Sneha Mishra

Abstract

4  

Sneha Mishra

Abstract

ସମୟର ବେଳାଭୂମି

ସମୟର ବେଳାଭୂମି

2 mins
200



 ସନ୍ଧ୍ୟା ସମୟ । ସୁଧାଂଶୁ ବାବୁ ବାଲ୍କୋନିରେ ବସିଛନ୍ତି ।କାନରେ ବାଜିଲା ମନ୍ଦିରର ଘଣ୍ଟା ଶବ୍ଦ । ଆଖି ଆଗରେ ନାଚିଗଲା ବିଗତ ଦିନର ସ୍ମୃତି । ଆହା ! କି ସୁନ୍ଦର ଥିଲା ।ସେଇ ଗୋଧୂଳି ସମୟ ଦୃଶ୍ୟ । ଗାଈଆଳ ଦିନସାରା ବଣ ଜଙ୍ଗଲରେ ଚରେଇ ଫେରିଆସେ । ବାଛୁରୀକୁ ଗେଲ କରିବାକୁ ମା’ ଗାଈ ହମା-ହମା- ରଡିରେ ଚାଲିଥାଏ ,ଗାଁ କମ୍ପିଉଠେ ।ଘରେ ଘରେ ଜଳିଉଠେ ପ୍ରଦୀପର ଶିଖା । ମନ୍ଦିର ପ୍ରାଙ୍ଗଣରେ ଗାଁ ର ସଦସ୍ୟମାନେ ଏକାଠି ହେଇ ଯାଆନ୍ତି ।ଘଣ୍ଟା, ଢୋଲ, ମୃଦଙ୍ଗ,ହରିବୋଲ ନାମ ସଂକୀର୍ତ୍ତନ ଶବ୍ଦରେ ଯେମିତି ଗାଁ ମୁଖରିତ ହୋଇ ଉଠେ । ଓଁକାର ବେଦ ଧ୍ଵନି ରେ ଗୁଞ୍ଜରିତ ହୋଇ ଉଠେ ମନ୍ଦିର ପ୍ରାଙ୍ଗଣ । ତା ପରେ ସମସ୍ତେ ଭାଗବତ ଟୁଙ୍ଗିରେ ଏକାଠି ହୁଅନ୍ତି । ଗାଁ ର ବୟସ୍କ ବ୍ୟକ୍ତି, ବୁଢା ବୁଢୀ ଆଉ ଭଗବତ ପ୍ରେମୀଙ୍କ ମେଳରେ ଚାଲେ ଭାଗବତ ପାଠ ।ତାପରେ ଭଗବତ ଚର୍ଚ୍ଚା । ମନ୍ତ୍ର ମୁଗ୍ଧ ପରି ସମସ୍ତେ ଶୁଣନ୍ତି ସମୟ କେତେବେଳେ ବିତିଯାଏ ଜଣା ପଡେନି । ବେଳେ ବେଳେ ଲାଗେ ସତେ ଯେପରି ଗୋପୀମାନେ ମନ୍ତ୍ରମୁଗ୍ଧ ହୋ ଇ କାହ୍ନାର ବାଁସୁରୀ ବାଦନରେ ତଲ୍ଲୀନ ହୋ ଇ ଯାଇଛନ୍ତି ।ସକାଳ ସୂର୍ଯ୍ୟଙ୍କର ବିଚ୍ଛୁରିତ ରକ୍ତିମ ଲାଲିମାରେ ଗାଁର ଦୃଶ୍ୟ ମନକୁ ଆହ୍ଲାଦିତ କରିଦିଏ , ଗାୟତ୍ରୀ ମନ୍ତ୍ର ର ସୁମଧୁର ସ୍ୱର ସହ ଘଣ୍ଟା, ଢୋଲ, ମୃଦଙ୍ଗ,ହରିବୋଲ ନାମ ସଂକୀର୍ତ୍ତନ ।ସକାଳୁ ସକାଳୁ ଚାଷୀଭାଇ ଲଙ୍ଗଳ ଧରି ଲୋକଗୀତ ଗାଇ ଗାଇ ଚାଲିଥାଏ । ପକ୍ଷୀମାନଙ୍କର କଳ କୂଜନରେ ଆହୁରି ମୁଖରିତ ହୋଇଉଠେ । ବେଙ୍ଗ ବେଙ୍ଗୁଲିଙ୍କ କେଁ କଟର ରଡି ବର୍ଷାର ଆଗମନର ସଙ୍କେତ ଦେଇଦିଏ । ରିମ ଝିମ ବର୍ଷାରେ ଭିଜି ଭିଜି କୁନି କୁନି ପିଲାମାନଙ୍କର କାଗଜ ଡଙ୍ଗା ଭସେଇବା ଦୃଶ୍ୟ ମନକୁ ମୁଗ୍ଧ କରିଦିଏ । ସବୁଜ ଘାସ ଉପରେ ନାଲି ସାଧବାଣୀ ଦେଖିଲେ ଲାଗେ ସତେ ସବୁଜ ଗାଲିଚା ଉପରେ ସାଧବାଣୀ ରାଣୀ ତା’ର ଠାଣି ଦେଖାଏ । ଶୀତଦିନେ ସକାଳ ସନ୍ଧ୍ୟାରେ ନିଆଁ ପୁଆଇଁବା ମଜା କୋଉଠୁ ମିଳିବ । ସତରେ ଫେରି ଆସନ୍ତାକି ସେଇ ଦିନ । ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ଏକାଠି ବସି ସମସ୍ତେ ଖାଇବାର ଦିନ । ଆଜି ତ କାହାକୁ କାହା ବିଷୟରେ ଘରେ ପଚାରିବାକୁ ସମୟ ନାହିଁ । ଟି.ଭି ,ନିଜ ନିଜ ମୋବାଇଲ ରେ ସମସ୍ତେ ବ୍ୟସ୍ତ । ବୟସର ଆଢ଼ୁଆଳରେ ଇନ୍ଦ୍ରଧନୁ ର ସପ୍ତରଙ୍ଗ ଫିକା ପଡ଼ିଯାଇଚି । ଅତୀତର ସେ ସ୍ମୃତି ଗୁଡ଼ିକୁ ସାଉଁଟି ଦେଖିଲା ବେଳକୁ,ଫଟା କାଚରେ ପ୍ରତିବିମ୍ବ ପରି ସବୁ ଅସ୍ପଷ୍ଟ ଜଣା ପଡୁଚି । ଆମର ସେଇ ଅତୀତର ପରମ୍ପରା ସମୟର ଗର୍ଭରେ ବିଲୀନ ହେଇଯିବନ ଟି ? ଏମିତି ଭାବନାରେ ବୁଡିଥିବା ସମୟରେ ହଠାତ ନାତି ଟି ଦୌଡି ଦୌଡି ଆସି ପଚାରିଲା - ବାପା ,ବାପା, ଦ୍ରୋଣାଚାର୍ଯ୍ୟ ଏତେ ବଡ ଗୁରୁ ହେଇ ମଧ୍ୟ ଏକଲବ୍ୟର ବୁଢା ଆଙ୍ଗୁଠି କାହିଁକି ମାଗିଲେ ? ନାତିର ଏଭଳି ପ୍ରଶ୍ନ ରେ ତା’ଙ୍କ ଆନ୍ଦୋଲିତ ମନରେ ଆଶାର ଆଲୋକ ଉଦ୍ଭାସିତ ହେଲା । ନା,ନା -ଆଜି ମଧ୍ୟ ଆମର ସଂସ୍କାର ବଞ୍ଚି ରହିଚି । ମୁନି ଋଷିଙ୍କର ବାଣୀ କଦାପି ମିଥ୍ୟା ହେବ ନାହିଁ । ଭାରତୀୟ ସନାତନ ଧର୍ମ ଅକ୍ଷୟ ,ଅବ୍ୟୟ ଆଉ ଅକ୍ଷୁର୍ଣ ରହିବ ।

 


Rate this content
Log in

Similar oriya story from Abstract