ଶ୍ଵଶୁର
ଶ୍ଵଶୁର
ଆରେ ଅବିନାଶ ! ତୋର ଝିଅ କେବେ ହେଲା ? ଜଣେଇନୁ ତ ମତେ |! ଚୁପ ସଇତାନ | ଏତେବର୍ଷପରେ ମୋ କଥା ତୋର କେମିତି ମନେପଡିଲା ?
ସିଧା ଝିଅର ନିମନ୍ତ୍ରଣ ପତ୍ର |ମୁଁ ନିଶ୍ଚିତ ମୋ ଝିଆରି ଲୁସି ବାହାଘରରେ ପହଞ୍ଚିଯିବି |ବହୁତ ବର୍ଷହେଲା ଦେଖା ହେଉନି ,ଗଲେ ତୋ ଖବର
ନେବି, ଧୋକେବାଜ |କେତେ ସୁନ୍ଦର ପତ୍ରିକାଟି | ଏଇଥିରୁ ଜାଣିପାରୁଚି, ତୋ ଝିଅକୁ ତୁ କେତେ ଭଲ ପାଉଚୁ | ଏତେ ଦିନ ପରେ ବାଲ୍ୟବନ୍ଧୁ
ନିଖିଳର ଏମିତି ସ୍ନେହଭରା ନିଜରପରି ସେଇ ଅଧିକାର ଭରା ଚିଠିଟି ପାଇ ଅବିନାଶବାବୁଙ୍କ ଆଖିରୁ ଅମାନିଆ ଲୁହ ଦୁଇ ଧାର ବୋହିଆସିଲା |
ପୁରୁଣା ସ୍ମୃତି ସବୁ ତାଙ୍କୁ ବ୍ୟସ୍ତ ବିବ୍ରତ କରିଦେଲା |କିନ୍ତୁ ସେ ନିରୁତ୍ତର | କଣ ବା ଉତ୍ତର ଦେବେ ?ହଉ , ଆସୁ ଆଗେ |ପୁଅର ଦୁର୍ବ୍ୟବହାରରେ
ମର୍ମାହତ ହେଉଥାନ୍ତି ଅବିନାଶବାବୁ | ମାଛେଉଣ୍ଡ ପିଲା ବୋଲି ବହୁତ ଆଦର ଯତ୍ନରେ ବିଟୁର ଦେଖାଶୁଣା କରୁଥାନ୍ତି |ଦିନରାତି ଏକ କରି
ଦେଇଥିଲେ ଭଲ ମଣିଷଟିଏ କରି ଗଢିତୋଳିବେ ବୋଲି |ତାଙ୍କର ସବୁ ଆଶା ଆଶାରେ ହିଁ ରହିଗଲା | ସବୁଭରସା ପାଣିରେ ବୁଡିଗଲା |
ନିରାଶାରେ ଖୋଜିବୁଲୁଥିଲେ ଆଶାକିରଣର ଝଲକ ଟିକିଏ ପାଇବାପାଇଁ | ଭାବିଥିଲି, ପାଠଶାଠ ତ ବେଶି ପଢିଲାନି ,ବ୍ୟବସାୟରେ
ଲଗେଇଦେବି ଯେ ଜୀବନଟା ତାର ସୁରୁଖୁରୁରେ କଟିଯିବ ବୋଲି |ସବୁ ଓଲଟ ପାଲଟ ହେଇଗଲା |ବ୍ୟବସାୟରେ ମନ ଦବା ତ ଦୂରରକଥା
ସବୁ ମଉଜ ମଜଲିସରେ ଉଡେଇଲା ବିପଥଗାମୀ ପୁଅକୁ କେମିତି ଠିକ ରାସ୍ତାକୁ ଆଣିବେ, ତାଙ୍କୁ ଦିନରାତି ସେଇଚିନ୍ତା ଘାରୁଥିଲା |ଭାବିଲେ ଭଲ ଝିଅଟିଏ
ଦେଖି ବାହା କରେଇଦେଲେ, ହୁଏତ ରାସ୍ତାକୁ ଆସିଯିବ |ଭଗବାନଙ୍କ ଅପାର କୃପାରୁ ଭଲ ଝିଅଟିଏ ମଧ୍ୟ ମିଳିଲା | କିନ୍ତୁ ଯାହା ଭାଗ୍ୟରେ ଅଛି .
ତାକୁ କିଏ ବା ଦୂର କରିପାଇବ ? କଥାରେ ଅଛିପରା- ବିଧିର ବିଧାନ କେ କରିବ ଆନ |ଏତେଭଲ ଝିଅଟିଏ ପାଇ ମଧ୍ୟ ପୁଅର ବ୍ୟବହାରରେ
କୌଣସି ପରିବର୍ତ୍ତନ ହେଲାନାହିଁ |ଶେଷରେ ଗୋଟିଏ ପୁଅ ଯେ ସିଏ ମଧ୍ୟ ଅନ୍ୟ ରାସ୍ତାରେ ଚାଲିଗଲା |କିନ୍ତୁ ବୋହୁଟିକୁ ଦେଖିଲେ ମୋ ପେଟ
ପୁରିଯାଉଚି | ପୂର୍ବଜନ୍ମରେ କିଛି ତ ପୂଣ୍ଯ କରିଥିଲି ,ଏତେ ଗୁଣୀ ବୋହୁ ଟିଏ ପାଇଚି |କିନ୍ତୁ ,ଲୁସି ପାଇଁ,ଆଜି ନିଜକୁ ଦୋଷୀ ବୋଲି ଭାବୁଚନ୍ତି ଅବିନାଶବାବୁ |ତାଙ୍କ
ହାତରେ ଯେମିତି ବହୁତ ବଡ ପାପ ହେଇଗଲା |ପୂର୍ବଜନ୍ମର କର୍ମଫଳତ ଭୋଗିବାକୁ ପଡିବ,ପୁଣି ଏଇଜନ୍ମରେ ଆହୁରି ପାପ କରିପାରିବି ନାହିଁ|
ଏମିତି ଭାବି ଓକିଲ କୁ ଡକାଇଲେ ଘରର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ |ପିଲାଦିନର ଆଉ ଜଣେ ମିତ୍ର ସମି୍ର ଏଇ ସମୟରେ ଆସି, କାଗଜପତ୍ର
ବିଷୟରେ ପଚାରିଲେ |ଉତ୍ତରରେ ଅବିନାଶ ବାବୁ କହିଲେ- ପୁଅ ଟା ତ ମୋର କୁଳାଙ୍ଗାର | ବୋହୁଟି କଣ ଦୋଷ କରିଥିଲା ଯେ ଏତେ କଷ୍ଟ ସହିବ
ତା ପାଇଁ | ଏହି ପ୍ରାୟଶ୍ଚିତ ପାଇଁ ମୁ ବୋହୁ ନାଁ ରେ ସବୁ କାଗଜ ପତ୍ର କରି ଦେଉଚି |ତା ସାରା ଜୀବନ ସିଏ କାହାକୁ ହାତ ପତେଇବନି |ସମିର ବାବୁ ଏ
କଥା ଶୁଣି ଚମକି ପଡି ଆଶ୍ଚର୍ଯ ହେଇ କହିଲେ - ଆରେ ! କିଏ ଏଇ ଦୁର୍ବୁଦ୍ଧି ତତେ ଦେଲା | ପୁଅ ଯେତେହେଲେ ବି ନିଜ ରକ୍ତର | ବୋହୁ ତ ପର |
ଏମିତି କିଏ କଣ ନିଜ ପୈତୃକ ସମ୍ପତ୍ତିରୁ ନିଜ ପୁଅକୁ ବେଦଖଲ କରି ପର ନାଁ ରେ କରିଦିଏ ? ସମିରବାବୁ ଏହିପରି ଅନେକ ଯୁକ୍ତି କଲେ |ସବୁ ଶୁଣିସାରି
ଅବିନାଶବାବୁ ଗମ୍ଭୀର ସ୍ଵରରେ କହିଲେ - ଲୁସି ଯଦି ମୋ ନିଜ ଝିଅ ହେଇଥାଆନ୍ତା,ତେବେ ତା ପ୍ରତି ଅନ୍ୟାୟ କ’ଣ ମୁଁ ସହିପାରିଥାଆନ୍ତି ?ଯେତେବେଳେ
ଲୁସି କୁ ତା ବାପଘରୁ ବୋହୁ କରିଆଣିଥିଲି, ସେତେବେଳେ ମୁଁ ତା ବାପାର ଆଖିରେ ଲୁହ ଦେଖିଥିଲି ଆଉ ଲୁସିର କୋହ ଶୁଣିଥିଲି |ସେଇ ଦୃଶ୍ୟ ଅତ୍ୟନ୍ତ
ହୃଦୟ ବିଦାରକ ଥିଲା ,ସମ୍ଭାଳି ହେଉନଥିଲା | ହୃଦୟରେ ବୋଝ ରଖି ସିଏ ତ ତା ଝିଅ ଦେଇଦେଲା, ମୋର କ"ଣ କିଛି କର୍ତ୍ତବ୍ୟ ନାହିଁ ? ସେଇଦିନୁ
ଭାବିଥିଲି ଲୁସିର ବାପାର ଅଭାବକୁ ପୂରଣ କରିବାକୁ ମୁଁ ଆପ୍ରାଣ ଚେଷ୍ଟା କରିବି | ବିଟୁ ମୋର ପୁଅ, ଆମର ରକ୍ତ ସମ୍ପର୍କ ଅଛି,କିନ୍ତୁ ତାଠୁ ଉପରେ ଆଉ
ଗୋଟେ ସମ୍ପର୍କ ଅଛି-- ଯୋଉଟା ହଉଚି ମାନବିକତା | ତୁ ତ ଠିକ କହିଚୁ , ଲୁସି ପର ଘରର ଝିଅ | କିନ୍ତୁ ସେଇ ପର ଘରର ଝିଅର ବାପା ,ଯେତେବେଳେ
ମତେ ଏତେ ବଡ ଦାୟିତ୍ଵ ଦେଇଚି- ସେଥିରୁ ମୁଁ କେମିତି ଓହରିଯିବି ?ଲୁସି ପ୍ରତି କୌଣସି ଅନ୍ୟାୟ ମୁଁ ସହିପାରିବିନି |ଏମିତି କଥାବାର୍ତ୍ତ ଚାଲିଥିଲା ବେଳେ
ଲୁସି କାନ୍ଦି କାନ୍ଦି ଆସି କହିଲା- ବାପା ! ମୁଁ ତୁମକୁ ଏକୁଟିଆ ଛାଡିକି କୁଆଡେ ଯାଇ ପାରିବିନି |ବାପଘରୁ ବିଦାୟୀ ଥରେ ବହୁତ କଷ୍ଟରେ ସହିଚି,,ଆଉ ସହିବାର
ଧୈର୍ଯନାହିଁ |ଏତିକି କହି ନିମନ୍ତ୍ରଣ ପତ୍ରିକାଟିକୁ ଟିକ ଟିକ କରି ଚିରି ଫୋପାଡିଦେଲା |ଅବିନାଶଙ୍କ ଆଖିରୁ ଝର ଝର ଲୁହ ବାହାରି ଯାଉଥିଲା, କିନ୍ତୁ ଲୁସିର
ବାପାର ଅଭାବକୁ ପୁରା କରିପାରିଥିବାରୁ ଆତ୍ମସନ୍ତୋଷ ଲାଭକରିପାରୁଥିଲେ |