତାର ବ୍ୟକ୍ତିତ୍ଵ ଥାଏ ତୁମ ଆଚରଣ, କଥାବାର୍ତ୍ତା, ଚାଲିଚଳନ, ଢଙ୍ଗଢାଙ୍ଗରେ। ତ ସୁକାନ୍ତି କୁ ଆକଟନ୍ତି ମାଆ, ତୁ ଆଗ ଓଢଣା ଦେଲୁ ଝିଅ, ନହେଲେ ତୋ ସହ ମାର୍କେଟ ମନ୍ଦିର ମୁଁ ଯିବିନି। ସୁକାନ୍ତି ତଥାପି ବୁଝାନ୍ତି, ଆଲୋ ବୋଉ, ସ୍କୁଲ ଅଫିସ ସବୁ ଯାଉଛୁ, କବି, ଗାଳ୍ପିକା ହୋଇ ସାହିତ୍ୟ ଆସରରେ ବସୁଛୁ, ସେଠି କଣ ଓଢଣା ଦେଇ ବସିଲେ, କ୍ଲାସ କୁ ଗଲେ ଭଲ ଲାଗିବ?? ତୁ ପରା ତୋ ସବୁ ଝିଅଙ୍କୁ ପାଠଶାଠ ପଢ଼ାଇ ବେତନ ଭୋଗୀ କର୍ମଚାରୀ କରିବା ସହ, ପ୍ରତିଭାବାନ କରିଛୁ। ବୋଉ ଚିଡି ଉଠି କହେ ହେ କି ପ୍ରତିଭା ତୁମର, ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ମୁଣ୍ଡରୁ କେବେ ଓଢଣା ଖସିବାର ଦେଖିଛ ସବୁ ?। ବୋଉ ସଙ୍ଗେ ଯୁକ୍ତି ନକରି ତୁନି ପଡେ ମୁଁ। କିନ୍ତୁ ଯେଉଁ ଜାଗାରେ, ପରିସ୍ଥିତି ଅନୁଯାୟୀ କାମ କରିବାକୁ ଭୁଲିନୁ ଆମେ ବୋଉ ଆଦର୍ଶରେ ବୋଲି ବୋଉ କାହୁଁ ଜାଣିବ।

   ସେଦିନ ଧଉଳି ଏକ୍ସପ୍ରେସରେ ବସିଥାଏ। ଡକାୟତ ପଶିଲେ। ଭୟ ଦେଖାଇ, ସ୍ତ୍ରୀ ପୁରୁଷ ଉଭୟଙ୍କଠୁ ସବୁ ଛଡାଇ ନେଲେ। କାହା କାନରୁ ରକ୍ତ କାହା ବେକ କଟି ଯାଇଛି, କାହା ହାତ ଚିରି ହେଇଯାଇଛି, ସମସ୍ତେ ଲୁହ ଗଡାଉଥିଲେ। ସୁକାନ୍ତି କିନ୍ତୁ ଓଢଣା ପାଇଁ ଏତେ ସରି ହୋଇନଥିଲେ ବି ବୁଝୁନଥିଲା ବୋଉ, କହୁଥିଲା, ଇମିଟେଶନ ବୋଲି ନେଇନଥିବ, ହେଲେ ଇମିଟେସନ ବୋଲି କିଏ ଜାଣିଛି, ଆଖି ମୁଜା ଲୁଟ କରି ଖସି ପଳାଇବା ଭିତରେ ଓଢଣା ଦେଇ ସବୁଆଡୁ ନିଜକୁ ସୁରକ୍ଷିତ ରଖିଥିବା ସୁକାନ୍ତିଙ୍କ ପରି କେତେଜଣ ମହିଳା ବର୍ତ୍ତିଯାଇଥିଲେ ପ୍ରକୃତରେ।

ସେଦିନର ଆଉ ଗୋଟିଏ ଘଟଣା ସୁକାନ୍ତି ଙ୍କୁ ହଲଚଲ କରିଦେଇଥିଲା। ବସରେ ଫୁଲବାଣୀ ଯାଉଥାନ୍ତି ସେ, ସେଠୁ ପୁଣି ବୌଦ୍ଧ ଟାଉନହଲ୍ କୁ ଯିବାକୁ ପଡିବ ସମ୍ବର୍ଦ୍ଧନା ଅଛି। ସାଙ୍ଗରେ ଅନ୍ୟ ସାହିତ୍ୟିକ କବି କବୟିତ୍ରୀ, ଗାଳ୍ପିକା, ପ୍ରାବନ୍ଧିକାମାନେ ମଧ୍ୟ ସହଯାତ୍ରୀ ଥାଆନ୍ତି। ସେହି ବସରେ କିଛି ଆଦିବାସୀ ରମଣୀ ହାଟରୁ ଫେରୁଥିବା ଅନୁମାନ କଲେ ସୁକାନ୍ତି କାରଣ ସେମାନଙ୍କ ପାଦ ପାଖରେ ସବୁ ବଳକା ପାନ, ପରିବା, ଶାଗ, ବାଉଁଶ କରଡ଼ି, ଝୁଣା, ମହୁ ଆଦି ପଦାର୍ଥ ଟୋକେଇ ବା ଥଳିରେ ରଖାଯିବାର ଦୃଶ୍ୟ ଆଖିରେ ପଡୁଥାଏ। ରମଣୀ ମାନେ ଦାମିକିଆ ଶାଢ଼ୀ ନହେଲେ ବି ଏଡେ଼ ସୁନ୍ଦର୍ କରି ପିନ୍ଧିଥାନ୍ତି, ପ୍ରକୃତରେ ମନରେ ସମ୍ଭ୍ରମ ସହ ମାତୃ ତୁଲ୍ୟ ଅନୁଭବ ଦେଉଥାନ୍ତି।

  ହଠାତ୍ ଏକ ମଦୁଆ ବସ ରେ ଚଡ଼ିଲା, ଭାର ସାମ୍ୟ ହରାଇ ମହିଳା ମାନଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ଛୁଇଁଲା, ଲଜ୍ୟା ଭୟ ଘୃଣାରେ, ମଦୁଆଟା ଭାବି ସମସ୍ତେ ଚୁପ ଥିଲା ବେଳେ ବର୍ତ୍ତି ଯାଇଥିବା ସେହି ଆଦିବାସୀ ମାତୃତୁଲ୍ୟା ନାରୀମାନେ ତାକୁ ସଞ୍ଜତର ସହ କାବୁ କରିନେଇ ପଛ ସିଟ କୁ ଫୋପାଡି, ଚୁପ ହୋଇ ଶୋଇଯା କହୁଥିଲେ, ସେ ଲୋକ ଥରକୁ ଥର ଉଠି ଆସିବାର ପ୍ରୟାସ କରୁଥିଲା ଓ ଜାଣିଶୁଣି ମହିଳା ମାନଙ୍କ ଉପରେ ଆଉଜିବା ସହ ବିଲକ୍ଷଣ ପ୍ରକାଶ କରିବାକୁ ଦୃଢ ହସ୍ତରେ ଦମନ କରିବାର ସାହାସ ଦେଖି ତାଙ୍କ ଓଢଣା ତଳୁ ମୁହଁ ଗୁଡ଼ିକ ବଧୂଲି ଫୁଲ ପରି ପ୍ରତୀୟମାନ ହେଉଥିଲା। ଅନ୍ୟ ନାରୀ ମାନଙ୍କ ମୁହଁରେ କୃତଜ୍ଞତା ଭରା ହସ। ସେଠୁ ସମ୍ବର୍ଦ୍ଧିତ ହୋଇ ଫେରିବା ପରେ, ଓଢଣା ପକାଇ ବୋଉକୁ ଯେବେ ଶିରଲୋଟା ପ୍ରଣାମ କରୁଥିଲି, ବୋଉ ତା ଓଢ଼ଣା ଟା ଆଉ ଟିକେ ଉପରକୁ କରି ହସୁଥିଲା ବଧୂଲି ଫୁଲର ହସ।


Rate this content
Log in

Similar oriya story from Abstract