Sneha Mishra

Inspirational

2  

Sneha Mishra

Inspirational

ପ୍ରଶଂସା

ପ୍ରଶଂସା

2 mins
102


ନିଜର ଆତ୍ମସମୀକ୍ଷା କରିଚାଲିଛନ୍ତି ବିନୋଦବାବୁ ନିଜ ଲେଖାଉପରେ । ମନରେ ବାରମ୍ବାର ପ୍ରଶ୍ନ ଉଠୁଚି,ଆଜିକାଲି କ’ଣ ମୋର ଲେଖନ ଶୈଳୀ ପୂର୍ବପରି ପ୍ରସ୍ଫୁଟିତ ହେଇ ପାରୁଚି ? ଲେଖାରେ ଉର୍ଜା ଆଉ ପ୍ରାଣରେ ଶିଥିଳତା ଆସିଯାଇଚି, ଯେପରି । ପୁର୍ବର ସେଇ ଭାବ ଆଉ ପ୍ରକାଶିତ ହେଇପାରୁନି କାହିଁକି ?ମନ ବ୍ୟାକୁଳିତ ହୋଇଉଠୁଚି । ଏତେ ଉତ୍କଣ୍ଠିତ ହୋଇ ଚାହିଁ ରହିଥିଲି, ଏଇ ପ୍ରଶଂସା ଟିକିଏ ପାଇବା ପାଇଁ । ତାଙ୍କରି ଲେଖନୀମୂନ କ:ଣ ଆତ୍ମସନ୍ତୋଷ ଲାଭକରିସାରିଚି ? ଏତେ ବଡ ସଭାର ଆୟୋଜନ ତାଙ୍କରି ପ୍ରଶଂସା ପାଇଁ ହେଲା, ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ସମାବେଶ ହୋଇଥିଲା । ଓଜସ୍ଵୀ ଭାଷଣରେ କରତାଳିରେ ଗଗନ ପ୍ରକମ୍ପିତ ହେଉଥିଲା । ଏଇ କରତାଳି କ"ଣ ଲେଖନୀ ମୂନରେ ରେଖା ଟାଣିଦେଲା ? ପତ୍ରକାର, ସାମ୍ବାଦିକ ମାନଙ୍କରପ୍ରଶଂସା ତାଙ୍କୁ ସେଦିନ ଆତ୍ମବିଭୋର କରିଦେଇଥିଲା । କିନ୍ତୁ ଆଜି ? ସେଇ ଉନ୍ମାଦ କାହିଁକି ନାହିଁ ? ଆଜି ଗୋଟି ଗୋଟି ହେଇ ପିଲାଦିନର କଥା ମନେପଡିଯାଉଚି । ପ୍ରଥମ ଶ୍ରେଣୀରେ ବର୍ଣବୋଧ ପଢାରେ ଆଶିଷର ପଢିବା ଶୈଳୀପାଇଁ ଆମର ପ୍ରଧାନଶିକ୍ଷକ କେତେ ପ୍ରଶଂସା କରୁଥିଲେ ଆଶିଷର । ମୁଁ ବିଲ୍କୁଲ ସମ୍ଭାଳି ପାରୁନଥିଲି । ରାଗରେ ତା ପରଦିନ ଲୁଚି ଲୁଚି ଆଶିଷର ବର୍ଣ୍ଣବୋଧ ବହିଟିକୁ ଚିରି ଫୋପାଡିଦେଇଥିଲି । ଚତୁର୍ଥଶ୍ରେଣୀରେ ରଚନା ପ୍ରତିଯୋଗିତାରେ ମାନସକୁ ପ୍ରଥମ ପୁରସ୍କାର ମିଲିଲା । କିନ୍ତୁ ମୋ ରଚନାଟିକୁ ଶିକ୍ଷକ ପଢିଲେନି ବୋଲି ରାଗି ରାଗି ଘରକୁ ଫେରିଥିଲି । ତଥାପି ଛୋଟ ଛୋଟ ଗଳ୍ପ. କବିତା ସବୁବେଳେ ଲେଖେ । କେବେ ବି କେହି ପ୍ରଶଂସା କରି କିଛି କୁହନ୍ତି ନାହିଁ ବୋଲି ମନରେ ଅଭିମାନ ଥାଏ । ଷଷ୍ଠ ଶ୍ରେଣୀରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁତ ଆଗ୍ରହରେ ଗପ ଦେଲି ଯେ ଶିକ୍ଷକ ନପଢି ରଖିଦେଇଥିଲେ, ପ୍ରତିଯୋଗିତାରେ ଭାଗ ମଧ୍ୟ ନେବାକୁ ଦେଇ ନଥିଲେ । ତା ପରେ ମନଦୁଃଖରେସପ୍ତାହେ ଯାଏଁ ସ୍କୁଲକୁ ଯାଇ ନଥିଲି । ପ୍ରଶଂସା ଟିକିଏ ସମସ୍ତେ କରନ୍ତୁ ବୋଲି ମନରେ କେତେ ଆକାଙ୍କ୍ଷା , ଅଭିଳାଷା ଥିଲା । ଥରେ ଖରାଛୁଟିରେ ଅଜା ଆଈ ଘରକୁ ଆସିଥିଲେ । ଅଜା ଆଇ, ମୋ ଗପ.କବିତା ଗୁଡ଼ିକ ଗୋଟି ଗୋଟି କରି ପଢିଲେ । ଆଇ ତ କୁଣ୍ଢେଇପକେଇ କହିଲା- ଆରେ ବିନୁ ! ତୁ ଏତେ ସୁନ୍ଦର ଗପ, କବିତା ଏବେଠୁ ଲେଖୁଚୁ । ମୋ ବିନୁ ତ ଦିନେ ବଡ ସାହିତ୍ୟିକ ହେବ । ଆମ ଘରର ନାଁ ରଖିବ । ଆଇ ହସି ହସି କହିଚାଲିଥିଲା-ଆରେ-ବହିରେ ମୋ ନାଁ ଟା ଟିକିଏ ଲେଖିଥିବୁରେ, ମୁଁ ତ ବଞ୍ଚିନଥିବି, ବଞ୍ଚିଥିଲେ ସିନା ଗର୍ବ କରିଥାଆନ୍ତି । ସ୍ଵର୍ଗରୁ ତତେ ଆଶୀର୍ବାଦ ଦେବି ରେ । ମୁଁ ଅବାକ ହେଇ ଯାଉଥିଲି । ସତରେ ଆଇ କଣ ସତ କହୁଚି, ମୁ ଜଣେ ସାହିତ୍ୟିକ ହେବି ? ମୋର ମଜାକ ତ ଉଡୋଉନି ? କିନ୍ତୁ ତା ପରଠାରୁ ଯେପରି ମୋ କଲମ ମୁନରେ ଶକ୍ତି ଆସିଯାଇଥିଲା, ଆଇର ପ୍ରସଂସା ଶୁଣି । ଅଜା ଜନ୍ମଦିନରେ ବଡ ବଡ ସାହିତ୍ୟିକଙ୍କ ବହି ଉପହାର ଦେଉଥିଲେ । ଗୋଟିଏ ପରେ ଗୋଟିଏ ଗପ ମୋର ପ୍ରକାଶିତ ହେଉଥିଲା । ଧିରେ ଧିରେ ମୋ କାହାଣୀ ପାଠକମାନଙ୍କୁ ଆକୃଷ୍ଟ କରୁଥିଲା । ପ୍ରଥମେ ରାଜ୍ୟସ୍ତରୀୟ, ପରେ ପରେ ବିଶ୍ଵ ସ୍ତରରେ ମଧ୍ୟ ମୋ କାହାଣୀ ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲା । ମୋର ପ୍ରଶଂସା ଓ ସଫଳତାରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଈର୍ଷା ଓ ଜ୍ୱଳନ ଦେଖି ମୁଁ ଖୁବ୍‍ ଆନନ୍ଦ ଲାଭ କରୁଥିଲି । ଯେମିତି ଏଇଦିନ ପାଇଁ ମୁଁ କଲମ ଧରିଥିଲି । କିନ୍ତୁ ଏହା ବାସ୍ତବରେ କେତେବଡ଼ ଭୁଲ ତାହ ମୁଁ ଆଜି ଅନୁଭବ କରିପାରୁଚି । ଜଣେ ଦାର୍ଶନିକ କହିଥିଲେ-" ଯଦି ପ୍ରକୃତରେ ତୁମେ ନିଜର କଳାତ୍ମକ ସୃଜନକୁ ଭଲ ପାଉଥାଅ, ତାହେଲେ ତୁମେ ପୁରସ୍କାର ଓ ସମ୍ମାନ ପ୍ରତି ତିଳେମାତ୍ର ଗୁରୁତ୍ୱ ଦେବନାହିଁ । କିନ୍ତୁ, ଯଦି ତୁମେ ଏଇ ବାହ୍ୟ ଆଡ଼ମ୍ବର ସମ୍ମାନ ଓ ପୁରସ୍କାରକୁ କେବଳ ଶ୍ରେୟ ବୋଲି ଭାବୁଛ ତାହେଲେ ଜାଣିବାକୁ ହେବ ଯେ ତୁମେ ନିଜର କଳାକୁ ଭଲ ପାଅନାହିଁ, ଏହା ଏକ ଛଳନା ମାତ୍ର । "

ଯେଉଁ ପ୍ରଶଂସା ଦିନେ ମୋର ପ୍ରେରଣାର ଉତ୍ସ ଥିଲା ଆଜି ତାହାକୁ ଲାଭ କରି ମୋର ସୃଜନତା ଶିଥିଳ ହୋଇଯାଇଚି । 



Rate this content
Log in

Similar oriya story from Inspirational