Pramod Kumar Jena

Inspirational

1.2  

Pramod Kumar Jena

Inspirational

ଶିକ୍ଷକ

ଶିକ୍ଷକ

2 mins
544



       ରାତି ସେତେବେଳକୁ ବେଶି ହୋଇନଥାଏ । ଦୀପକର ବାବାଙ୍କ ଗୋଡରେ ଔଷଧ ଲଗାଉ ଲଗାଉ ବୋଉ କହିଲେ, କେଡେ ବଡ ଖଣ୍ଡିଆ ହେଇଛି ଦେଖିଲଣି ? ସେ ପୁରୁଣା ମଟର ସାଇକେଲରେ ଷ୍ଟାର୍ଟ୍ କଲାବେଳେ ସବୁ ଦିନ କିଛି ନା କିଛି ଘଟୁଛି । ଏଇଟାକୁ ବଦଳାଇ ନୂଆ ଗାଡିଟେ କିଣିଲେ ହୁଅନ୍ତାନି ? ଦୀପକର ବାବା ନ ଶୁଣିଲା ଭଳି ଚୁପ୍ ରହିଲେ । ତାଙ୍କୁ ଟିକେ ହଲାଇ ପୁଣି କହିଲେ, କ’ଣ ଶୋଇ ପଡିଲ କି ?

       : ନା କୁହ .....

       : ଦୀପକ ସବୁ ଦିନ କହୁଛି, ଆମ ଭଙ୍ଗା ଗାଡିକୁ ଦେଖି ତା’ ସାଙ୍ଗମାନେ କୁଆଡେ ଥଟ୍ଟା କରୁଛନ୍ତି ।

       ପାଖ ବିଛଣାରେ ବାବା ବୋଉଙ୍କର କଥା ଶୁଣି ଦୀପକ୍ ହଠାତ୍ କହିଲା, ନା ବୋଉ । ଏଣିକି ମୁଁ ଆଉ ଜମ୍ମା କହିବିନି । ଦୀପକର କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ହୋଇ ଦୁହେଁ ଏକା ସଙ୍ଗେ ପ୍ରଶ୍ନ କଲେ, କିରେ କ’ଣ ହେଲା ପୁଣି ? ଦୀପକ୍ କହିଚାଲିଲା, ଜାଣିଛୁ ବୋଉ ଆଜି କ’ଣ ହେଲା ? ଆମ ସ୍କୁଲରେ ଆଜି ଜଣେ ନୂଆ ପିଲା ନାମ ଲେଖାଇଲା । ସେ ଲ୍ୟାଣ୍ଡରୋଭର ଗାଡିରେ ଆସିଥିଲା । ତା’କୁ ଦେଖି ଯେଉଁ ପିଲାମାନେ କାରରେ ଆସୁଥିଲେ, ସେମାନଙ୍କ ହୋସ୍ ଉଡିଗଲା । କିଏ କହିଲା ଷାଠିଏ ଲକ୍ଷ ତ କିଏ କହିଲା କୋଟିଏ ଟଙ୍କାର ଗାଡି । ତା’ ବାବା କୁଆଡେ ବହୁତ ବଡ କଣ୍ଟ୍ରାକ୍ଟର୍ । ସାର୍ ଯେତେବେଳେ ଫୁସୁରୁ ଫୁସୁର୍ ଶୁଣିଲେ କ’ଣ କହିଲେ ଜାଣିଛୁ ? ମତେ ଠିଆ କରେଇ ଦେଲେ । ମୁଁ ଡରିକି ଛାନିଆଁ । ସାର୍ କହିଲେ, ଇଏ ଦୀପକ୍ । ଯେମିତି ପାଠ ପଢେ, ସେମିତି ବ୍ୟବହାର । କିନ୍ତୁ ତା’ ବାପାଙ୍କର ମର୍ସିଡିଜ୍ ନାହିଁ କି ଲ୍ୟାଣ୍ଡରୋଭର୍ ନାହିଁ । ଏଇଟା ବିଦ୍ୟାଳୟ । ଏଠି ଜ୍ଞାନ ଆହରଣ କରାଯାଏ । ଶିକ୍ଷକଙ୍କ ପାଖରେ ସବୁ ଛାତ୍ର ସମାନ । ଏଣୁ ତୁମେମାନେ ଜ୍ଞାନରେ ଧ୍ୟାନ ଦିଅ । ବାପା ଅଜାଙ୍କ ଯାନରେ ନୁହେଁ । ସବୁଠୁ ମଜା କଥା ହେଲା, ସେ ମୋ ସାଥିରେ ହାତ ମିଳେଇ ପଚାରିଲା – ମୋତେ ତୁମ ସାଙ୍ଗ କରିବ ? ଏଣିକି ମୁଁ ଆଉ କେବେବି ମନ ଦୁଃଖ କରିବିନି ପୁରୁଣା ଗାଡି ପାଇଁ । ଦରକାର ହେଲେ ବାବାଙ୍କ ସାଥିରେ ସାଇକେଲରେ ବି ହସି ହସି ଯିବି । ଦୀପକ୍ ଶୋଇଯିବା ପରେ ସେ ଦୁହେଁ କଥା ହେଲେ, ଏମାନେ ହିଁ ପ୍ରକୃତ ଶିକ୍ଷକ ।



Rate this content
Log in

Similar oriya story from Inspirational