Anasuya Rout

Abstract Tragedy

4  

Anasuya Rout

Abstract Tragedy

ସଙ୍ଗିନୀ

ସଙ୍ଗିନୀ

6 mins
316


ଆଉ ଥରେ ମଥାରେ ସିନ୍ଦୁର ,ହାତରେ ସଙ୍ଖା , ମୁଣ୍ଡରେ ପାଟ ଓଢଣୀ ଟାଣି ଅପେକ୍ଷା କରି ବସିଛି ସୀମା। ମନ ଖାଲି ଛଟ ପଟ ହେଉ ଥାଏ ପୁରୁଣା ଡରରେ।ଟିକେ କିଛି ସାମାନ୍ୟ ଶବ୍ଦରେ ଛଟ କରି ଚମକି ପଡୁଥାଏ। ସ୍ବପ୍ନ ସବୁ ମରିଗଲା ପରେ କେବେ କ'ଣ ସତରେ ଖିଲି ଖିଲି ହୋଇ ହସି ଉଠନ୍ତି ମନ ଆକାଶରେ..?ସେକଥା ସେ ଭାବି ପାରୁନଥାଏ ବାସର ରାତିରେ ସ୍ବାମୀଙ୍କୁ ଅପେକ୍ଷା କରି ଖୁସି ହେବା ବଦଳରେ ତା' ମନରେ ଅହେତୁକ ଡରର କଳାବାଦଲ ଘୋଟି ଆସି ଥାଏ।

ଅତୀତର ପୃଷ୍ଠାଗୁଡ଼ିକ ପରଦା ଫାଙ୍କର ସାମାନ୍ୟ ଦଲକାଏ ପବନରେ ଯେମିତି ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଚାଲିଯାଉଥାଏ। ସେହି ମୂହୁର୍ତ୍ତର ଦଲକାଏ ପବନ ଯେମିତି ଚେତେଇ ଦେଇ ଚାଲିଗଲା ଲୁହା ଗୋଜଣାର କଳାଦାଗ ତୋର ଏ ଯାଏ ଲିଭିନି....!ହଁ ମୋ ଡାହାଣ ଗୋଡର ଏ ପୋଡ଼ା ଦାଗ ଏଯାଏ ଲିଭିନି ଚେଇଁ ରହିଛି ମୋତେ ଅତୀତକୁ ମନେ ପକେଇ ଦବାକୁ।

ପୁଅକୁ ଦେଖିଲେ କେହି ଖୁଣି ପାରିବେନି ରାଜା ପୁଅ ପରି ଦେଖିବାକୁ ବି.ଏ ପାସ କରିଛି,ଭୂବନେଶ୍ବରରେ ଗୋଟେ ଘରୋଇ କମ୍ପାନୀରେ କାମ କରୁଛି ପାଞ୍ଚ ବର୍ଷ ହେବ।ଘରେ ଶାଶୁ, ଶଶୁର,ଦିଅର ଛୋଟ ପରିବାର ଭାରି ସାଧାରଣ ଲୋକ। ଗାଁ ରେ କିଛି ଜମିବାଡ଼ି ଅଛି ଶଶୁର ଚାଷ ବାସ କରନ୍ତି।ଏମିତି ସୁଖୀ ପରିବାର ଟିଏ ଦେଖି ବାପା ଭାଇ ଖୁସି ଖୁସି ସଞ୍ଜୟ ଙ୍କ ହାତରେ ମତେ ଛନ୍ଦି ଦେଇଥିଲେ।ଅଷ୍ଟମଙ୍ଗଳା ପରେ ସେ ଭୂବନେଶ୍ବର ଚାଲିଗଲେ। ମୁଁ ଶାଶୁ ଘରେ ମାସଟିଏ ରହି ଆମ ଘରକୁ କୁମାର ପୂର୍ଣ୍ଣିମା ଓଷା ପାଇଁ ଆସିଲି।

ସେହି ପୂର୍ଣ୍ଣିମା ପରେ ମୋ ଜୀବନରେ ଅମାବାସ୍ୟାର କାଳ ରାତ୍ରୀ

ଆରମ୍ଭ ହୋଇଯାଇଛି ଯେ ଏଯାଏ ରାତି ପାହିନି କି ସକାଳର ସୂର୍ଯ୍ୟ କିରଣ ମୋ ଜୀବନରେ ଆସିନି।

କୁମାର ପୂର୍ଣ୍ଣିମା ପରେ ଶାଶୁ ଘରେ ପହଞ୍ଚିବାପରେ ସଞ୍ଜୟଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ,ଦେଖି ମୁଁ ଭାଙ୍ଗି ପଡିଲି। ରାତିରେ ମୋ ପାଖରେ ଶୋଇଥାନ୍ତି ମୋ ନିଦ ଲାଗିଯିବା ପରେ କୂଆଡେ ଉଠି ପଳାନ୍ତି ମୁଁ ବୁଝି ପାରେନି।ମୋ ସହ ନିଜ ତରଫରୁ କିଛି କଥା ବାର୍ତ୍ତା ହୁଅନ୍ତି ନାହିଁ ମୁଁ ଯାହା ପଚାରିଲେ ହଁ ନାହିଁ ରେ ଉତ୍ତର ଦିଅନ୍ତି। ରାତିରେ ଥରେ ଅଧେ ନୁହେଁ ବାରମ୍ବାର ଯିବା ପରେ ମୁଁ ସନ୍ଦେହରେ ଶାଶୁ ଘର ଲୋକଙ୍କୁ ଜଣେଇଲି। ସେମାନେ ସମସ୍ତେ ଜାଣନ୍ତି ସଞ୍ଜୟ ଯେତେ ଥର ଯାଇଛନ୍ତି ଘରୁ ସବୁବେଳେ ନଈ ପଠାରେ ବେହୋସ୍ ହୋଇପଡ଼ିଥାନ୍ତି। ଶାଶୁ, ଶ୍ବଶୂର ଏକଥା ମୋତେ ଲୁଚେଇ ରଖିଛନ୍ତି। ସେଥିପାଇଁ ସଞ୍ଜୟଙ୍କୁ ମୁଁ ବିନୟ ଶୋଇବା ଘରେ ସକାଳୁ ପାଏ ସେ ବହୁତ ବିଳମ୍ବରେ ମଧ୍ୟ ଉଠିବାର ଦେଖିଛି।

ଦିନରେ ବେଳେ ବେଳେ କୁଆଡେ଼ କାହାକୁ ନଜଣେଇ ପଳେଇ ଯାଆନ୍ତି ।ନିଜେ ନିଜେ ଏକା ଏକା କଥାବାର୍ତ୍ତା ହୁଅନ୍ତି , ଘରେ ଜିନିଷ ପଟା ଭଙ୍ଗା ଫୋପଡା କରନ୍ତି।ଘର ଆଖ ପାଖରେ ବିଲେଇ ,କୁକୁର ଦେଖିଲେ ଗାଳିଗୁଲଜ କରି ଟେକା ଫୋପଡା ଫୋପଡି କରନ୍ତି।ଧିରେ ଧିରେ ପରିସ୍ଥିତି ଅସମ୍ଭାଳ ହୋଇପଡିଲା ଘର ପାଖରେ ଯାହାକୁ ନାହିଁ ତାକୁ ଗୋଡେଇଲେ ଘରେ ସମସ୍ତଙ୍କୁ ବାଡେ଼ଇବା ଆରମ୍ଭ କଲେ। ତାଙ୍କୁ ଦେଖିଲେ ମତେ ଡର ଲାଗୁଥିଲା । ଦିନେ ତାଙ୍କ ପାଇଁ ଖାଇବା ନେଇ ଯାଇଥିଲି ମୋ ମୁଣ୍ଡକୁ ପାଣି ଗ୍ଲାସ୍ ଏମିତି ଫୋପାଡିଲେ ମଥା ଫାଟି ଯାଇଥିଲା ଆଖି ଅଳ୍ପକେ ରହି ଯାଇଥିଲା। ତାଙ୍କୁ ଗୋଟିଏ ଘରେ କିଛି ଦିନ ବାନ୍ଧି ରଖିଲୁ।

କଟକ ବଡ଼ ମେଡ଼ିକାଲ ନେଇ ଗଲୁ ଡ଼ାକ୍ତରଙ୍କୁ ଦେଖେଇ ‌ଆସିଲୁ। ମେଡ଼ିସିନ ଖାଇବା ପରେ କିଛି ପରିବର୍ତ୍ତନ ନହେବାରୁ ପାଗଳଖାନାରେ ରହି ଚିକିତ୍ସା ହେବାକୁ ଡାକ୍ତର ପରାମର୍ଶ ଦେଲେ।ହେଲେ ମୋ ମନ ଯମା ମାନିଲାନି।ସେ ଗୋଟେ ଦି ବର୍ଷ ଭିତରେ ମୋର ସବୁକିଛି ଅଭ୍ୟାସରେ ପରିବର୍ତ୍ତନ ହେଇଯାଇଥାଏ।ସେ ମୋତେ ଭଲ ପାଆନ୍ତି କି ନାହିଁ ମୁଁ ଜାଣିନି ହେଲେ ମୁଁ ତାଙ୍କୁ ମୋ ପ୍ରାଣଠୁ ଅଧିକ ଭଲ ପାଉଥିଲି।

 ଧିରେ ଧିରେ ସେ ଅନ୍ୟମାନଙ୍କ ପାଇଁ ଅଲୋଡା ପାଲଟି ଗଲେ ,ତାଙ୍କ ବିଷୟରେ ଭାବିବାକୁ ଘରେ କାହାପାଖରେ ସମୟ ନାହିଁ।ମେଡିସିନ୍ ପାଇଁ ବି ପଇସା ନାହିଁ,ଶ୍ବଶୂର ଘର ଚଳେଇବାକୁ ଏକା। ବିଲରେ ଖଟିଲେ ଦି ପଇସା ବାହାରିବ ସେଥିରୁ ଘରର ଗୁଜୁରାଣ ।ସବୁବେଳେ ହାତ ଗୋଡ ବନ୍ଧାହୋଇ ଥିବ ମାଟି ଆମ୍ପୁଡି ଧୂଳି ଧୂସର ହେଇଥିବେ ,ମୁଁ ସଫା ସୁତୁରା ରଖିଲେ ରହିବେ ହାତରେ ଖୋଇ ଦେଲେ ଖାଇବେ।ବହୁତ ସେବା କରିଛି ତାଙ୍କର ସାତ ଜନମ ପାଇଁ ହାତ ଧରିଥିଲି ହେଲେ ସାତ ବର୍ଷରେ ହାରିଗଲି ...ନିଭେଇ ପାରିଲିନି!

ତାଙ୍କୁ ଭଲ କରିବାକୁ ବହୁତ ଚେଷ୍ଟା କରିଛି ...,ବାହାଘର ପୂର୍ବରୁ ସଉକରେ ସାଙ୍ଗ ମାନଙ୍କ ସହ ମେସିନ ସିଲେଇ ସିଖିଥିଲି।ତାକୁ ସାହାରା କରି କଟକରେ ଗୋଟେ ସିଲେଇ ଦୋକାନରେ କାମ ଶିଖିଲି।ଧିରେ ଧିରେ କିଛି କାମ କରି ଦି ପଇସା ରୋଜଗାର କଲି,ମୁଁ ନିଜେ ଖାଇ ପି ତାଙ୍କ ମେଡ଼ିସିନ ଖର୍ଚ୍ଚ ଉଠି ଯାଉ ଥିଲା।ରାତି ରାତି କାମ କରିଛି ପଇସାରେ ପଇସା ଯୋଡିବା ପାଇଁ।ମେଡିସିନ ଠିକରେ ଖାଇବା ଦ୍ବରା ସେ ଧିରେ ଧିରେ ଭଲ ହେଇ ଆସୁ ଥିଲେ । ମୋ ମନ ଟିକେ ବି ଖୁସି ଥିଲା ସେ ମତେ ଦେଖିଲେ ଟିକେ ହସି ଦିଅନ୍ତି।ନିଜେ ନିଜେ ଖାଇବା ପିଇବା ଡ୍ରେସ୍ ପିନ୍ଧିବା ନିଜ କାମ ନିଜେ କରୁ ଥିଲେ।

ଶ୍ବଶୂରଙ୍କ ଦେହ ଖରାପ ହେବାରୁ ସେ ଆଉ ଖରାରେ କାମ କରିପାରିଲାନି ଶାଶୁଙ୍କୁ ବିଲକୁ ଯିବାକୁ ପଡିଲା।ଘର ସମ୍ଭାଳିବା କଷ୍ଟ ହୋଇ ପଡିଲା।ମୁଁ ଘରକୁ ଫେରି ଆସିଲି,ଗାଁରେ ଯେତିକି ସିଲେଇ କାମ ମିଳୁଥିଲା କରୁଥିଲି । ସେତିକିରେ ତାଙ୍କ ମେଡ଼ିସିନ ପାଇଁ କୋଉ ମାସରେ ପଇସା ହଉଥିଲା କୋଉ ମାସରେ ନାଇଁ।ତା'ଉପରେ ଶାଶୁ ଘର ଖର୍ଚ୍ଚ ଲଦିଦେଲେ, ସମୟ ବାହାର କରି ମହିଳା ମଣ୍ଡଳରୁ କାମ ଆଣି କରିବା ଆରମ୍ଭ କଲି ତା' ସାଥିରେ ଘର କାମ।ଏତେ ସବୁ କଲା ପରେ ବି ଶାଶୁ ସବୁବେଳେ ଅଶାନ୍ତି।ଏଇ ବାହାହୋଇ ଆସିବା ପରେ ମୋ ପୁଅ ପାଗଳ ହେଇ ଗଲା ନ ହେଲେ ଆଗରୁ ଭଲ ଥିଲା।

ସାନ ପୁଅର ବାହାଘର ପରେ ମୁଁ ବି ଘରେ ଅଲୋଡା ପାଲଟି ଗଲି,ଅଶୁଭ ପାଲଟି ଗଲି।ଦିଅରଙ୍କର ଗାଡି ଗ୍ୟାରେଜ୍ ହାଇଦ୍ରାବାଦରେ ସେ କିଛି ଘରକୁ ପଇସା ଦିଅନ୍ତି।ତାଙ୍କ ବାହାଘର ପରେ ତାଙ୍କ ପରିବାର ସେଇଠି।ସେମାନଙ୍କ ହସ ଖୁସିର ପରିବାରରେ ଖୁସି ହୋଇ ଶାଶୁ ଆମ କଥା ଭୂଲି ଗଲେ।ବଡ ପୁଅ କିନ୍ତୁ ଯେମିତି ସେମିତି କିଛି ପରିବର୍ତ୍ତନ ନାହିଁ।ଧିରେ ଧିରେ ଶାଶୁ ମୋ ଉପରେ ଅତ୍ଯାଚାର କରିବା ଆରମ୍ଭ କରିଦେଲେ ମୋ ପାଇଁ ତାଙ୍କ ଘରେ ଅଶାନ୍ତି ମୁଁ ବାହାରି ଗଲେ ତାଙ୍କ ପୁଅ ଭଲ ହୋଇ ଯିବେ।ସେ ମୋତେ ଯେତେ କଷ୍ଟ ଦେଲେ ତାଙ୍କୁ ଅଟକେଇବାକୁ କେହି ନାହିଁ ନା ସ୍ବାମୀ ନା ଶ୍ବଶୂର ଦି ଜଣ ରୋଗିଣା।ବିନା ସ୍ବାର୍ଥରେ ଏତେ ସବୁ ଯନ୍ତ୍ରଣା ମୃତ୍ଯୁଠୁ ଅଧିକ କଷ୍ଟ ଦେଉଥିଲା।

ସାବିତ୍ରୀ ବ୍ରତ ହୋଇଥାଏ ଭାଇ ଶାଢୀ,ଫଳ ,ମୂଳ ଆଣି  ଆସିଥାନ୍ତି ,ମୋତେ କାହିଁ ସେଦିନ କିଛି ଭଲ ଲାଗୁନଥାଏ ମୁଣ୍ଡ କିଛି ଭାବିବାକୁ ଅସମର୍ଥ ହାତ ଗୋଡ ବା କେମିତି ଚାଲିବ।କିଛି କାମରେ ମନ ନାହିଁ ମୋର ଯେମିତି, ମୁଁ ସକାଳୁ ସେମିତି ସ୍ଥିର ହୋଇ ବସିଥାଏ।ଶାଶୁ ଗାଳି କରି ଗଲେ ମୋ ମୁଣ୍ଡରେ କିଛି ଯେମିତି ପଶୁ ନଥାଏ।ଦିନ ବାର ହେଲାଣି ରୋଷେଇ ଆରମ୍ଭ କଲି ଗୋଜଣାଟା ଭୂଲରେ ଚୂଲିରେ ପସି ଯାଇ ଥାଏ।ରୋଷେଇ ଡେରି ଦେଖି ରାଗ ତମତମ ହୋଇ ସେଇ ଗୋଜଣାରେ ଦି ପାହାର ଦେଲେ।ସେଇ ସାବିତ୍ରୀ ବ୍ରତରେ ମୁଁ ମୋ ସତ୍ଯବାନଙ୍କୁ ଛାଡି ମୋ ଭାଇ ସାଙ୍ଗରେ ଚାଲି ଆସିଲି।ମୁଁ ବି ସ୍ବାର୍ଥପର ହେଇଗଲି ତାଙ୍କପାଇଁ।କି ସୁଖ ପାଇଲି ବିବାହ କରି ନା ମୁଁ ସଙ୍ଗିନୀ ନା ଅର୍ଧାଙ୍ଗିନୀ ହୋଇ ପାରିଲି।

ଆଜି ମୋର ସେଇ ପୁରୁଣା ସମ୍ପର୍କ ବହୁତ ମନେ ପଡୁଛି ,ମୁଁ ବାହାହୋଇ ଠିକ କରିଛି କି ଭୂଲ କରିଛି ଜାଣିନି ହେଲେ ମୋର ବି ବଞ୍ଚିବାର ଅଧିକାର ଅଛି। କେଦାର ମୋ ବିଷୟରେ ଜାଣିଛନ୍ତି କି ନାହିଁ ସେ କଥା ମୁଁ ଜାଣିନି ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମୋ ଅତୀତର ଫର୍ଦ୍ଦ ସବୁ ତାଙ୍କ ଆଗରେ ଖୋଲି ରଖିଦେବି।କେଦାର କବାଟ ପଛପଟୁ ବନ୍ଦ କରି ଆସିଲେ ସେତବେଳକୁ ସୀମା କଇଁ କଇଁ ହୋଇ କାନ୍ଦୁଥାଏ।ତା ଆଖିରୁ ଧାର ଧାର ଲୁହ ଝରୁଥାଏ କେଦାର ହାତ ପାପୁଲିରେ ଲୁହ ପୋଛି ଆଣି ମୁଠେଇ ରଖିଲେ।ସୀମା ହାତରେ ହାତ ରଖି ପ୍ରଶ୍ନ କଲେ ତୁମେ ମୋ ସଙ୍ଗିନୀ ହେବ ଚିରଦିନ ପାଇଁ।ସୀମା କିଛି ନ କହି ମୁଁହ ତଳକୁ ପୋତି ଚୁପ ରହିଲା।କେଦାରକୁ କହି ହଉଥାଏ ମୋ ଅତୀତ ବିଷୟରେ ତୁମକୁ କହିବାକୁ ଚାହୁଁଚି ।ମୁଁ ଦୋଷୀ ମୋତେ ବାହାହୋଇ ତୁମେ ଠିକ କରିଛ କି ଭୂଲ କରିଛ ସେ ନିଷ୍ପତ୍ତି ନେବ ସବୁ ଶୁଣି ସାରି।

ସବୁ ଶୁଣିସାରିବା ପରେ କେଦାର ଅଧିକ ଭାବପ୍ରବଣ ହୋଇ ପଡିଥାଏ।ମୁଁ ତୁମ ପ୍ରତି ଆକୃଷ୍ଟ ହୋଇ ସାରିବା ପରେ ଜାଣିଲି ତୁମେ ବିବାହିତ,ମୋ ପ୍ରେମର ଫୁଲ ଫୁଟିବା ଆଗରୁ ମଉଳି ସାରିଥିଲା।ହେଲେ ଭାଗ୍ଯ ମୋତେ ବାରମ୍ବାର ତୁମ ସହ ଭେଟ କରୁ ଥିଲା।ମୁଁ ନ ଚାହିଁଲେ ବି ତୁମେ ମୋ ଆଖି ସାମ୍ନାରେ ପହଁଞ୍ଚି ଯାଉଥିଲ।ସେଦିନ ବସରେ ବହୁତ ଭିଡ ଥିଲା ମୁଁ ଛିଡା ହୋଇ କଟକ ଯାଉ ଥିଲି ଦୋକାନ ସଉଦା ପାଇଁ।ତୁମେ କୈଳାସ ପତି ବସରେ ୪ନଂ ସିଟରେ ବସି ଥିଲ,ଫିକା ସବୁଜ ରଙ୍ଗର ଶାଢୀ ପିନ୍ଧି।ହଠାତ୍ ମୋ ନଜର ତୁମ ଉପରେ ପଡିଲା ତୁମେ ମୋତେ ବାତରା କି ଛତରା କହି ବୋଧେ ଗାଳିଦେଇ ଥିବ।ତୁମେ ମୋ ମୁହଁକୁ ଟିକିଏ ଚାହିଁ ବାହାରକୁ ଅନେଇ ରହିଲ।ମୁଁ ତୁମ ନଜରଠୁ ନିଜକୁ ଦୂରେଇ ରଖିଲି ବାମ ପଟକୁ ମୁଁହ କରି।

ମୁଁ ଦୋକାନରୁ ଫେରିବା ବାଟରେ ତୁମ ସହ ପ୍ରାୟତ ଦେଖାହେଇ ଯାଉଥିଲା।ଧିରେ ଧିରେ ତୁମ ପ୍ରତି ଆକୃଷ୍ଟ ହେବାକୁ ଲାଗିଲି ଯେତେଥର ଦେଖିଲି ସେତିକି ଅଧିକ ଭଲ ଲାଗିଲ ମୋତେ।ରଜ ସଂକ୍ରାନ୍ତିରେ ମା'ଙ୍କୁ ନେଇ ମନ୍ଦିର ଯାଇଥିଲି ଦର୍ଶନ ପାଇଁ ମା' ମୋତେ ଭିତରକୁ ଡାକିନେଲେ।ଦର୍ଶନ କରିସାରିବାପରେ ଆଖି ଖୋଲିଲା ବେଳୁ ସାମ୍ନାରେ ତୁମକୁ ପାଇଲି।ମୋ ଆଖିକୁ ମୋର ବିଶ୍ବାସ ହେଉ ନଥାଏ ଆଖି କେବେ ଧୋକା କରେନି ବାରମ୍ବାର ତୁମ ମଥାକୁ ଚାହିଁଲି ତୁମେ ମୋତେ ଘୃଣା ନଜରରେ ବୋଧ ହୁଏ ଦେଖୁଥିବ ଭାବିଲି।କିଛି ସମୟ ପରେ ତୁମେ ସେଠି ନଥିଲ ମୁଁ କିନ୍ତୁ ସେମିତି ଠିଆ ହୋଇ ଥାଏ ପଥର ପରି।ପୂଜା ସରିବା ପରେ ଭିଡରେ ଧକା ଖାଇବା ଛଡା ମୋ ପାଖରେ କିଛି ଉପାୟ ନଥାଏ।ଦୂରରୁ ମା' ଡାକିଲେ ମୁଁ ଏଠି ଅଛି ତୁ ଭିଡରେ କାହାକୁ ଖୋଜୁଛୁ।ମୁଁ କାହାକୁ ଖୋଜୁନଥିଲି ଆଉ ନିଜକୁ ନିଜେ ହିଁ ଖୋଜୁଥିଲି।ଜଣେ ବିବାହିତ ସ୍ତ୍ରୀ କୁ ମୁଁ ମନେ ମନେ ଭଲ ପାଇ ବସିଛି। ମୋ ମନ ମନ୍ଦିରରେ ରାଣି କରି ସଜେଇ ଦେଇଛି। ଆଉ କାହାର ପୂଜା ଫୁଲକୁ ଛଡେଇ ଆଣି ନିଜକୁ ଖୁସି କରିବାକୁ ବସିଛି। ଆ ଠାରୁ ବଡ ପାପା ବୋଧ ହୁଏ ନାହିଁ। ପର ଦାରା ,ପର ଧନରେ ଲୋଭ ମୋ ପାଇଁ କେବେ ଖୁସି ଆଣିବନି।

ନିଜ ପ୍ରେମକୁ ନିଜ ହାତରେ ତଣ୍ଟି ଚିପି ମୁଁ ମାରି ସାରି ଥିଲି ନିଜକୁ ତୁମଠୁ ସବୁବେଳେ ଲୁଚେଇବାକୁ ଚେଷ୍ଟା କରୁଥିଲି।ତୁମଠୁ ମୁଁ ଯେତିକି ଲୁଚୁଥିଲି ତୁମେ ମୋ ସାମ୍ନାରେ ସେତେଥର ଆସୁଥିଲ। ପ୍ରେମକୁ ମୁଁ ଯେତିକି ବାନ୍ଧିବାକୁ ଚେଷ୍ଟା କରୁଥିଲି ପ୍ରେମ ସେତିକି ଅଧିକ ବଳବତ୍ତର ହୋଇ ଉଠୁଥିଲା।ତୁମ ବିଷୟରେ ମୁଁ ଜାଣିବାକୁ ଚାହିଁଲି ତୁମ ସାଙ୍ଗର ସାହାର୍ଯ୍ୟ ନେଇ।ତୁମେ ମୋତେ ଯେତିକି ଭଲ ଲାଗୁଥିଲ ତମ ବିଷୟରେ ଜାଣିବା ପରେ ମୁଁ ତୁମ ପ୍ରତି ଆହୁରି ଅଧିକ ଦୃବଳ ହୋଇ ପଡିଲି ।ତୁମକୁ ବିବାହ କରିବାକୁ ମନସ୍ଥ କଲି।ତୁମ ଘରେ ସମସ୍ତେ ରାଜି ହେଲେ, ମୁଁ ଖୁସି ଥିଲି କିନ୍ତୁ ତୁମ ମତ କେବେ ଜାଣି ପାରିଲିନି।ମା' ତୁମ ବିଷୟରେ ସବୁ କିଛି ଜାଣିବି ମତେ ବିବାହ ପାଇଁ ମନା କରିନଥିଲେ। ତୁମକୁ ସ୍ତ୍ରୀ ରୂପେ ପାଇ ମୁଁ ଯେତିକି ଖୁସି ମା' ବୋହୂ ରୂପରେ ପାଇ ଅଧିକ ଖୁସି।ତୁମେ ମୋର ଅର୍ଧାଙ୍ଗିନୀ ହେବାକୁ ଚାହିଁବ କି ନାହିଁ ତୁମ ଖୁସି,ତୁମେ ହବ କି ମୋ ସଙ୍ଗିନୀ...! ସୀମାର ଲୁହ ମିଶା ଆଖିରେ ଆଶାର କଇଁଟେ ଫୁଟିବାକୁ ଲାଗିଲା।କେଦାର ମନର ଶୀତଳ କିରଣ ସୀମାର ଜ୍ବଳନ୍ତ ହୃଦୟକୁ ଶାନ୍ତ କରିବାରେ ସଫଳ ହେଉଥିଲା।


Rate this content
Log in

Similar oriya story from Abstract