Sneha Mishra

Tragedy

2  

Sneha Mishra

Tragedy

ବାପା

ବାପା

2 mins
143


                      ବାପା


 କାଲି ପରି ମନେ ପଡିଯାଉଚି, ସକାଳୁ ସକାଳୁ ରାଗରେ ଚିତ୍କାର କରିଉଠିଥିଲେ ବାପା - କ’ଣ ଚା ଟିକିଏ କରିବାକୁ ତମକୁ ଏତେ ସମୟ ଲାଗୁଚି? କଣ ପାଇଁ ଏତେ ଗର ଗର ହଉଚ ମ lବୋଉ ତର ତର ହେଇ ଚାହା ନେଇ ଆସି କହିଲା, ଏଇ ଚୁଲ୍ଲିଟା ଜମା ଭଲ ଜଳୁନି ପରା l ନୁଆ ଚୁଲ୍ଲିଟେ କିଣିବାକୁ ପଡିବ ବୋଲି କେବେଠୁ କହିଲିଣିl ମୋ କଥା ତ ତୁମେ କେବେ ଶୁଣିବନି l ବାପାଙ୍କର ହଠାତ ମନେପଡିଲା, ଛଅ ମାସ ଆଗରୁ ସିଏ କହିଥିଲେ ବୋଉକୁ ଆର ମାସରେ ଚୁଲ୍ଲି ଯୋଗାଡ କରି ଆଣିଦେବେ ବୋଲି l କିନ୍ତୁ ଆଜିଯାଏ ନୂଆ ଚୁଲ୍ଲିଟେ କିଣିବାକୁ ସିଏ ସାହସ କରି ପାରିନାହାନ୍ତି l ଗଲା ମାସରେ ବଡ ପୁଅ ଫର୍ମ ପୂରଣକୁ ଅଧିକା ଖର୍ଚ୍ଚ ହେଲା, ତା ପୂର୍ବ ମାସରେ ଝିଅର ସାବିତ୍ରୀ ଭାର ଗଲା l ତାପୂର୍ବ ମାସରେ ଶେଷରେ ସାଇକେଲଟା ବି ଦାଉ ସାଧିଲା,ତା ପଛରେ ଅଧିକା ଖର୍ଚ୍ଚ ହେଲା l ଅଳପ ଦରମାକୁ ଏଇ ଯେଉଁ ଦରଦାମ ବଢିଲାଣି, କଣ କେମିତି ହବ ଚିନ୍ତା ଲାଗିଲାଣି l ଝିଅ ବାହାଘର ପଇସା ଏ ଯାଏ ଶୁଝା ହେଇପାରିନି l ଏମିତି କହୁ କହୁ କଥା ମଝିରେ ବୋଉ କହିଉଠିଲା- ଥାଉ, ଥାଉ. ମତେ ସେଇ ହିସାବ କିତାବ ଦେଖାଅନି l ତୁରନ୍ତ ଚୁଲ୍ଲି ବ୍ୟବସ୍ଥା କର, ନହେଲେ ନିଜେ ରୋଷେଇ କରି ଖାଅ l ମୁଁ ଏମିତି ଚଳିପାରିବିନି ଆଉ l ବାପା କିଛି ନକହି ସେଇଠୁ ଚାଲିଯାଇଥିଲେ l ମୁଁ କିଛି ବୁଝିପାରୁନଥିଲି l ମନେ ମନେ ଭାବୁଥିଲି,ଏତେ ଧୁମଧାମରେ ନାନୀର ବାହାଘର କଲେ, ବୋଉ ସାଧାରଣ ଚୁଲ୍ଲିଟିଏ କିଣିବାକୁ କହୁଚି ଯେ, କିଣୁନାହାନ୍ତି କାହିଁକି ? ସତରେ କଣ ବାପା ବୋଉ କଥା ଶୁଣନ୍ତିନି ? କିନ୍ତୁ ତା ପରଠାରୁ ବାପା ମୋ ଶୋଇବା ଆଗରୁ ଘରକୁ ଫେରିବାର କେବେ ମୁଁ ଆଉ ଦେଖିନି l ଏଇ ଭିତରେ ବହୁତ କିଛି ପରିବର୍ତ୍ତନ ହେଇଯାଇଚି l ମୋର ପାଠପଢା ସରିବା ପରେ ଚାକିରୀ ହେଇଯାଇଚି l ନାନୀର ବାହାଘରର ସବୁ କରଜ ବାପା ଶୁଝିଦେଇଛନ୍ତି lବୋଉ ତା ମନ ହିସାବରେ ସବୁ କିଣାକିଣି କରେ l ବାପାଙ୍କ ଆଲମାରୀ ଖୋଲିବାରୁ ହଠାତ ଆଜି ଏଇ ଲଫାଫାଟି ମୋ ସବୁ ପ୍ରଶ୍ନର ଉତ୍ତର ଦେଇଦେଇଚି l ବାପା ଥିଲାବେଳେ କେହି କେବେ ତାଙ୍କ ଆଲମାରୀ ଖୋଲିବାକୁ ସାହସ କରିନାହାନ୍ତି l ନିର୍ଦ୍ଧାରିତ ସମୟରୁ ଅଧିକ ସମୟ କାମ କରି କରି କରଜମୁକ୍ତ ହେଇଚନ୍ତି ବାପା l କାହାକୁ କିଛି ବି ଜଣେଇ ନାହାନ୍ତିl ଘରର ଅଭାବ ଅସୁବିଧାକୁ ଦୂର କରିବାକୁ ଏପରିକି ମଝିରେ ମଝିରେ ନିଜ ରକ୍ତର ବିକ୍ରୟ କରିଛନ୍ତି l ଲଫାଫାରୁ ଚିଠିଟି ପଢି ନିଜକୁ ସମ୍ଭାଳିପାରୁନଥିଲା ଅନୀଶ l ସତରେ ଏତେ ବଡ ଦାୟିତ୍ଵ ବାପାଙ୍କର ମୁଣ୍ଡରେ ଥାଏ ?କେବେ ତ କେହି ବାପାଙ୍କୁ ମହାନ ବୋଲି କହନ୍ତିନି, ସବୁଠି ମାଆର ତ୍ୟାଗ, ସେବା ବିଷୟରେ ପିଲାଦିନୁ ତାକୁ ଶୁଣିବାକୁ ମିଳିଚି l ବାପା ସବୁବେଳେ ନିରବ ରୁହନ୍ତି ବୋଲି ଭାବେ, ବାପାଙ୍କର ବୋଧହୁଏ ଏତେ ଦାୟିତ୍ୱ ନାହିଁ ଆମମାନଙ୍କ ପ୍ରତି l ବେଳେ ବେଳେ ମନ କରୁଥିଲା ପଚାରିବାକୁ, କିନ୍ତୁ ସାହାସ କରିପାରିନି l ଆଜି ବାପା ନାହାନ୍ତି,ଚାଲିଯାଇଛନ୍ତି,କିନ୍ତୁ ନୀରବରେ ମୋ ପ୍ରଶ୍ନର ଉତ୍ତର ଦେଇଯାଇଛନ୍ତି l ବାପାମାନେ ଚୁପ ଚାପ ନିଜର ଦାୟିତ୍ଵ ତୁଲେଇ ନିଅନ୍ତି, ସମସ୍ତଙ୍କ ଅଜଣାରେ ସବୁ ଅସୁବିଧାର ପରିବାରର ରକ୍ଷା କରିବାକୁ ପ୍ରଯତ୍ନ କରିଥାଆନ୍ତି l ନିଜକୁ ଧନ୍ୟ ମନେକରୁଚି l ବାପାଙ୍କର କର୍ତ୍ତବ୍ୟପରାୟଣତା ଆଜି ବହୁତ କିଛି ଶିଖେଇ ଦଉଚି l ବାପାଙ୍କ ପ୍ରତି ମନରେ ଏତେ ବଡ ଭୁଲ ଧାରଣା ଆସିଥିବାରୁ ନିଜକୁ ବାପାଙ୍କର ଦୋଷୀ ବୋଲି ବାପାଙ୍କ ଫଟୋ ସାମ୍ନାରେ ବାରମ୍ବାର କ୍ଷମା ମାଗିଚାଲିଥିଲା l



Rate this content
Log in

Similar oriya story from Tragedy