Priyadarsini Das.PriYa❤️

Romance

3.7  

Priyadarsini Das.PriYa❤️

Romance

ସମୟ(ସ୍ମୃତି ର ଫର୍ଦ୍ଦ.୫)

ସମୟ(ସ୍ମୃତି ର ଫର୍ଦ୍ଦ.୫)

2 mins
3.7K


ସମୟ ..(ସ୍ମୃତି ର ଫର୍ଦ୍ଦ .୫)

*******************


ସମୟ ସତରେ ବହୁତ୍ ବଳବାନ୍ ।


ସବୁ ପ୍ରଶ୍ନ ର ଉତ୍ତର ସମୟ ଅନୁସାରେ ଠିକ୍ ସମୟ ରେ ମିଳିଯାଏ ।


କିନ୍ତୁ କଷ୍ଟ ହୁଏ ସେହି ସମୟ ଟିକକ କୁ ଅପେକ୍ଷା କରିବା ...।


ମୋନାଲିସା ସହ କଥା ହୋଇ କେତେବେଳେ ସମୟ ଚାଲିଯାଏ ଜଣା ବି ପଡେନି ।


ହେଲେ ମୋବାଇଲ୍ ନୋ. ଟା ମାଗେ ସେ ଦିଏନି ।


କାହିଁକି ଦିଏନି କାରଣ ମୁଁ ଜାଣେନି କି କେବେ ପଚାରେନି ।


କାରଣ ସେ ଟିକିଏ ଅଲଗା ପ୍ରକାର ର ଝିଅ ।ଯେଉଁଟା ଥରେ ମନା କରିଛି ମାନେ ପୁଣି ଥରେ ମାଗିଲେ ବିରକ୍ତି ହେଇଯିବ ।


ଏମିତି ବି ହୋଇପାରେ ସେ ସେଇ ମେସେଞ୍ଜର କୁ ବି ଆଉ ଆସିବନି ।


ସେ ଯେ ଖାଲି ମୋର ଗୋଟେ ବାନ୍ଧବୀ ନଥିଲା ସେଇଟା ବୁଝିବାକୁ ମୋତେ ଆଉ ଡେରି ଲାଗିନଥିଲା ।


ମୁଁ ବୁଝି ସାରିଥିଲି ସେଇ ଝଗଡ଼ା , ମାର ପିଟ୍ , ସବୁ ଭିତରେ ଯେଉଁ ସ୍ନେହଟା ଲୁଚିକି ଥିଲା ସେଇଟା ବୋଧହୁଏ ଆଉ କିଛି .


ବୋଧେ ସେଇ କାରଣ ପାଇଁ ମୁଁ ଆଜି ଯାଏଁ ଆଉ କେଉଁ ଝିଅ କୁ ଦେଖେନି ।


ଯେବେ ବି ଯେଉଁ ଝିଅ କୁ ଦେଖିଲେ ସମସ୍ତେ କିଛି ନା କିଛି ଗୁଣ ରେ ମୋତେ ଖରାପ୍ ଲାଗନ୍ତି ।



ସବୁବେଳେ ସେଇ କଥା ହିଁ ମନ କୁ ଆସେ ଯାହା ବି ହେଉ ଯାଉ ମୋନାଲିସା ପରି କେହି ଝିଅ ହେବେନି ।



ତେଣୁ ତା ଇଛା ବିରୁଦ୍ଧରେ ତାକୁ ତା ନୋ .. ଟା ମାଗିବା ମାନେ ଆନାକୋଣ୍ଡା ର ମୁହଁ ରେ ନିଜେ ଜାଣି ଜାଣି ହାତ ପୁରେଇବା ।



ରହିଗଲି ମୋର ସେ ଭାବନା କୁ ପଜ୍ ଟେ ମାରି କି ....।



ମନ କିନ୍ତୁ ଛାନିଆଁ ହେଉଥାଏ କିଛି ଶବ୍ଦ ତା ମୁହଁ ରୁ ଶୁଣିବାକୁ ....।


ଭାଗ୍ୟ କୁ ୩ ଦିନ ପରେ ମୋର ଜନ୍ମ ଦିନ ଥାଏ ....।



ସନ୍ଧ୍ୟା ରେ କଥା ହେବା ପାଇଁ ଭାରି ଆଗ୍ରହ ର ସହିତ ମୁଁ ଅନେଇଥାଏ ...।



କିନ୍ତୁ କହୁଥିଲି ନା ସମୟ ଟା ଥରେ ଥରେ ଭାରି କଷ୍ଟ ଦିଏ ...।



ଠିକ୍ ସେମିତି ଆଜିର ସନ୍ଧ୍ୟା ରେ ସେ ଆଉ ମୋତେ ମେସେଜ କହିଲାନି ....।



କିଏ ଜାଣେ ମୋ ଛାତି ଉପରକୁ ଢେଲା ର ବର୍ଷା କରିଲା ପରି ଲାଗୁଥାଏ ...... 


ତଥାପି ଅପେକ୍ଷା ରହିଲା ସେଇ ସମୟ ର ........।(କ୍ରମଶଃ)





Rate this content
Log in

Similar oriya story from Romance