Pramod Kumar Jena

Abstract

2  

Pramod Kumar Jena

Abstract

ସନ୍ଦେହ

ସନ୍ଦେହ

3 mins
413



       ସନ୍ଦେହ ଗୋଟିଏ ବିଷ ବୃକ୍ଷ l ପାରିବାରିକ ଜୀବନରେ ଯଦି ଅଙ୍କୁରୋଦଗମ୍ ସମୟରେ ତାଙ୍କୁ ଯଦି ନଷ୍ଟ କରି ନ ଦିଆ ଯାଏ, ତା’ ହେଲେ ସେ ଏତେ ବଡ ଦ୍ରୁମ ହୋଇଯାଏ ଯେ ତା’କୁ ନଷ୍ଟ କରିବାତ ଦୂରର କଥା, ଦୋହଲେଇବା ବି ମୁସ୍କିଲ୍ ହୋଇଯାଏ l ଆମ ଅଫିସର ମିଶ୍ର ମାଡାମ୍ l ବୟସରେ ବଡ ହେଲେ ମଧ୍ୟ ମୋର ଜଣେ ଅଧସ୍ଥନ କର୍ମଚାରୀ l ଶିକ୍ଷାଗତ ଯୋଗ୍ୟତା ତଥା କର୍ମ ନିପୁଣତା ଥାଇ ମଧ୍ୟ ବଦଳି ଭୟରେ ପଦୋନ୍ନତିପାଇଁ ଆଶାୟୀ ହେଲେନି l ବେଶ୍

ଭଦ୍ର l ସ୍ନେହୀ ଆଉ ମେଳାପୀ ମଧ୍ୟ l କ୍ରମେ କ୍ରମେ ପାରିବାରିକ ଘଟଣାକ୍ରମର ଆଦାନପ୍ରଦାନରୁ ଆନ୍ତରିକତା..... ପରେ ଘନିଷ୍ଠତାରେ ପରିଣତ ହୋଇଗଲା l ଶ୍ରୀମତି ମିଶ୍ର ମନର ସବୁ କଥା ଖୋଲି ମୋ ସହ କଥା ହୁଅନ୍ତି l ଯେମିତି ହେଲେ କୌଣସି ସୁଖ ଖବର ହେଉ ଅବା ଦୁଃଖ ଖବର, ମୋ କାନରେ ନ ପକେଇଲେ ତାଙ୍କୁ ନିଦ ହୁଏନା l କଲିକତାର ଚାକିରି କାଳରେ ଭଲପାଇ ଜଣେ ସହକର୍ମୀଙ୍କୁ ପ୍ରେମ ବିବାହ କରିଥିଲେ l ରୂପର ଆକର୍ଷଣ ସରିଯିବା ପରେ ମଣିଷଗୁଡାକ ଏମିତି ବଦଳି ଯାଆନ୍ତି, ସେ ପରେ ବୁଝିଲେ l ଆସ୍ତେ ଆସ୍ତେ ଦୁହିଁଙ୍କର ମନରେ ଫାଟ ସୃଷ୍ଚି ହେଲା l ମତାନ୍ତର ଦିନକୁ ଦିନ ଉତ୍କଟ ହେଲା l ମନ୍ଦିରରେ ଆଳତି ଭଳି ଝଗଡା କେବେ ବି ବନ୍ଦ ହେଲାନି ଘରେ l କାହାକୁ କହିବେ ? ନିଜେ ତ ଭଲ ପାଇ ବାହା ହୋଇଛନ୍ତି l ଗତ ବର୍ଷ ଅବସର ନେଲେ l ସ୍ୱାମୀଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦେଇ କଲିକତା ଘରଟିଏ କିଣିଲେ l ଓଡିଶା ମାଟି ଆଉ ଜଗନ୍ନାଥଙ୍କୁ ଛାଡି ଯାଉଥିବାରୁ ଭାରି କଷ୍ଟ ହେଉଥାଏ ମନରେ l କିନ୍ତୁ ପରିବାରର ଖୁସି ପାଇଁ ନିଜ ସୁଖକୁ ଜଳାଞ୍ଜଳି ଦେଇ କଲିକତା ପଳେଇଲେ l କିନ୍ତୁ ସେଥିରୁ ବି ନିସ୍ତାର ମିଳିଲା ନାହିଁ l କିଛି ମନର କଥା କହି ଦୁଇ ଟୋପା ଲୁହ ଗଡେଇଲେ ତା’ଙ୍କୁ କୁଆଡେ ବହୁତ ଶାନ୍ତି ଲାଗେ l ସେ ଦିନ ହଠାତ୍ ତାଙ୍କ ଫୋନ୍ ଆସିଲା l ଆଜ୍ଞା ! ଆଉ କେତେ କଷ୍ଟ ଦେବେ ଜଗନ୍ନାଥ ? ଗୋଟିଏ ଭୁଲ ପାଇଁ ଏତେ ଦଣ୍ଡ ? ଇଚ୍ଛା କରି ବାହା ହୋଇଥିଲି ବୋଲି ମୋ ଦୁଃଖର କ’ଣ ଅନ୍ତ ଅଛି ? ତା’ପରେ ଚୁପ୍ ରହିଲେ l ଜାଣିଲି ସେ କାନ୍ଦୁଛନ୍ତି l ପଚାରିଲି କ’ଣ ହେଲା ମ୍ୟାଡାମ୍ ?

        କାଲି ସନ୍ଧ୍ୟାରେ ଗୋଟିଏ ଭୋଜିକୁ ଯାଇଥିଲି l ଆମ ଡିପାର୍ଟମେଣ୍ଟର ମାଇତି ବାବୁଙ୍କ ପୁଅ ବାହାଘର ଥିଲା l ଏକା ସମୟରେ ଚାକରିରେ ଭର୍ତ୍ତି ହୋଇଥିଲୁ l ସମ୍ପର୍କ ଅନେକ ଦିନର l ନ ଗଲେ ନ ଚଳେ l କିନ୍ତୁ ବାବୁ ଗଲେନି l କହିଲେ, ମୋ ସାଙ୍ଗମାନଙ୍କ ହାବଭାବ କୁଆଡେ ତାଙ୍କୁ ଭଲ ଲାଗେନି l ଏକା ଯାଇଥିଲି l ଚେଷ୍ଟା କଲି ଜଲଦି ଆସିବା ପାଇଁ l ବାହାଘର

ଭୋଜି l ଫେରିବା ବେଳକୁ ନଅଟା ବାଜିଗଲା l ବାବୁଙ୍କ ପାଇଁ ଯଦିଓ ଖାଇବା ରଖିଦେଇ ଆସିଥିଲି, ମନ ମଧ୍ୟରେ ଭାବୁଥିଲି ଘରେ କି ମହାଭାରତ ହେବ ? ଅନ୍ୟମନସ୍କ ହୋଇ ଲୋକାଲ୍ ଟ୍ରେନରୁ ଓହ୍ଲେଇବା ବେଳକୁ ହଠାତ୍ ହଠାତ୍ ତଳକୁ ଗୋଡଟା ଖସିଗଲା l ଜଗନ୍ନାଥଙ୍କ ଦୟାରୁ ମୋ ପୁଅ ବୟସର ପୁଅଟେ ମୋତେ ଧରି ପକେଇଲା l ନହେଲେ ସବୁ ସରିଯାଇଥିଲା l ସେତେବେଳକୁ ମୁଁ ଗୋଟା ଥରୁଥିଲି l ସେ ପିଲାଟି ମୋ ପାଖରେ ଜଗି ରହିଲା l କହିଲା, ଆଣ୍ଟି ! ଜମ୍ମା ଡରନ୍ତୁନି l ବସି ପଡନ୍ତୁ l ପାଣି ଆଣିଦେଲା l ମୁଁ ସ୍ୱାଭାବିକ ହେବା ପରେ ଟାକ୍ସି ଡାକିଦେଲା l ସେ ନ ଥିଲେ ଆଜି ମୁଁ ଆପଣଙ୍କ ସହ କଥା ହେଉ ନ ଥାନ୍ତି l

       : ଘରେ କେତେବେଳେ ପହଞ୍ଚିଲେ ?

       : ଘରେ ପହଞ୍ଚିବା ବେଳକୁ ଆହୁରି ଡେରି ହୋଇଗଲା l ଡରି ଡରି କଲିଂ ବେଲ୍ ମାରିଲି l ବାବୁ ମୋତେ ଦେଖି ନିଆଁ l କବାଟକୁ ଢୋ କରି ଗୋଇଠା ମାରିଲେ l ତା’ପରେ ଡାଇନିଂ ଟେବୁଲକୁ ବି ଗୋଇଠା l ଯେମିତି ପ୍ରଳୟ କରିଦେବେ l କିଛି କହୁ ନ ଥିଲେ ବି ତାଙ୍କ ହାବଭାବ ଯେମିତି ମୋତେ ପଚାରୁଥିଲା, ଏତେ ରାତି ଯାଏଁ କୋଉ ନାଗର ପାଖରେ ଥିଲ ? ଜାଣିଲି ଏତେ ରାତି ଯାଏଁ ଖିଆ ସରିନି ବାବୁଙ୍କର l ଗରମ କରି ଖାଇବା ବାଢି ଦେଲି l ସେ ଖାଇସାରି ଶୋଇବା ପରେ ବସି କାନ୍ଦିଲି l ମନେ ମନେ କାଳିଆକୁ ଡାକିଲି l ଆଉ କେତେ କଷ୍ଟ ଦେବ ? ପୁଣି ସୁଁ ସୁଁ ହୋଇ କାନ୍ଦିବା ଆରମ୍ଭ କଲେ ସେ l ହଠାତ୍ ଆରଘରୁ ଶ୍ରୀମତି ଜୋରରେ ଆୱାଜ୍ ଦେଲେ l କାହା ସହ ଘଣ୍ଟେ ହେଲା ଫୁସୁରୁ ଫୁସୁରୁ ହେଉଛି ଶୁଣେ ?


Rate this content
Log in

Similar oriya story from Abstract