Mr.GAGAN BIHARI NAYAK

Romance Classics Inspirational

4.0  

Mr.GAGAN BIHARI NAYAK

Romance Classics Inspirational

ସ୍ମୃତିର ସନ୍ତକ

ସ୍ମୃତିର ସନ୍ତକ

10 mins
203



ସଦ୍ଯଜାତ ଶିଶୁ କନ୍ଯାଟି ମେଡିକାଲ ବାରଣ୍ଡାରେ ପଡି ରାହା ଧରି କାନ୍ଦୁଥିଲା । ଘେରି ରହିଥିଲେ ଅନେକ ଦେଖଣାହାରୀ ।କେହି କେହି କହୁଥିଲେ ଶିଶୁଟି ଦୁନିଆଁକୁ ଦେଖିବା ଆଗରୁ ତାକୁ ଅଣଦେଖା କରି ତାର ପିତା ମାତା ଏ ସଂସାରରୁ ଚାଲି ଗଲେକି ? ଅନାଥ ପିଲାଟି କେତେ ସୁନ୍ଦର । କେହି ଜଣେ ହେଲେ ଶିଶୁର ଦାବିଦାର ନ ଥିଲେ । ଶିଶୁର କ୍ରନ୍ଦନ କ୍ରମଶଃ ଅସହାୟ ପରିବେଶ ସୃଷ୍ଟି କରିଥିଲା । କେତେ କିଏ କେତେ କଥା କହି ଯାଉଥାନ୍ତି । କେହି କେହି ଏଇ ଅବାଞ୍ଛିତ ଶିଶୁଟିକୁ ଅଜାଚିତ ଆଶୀର୍ବାଦ ଦେଇ ଚାଲି ଯାଉଥାନ୍ତି । କେହି ଏହାକୁ ପୁରାଣ ଯୁଗ ସହିତ ଯୋଡି ଶକୁନ୍ତଳା ତ କିଏ ନାଗ ପଞ୍ଚମୀ ସହିତ ଯୋଡି ମନସା କିଏ ଭାଗ୍ୟ ଲକ୍ଷ୍ମୀ କହି ଗହଳି ଜମେଇ ଥାନ୍ତି । ଗଣମାଧ୍ୟମର କିଛି ଲୋକ ଆସି ତାର ଫୋଟୋ ଚିତ୍ର ଉତ୍ତୋଳନ କରି ନେଉଥାନ୍ତି । କେହି କେହି ଅନାଥ ଆଶ୍ରମ,ପୋଲିସି ଷ୍ଟେସନ ଓ ସନ୍ତାନ ହୀନ ଲୋକଙ୍କପାଖକୁ ଫୋନ କରି ନେବାକୁ ଡାକିବାରେ ବ୍ୟସ୍ତ ଥାନ୍ତି । ଏମିତି ଏକ ପରିବେଶକୁ ସ୍ତବ କରି ଦୁଇଜଣ ସ୍ଵାମୀ ସ୍ତ୍ରୀ ଭିଡ ଭିତକୁ ପୁରା ଦମ୍ ଲଗେଇ ଧସେଇ ପଶି ଆସିଲେ । ସେ ଦୁଇଜଣଙ୍କ ମନରେ ଯେତିକି ବ୍ୟଗ୍ର ସେତିକି ଉତ୍କଣ୍ଠା ଥିଲା । ପିଲାଟିକୁ କୋଳକୁ ନେଉ ନେଉ କେହିଜଣେ ମୁନିସପାଲିଟିର ଲୋକ ମନା କଲା । ମୁନିସିପାଲିଟି ଲୋକଟିକୁ ଜବାବ ଦେଇ ସ୍ତ୍ରୀ ଲୋକଟି ଏଣୁ ତେଣୁ କହିବାକୁ ଆରମ୍ଭ କରନ୍ତେ, କେହିଜଣେ କହିଲା ଏହାକୁ ପ୍ରଥମେ ଡାକ୍ତରକୁଂ ଦେଖାନ୍ତୁ । ପିଲାଟି କେତେ ସୁରକ୍ଷିତ ଦେଖିବା ପରେ, ଯାହା ନ୍ୟାୟିକ ବ୍ୟବସ୍ଥା ଅଛି ସେଇ ଅନୁସାରେ ନେଇଯିବେ ।


କଣ ନ୍ୟାୟିକ ବ୍ୟବସ୍ଥା, ଏ ପିଲାଟି ମୋ'ଝିଅର । ମୁଣ୍ଡ ଦୋଷ ଅଛି ପିଲାଟିକୁ ଜନ୍ମ ଦେଇ ପାଗେଳିଟା ଚାଲି ଯାଇଛି । ଏଇ ଦେଖନ୍ତୁ ଯିବା ଆଗରୁ ମୋ ପାଖକୁ ହ୍ଵାଟସ’ଅପ ଓ ଏସଏମଏସ କରିଛି । ହେଲେ କେହି ଶୁଣିବାର ନାହିଁ ।ସେ ଶିଶୁକୁ ନେବାକୁ ଗଲାବେଳେ ବାରମ୍ବାର ଲୋକମାନଙ୍କର ତୀବ୍ର ପ୍ରତିରୋଧ । କାରଣ ଜନତା ଜନାର୍ଦ୍ଧନ ସେତେବେଳକୁ ପୋଲିସି, ଅନାଥ ଆଶ୍ରମ( ଚାଇଲ୍ଡ ଇଣ୍ଟେନସିବ କେୟାର ) ଓ ଡାକ୍ତରଙ୍କୁ ଖବର ଦେବା ସହିତ କିଛି ଆଞ୍ଚଳିକ ଗଣମାଧ୍ୟମକୁ ଖବର ଦେଇ ସାରିଥିଲେ । ସେଠାରେ ଅନେକ ବିଶିଷ୍ଟ ବ୍ଯକ୍ତି ଉପସ୍ଥିତ ଥିଲେ । ତେଣୁ ବାସ୍ତବିକ ଦୁଇ ଦମ୍ପତିକୁ ମନା କରି ଲୋକେ ବୁଝେଇ ଦେଲେ । ସ୍ତ୍ରୀ ଲୋକଟି ଅଟକି ଗଲା ।


ସ୍ଥାନୀୟ ଶିଶୁକଲ୍ୟାଣ ବିଭାଗର ଅନାଥ ଶିଶୁ ଥଇଥାନ ସଂସ୍ଥାର କିଛି ଲୋକ ଆସି ପହଞ୍ଚି ଶିଶୁଟିକୁ କିଛି ପାଣି ତୁଳାରେ ଦେଇ ପିଆଉ ଥାନ୍ତି । ସେଇ ସଂସ୍ଥାର ଗୋବିନ୍ଦ ବାବୁ ଥିଲେ ମୁଖିଆ । ତାଙ୍କ ନିର୍ଦ୍ଧେଶ କ୍ରମେ ସବୁ କାମ ସଞ୍ଚାଳିତ ହେଉଥାଏ । ସେ ପିଲାଟିକୁ ନେଇ ଗାଡିକୁ ଯାଉ ଯାଉ ପୋଲିସି ଓ ଡାକ୍ତର ଆସି ପହଞ୍ଚି ଗଲେ । ତାଙ୍କୁ ଦେଖି ହସି ହସି ଗୋବିନ୍ଦ ବାବୁ କହିଲେ, ଆପଣ ମାନେ ଆସିଗଲେଣି, ପିଲାଟିକୁ ପରୀକ୍ଷା କଲେ ମୁଁ ମୋ' ସହାୟତା କେନ୍ଦ୍ରକୁ ନେବି । ଶିଶୁଟିର ଡ଼ିଏନଏ॰ ରକ୍ତ ନମୁନା ନିଆଗଲା । ଯାଞ୍ଚ ପରେ ତାକୁ ହସ୍ତାନ୍ତର କରାଗଲା ଓ ନର୍ସଙ୍କୁ ସବୁଦିନେ ସ୍ଵାସ୍ଥ୍ୟଗତ ତାଲିକା ପ୍ରସ୍ତୁତି ପାଇଁ ଡାକ୍ତର କହିଲେ । ପୋଲିସି ଉପସ୍ଥିତରେ ଏ ସବୁ କାମ ହେବାବେଳେ । ଉପସ୍ଥିତ ଥିବା ସ୍ଵାମୀ ସ୍ତ୍ରୀ ଦୁହେଁ ତାଙ୍କ ଝିଅର ଶିଶୁଟି ବୋଲି ଦାବୀ କଲେ । କନ୍ୟା ଶିଶୁଟି ବୋଲି କେତେକ କହୁଥାନ୍ତି- ଝିଅଟିକୁ ନେଇ କଣ ମିଳିବ । ପୁଅଟିଏ ହୋଇଥିଲେ କୂଳ ଉଦ୍ଧାର କରିଥାନ୍ତା ଝିଅଟିକୁ ନେଲେ ଜାନୀ ଯଉତୁକ ଦେଇ ପର ଗୋତ୍ର କରିବାକୁ ଟଙ୍କା ଦରକାର । ସେ ସବୁ ଯାହାର ଦେବା ପାଇଁ ଶକ୍ତି ଅଛି ନିଅନ୍ତୁ । ଆଉ ଆଜିକାଲି ଟଙ୍କା ପଚାଶ ହଜାର ଉପରକୁ ଦଶ ଗ୍ରାମ ସୁନାର ଦାମ । ରୂପା ତ ଶହେଗ୍ରାମର ଦାମ ପାଞ୍ଚହଜାର ଉପରେ, ଇଏ ଯେତେବେଳେ ବଡ ହେବ ସେତେବେଳକୁ ଲକ୍ଷେ ପରେ ହେଇଥିବ । ଯା'ପାଖରେ ଧନ ଅଛି ତାକୁ ଦେଇ ଦିଅନ୍ତୁ ସେ ଦୁଇଜଣ ଯଦି ତାଙ୍କ ଝିଅର ଝିଅ କହୁଛନ୍ତି । ତାଙୁ ଦେଲେ କଣ ଅସୁବିଧା ଅଛି ।


କିନ୍ତୁ କିଏ ମାନି ନେବ ଏତେ ସହଜରେ ତାଙ୍କ କଥା । ତଥାପି ସେ ସ୍ଵାମୀ ସ୍ତ୍ରୀ ଦୁଇଜଣ କେତେ କାହା ଆଗରେ କହି ବୁଲୁଥାନ୍ତି – ଏ ଶିଶୁଟି ମୋ' ଝିଅର ।ମୋତେ ଦେଇ ଦିଅନ୍ତୁ ଆପଣ ମାନଙ୍କର ଧରମ ହେବ । ଏ କଥା ପୋଲିସି ଶୁଣି ଚିହିଙ୍କି ଉଠିଲା । ସନ୍ଦେହ ଭରା ଆଖିରେ ଆଇ. ଆଇ. ସି. କହିଲା କାହିଁ ତୁମ ଝିଅ କେଉଁଠି ? ବ୍ୟାକୁଳ ହୋଇ ସ୍ଵାମୀ ସ୍ତ୍ରୀ ଦୁଇଜଣ କହିଲେ-ପାଗିଳିଟା ଘର ଛାଡି ଚାଲି ଯାଇଛି । ଉପସ୍ଥିତ ଲୋକେ କହିଲେ- ମା' ଜନ୍ମ ଦେଇ ଝିଅକୁ ଫୋପାଡି ଦେଇ ଯାଉଚି । ଆଉ ତମେ ଆସିଛ ନାତୂଣୀକୁ ନେବ କୋଉ ସାହାସରେ କହୁଛ । ତମ ଝିଅ ବୋଲି ପ୍ରମାଣ କଣ ଅଛି । ପ୍ରମାଣ କଥା ଶୁଣି ସଙ୍ଗେ ସଙ୍ଗେ ନିଜ ମୋବାଇଲର ହ୍ବାଟସ ଅପ୍ ଖୋଲି ସମସ୍ତଙ୍କ ଆଗରେ ଦେଖି ଲୋକଟି କହିଲା- ଏଇ ଦେଖନ୍ତୁ ସେ' ପାଗିଳି ଯିବା ଆଗରୁ ଏଇ ଏସଏମଏସ॰ ଓ ହ୍ଵାଟସ’ଅପ ମେସେଜ ଦେଇଛି ।ଆଉ କହିଛି-ମୋ' ଝିଅଟିକୁ ଦେଖି ମୋତେ ଭୁଲି ଯିବୁ । ପୋଲିସିର ସନ୍ଦେହ ଆହୁରି ବଢିଗଲା । ସେ ଭ୍ୟାନରେ ଯିବା ପରିବର୍ତ୍ତେ କିଛି ସମୟ ଅଟକି ଯାଇ ସଂପୂର୍ଣ୍ଣ ବିବରଣୀ ପର୍ଦ୍ଦା-ଫାଶ କଲେ ।


ପୋଲିସର ନାଲି ଆଖି, ସେ ଝିଅ ଘର ଛାଡି ଯିବା ଆଗରୁ କହିଛି -ମୋ ଝିଅକୁ ଦେଖି ମୋତେ ଭୁଲିଯିବୁ । ଅର୍ଥାତ ତମ ଝିଅକୁ ତୁମେ ନିଶ୍ଚିତ କିଛି କିଛି କହୁଥିଲ କିମ୍ବା ରାଗୁଥିଲ ତା ଉପରେ । ଯାହାକୁ ସେ ସହି ନ ପାରି ଝିଅକୁ ଜନ୍ମ ଦେଇ ଆତ୍ମହତ୍ଯା କରି ଥାଇପାରେ କିମ୍ବା ତା'ପ୍ରେମିକ ହାତ ଧରି ଚାଲି ଯାଇଥିବ। ସେ ଛାଡି ଦେଇଥିବା ମେସେଜ ଆମ ମୋବାଇଲିକୁ ଦିଅ ଆମେ ଏହାକୁ ନେଇ ତଦନ୍ତ କରିବୁ । ତୁମ ଝିଅର ସମସ୍ତ ବିବରଣୀ ଆମକୁ ଜଣାଇବାକୁ ଥାନାକୁ ଚାଲ ।

ସ୍ଵାମୀ ସ୍ତ୍ରୀ ଦୁଇଜଣ ଦୃଢୋକ୍ତି ସହିତ କହୁଥିଲେ – ଏ ସନ୍ତାନ ମୋ' ଝିଅର ଓ ଆମେ ତାର ସମ୍ପର୍କୀୟ ଅଜା ଓ ଆଈ ।

ପୋଲିସି ର ପ୍ରଶ୍ନ ତେବେ ସେ ଶିଶୁ କନ୍ୟା ର ବାପ କିଏ ? ତୁମେତ ଜାଣିଥିବ ସେ କିଏ କେଉଁଠି ରହନ୍ତି ? ତାଙ୍କ ବ୍ଯବସାୟ କଣ ?

ସେଇଠି ଅଟକି ଗଲା କହିବାର ବାକ୍କ ଶକ୍ତି । ଦୁହେଁ ଦୁହିଁକୁ ଅନେଇ କିଛି ସମୟ ପରେ କହିଲେ-ନା, ସେ ବାହା ହେଇ ନ ଥିଲା । ସ୍ଵାମୀ ସ୍ତ୍ରୀଙ୍କ ଉତ୍ତର ।


ତେବେ ସେ କାହାକୁ ଭଲ ପାଉଥିଲା ତାହା ତୁମକୁ ଜଣା ।

ହଁ, କିଛିତ ଜଣା ଅଛି । ସେ ଥିଲା କଲେଜ ବନ୍ଧୁ –ସମୀର ।

ତାର ଫୋଟୋ ଅଛି ।

-ନା ।

ଚିହ୍ନି ପାରିବ ।

-ନାହିଁ ।

-ଝିଅ କୁଆଡେ ଯାଇଛି ?ପୋଲିସିର ପ୍ରଶ୍ନ ।

ଏଇଟିକିଏ ପୂର୍ବରୁ ଏସଏମଏସ. କରି କୁଆଡେ ଚାଲି ଯାଇଛି ।

ଝିଅ ନାହିଁ.... ମାନେ ନିଖୋଜ । ତେବେ ଏଫଆଇଆର॰ ପ୍ରଥମେ ତାର ନିଖୋଜ ସମ୍ବନ୍ଧରେ ଦିଅ । ତାକୁ ପାଇବା ପରେ ଆମେ ଯାଇ ଶେଷ ସିଦ୍ଧାନ୍ତରେ ପହଞ୍ଚି ପାରିବା ।   

 ଏଫଆଇଆର. ଲେଖା ପରେ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇ ଏ ଦୁଇ ସ୍ଵାମୀ ସ୍ତ୍ରୀଙ୍କୁ ଯିବାକୁ କହିଲା-ପୋଲିସ । ନିରୁତ୍ସାହ ହେଇ ଘରକୁ ଫେରିଲେ ଦୁହେଁ । ଝିଅ ଦୁଷ୍କର୍ମ କରି ମାନ ସମ୍ମାନ ହାନି କରିବା ଯେତେ ବାଧୁ ନ ଥିଲା ସେତେ କଷ୍ଟ ଦେଉଥିଲା ତାର ରକ୍ତ ମାଂଶରୁ ଜନ୍ମ ନେଇଥିବା କଅଁଳ ଶିଶୁ କନ୍ୟାଟି ପ୍ରତି ।  


ପଶ୍ଚିମାକାଶେ ହତାଶ ଗୋଧୂଳିର ଛାଇ । ଲାଲିମାର ମୁରୁଜ ଛଟା ନିମନ୍ତ୍ରିତ ରାତିର ଅଭ୍ୟର୍ଥନାରେ ବ୍ୟସ୍ତ ଥିଲା ଯେମିତି । ମା ମନ ସହି ହେଉନ ଥାଏ । ଅନୁଶାସନକୁ ଆଖି ଆଗରେ ରଖି ଝିଅ ପ୍ରତି କଠୋର ବାପ ସିନା ହେଇପାରେ କିନ୍ତୁ ମା’ ସେତ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ସେ କେବେ ଭୁଲିପାରିବ ଝିଅର ଏମିତି ଅପ୍ରତ୍ୟାଶିତ ଭାବେ ନିଖୋଜ ହେଇ ନିଜ ଜନ୍ମିତ ଶିଶୁ କନ୍ୟାକୁ ଅସହାୟ ଭାବେ ଛାଡି ଚାଲିଯିବ । ସେ ଦିନେ ଏଇମିତି କେଉଁ ମା'ର ଅଲିଅଳୀ ଝିଅ ଥିଲା ଦିନେ । ବୟସର ଡେଣା ଲଗା ଯୌବନ ଏମିତି ଉଡେଇ ଥାଏ କେତେ କାହାକୁ । ସେ ପାଠ ପଢିବା ସହିତ ଏମିତି ଭୁଲ କାମଟେ କରି ବସିବ ବୋଲି କିଏ କେମିତି ଜାଣିବ । ଆଜି କାଲିର ମୋବାଇଲ ଯୁଗରେ କେତେ କଣ ହେଖି ମନ ଇଛା ଚାଲିଛି । ଯିଏ ଏହାର ସଦୁପଯୋଗ କରୁଛି ସିଏ ଭଲ ମଣିଷ ହେଉଛି । ଯିଏ ଦୁରୁପଯୋଗ କରୁଛି ସେ ନଷ୍ଟ ହେଉଚି । କରୋନା ମହିମାରୀ ସମୟରେ ସବୁ ଯେତେ ବେଳେ ବନ୍ଦ ହୋଇଗଲା । ପିଲା ମାନଙ୍କ ପାଠ ପଢିବା ଓ ପଢେଇବାର ମାଧ୍ଯମ ଏଇ ମୋବାଇଲ ହିଁ ଥିଲା । ଆମ ଅଣ୍ଟି ସୁନା ଭେଣ୍ଡି କହିବା କାହାକୁ ।ଏମିତି ଭାବନାର କେଉଁ ଅଜଣା ମାନସିକ ରୋଗରେ ଘାଣ୍ଟି ହେଉଥିଲା । ଭାବୁଥିଲେ କେମିତି ପାଗିଳିଟା ଫେରି ଆସନ୍ତା କି ? ରାତି ସାରା ଖାଲି ବିଛଣାରେ ପଡି ଛଟପଟ ହେଇ ଭାବୁଥିଲା- ମା ।


ସକଳ ହେଲା । କିଏ ଜାଣେ କଣ ନେଇ ଆସିଛି ଆଜି ଏଇ ଦିନ । ଏଇମିତି ଦିନ ନେଇଆସେ ସୁଖ ଓ ଦୁଃଖ । କେତେ ସୁଖ ସ୍ଵପ୍ନ ଦେଖିଆସିଥିବା ଏଇ ଚାଷୀ ପରିବାରର ଆଖିରୁ କେହି ଯେମିତି ଛଡେଇ ନେଇଛି ନିଦ । କେତେ ସ୍ଵପ୍ନ ଦେଖିଥିଲେ ଗୋଟିଏ ଝିଅ ପାଇଁ । ତାକୁ ଦେଇଥିଲେ ସଂପୂର୍ଣ୍ଣ ସ୍ଵାଧୀନତା । ସମସ୍ତ ସୁଖ ଦେବା କଣ କେଉଁ ପିତା ମା’ ର ଅନ୍ଧ ଭଲପାଇବା ହେଇପାରେ । କିଏ ଜାଣି ଥିଲା ଝିଅର ଏଇ ଚପଳତା ଦିନେ ତାକୁ ପଢିବାରୁ ବଞ୍ଚିତ କରିବ ଆଉ ସେ ସମାଜ ଆଗରେ ପାଲଟି ଜୀବ କୁଳଟା-ପତିତା । ତାକୁ ମରିବାକୁ ହେବ କିମ୍ବା ଘର ଛାଡି ଚାଲିଯିବା ଶ୍ରେୟସ୍କର ଭାବିବ । ନା, ସେ ବଞ୍ଚିବ ସମ୍ମାନର ସହିତ ଏ ସମାଜର ସାମ୍ରାଙ୍ଗୀ ହେଇ । ଶକୁନ୍ତଳା କଣ ଭଲପାଇ ଭୁଲ କରିଥିଲେ ବରଂ ଜନ୍ମ ଦେଇଥିଲେ ଭାରତର ପ୍ରଥମ ସମ୍ରାଟ ବୀରାଧୀ ବୀର ଜମ୍ବୁଦୀପ ରାଜା ଭରତ ମହାରାଜାଙ୍କୁ । ଇତିହାସ ପୃଷ୍ଠାରେ କେତେ କିଏ ଭାରତର ସମ୍ରାଟ ଓ ନବାବ ହେଇଛନ୍ତି ତାର ହିସାବ ନାହିଁ । ଆଜି ଏ ଝିଅର ଅପରାଧ ସେମାନଙ୍କ ଠାରୁ କେଉଁ ଗୁଣରେ ବେଶୀ ।


ବୟସର ଚପଳତାରେ କେତେ କିଏ ଭାସି ଯାନ୍ତି ଯୌବନର ବଢନ୍ତା ନଈର ସୁଅରେ । କେତେ କିଏ ସ୍ଵପ୍ନ ଦେଖନ୍ତି ମନର ରାଜ କୁମାର ମାନଙ୍କୁ ପାଇବାକୁ । ଯୌବନର ଉଦ୍ଧତ୍ତ ପଣକୁ ଆକଟ କରି ରଖିବାରେ ସଂଯମତା କେତେ କାର ଥାଇପାରେ । ଆଜିର ଯେଉଁ ଯୌବନ ଉଦ୍ଧିପନାର ନଗ୍ନ ଚିତ୍ର ଓ ଯୁବ ସମାଜ ଭିତରେ ଦେଖିବାକୁ ମିଳୁଛ ସେ ଉଦ୍ଦଭ୍ରାନ୍ତ ଚରିତ୍ରକୁ କଣ ଆକ୍ଟର ବଳୟ ଭିତରେ ବନ୍ଦୀ କରି ରଖି ହେବ । ହେଇପାରେ ହେଲେ ଖୁବ କମ । ଗରିବ ଝିଅ ସବୁରି ସାଳୀ ହେଇ ଏମିତି ଦଣ୍ଡ ପାଇବା କେତେ ଦୂର ସମିଚୀନ । ନା, ତାକୁ ଯେମିତି ହେଲେ ସମାଜରେ ବଞ୍ଚିବାର ଆଶା ଦେବାକୁ ଯାଇ ଝିଅର ବାପା ତହିଁ ଆର ଦିନ ଦୌଡିଲା ଥାନାକୁ। ହାତ ଯୋଡି ଅନୁନୟ ବିନୟ ହେଇ ଥାନା ବାବୁଙ୍କୁ କହିଲା-ସାର, ମୋ'ଝିଅର କଣ ସନ୍ଧାନ ମିଳିଲା ।


- ହଁ, ବାଙ୍କି ଚୂଆରୁ କାହାକୁ ଗୋଟେ ଆଣି ମେଡିକାଲରେ ପକେଇଛନ୍ତି । ଅବସ୍ଥା ସଂକଟାପନ୍ନ ଅଛି ବୋଲି କହିଲା ଡାକ୍ତର । ଯାଇ ଦେଖି ଅସ ସେଇ ହେଇପାରେ ତୁମ ଅଲିଅଳି କନ୍ୟା-ରାଜଜେମା । ହଁ, ତା ପ୍ରେମିକ ଯଦି ତାକୁ ଘରକୁ ନ ନିଏ ତେବେ ଆମେ ତାକୁ ବାଧ୍ୟକରିବୁ ନାହିଁ । ତୁମକୁ ତା ଉପରେ କେଶ କରିବାକୁ ହେବ ।

-ହଁ, ଆଜ୍ଞା ନିଶ୍ଚୟ କରିବି !


ଝିଅର ଫଟୋ, କଲେଜର ପ୍ରମାଣ ପତ୍ରରେ ଥିବା ବୟସ ଓ ତା ସହିତ ମିଳାମିଶା କରୁଥିବା ସାଙ୍ଗ ସାଥିଙ୍କ ସମସ୍ତ ବିବରଣୀ ଦିଅନ୍ତୁ ।

- ହଁ, ଦେବି ସବୁ ଅଛି । ହେଲେ ମୋ ଝିଅକୁ ଫେରି ପାଇବି କି ? 

- ଚେଷ୍ଟା ଅବ୍ୟାହତ ଅଛି । ଆଶା ଆଜି ଯେଉଁ ଝିଅଟିକୁ ସେ ନଈରୁ ଉଦ୍ଧାର କରାଯାଇଛି ବୋଧ ହୁଏ ସେଇ ତୁମ ଝିଅ ହେଇଥାଇ ପାରେ । ଯାଇ ଦେଖି ଆସ ।


ହଁ, କହି ଲୋକଟି ଧାଇଁଲା ମେଡିକାଲ କୁ ଯେଉଁଠି ମିଳିଥିଲା ଶିଶୁ କନ୍ୟାଟି । ହେଲେ ସେଠାରେ କେହି ନ ଥିଲେ ।

ଏଣେ, ପୋଲିସି ତଦନ୍ତ କରି ଜାଣି ପାରିଛିଯେ – ତାଙ୍କ ଝିଅ ସ୍ନେହାଶିଷା ହେଉଛି ଏଇ ଦୁଇ ଦମ୍ପତ୍ତି ଶରତ ଓ କମଳାଙ୍କ ଏକମାତ୍ର କନ୍ୟା । ଯିଏ ଗାଁ ଠାରୁ ଅନତି ଦୁରେ ସହରରେ ରହି ପିଏଚ ଡି. କରେ । ତା ସହିତ କିଛି ପାର୍ଟ ଟାଇମ କାମକରି କିଛି ରୋଜଗାର କରେ । ସେଥିରେ ନିଜର ଗୁଜୁରାଣ ମେଣ୍ଟି ଯାଏ । କାରଣ ସମସ୍ତ ଚାଷୀକୂଳର ପିଲା ମାନେ ଏମିତି ଅଧ୍ୟବସାୟକୁ ଆପଣେଇ ବଞ୍ଚିବା ଜାଣନ୍ତି । ନିତି ପ୍ରତି ଦିନ ଯିବା ଆସିବା ବାଟରେ ଦେଖା ହୁଏ ପ୍ରଣୟ ସହିତ ସ୍ନେହାର । ସ୍ନେହାଶିଷାର ସ୍ନେହ କିଣି ନେଇଥିଲା ପ୍ରଣୟର ମନ ପ୍ରାଣ । ସେ କ୍ରମଶଃ ତା ଆଡକୁ ଆକର୍ଷିତ ହେଇଥିଲା । ଆରମ୍ଭ ହୁଏ ଦୁହିଙ୍କ ଅବାଧ ମିଳାମିଶା ଅହେତୁକ ଅନୁକମ୍ପାର ଆଦାନ ପ୍ରଦାନ । କିଛି ଦିନାନ୍ତେ ସ୍ନେହା ହୁଏ ଅନ୍ତସତ୍ତ୍ଵା । ତାକୁ ଅବୋର୍ଶନ ପାଇଁ କେତେ ଥର କହି ଥକି ଯାଇଛି ପ୍ରଣୟ । ପ୍ରଣୟ କଥାରେ ରାଜି ହୁଏନା ସ୍ନେହା । କାରଣ ସେ ବାପା ମାର ଏକ ମାତ୍ର ଝିଅ । ଝିଅର ସନ୍ତାନକୁ ଦେଖି ସେମାନେ ଖୁସି ହେବେ ନିଶ୍ଚୟ । ଟିକେ ରାଗ ଅଭିମାନକୁ କଣ ସେ ଝିଅ ହେଇ ବୁଝେଇ ଦେଇପାରିବନିଯେ ଆଜି ପ୍ରେମିକ କଥାରେ ଅବୋର୍ଶନ କରିବ । କିନ୍ତୁ ପ୍ରଣୟର ଥିଲା ନିଜର ପ୍ରତିପତ୍ତି ଓ ବଂଶ ପରମ୍ପରା ଆଭିଜାତ୍ୟର ଭୟ ।


ବାପାକୁ ଶାନ୍ତ କରି କଥାଟାକୁ ମୁଣ୍ଡରେ ପୁରେଇ ପଛରେ ନିଷ୍ପତ୍ତି ନେବାର ଡ଼ର । ଏମିତି ପରିସ୍ଥିତିରେ ସେ କିଛି ନିଷ୍ପତ୍ତିରେ ନ ପହଞ୍ଚି ପାରି କେବଳ ସ୍ନହାକୁ ଅନୁରୋଧକରେ ଗର୍ଭରେ ବଢୁଥିବା ଶିଶୁଟିକୁ ନଷ୍ଟ କରିବାକୁ । କିନ୍ତୁ କେଉଁ ମା’ ଚାହିଁବ ନିଜର ମାତୃତ୍ଵକୁ ଜଳାଞ୍ଜଳି ଦେଇ ଜାଣି ଶୁଣି କରିବ ଭ୍ରୁଣ ହତ୍ୟା । ପ୍ରଣୟ କଥାରେ ସ୍ନେହା ରାଜି ନ ହେବାରୁ ସେ ସୁଇସାଇଡ କରିବାର ଧମକ ଦେଇଛି । ପ୍ରଣୟ ପାଇଁ ପାଗିଳି ସାଜିଥିବା ସ୍ନେହା, ଶେଷରେ ଠିକ କଲା ସେ ଜନ୍ମ ଦେଇ ଛାଡି ଦେଇ ଯିବ ତାର ସନ୍ତକ । ହେଲେ ସେ ତାର ମାତୃତ୍ଵକୁ ସପୂର୍ଣ୍ଣ କରିବ । ଏ ସବୁ କଥା ସ୍ନେହାର ମା' କିଞ୍ଚିତ ଜାଣେ ହେଲେ ଉଚ୍ଚ ଶିକ୍ଷିତ ଝିଅର ପ୍ରେରେ କଣ ଏମିତି ଧୋକା ଆସିବ ବୋଲି ସେ ଜାଣି ପାରିବ । ପ୍ରଣୟ ବି ଡକ୍ଟରେଟ କରିଛି । ସେମାନେ କଣ ସମାଜର ବାସ୍ତବତାକୁ ଅନୁଭବ କରି ନାହାନ୍ତି । ଜାଣିନାହାନ୍ତି ସାମାଜିକ ବ୍ଯବସ୍ଥା । ପ୍ରେମରୁ ଆତ୍ମାର ମିଳନ ହୁଏ, ସେ ମିଳନରୁ ବୈକୁଣ୍ଠ ଭଳି ସଂସାର ଜନ୍ମ ନିଏ । ସେ ସଂସାରର ମାଲିକ ଲକ୍ଷ୍ମୀ-ନାରାୟଣଙ୍କ ପ୍ରତିମୂର୍ତ୍ତି ଭଳି ହେବା ଉଚିତ । ଯେଉଁଠି ପରଷ୍ପର ସ୍ନେହ ସଂପର୍କ ନିବିଡତା ଡୋରୀରେ ବାନ୍ଧି ହୋଇଥିବ। କିନ୍ତୁ ଏଠି ଆବିଳତାପୂର୍ଣ୍ଣ ପ୍ରେମ । ସଂଦେହୀ ମନ ଓ ପ୍ରତାରଣାର ଶିକାର ହୋଇ ପବିତ୍ର ପ୍ରେମକୁ କଳୁଷିତ କରିଛନ୍ଥି ଦୁଇ ଅପବିତ୍ର ଆତ୍ମା । ଏକମାତ୍ର ଝିଅକୁ ମାନସିକ ଆଘାତ ନ ଦେଇ ତା ଉପରେ ସବୁ ନିଷ୍ପତ୍ତି ନେବାକୁ ଛାଡି ଦେଇ ଏଇ ତାର କଣ ପରିଣାମ ହେଇପାରେ । ଦହଗଞ୍ଜର ଅଦେଖା ନିଆଅଁରେ ମନ ଜଳୁଥିଲା କମଳାର । ତା'ବାପା ଶରତ ଯେଉଁ ଦିନ ଏ କଥା ଶୁଣିଲା ସେ ଦିନ ସେ ଝିଅର ଏ ଚରିତ୍ରକୁ ତୀବ୍ର ସମାଲୋଚନା କରିଥିଲା । କିନ୍ତୁ ଶିକ୍ଷିତା ଝିଅ ଆଗରେ ଏ କଥା କହିବାକୁ ତାର ସାହସ ହେଇ ନ ଥିଲା । ସବୁ ଜାଣି ନଜାଣିଲା ପରି ସମୟ କଟାନ୍ତି ଶରତ । ତେଣୁ ମସ୍ତଙ୍କ ପ୍ରତିକୂଳରେ ଥାଇ ସ୍ନେହା ନିଷ୍ପତ୍ତି ନେଇଥିଲା ଯାହା ପାଇଁ ତାର ଆଜି ଏ ଅବସ୍ଥା। ତାକୁ ଓ ତାର ବଢୁଥିବା ରକ୍ତକୁ ବାହାରେ ଫିଙ୍ଗି ଶରୀରକୁ ସେ ବିସର୍ଜନ କରିବ ।


ସ୍ନେହାର ନିଖୋଜ ପ୍ରଣୟ ଜାଣିବାକୁ ପାଇଥିଲା । ସେ ଜାଣିଥିଲା ଏଥର ତାର ଅନ୍ଧପୁଟୁଳିରୁ ସବୁ ସତ୍ଯ ବାହାରିଯିବ । ସେ ତା ବାପା ମା'କୁ ମୁହଁ ଖୋଲି ନକହିଲେ କଣ ହେବ । ଆଜି ଆଇନ ସବୁ ଜଣେଇଁ ଦେବ ଓ ସେ ସ୍ନେହାକୁ ନେଇ ସବୁଦିନ ନିଜର କରି ରଖିବେ । ସେ ସ୍ନେହାକୁ ଦେଖିବାକୁ ସ୍ନେହାର ନିଖୋଜର ଏଫଆଇଆ.ର ପ୍ରଣୟ ଥାନାକୁ ଯାଇ ଖବର ନେଇଛି । ତାକୁ କେମିତି ଥରେ ଆଖି ପୁରେଇ ଦେଖିବାକୁ ଥାନା ବାରଣ୍ଡାରେ ପଡି ରହିଛି ଗୋଟେ ଭୋକିଲା ମଣିଷ ଭଳି । ତା' ସହିତ କେତେଟା ବାର ବୁଲା କୁକୁର ଶୋଇଛନ୍ତି । ପୋଲିସି ଏକଥା କହି ବାହାରିଲେ ଶିଶୁ ସହାୟତା ଆଶ୍ରମକୁ ଯିବାକୁ । ଦେଖିଲେ ଲୋକଟି ପଡି ରହିଛି । ତାଙ୍କ ସହିତ ଥିଲେ କେଇଜଣ ବିଶ୍ଵସ୍ତ ପୋଲିସି । ସେମାନେ ପଚାରି ବୁଝିଲେ ସେଇ ସେ କୃତଘ୍ନ ପ୍ରେମିକ ଯିଏ ସ୍ନେହାଶିଷାର ସବୁ କିଛି ଲୋଟି ନେଇ ଅଦରକାରୀ ଭାବି ପ୍ରତାରଣା ଦେଇଛି । ପ୍ରଣୟର କଥାନୁସାରେ ସେମାନେ ପ୍ରଣୟକୁ ଥାନାକୁ ବାପକୁ ଡକେଇଲେ ଓ ସମସ୍ତ କଥା ବୁଝେଇଲେ । ପ୍ରଣୟ ବାପା ଏତେ ସୁନ୍ଦର ଉଚ୍ଚ-ଶିକ୍ଷିତ ବୋହୁ ପାଉଥିବାରୁ ଖୁସୀ ହେଇଥିଲେ ଓ ପ୍ରଣୟ ଏକଥା ଘରେ ନ କହିଥିବାରୁ ଭୀଷଣ ରାଗି ଥିଲେ ।

ତା ପୂର୍ବରୁ ଉଦ୍ଧାରକାରୀ ଦଳ ସ୍ନେହାକୁ ନେଇ ଆଶ୍ରୟ କେନ୍ଦ୍ରରେ ଛାଡି ଦେଇ ଯାଇଥିଲେ ଯେଉଁଠି ଥିଲା ତାର ଅବାଞ୍ଛିତ ଶିଶୁ କନ୍ୟା ।


ସ୍ନେହା ଆଗରେ ରାହା ଧରି କାନ୍ଦୁଛି ଶିଶୁକନ୍ୟାଟି । ବାରମ୍ବାର ଚାଟି ଚାଲିଛି ତା ହାତ ଦୁଇଟି । କ୍ରମଶଃ କ୍ଷୀଣ ହେଇ ଆସୁଛି ତାର କ୍ରନ୍ଦନ ଶବ୍ଦ । କେହି ନାହାନ୍ତି ଆଶ୍ରମରେ ସେ ଏକା । ଆଖି ଆଗରେ ଗୋଟିଏ କୋମଳ ଶିଶୁ କନ୍ୟାକୁ ଦେଖି ସେ' ଅନୁଭବ କରୁଥିଲା ତା ଭିତରେ ତା ମା' ର ସ୍ନେହ । ଏମିତି ବି ସମୟ ଥିଲା ଯେଉଁ ଦିନ ସେ କାନ୍ଦୁଥିବ । କଣ ତାହା ଦେଖି ପାରିଥିବ ତା’ ମା, । ସେ ଧାଇଁ ଗଲା ଶିଶୁଟିକୁ କୋଳରେ ଧରି ସ୍ତନପାନ ଦେବା ପାଇଁ । ଶିଶୁଟି ମା' ର ମମତା ପାଇ ଚୁପ ହେଇ ଗଲା । ଚୁପ ହେଇଗଲା ସାରା ଆଶ୍ରମ । ଆଶ୍ରୟର ଆବରଣ ତଳେ ଦୁଇଟି ଆତ୍ମାର ମିଲନ । ମା ଓ ମମତା । ପ୍ରଣୟ ବାପା ଓ ମା' ସ୍ନେହାଶିଷାକୁ ପାଛୋଟି ନେଇ ବୋହୁର ମର୍ଯ୍ଯାଦା ଦେବାକୁ ବ୍ଯାକୁଳ ହେଇ ଧାଇଁ ଆସିଛନ୍ତି । ସମସ୍ତେ ପହଞ୍ଚି ଦେଖୁଥିଲେ ସେ' ମମତା ଝରା ଦୃଶ୍ୟକୁ । ପ୍ରଣୟ ହସୁଥିଲା ମନ ଖୋଲା ହସ । ଧାଇଁ ଯାଇ ଶରତ ଓ କମଳା ଝିଅକୁ କୋଳାଗ୍ରତ କଲେ । ସମସ୍ତଙ୍କ ଆଖିରୁ ଝରୁଥିଲା ଆନନ୍ଦ ଓ ବିଷାଦ ମିଶ୍ରିତ ଅଶ୍ରୁ । କନ୍ଯା ଶିଶୁଟି ସମସ୍ତକଂ ଆନ୍ତରିକତା ପୂର୍ଣ୍ଣ ସ୍ନେହ ଦେଖି ଚୂପ ହେଇ ଯାଇଥିଲା ବୋଧେ ଭାବୁଥିଲା ମୋତେ ମୋ ମା'କେବଳ ସମାଜର ଆଖିକୁ ଡରି ଫିଙ୍ଗିଦେଇ ଯାଇଥିଲେ କଣ ହେବ ମୋତେ ଭଲ ପାଇବା ଲୋକ ଏବେ ବି ଏତେ ଅଛନ୍ତି । ମୁଁ ଆଉ ହତାଦର ନୁହେଁ ଆଦରଣୀୟ । ଏ ସମାଜ ବହୁତ ପଛରେ ବୁଝିଲା ।


ପ୍ରଣୟ ମା'ନାତୁଣୀକୁ ଦେଖି ମନେ ମନେ ଖୁସୀ ହେଉଥିଲେ । ଖୁସୀରେ ଅଧୀରା ହେଇ କମଳା ଦେବୀ ସମୂଦୁଣୀକୁ ଆଲିଙ୍ଗନ କରୁଥିଲେ । ହସୁଥିଲେ ସମସ୍ତ ଆଶ୍ରମର ସ୍ବେଛାସେବୀ ଓ ଥାନା ବାବୁମାନେ । ପ୍ରଣୟର ବାପା ପାଖ ମିଠା ଦୋକାନରୁ ମିଠାର ବ୍ଯୟ ବରାଦ ଦେଇ ନାତୁଣୀର ନାଁ ଶର୍ମିଷ୍ଠା ଦେଇଥିଲେ ।

ସେଦିନର ଖୁସି ଅନୁଭବି ହିଁ ଜାଣି ପାରିବ ।

  


Rate this content
Log in

Similar oriya story from Romance