Aminilu Ray

Abstract

2  

Aminilu Ray

Abstract

ସ୍ମୃତିର ସନ୍ତକ

ସ୍ମୃତିର ସନ୍ତକ

1 min
453



ଏତେ ବଡ ଘରଟାରେ ସେ ଏକା । ଦୁଇଟା ଚାକର ପୂଜାରୀକୁ ଛାଦିଦେଲେ ତାଙ୍କର ଦେଖାଶୁଣା କରିବାକୁ ନିଜର ବୋଲି କେହି ନାହାନ୍ତି । ପୁଅ, ଝିଅ, ବୋହୁ, ନାତି, ନାତୁଣୀ ସମସ୍ତେ ଥାଇ ବି କେହି ନଥିଲା ପରି ନିସଙ୍ଗ ଜୀବନ ଅତିବାହିତ କରୁଛନ୍ତି ସେ । ଏ ଦୁଃଖକଷ୍ଟ ଜୀବନ ମଧ୍ୟରେ ତାଙ୍କର ବଂଚିବା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।

   ନିସ୍ତବ୍ଧ ରାତିରେ ଏହି ସବୁ କଥା ମନେ ପକାଇ ତାଙ୍କର ସେହି ପୁରୁଣା ଆର୍ମଚେୟାର୍ ଉପରେ ସେ କେତେବେଳେ ନିଘୋଡ ନିଦରେ ଶୋଇଯାଇଛନ୍ତି ତାଙ୍କୁ ଜଣା ନାହିଁ । କାଉ ରାବିଲାଣି । ଚାରିଆଡ ଫର୍ଚ୍ଚା ହେଇ ଆସୁଛି । ସକାଳୁ ସକାଳୁ ବାସି ମୁହଁରେ ଗେହ୍ଲା ନାତି ଜିତୁ ମୋତେ ହଲାଇଦେଇ କହିଲା – ଜେଜେ ଜେଜେ, ସକାଳ ହେଲାଣି । ଉଠ ଚା’ ପିଇବ । ମୋତେ କହିଲନି ତ ସେ ପୁରୁଣା ରୁମାଲଟାକୁ ତମେ କାହିଁକି । ମୁଁ ଖୁସିରେ ଜିତୁକୁ କୋଳକୁ ନେଇ ହସି ହସି କହିଲି – “ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ସେତେବେଳେ ଏଇ ରୁମାଲଟା ତୋ ଆଈ ବ୍ୟାଗ୍ରୁ ଚୋରିକରିଥିଲି । ହେଲେ ସେ’ତ ଆଉ ନାହିଁ । ଖାଲି ତା’ର ଏଇ ସ୍ମୃତିର ସନ୍ତକଟିକୁ ମୁଁ ସାଇତି ରଖିଥିଲି ଆଉ ରଖିଥିବି ମରିବା ଯାଏ ।”

                 



Rate this content
Log in

Similar oriya story from Abstract