Sneha Mishra

Children Stories

4  

Sneha Mishra

Children Stories

ବାଇଚଢ଼େଇ

ବାଇଚଢ଼େଇ

2 mins
389


ସକାଳୁ ସକାଳୁ ଜିଦ୍‍ ଧରିବସିଛି ରିଷୁ ।ବଡବାପାଙ୍କୁ ରଖେଇ ବସେଇ ଦଉନି।ବଡବାପା ମୋ ପାଇଁ ସେଇ ଗଛରେ ଝୁଲୁଥୁବା ଝୁଲାଟିକୁ ଆଣିଦିଅ ମୁଁ ଖେଳିବି।

ଚିନ୍ତାରେ ପଡିଗଲେ ଚିନ୍ତାମଣି ବାବୁ। ଯେତେ ବୁଝେଇଲେ ବୁଝୁନି।ଏକା ଆଳ ଧରି ବସିଛି ନାରାଜ ରିଷୁ।ଶେଷରେ ଚିନ୍ତାମଣି ବାବୁ କହିଲେ ଠିକ୍‍ ଅଛିରେ ନାତିଆ। ମୁଁ ପୂଜାପାଠ ସାରିଦିଏ , ଝୁଲା ଆଣିବାକୁ ଯିବା।ରିଷୁ ତରତର ହୋଇ ଜଳଖିଆ ଖାଇଦେଇ ଝୁଲା ଆଣିବାକୁ ଯିବାପାଇଁ ପ୍ରସ୍ତୁତ ହୋଇଗଲା।ଖୁସିରେ ଘର ସାରା ଡେଉଁଥାଏ।ବେଶ୍‍ ସକାଳ ନିତ୍ୟକର୍ମ ସାରି ଚିନ୍ତାମଣି ବାବୁ ବାହାରି ପଡିଲେ ଛତାଟିଏ ଧରି।ଖରାଦିନ,ଖରାର ପ୍ରକୋପରୁ ରକ୍ଷାପାଇବା ପାଇଁ ଛତା ହିଁ ଏକମାତ୍ର ସହାୟକ। ହାତ ଧରାଧରି ହୋଇ ବଡ଼ବାପା ଏବଂ ନାତିଆ ଚାଲିଲେ ଗାଁ ମୁଣ୍ଡ ଆଡେ।ଗାଁ ବାହାରେ ଆମ୍ବତୋଟା ,ତାଳବଣ ବିଭିନ୍ନ ପ୍ରକାରର ଗଛଲତାରେ ପରିପୂର୍ଣ୍ଣ ଆମ୍ବତୋଟାଟି।ଆମ୍ବତୋଟା ଶେଷରେ ତାଳବଣ।ତାଳ ଗଛରେ ଲଟକୁଥିବା ବାଇଚଢ଼େଇ ବସାଟିକୁ ଦେଖି ରିଷୁ କି ଆଉ ଥୟ ଧରେ।ତୁରନ୍ତ କୁନି କୁନି ଓଠରେ ହସର ପୁଲକ ଝଲସିଉଠିଲା।ଚିନ୍ତାମଣି ବାବୁ ପୂର୍ବରୁ ଚମାରକୁ ଖବର ଦେଇଥାଆନ୍ତି।ଚମାର ମଧ୍ୟ ଆସି ପହଞ୍ଚି ତାଳସଜ କାଟି ସାରିଲାଣି।ଚିନ୍ତାମଣି ବାବୁ ରିଷୁକୁ ଦେଖେଇ କହିଲେ ଝୁଲାକୁ ଧ୍ୟାନରେ ଦେଖେ।କୁନି କୁନି ଚଢେଇ ବସା ଭିତରୁ କେମିତି ଚିଁ ଚିଁ ଶବ୍ଦ କରୁଛନ୍ତି।ଜାଣିଛୁ ସେମାନେ ତାଙ୍କ ମା’ର ଅପେକ୍ଷାରେ ଅଛନ୍ତି।ସେମାନେ ଉଡିପାରୁ ନାହାନ୍ତି।ସେମାନଙ୍କୁ ଭୋକ ଲାଗୁଛି।ଭୋକ ଲାଗିବା କଥା ଶୁଣି ରିଷୁ ମନରେ କୌତୁହଳ ଜାଗ୍ରତ ହେଲା।ସେମାନେ କ’ଣ ଖାଇବେ ବଡବାପା ? ଚିନ୍ତାମଣି ବାବୁ କହିଲେ ସେମାନଙ୍କ ମା’ ଦାନା ସଂଗ୍ରହ କରିବାକୁ ଯାଇଛି।ଦାନା ସଂଗ୍ରହ କରି ମା’ ଆସିଲେ ସେମାନଙ୍କୁ ଖାଇବାକୁ ଦେବ।ସେ ପର୍ଯ୍ଯନ୍ତ ସେମାନଙ୍କ ଘରେ ଏଇ ବସାରେ ନିଶ୍ଚିନ୍ତରେ ଥିବେ। ଏଇ ବସାଟି ସେମାନଙ୍କୁ ଖରା ବର୍ଷା ଏବଂ ଶୀତରୁ ରକ୍ଷା କରେ ।ଏମିତି କଥା ହେଉ ହେଉ ହଠାତ୍‍ କୋଉଠି ଥିଲା ଅଦିନିଆ ଖରାଦିନିଆ ଘୂର୍ଣ୍ଣିବାତ୍ୟା ଆରମ୍ଭ ହୋଇଗଲା।ରିଷୁ,ଚିନ୍ତାମଣି ବାବୁ ଆଉ ଚମାର ଦଉଡ଼ି ଦଉଡ଼ି ଗାଁ ମୁଣ୍ଡ ମନ୍ଦିରକୁ ପଳେଇ ଆସିଲେ ।ରିଷୁ ପଛକୁ ବୁଲି ବୁଲି ଦେଖୁଥାଏ ଜୋର୍ ଝଡ ପବନରେ ଝୁଲାଟି ଜୋର୍‍ ଜୋ‍ର୍ ରେ ଝୁଲୁଥାଏ । ଶେଷରେ ସମ୍ଭାଳି ନପାରି ରିଷୁ ଜୋର୍‍ ରେ କାନ୍ଦିଲା।କୁନି କୁନି ବାଇଚଢ଼େଇ ତଳେ ପଡି ମରିଯିବେ ଏମିତି ଭାବି ଭାବି କାନ୍ଦୁଥାଏ ,କୁନି ଚଢେଇମାନଙ୍କର କ’ଣ ହବ ? ଚିନ୍ତାମଣି ବାବୁ ତା’ ଆଖିରୁ ଲୁହ ପୋଛି ଦେଇ କହିଲେ‌ ତୁ ଜମାରୁ ବ୍ୟସ୍ତ ହୁଅ ନାହିଁ । କୁନି କୁନି ବାଇଚଢ଼େଇଙ୍କର କିଛି ହେବନି ।ରିଷୁ ପୁଣି ପଚାରିଲା ସେମାନଙ୍କ ମା’ କୋଉଥିରେ ବସା ତିଆରି କରିଛି ଯେ ଏତେ ବଡ ଘୂର୍ଣ୍ଣିବାତ୍ୟାରେ ସେମାନଙ୍କୁ ଡର ଲାଗିବନି ? ବଡ଼ବାପା କହିଲେ ତାଙ୍କ ମା ସେମାନଙ୍କ ପାଇଁ ଏତେ ସ୍ନେହରେ ଘାସ,କାଠି କୁଟା ଦେଇ ସେଇ ବସାଟି ତିଆରି କରିଛି , ସେଥିରେ ସେମାନେ ବିନା ବିପଦରେ ରହିପାରିବେ। ବାଆ ବତାସ କିଛି କ୍ଷତି କରିପାରିବ ନାହିଁ ।ହଁ, ହଁ ତୁ ଏବେ କହିଲୁ ଖେଳିବା ପାଇଁ ଏଇ ଝୁଲାଟିକୁ ନବୁ କି? ଚମାର ଯାଇ କାଟି ଆଣିବ ।ରିଷୁ ଆଖିରୁ ଲୁହ ପୋଛିଦେଇ କହିଲା ନାଇଁ ବଡବାପା କୁନି କୁନି ଚଢ଼େଇ ମାନେ ତାଙ୍କ ମା’ଙ୍କ ପାଖରେ ଗେଲ ହେବେ । ମୁଁ ନେବିନି । ଚାଲ ଆମ ଘରକୁ ଆମେ ପଳେଇବା, ଚଢ଼େଇ ମାନେ ସେମାନଙ୍କ ଘରେ ଖେଳନ୍ତୁ ।


Rate this content
Log in