STORYMIRROR

Sneha Mishra

Abstract

3  

Sneha Mishra

Abstract

ଜୀବନ

ଜୀବନ

2 mins
217

ଜୀବନ ତୁ କୁଆଡେ ଯାଉଛୁ ମୁଁ ? ମୁଁ କୁଆଡେ ଯାଇପାରିବି ? ମୁଁ ତ ସମୟ ହାତରେ ବନ୍ଧା ସମୟ ମତେ ଯୁଆଡେ ନେଇଯାଏ ମୁଁ ସିଆଡେ ଯାଏ । ଦେଖୁନ , କାଲି ପରା ପିଲା ହେଇ ଖେଳୁଥିଲି ବାପାଙ୍କ ପାଖରେ କେତେ ଗେଲ ହଉଥିଲି ଜେଜେଙ୍କ ସାଙ୍ଗରେ ବୁଲିଯିବି , ଦନିଆ ଦୋକାନରୁ ଆଳୁଚପ ,ଆଣିବି, ଯେଯେମା ପୂଜା ପାଇଁ ଫୁଲ , ସବୁଦନ, ଧରାବନ୍ଧା ନହେଲେ ,କାନ୍ଦ ବାପା କହିବେ, ମୋ ମା ଆଖିରୁ ଲୁହ ବାହାରିବନି ଯେମିତି ମୋ ଅଳିଆ ଗଦାରେ ପଦ୍ମ ଫୁଟିଚି ରେ, କିଏ କନ୍ଦେଇବ ମୋ ସୁନାନାକି କୁ କିନ୍ତୁ ଯେଯେମା ପାଖରୁ କାହାଣୀ ଶୁଣିବି ନହେଲେ ଶୋ ଇବାର ନାହିଁ ଯେତେ କାମ ଥିଲେ ମଧ୍ୟ ଯେଯେମା ଆଗେ ଗପ କହିବେ ବାପା ଖାଇଲାବେଳେ ଦିନେ ନ ଡାକି ଖାଇଦେଇଥିଲେ ସେଦିନ କୁଆଡେ ଘରେ ବହୁତ ହଙ୍ଗାମା କରିଥିଲି ରୁଷିକି କିଛି ଖାଇଲିନି, ମୁହଁ ଫୁଲେଇକି ରହିଲି, କାହା ସାଙ୍ଗରେ କଥା ହେଲିନି ବୋଉକୁ ଯେଯେ କହିଲେ – ବାପାଙ୍କ ପାଇଁ ଆଉଥରେ ଭାତ ବାଢିବା ପାଇଁ ଲାଞ୍ଚ- ଆଳୁଚପ, ଆଉ ଛେନାପୋଡ, ମୋର ମନ ପସନ୍ଦର ଆସିଲା ତାପରେ ରୁଷା ସରିଲା ତା’ପରଠାରୁ ଆଜି ଯାଏ ବାପା ମତେ ନଡାକିଲେ କେବେ ଖାଆନ୍ତି ନାହିଁ ମୋର ଡେରି ହେଲେ ଚାହିଁ ବସିଥିବେ ହେଲେ ଆଜି ? ଆଜି ଏକ ପ୍ରଶ୍ନବାଚୀ ହୋ ଇ ରହିଗଲିଣି ବାହାଘର ହେବ ବୋଲି ବାପାଙ୍କ ଗୋଡ ତଳେ ଲାଗୁ ନଥାଏ କଥା କଥା କେ କୁହନ୍ତି , ଛୋଟ କଥା ନା କ’ଣ ଅନନ୍ତୋ ଦୁହିତା ପତି ଯେଯେବାପା,ମା ଗୋଟି ଗୋଟି ଜିନିଷ ସଜାଡି ଦେଇଥିଲେ କହୁଥିଲେ, ମୋ ଗେହ୍ଲେଇକୁଯେମିତି ଶାଶୁଘରେ କିଛି ମାଗିବାକୁ ନ ପଡେ ସିଏ ଯେମିତି କାହା ଆଗରେ ହାତ ନ ପାତେ ସାଙ୍ଗରେ ତେଲ, ଝାଡୁ ଦିଅନ୍ତିନି ବୋଲି , ଭାଇକି ବାରମ୍ବାର କହିଥିଲେ, ଆସିବା ଆଗରୁ ତେଲ ଟିଣଟିଏ କିଣି ଥୋ ଇ ଆସିବୁ, ଆଉ ପୁଜାରୀକୁ ଟଙ୍କା ଦେବୁ ଝାଡୁ ଆଣିଦେବା ପାଇଁ ସାଇ, ପଡିଶା ,ବନ୍ଧୁ ,ବାନ୍ଧବ ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ, ନୂଆବୋହୁର ଜିନିଷ ଦେଖି ବର୍ଷେ ପର୍ଯ୍ୟନ୍ତ କିଛି ବି କିଣିବାକୁ ପଡିବନି ତୁମକୁ, ବୋଲି ସମସ୍ତେ ଶାଶୁ,ଶ୍ଵଶୁରଙ୍କୁ କହୁଥା’ନ୍ତି ସତରେ ଲକ୍ଷ୍ମୀ ତୁମ ଘରେ ପାଦ ଦେଇଛନ୍ତି ଭାର ବେଭାରରେ ଘର ପୂର୍ଣ୍ଣ ସମୟର ଖେଳ ଦେଖ ମୋ ଭାଗ୍ୟର ବିଡମ୍ବନା ଯାହାଙ୍କ ହାତ ଧରି ହସି ହସି ଶାଶୁ ଘରେ ପ୍ରବେଶ କରିଥିଲି,ସିଏ ଅନ୍ୟ ସହିତ ଖୁସୀରେ ଘର ସଂସାର କଲେଣି ଯେଉଁ ଶ୍ଵଶୁରାଳୟକୁ ମନ୍ଦିର ପରି ସଜେଇ ଥିଲି , ସେଇ ମନ୍ଦିରରୁ ଦେବୀ,ଦେବତା ଛାଡି ଚାଲିଗଲେଣି ତେବେ ତୁମେ କୁହ, ଏଇ ମନ୍ଦିରର ପୂଜାରିଣୀ କାହାର ପୂଜା କରିବ ? ଚୁପ କାହିଁକି ,? କୁହ ।ଏଇ ତ ଜୀବନ ।


Rate this content
Log in

Similar oriya story from Abstract