Pramod Kumar Jena

Others

3  

Pramod Kumar Jena

Others

ରୋମିଓ

ରୋମିଓ

2 mins
321



       ମ୍ୟାଟିନି ସୋ ପରେ ଭାବିଲି ଟିକେ ଅଶ୍ୱିନୀ ଘର ଆଡେ ବୁଲି ଆସିବି । ତାଙ୍କ ଘର ସିନେମା ହଲ୍ ପାଖରେ । ଏମିତିରେ ତା’ର ପାଠ ପଢା ପୁରା ଚୋପଟ୍ । ଡ୍ରେସ୍ କିନ୍ତୁ ପୁରା ହିରୋ ମାର୍କା । ଅବଶ୍ୟ ସେ ମୋ କ୍ଲୋଜ୍ ଫ୍ରେଣ୍ଡ୍ ନୁହେଁ । ସେମାନଙ୍କ ଗ୍ରୁପ୍ ଅଲଗା । କ୍ଲାସର ଲାଷ୍ଟ୍ ବେଞ୍ଚ୍ ସେମାନଙ୍କର ରିଜର୍ଭ୍ । ଆଟିଚ୍ୟୁଡ୍ ଦେଖିବା ଭଳିଆ । ଆମ ଗାଆଁ ଭାଷାରେ ସେମାନଙ୍କୁ ଆମେ ବାତରା କହୁ । ହେଲେ ଏଠି ସହରରେ ତାଙ୍କୁ ସ୍ମାର୍ଟ୍ କହୁ । ପ୍ରାକ୍ଟିକାଲ୍ ନୋଟ୍ ମୋର ନେଇଛି ଯେ, ଦେବାକୁ ଭୁଲ ଯାଇଛି....... ରଖିଛି ନା ଫୋପାଡିଛି ସେଇଟା ହିଁ ଚିନ୍ତା । ଭାବିଲା ସେ ହଷ୍ଟେଲକୁ ଫେରିବା ପୂର୍ବରୁ ଯେମିତି ହେଲେ ନେଇଯିବି । ତାଙ୍କ ଘର ସାମ୍ନା ରାସ୍ତାରେ ସେ ଦୃଶ୍ୟ ଦେଖି ନିଜକୁ ବିଶ୍ୱାସ କରି ପାରିଲି ନାହିଁ । ଚାରି ପାଞ୍ଚ ଜଣ ଟୋକା ଅଶ୍ୱିନୀକୁ ନିର୍ଦ୍ଧୁମ୍ ପିଟୁଛନ୍ତି । ଜଣେ କଲାର୍ ଧରିଛି ତ ଆଉ ଜଣେ ଫୁରୁସତ୍ ଦେଉନି ।

: ମନେ ମନେ ରୋମିଓ ତ । ତୋ’ ରୋମିଓ ଗିରି ଛଡେଇ ଦେବି ।

ଦେ ଧନାଧନ୍ । ପୁଣି ଶକ୍ତ ଚାପୁଡା । ତାକୁ ଟାଣି ଟାଣି ନେଇ ତାଙ୍କ ଘର ଆଡକୁ ଯାଉଛନ୍ତି । ପଛେ ପଛେ ତାଙ୍କର ଚାଲିଲି । ଘଟଣାଟା କ’ଣ ପଚାରିବାକୁ ସାହସ ହେଲାନି । ତାଙ୍କ ଘରେ ପହଞ୍ଚୁ ପହଞ୍ଚୁ ମଉସା, ମାଉସୀ ବାହାରି ଆସିଲେ । ତାଙ୍କୁ ଦେଖି ଜଣେ କହିଲେ, ମାଉସୀ ! ଏମିତି ଗୋଟେ ଅପଦାର୍ଥ କୁଳାଙ୍ଗାରକୁ କେମିତି ଜନମ କରିଥିଲେ ? ଏବେ ସମ୍ଭାଳନ୍ତୁ । ନଇଲେ ଆପଣଙ୍କ ଚଉଦ ପୁରୁଷକୁ ଉଦ୍ଧାର କରିଦେବ । ’ ଅଶ୍ୱିନୀକୁ ମଉସାଙ୍କ ଆଡକୁ ଠେଲି ଦେଇ ସେମାନେ ଚାଲିଗଲେ । ବେଶି ସମୟ ଠିଆ ହୋଇ ତମାସା ଦେଖିବାକୁ ଇଚ୍ଛା ହେଲାନି । କିନ୍ତୁ ଭଲ ଭାବେ ଜାଣିଥିଲି, ଅଶ୍ୱିନୀ ମୋତେ ଠିକ୍ ଦେଖିଛି । ତିନି ଚାରି ଦିନ କ୍ଲାସରେ ତା’କୁ ଦେଖିଲି ନାହିଁ । ସାଙ୍ଗ ପିଲାଙ୍କଠୁ ଶୁଣିଲି, ସେ କୁଆଡେ କଲୋନିର ଗୋଟେ ଝିଅକୁ ଲାଇନ୍ ମାରୁଥିଲା । ଏକା ଦେଖି ହାତ ଧରି ପକେଇ କ’ଣ ଗୋଟେ କରିବାକୁ ଯାଉଥିଲା । ପାଟି କରିବାରୁ ସେ ଝିଅର ଭାଇ ଆଉ ତା’ ସାଙ୍ଗମାନେ ସେ ଦିନ ଉତ୍ତମ ମଧ୍ୟମ ଦେଇଥିଲେ । ଭାବିଥିଲି ଲାଜରେ ବୋଧେ କଲେଜରୁ ଟି.ସି. ନେଇଯିବ ।

କିନ୍ତୁ ତିନି ଦିନ ପରେ କଲେଜ୍ ଗେଟ୍ ପାଖରେ ତା’କୁ ଦେଖି ମୁଣ୍ଡଟା ଟିକେ ଘୁରିଗଲା ସେଇ ଢଙ୍ଗ, ସେହି ସାଙ୍ଗମାନଙ୍କ ମେଳ । ପାଖକୁ ଗଲି । ମୋତେ ଦେଖି କଲରଟିକୁ ଟେକି ଦେଇ ଟିକେ ହସି ଦେଲା । ପଚାରିଲି, ‘ଆରେ ସାଙ୍ଗ ସେ ଦି କ’ଣ ହେଲା ?’ କହିଲା, ‘ସାଙ୍ଗ ! ଆରେ ସେ ଲାଇନଟା ସେୟା । ତୁ ମାଇଣ୍ଡ୍ କଲେ ଚଳିବ ? ହସିବି ନା ରାଗିବି ନା ଖରାପ ଭାବିବି ଚିନ୍ତା କରୁଥିଲି ମୁଁ ।

ପ୍ରାତଃ ଭ୍ରମଣ ସମୟରେ ରାଓ ବାବୁଙ୍କ ଠାରୁ ତାଙ୍କ କଲେଜ୍ ଜୀବନର ଏହି ଘଟଣା ଚାହା ଦୋକାନରେ ବସି ଶୁଣୁ ଶୁଣୁ ମୁଁ ଚିନ୍ତା କରୁଥିଲି ତାଙ୍କ ଜାଗାରେ ଥିଲେ ମୁଁ ବି ବୋଧହୁଏ ସେୟା ଚିନ୍ତା କରିଥାନ୍ତି ।



Rate this content
Log in