Sneha Mishra

Inspirational

3  

Sneha Mishra

Inspirational

ସ୍ନେହୀପୁଅ

ସ୍ନେହୀପୁଅ

2 mins
189


ଆଜି ଘରକଥା ବହୁତ ମନେପଡୁଚି |କାହିଁକି ମନଟା ଘାଣ୍ଟିଚକଟି ହେଇଯାଉଚି |ବାପାଙ୍କୁ ଫୋନ କଲାରୁ ବାପା କହିଥିଲେ, ପୁଅରେ,ଏବର୍ଷ ମୁଁ ଆଉ ଆସିପାରିବିନି |ତୁ ପିଲାମାନଙ୍କୁ ଧରି ଛୁଟିରେ ଆସିଯିବୁ |ଏତେଦିନ ହେଲାଣି ,କିଛି ଖବର ନାହିଁ | ଆଗେ ଯାଇ ଟିକେଟ କାଟିଦେଇଆସେ, ନହେଲେ ଯିବାକୁ ଅସୁବିଧା ହେବ, ସିଟ ମିଳିବନି | ଉଡାଯାହାଜରେ ଯିବା ଅପେକ୍ଷା, ଟିକିଏ କଷ୍ଟ ସହି ଟ୍ରେନରେ ପଳେଇବି | ସେତିକିରେ ବାପାଙ୍କର କୋଟଟେ ହେଇଯିବ, ଶୀତ ସମ୍ଭାଳି ପାରୁନଥିଲେ ଆରଥର | ଏମିତି ସ୍ଥିର କରି, ଟ୍ରେନରେ ଟିକେଟ କାଟିଦେଲା, ବାପାଙ୍କର କୋଟ ମଧ୍ୟ କିଣି ଆଣିଲା |

ବାକି ଛୁଟି ଫୋନରେ କହି ମଞ୍ଜୁରୀ କରେଇନେବ ଭାବିଥିଲା | ବାପା ଯେତେବେଳେ ଆସନ୍ତି, ଦନେଇ ଦୋକାନର ମିଠା ସବୁଦିନ ଯାଇଖାଆନ୍ତି |ରାତିରେ ଯାଇ ଦେଖିଲାବେଳକୁ ଦନେଇ ଦୋକାନ ବନ୍ଦ | ସିଧା ଦନେଇ ଦୋକାନୀ ଘରେ ଯାଇ ପହଞ୍ଚିଗଲା |ତା ପରଦିନ ସକାଳୁ ମ୍ୟାନେଜରର ଫୋନ ଆସିଲା ,ଅଡିଟ ହେବ,ତୁରନ୍ତ କାର୍ଯ୍ୟାଳୟ ଆସ |ହଠାତ ଏତିକିବେଳେ ମାଗୁଣି ଚାଚାଙ୍କର ମଧ୍ୟ ଫୋନ୍ ଆସିଲା, ବାପାଙ୍କର ଅବସ୍ଥା, ଭଲ ନାହିଁ | କଣ କରିବ |ଚାକିରୀକୁ ଯିବ ନାଁ ବାପାଙ୍କୁ ଦେଖିବାକୁ ଯିବ | କିଛି ଭାବିପାରୁନଥାଏ |ବାରମ୍ବାର ଅନୁରୋଧ ସତ୍ତ୍ଵେ ମ୍ୟାନେଜର ରାଜି ନ ହେବାରୁ ନିଜର ଇସ୍ତଫାପତ୍ରଟି ଦେଇ ଗାଁକୁ ବାହାରି ଗଲା |ମନ ବ୍ୟସ୍ତ ବିବ୍ରତ | ଭଗବାନଙ୍କୁ ସ୍ମରଣ କରି ବାପାଙ୍କର ବିଷୟରେ ଗୁହାରି ଜଣଉଥାଏ | ବ୍ୟସ୍ତତା ଭିତରେ ଖାଇବାକୁ ମଧ୍ୟ ମନେ ନଥାଏ |ବଡ ଅପରେସନ ପରଠାରୁ ଡାକ୍ତର ବାରମ୍ବାର କହିଥାଆନ୍ତି,ଖାଲି ପେଟ ତୁମପାଇଁ ବିଷ ସଦୃଶ | ପାଖରେ ସେଇ ବାପାଙ୍କ ମିଠା ଛଡା କିଛି ନାହିଁ | ପତ୍ନୀଙ୍କର ବାରମ୍ବାର ଅନୁରୋଧ ସତ୍ତ୍ଵେ ମିଠା ପ୍ୟାକେଟ ଖୋଲିଲେ ନାହିଁ ରତୀଶ |ଖାଲି ପେଟ ଲାଗି ବହୁ ଯନ୍ତ୍ରଣାର ସମ୍ମୁଖୀନ ହେଲେ ଶେଷରେ ଘରେ ପହଞ୍ଚି ଗଲେ | କିନ୍ତୁ ଘରେ ପହଞ୍ଚି ଘରର ଦୃଶ୍ୟ ଦେଖି ହତବାକ ହେଇଗଲେ |ଗାଁ ସାରା ଲୋକ ଘରେ |ସମସ୍ତେ ଯେପରି ତା’ରି ଅପେକ୍ଷାରେ ଥିଲେ | ବାପାଙ୍କୁ ଦେଖି ଦଉଡି ଯାଇ ମିଠା ପ୍ୟାକେଟଟି କାଢି ବାପାଙ୍କୁ କହିଲା-ବାପା ଦନେଇ ଦୋକାନ ମିଠା | ବଡ କଷ୍ଟରେ ଆଣିଲି | ଦୋକାନ ବନ୍ଦ କରିଦେଇଥିଲା | ତା ଘରୁ ଯାଇ ନେଇ ଆସିଚି | ଦେଖିଲ ତା ସୁଆଦ କେମିତି ଅଚି | ଏକଥା ଶୁଣି ଦାମୋଦର ବାବୁ ଆଖି ଖୋଲି ଚାହିଁଲେ, ଆଉ ମିଠାକୁ ବହୁତ ଆଗ୍ରହରେ ମଧ୍ୟ ଖାଇଲେ | ଏମିତି ଲାଗୁଥିଲା ଯେମିତି ସେଇ ମିଠା ହିଁ ତାଙ୍କର ରୋଗର ଔଷଧ ଥିଲା | ଅଳ୍ପ ସମୟ ପରେ ଖୁସିରେ ପୁଅକୁ କୁଣ୍ଢେଇ ପକେଇ କାନ୍ଦି ପକେଇଲେ |



Rate this content
Log in

Similar oriya story from Inspirational