Sneha Mishra

Others

3  

Sneha Mishra

Others

ବୋଉ

ବୋଉ

1 min
229


ବୋଉଲୋ ମୋ ପାଇଁ କ’ଣ ଆଜି ପିଠା କରିବୁନି କି ?, କହିକି ଭୋ ଭୋ ହୋଇ କାନ୍ଦି ଉଠିଲେ ଗିରିଶ ବାବୁ |

କାଲି ପରି ମନେ ପଡ଼ିଯାଉଚି ତାଙ୍କର-ଯେତେବେଳେ ସେ କଲିକତା ରୁ ଫେରନ୍ତି ,ଦେଖୁ ଦେଖୁ ବାପା କୁହନ୍ତି, " ହେଇଲୋ..ଗିରିବୋଉ,ତୋ ପୁଅ ଆସିଲାଣି" |

ଗାଧୋଇ ଆସିବା ଭିତରେ ବୋଉ ଚାଉଳ ବାଟି ପିଠା କରିବା ପାଇଁ ପ୍ରସ୍ତୁତ ହୋଇସାରିଥାଏ |

କିନ୍ତୁ ଆଜି ବୋଉ ମୁହଁରୁ କଥାଗୋଟିଏ ଶୁଣିବା ପାଇଁ ବିକଳ ହେଉଛନ୍ତି ଗିରିଶ ବାବୁ |

ଗୋଟିଗୋଟି ହୋଇ ମନେପଡିଯାଉଚି- ,ବିରି ବାଟୁ ବାଟୁ କହି ଚାଲୁଥାଏ ବୋଉ -ଏଇ ମେସିନ ବଟା ପିଠାଗୁଡା କଣ ସୁଆଦ କିରେ ପୁଅ !ତୁ ଜମାରୁ ବ୍ୟସ୍ତ ହ ଅ ନା, ଏଇଲେ ସ ଅ ଳ ବାଟିଦେବି ରେ ପୁଅ |

ଏତେ କଷ୍ଟକରି ପୁଅକୁ ମନ ପସନ୍ଦିଆ ଖାଇବାକୁ ଦେଲେ ମା’ କୁ ଯେ କେତେ ତୃପ୍ତି ମିଳେ, ବୋଧେ ମା’ ଛଡା କେହି ବୁଝିପାରିବେନି |

ଯେବେଠାରୁ ଚିଠିରୁ ଖବର ପାଇଲେଣି,ପୁଅ ନୂଆ ଘର କିଣି କଲିକତା ରେ ରହିବ ବୋଲି ,ସେଵେଠାରୁ ପୁରା ଚୁପ ହୋଇଯାଇଛନ୍ତି ,ପୁଅକୁ ନଦେଖିପାରିବାର ମନର ଅକୁହା ଯନ୍ତ୍ରଣା ମନରେ ମାରି ମାରି ମୂକ ହୋଇ ଯାଇଥିଲେ ଅନ୍ନପୂର୍ଣା ଦେବୀ |

ଔଷଧ ଆଉ କାମ କରୁନି, ଶେଷ ସମୟ ଆସିଗଲାଣି, ପ୍ରସ୍ତୁତ ହୁଅନ୍ତୁ ବୋଲି ଡାକ୍ତର ବାବୁ କହିସାରିଲେଣି|

ହାତ ଗୋଡ ଶିଥିଳ ହେଇ ଯାଉଚି ବୋଉର ଏଇ ଅବସ୍ଥା ଦେଖି, ମୁଣ୍ଡ କାମ କଲାନି, ଦୌଡି ଯାଇ ଅନ୍ନପୁର୍ଣାଦେବୀଙ୍କ କାନ ପାଖରେ ଜୋରରେ ପାଗଳଙ୍କ ପରି ଚିତ୍କାର କଲେ-- ବୋ ଉ ,ବୋଉ ଲୋ,ତୋ ପୁଅ ଗିରି ଆସିଚି ପରା- ପିଠା ଖା ଇବାକୁ ଦବୁନି କି?

ଆଶ୍ଚର୍ଯ୍ୟ ଚକିତ ହେଇଗଲେ ସମସ୍ତେ- ଆଖି କୁ ବିଶ୍ୱାସ କରିହଉନଥିଲା , ଟିକିଏ ସମୟ ପରେ ଇସାରାରେ ଇସାରାରେ କଣ କହୁଥିଲେ ଅନ୍ନପୂର୍ଣା ଦେବୀ |

ଟିକିଏ ସମୟ ପରେ ଧୀରେ ଧୀରେ ଘୁଷୁରି ଘୁଷୁରି ରୋଷେଇ ଘର କୁ ଯାଇ ବିରି ବତୁରେଇବାକୁ ଚେଷ୍ଟା କଲେ |

ଗିରିଶବାବୁ ସେତେବେଳେ ନିଜକୁ ପୃଥିବୀର ସବୁଠାରୁ ଭାଗ୍ୟଵାନ ବ୍ୟକ୍ତି ବୋଲି ମନେ କରୁଥିଲେ |



Rate this content
Log in