Mr.GAGAN BIHARI NAYAK

Drama Fantasy Thriller

4  

Mr.GAGAN BIHARI NAYAK

Drama Fantasy Thriller

ଅଭୁଲା ମୂହୁର୍ତ୍ତ

ଅଭୁଲା ମୂହୁର୍ତ୍ତ

7 mins
311


ଝଙ୍କାଳିଆ ବରଗଛ....l

ହାଟ ସଉଦା ସାରି ସେଇ ପୁରୁଣା ବରଗଛ ମୂଳେ ହିସାବ କରନ୍ତି ହାଟୁଆ ।ହାଟ ସରିଗଲେ ବାଟୋଇଟିଏ ହେଇ ପଥ କ୍ଳାନ୍ତ ଶ୍ରାନ୍ତ ଶରୀରକୁ କେତେ କିଏ ଲୋଟେଇ ଦେଇଥାନ୍ତି ତାର ଝଙ୍କାଳିଆ ପକ୍ଷ ବିସ୍ତାରିତ ଶାଖା ତଳେ । କେଉଁ ଦାଦା ବାପା ଅମଳର ସେ ଗଛ । ନିସ୍ବାର୍ଥପର ସେବା ପାଇଁ ଅୟୁତ ଆୟୁଷର ସୁକର୍ମ ଫଳ ଭୋଗୁଛି ଗଛଟି । ମହାମହା ବାତ୍ଯା ତା ଆଗେ ହାର ମାନିଛନ୍ତି । କାରଣ ସେ କରିଥିବା ମହାପୂଣ୍ଯ ଫଳ ଭୋଗି ଆସୁଛି କାଳ କ୍ରମେ । ସେଇ ଗଛ ମୂକ ସାକ୍ଷୀ କେତେଯେ ଅଭୁଲା ମୁହୂର୍ତ୍ତ ମାନଙ୍କର ସତରେ...

ଯେତେବେଳେ କୁଆଁରୀ ଆଖିର ସପନକୁ ଚୋରି କରିବାକୁ ରଜାପୁଅ ସାଜି ବରବେଶ ଧରି ଘୋଡାଚଢି ଆସେ । ତାରି ବାସ୍ତାରିତ ଶାଖାତଳେ ସଜବାଜ ହୁଏ । କନ୍ଯାର ସବାରୀ ସେଇ ଗଛମୂଳେ ଦେଖି ବର-କନିଆଁକୁ ବିଦାୟୀ ଦିଆଯାଏ । ଆଲକ୍ତ ପାଦରେ ପାଉଁଜି,କଟିରେ ଚାପସରି,ପାଟର ଆବରଣ ତଳେ ଚନ୍ଦନ ଚର୍ଚ୍ଚିତ କୁକୁମ ବୋଳା ବିରଷ ମୁହଁଟିରେ ହସଧାରେ ଦେଖିପାରେନା ସେ । ଯେମିତି ମନସ୍ତାପର କୁହୁଳା ନିଆଁରେ ଜଳି ଯାଏ ଗଛଟି । ସେ ଦେଖିଛି, ପାଠ ପଢା ଅବହେଳା ପାଇଁ ଖାଇଥିବା ବେତମାଡର ଦାଗ । ପୁଚି ଖେଳର ତା କୁନି କୁନି ପାଦର ଦାଗ ସେଇ ଗଛ ମୂଳେ କେତେ ମିଶି ଯାଇଛି ସମୟର ଅନ୍ତରାଳେ । ସମୟ ସରିଛି କେତେ ତାରି ମୂଳରେ । ନଇଁ ଯାଇଛି ତା ଶାଖା ପ୍ରଶାଖା ଏଇ ଅଝଟିଆ ପୁଅ ଝିଅଙ୍କ ଆମୋଦ ପ୍ରମୋଦ ପାଇଁ । ଶୈଶବ କଟିଛି ତାରି କୋଳରେ ଯେମିତି । ସେଇ ଝଙ୍କାଳିଆ ଶାଖା ରୌଦ୍ରତାପକୁ ଶୀତଳରେ ବଦଳେଇ ଦେଇଛି ଯେମିତି । କେତେକ ଯୁବ ବୈଜ୍ଞାନିକ,କେତେ ଶିକ୍ଷକ, କେତେ ପୋଲିସ ଅଧୀକ୍ଷକ ହୋଇ ଛନ୍ତି ହେଲେ ମନେ ରଖି ନାହାନ୍ତି ତା ନିସ୍ବାର୍ଥ ସେବା ପଣିଆଁକୁ । ସେ ଦେଖିଛି ଖାଇବାକୁ ପାଉ ନଥିବା ଏଇ ଗାଁ'ର ନିଧିଆ ଆଜି ଅଷ୍ଟନିଧିର ଅଧୀଶ୍ବର। ହେଲେ କଣ ହେବ ବାପ-ମା'ଙ୍କ ବୃଦ୍ଧାଶ୍ରମେ ଦିନ କଟେ । କେତେ ଦୁଃଖକୁ ଛାତିତଳେ ଜାବୁଡି ଧରି ସେ ଆଜି ବଞ୍ଚିଛି। ସ୍ବାମୀ ଅଧାରୁ ହାତ ଛାଡି ଚାଲିଗଲେ । ବାପ-ମା ଘର ଦେଲେନି ଭାଈ-ଭାଉଜର ଘର । ଏଇ ଗଛ ମୂଳେ ଦିନ ଦିନ ବିତେଇଛି ଅଖିଆ ଅପିଆ ହୋଇ, ବାପ ଛେଉଣ୍ଡଟାକୁ ମଣିଷ କରିବାକୁ ଯୁଝିଛି ପ୍ରକୃତି ସାଥେ । ଆଜି ତା' ସ୍ବପ୍ନ ପୁରା ହେଲେ କଣ ହେବ ସେ ସ୍ବର୍ଗୀୟ ସ୍ନେହ ଟିକିଏ ପାଇ ପାରୁନି ।ରହୁଛି ବୃଦ୍ଧାଶ୍ରମେ। ତା ଝିଅ ବାହାହେଇ ଶାଶୁଘରେ ରହିଲେ କଣ ହେବ ନିଜ ଗାଁକୁ ଆସିଲେ ସେଇ ଗଛମୂଳେ ବସି ଅସରାଏ କାନ୍ଦେ। ତାପରେ ସଂସାରର ବୁଢିଆଣୀ ଜାଲରେ ଛନ୍ଦି ହୋଇଯାଏ ଅଳୀକ ଜୀବନ । ଯେକେହି ଶାଶୁ ଘରୁ ଆସିଲେ ତାରି ମୂଳରେ ଗାଡିରଖି କିଛି ସମୟ ବିଶ୍ରାମ ନେଇ ଘରକୁ ଯିବାକୁ ପଡେ । ପ୍ରକୃତିର ସ୍ଥାୟୀ ପାନ୍ଥଶାଳାଟିଏ ସେଇ ବରଗଛଟି ସତରେ ।


ଆଜିକାଲି କିଛି ବୁଲା ବିକାଳି ଓ ଭିକାରୀ ସେଇ ଗଛମୂଳ ଆଶ୍ରୟ ନେଇଛନ୍ତି । ଗ୍ରୀଷ୍ମର ତାପ ହେଉ କି ଝଡିବର୍ଷାର ଲଗାଣ ହେଉ ସେଇ ଗାଁ ମୁଣ୍ଡ ବରଗଛ ଦେଇଛି ଅଭୟ ।

ନୂଆ ଗାଡିଟିଏ କିଣିଛି ସୁବ୍ରତ । ଯାଇଥିଲା ଭଉଣୀ ଘରକୁ । ଖରାରୁ ଶାନ୍ତିଟିକେ ପାଇବାକୁ ସେଇ ଗଛ ମୂଳେ ବିଶ୍ରାମ ନେଲା । ଧୂ-ଧୂ ହୋଇ ଜଳୁଛି ଗାଁ ରୁ ସହର । ଭିକାରୀ ଟି ହାତରେ ଧରିଥିବା ସିଲଭର ଥାଳୀଟିକୁ ବଢେଇ, କିଛି ପଇସା ମାଗିଲା । 

- କିଛି ପଇସା ଦିଅ ବାବୁ!!! - ଧର୍ମ ହେଉ କି ନ ହେଉ ଧର୍ମ ନାଆଁ ଶୁଣିଲେ ମିଳିଯିବାର ସୁଯୋଗ ବେଶି । ତେଣୁ ତାକୁ କେହି କେବେ ହାତ ଛଡା କରନ୍ତି ନାହିଁ । ଖରା ଦିନେ ପେଟ ଦେଖେଇ ମାଗିଲେ କିଏ ଅବା ନ ଦେବ । ଆଜିକାଲି ଚାରଣି ଆଠଣି ଆଉ ନାହିଁ । ମୁଦ୍ରା କୋଷରୁ କୁଆଡେ ଉଭାନ ହେଇ ଗଲାଣି। ଯିଏ ଦେବ ନିଶ୍ଚିତ ଟଙ୍କାଏ ଉପରକୁ । ଟଙ୍କିକିଆ ଚାଉଳ ବି କିଣି ହୋଇଯାଏ ସେଇ ଟଙ୍କାଏ ମୂଲ୍ଯରେ । ସେଇ ଟଙ୍କାଏ ପାଇବାକୁ କେହି ଖୋଜେ ନର୍ଦ୍ଦମା ନାଳୀରେ । ତଥାପି ମିଳେନା କିନ୍ତୁ ଧରମ ହେବ କହି ହାତ ପାତିଲେ ମିଳିଯାଏ । ସୁବ୍ରତ ଟିକେ ଆଡେଇ ଯିବାକୁ ଭାବିଲା । ପୁଣି ସେଇ କରୁଣ ସ୍ବର-ବାବୁ ଟଙ୍କାଟିଏ ଦିଅ,ଧର୍ମ ହେବ !!!

ସୁବ୍ରତ କିଛି ଭାବି ପାରୁ ନଥିଲା କି ଆଗକୁ ଯାଇ ପାରୁ ନଥିଲା । ସେ ନୂଆ ଗାଡିର ଟାଙ୍କି ଖୋଲି ବାରମ୍ବାର ଦେଖୁଥିଲା । ଟାଙ୍କିର ସବୁ ତେଲ ସରିଯାଇଥିଲା । ସୂର୍ଯ୍ଯ ତାପରେ ତା' ମୁହଁଟା ଯେମିତି ଗୋଟେ ବିରକ୍ତି ଭାବରେ ଜଳୁଥିଲା । କେତେ ଥର ଫୋନ କରୁଛି କେହି ଉଠାଇବାର ନାହିଁ । କାରଣ ଘରେ ବି ସେମିତି କିଛି ଟଙ୍କା ନ ଥିଲା ବୋଲି ବୋଉ ତାର କହିଥିଲା । କାହାକୁ ଶହେ ଟଙ୍କା ମାଗିବ ସେ । ଏଇ କଥା ଭାବୁଥିଲା ।ସେଇ ସମୟରେ ଭିକାରୀର ମାଗିବା ତାକୁ ବହୁତ ବାଧୁଥିଲା । ନିଜ ପାଖରେ ପଇସାଟେ ନାହିଁ ଏଣେ ଭିକିରୀକୁ ଭିକ । ତାର ନିରୁତ୍ତରକୁ ଭିକାରୀଟି ବେଶ ଜାଣି ପାରୁଥିଲା । ଶେଷରେ ଭିକାରୀଟି ସୁବ୍ରତ କାନ ପାଖକୁ ଲାଗିଯାଇ ଅସ୍ପଷ୍ଟ ସ୍ବରରେ କହିଲା-ଆଜ୍ଞା, ପଇସା ନାହିଁକି ? 

ସୁବ୍ରତ ଚମକି ପଡିଲା- ଏଁ-ମୋ' କଥା ଭିକାରୀ ଜାଣିଲା କେମିତି ?

କିଛି ଲୁଚେଇବାକୁ ଯାଇ ଧରା ପଡିବା ଅପେକ୍ଷା ସତ କଥା କହିଦେବା ଭଲ । ଏଇ କଥା ଭାବି ସେ କହିଲା-

- ହଁ ତେଲ ସରିଯାଇଛି ଆଉ ଟଙ୍କା ବି ସରିଗଲା। ଏତିକି କହି ରୁମାଲରେ ଝାଳ ପୋଛି ଦି'ଥର ସିଟ କଭରକୁ ବାଡେଇ ଚୂପ ଚାପ ହୋଇ ବସିଲା ।

-ଭିକାରୀ ଟି ପାଖାପାଖି ବସିଲା ସୁବ୍ରତ ପାଖରେ । କହିଲା-ଆପଣ ପାଟପୁର ଯିବେ,ଏଇ ନିଅ ଦୁଇ ଶହ ଟଙ୍କା ମୁଁ ଦେଉଛି । ଆଗରେ ଗୋଟେ ଦୋକାନୀ ଖୁଚୁରାରେ ତେଲ ବିକୁଛି ।ତା ଠାରୁ ତେଲ ପକେଇ ଘରକୁ ଯିବେ । ପଛରେ ଟଙ୍କା ଫେରସ୍ତ କରିବାକୁ ଏଇ ଗଛମୂଳେ ମୁଁ ଥିବି,ଫେରେଇ ଦେବେ। 

-ତୁମେ...

-ହଁ,ମାଗି ମାଗି ଏଇ ଦୁଇଶହ ଟଙ୍କା ଅଛି । ନିଅ ।ହଁ,ଯେବେବେଳେ ସୁବିଧା ହେବ ଫେରେଇ ଦେଲେ ଆଉ କାହା କାମରେ ଲାଗିଯାଇପାରିବ? କିନ୍ତୁ ଫେରାଇବାକୁ ହେବ ଇଏ ତ ଜନମଙ୍ଗଳ ପଇସା । ଜଦି ପାରିବ ଦଶ ଟଙ୍କା ଅଧିକ ଦେଲେ ଭଲ ହେବ।ହେଲେ କାମ ଦାମ ତ କରି ନାହଁ କାମ କଲେ ଯାହା ଖୁସିରେ ଦେବ। ଈଶ୍ବର ଶୀଘ୍ର ଭଲ ଚାକିରୀଟିଏ କରେଇ ଦେଲେ ଏ ଅଭାବ ରହିବ ନାହିଁ ।

-ମାନେ,କିଛି ବୁଝି ନପାରି ଚାହିଁଲା-ସୁବ୍ରତ ।

-ଗଛକୁ ଦେଖେଇ କହିଲା ଭିକାରୀଟି, ଇଏ ନିଃସ୍ବାର୍ଥପର ସେବା କରୁଛି।ମୁଁ ମଣିଷ ହେଇ ମଣିଷର ଦୁଃଖ ସହିବି କେମିତି? ଭୀମ ଭୋଇଙ୍କ ଅମୂଲ୍ୟ ବାଣୀ ମୋ ହୃଦ୍ ଭିତରେ ଏବେ ବି ପ୍ରତିଧ୍ବନିତ କରୁଛି-ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,ଦେଖୁ ଦେଖୁ କେବା ସହୁ।ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।ସୁବ୍ରତ ମନେ ପକାଉଥିଲା 

ଓଡିଶା ଇତିହାସରେ ସ୍ଥାନ ମଣ୍ଡନ କରିଥିବା ସେଇ ସର୍ବହରା, ମାଗିଖିଆ ଭିକାରୀ ଦାତା ବାଇମୁଣ୍ଡି କଥା ।

ଏ ଅସମୟରେ କିଏ ବା ତାକୁ ସାହାର୍ଯ୍ଯ କରିବ । ଏକଥା ଭାବି ସେ କହିଲା । ହେଲେ ଆପଣ ମାଗିବା ସହିତ ସେଇ ଟଙ୍କାରେ ଅଭାବୀ ଲୋକମାନଙ୍କୁ ସାହାର୍ଯ୍ଯ କରନ୍ତି । 

-ହଁ, ଆପଣଙ୍କ ଗାଁ' ମାନଗୋବିନ୍ଦ ଘରେ ବାହା ହେଇଥିବା ଝିଅଟିର ବାହାଘର ବେଳେ ନିଅଣ୍ଟ ଦଶ ହଜାର ଟଙ୍କା ମୁଁ ଦେଇଛି । ସେ ଫେରସ୍ତ କରନ୍ତୁ କି ନକରନ୍ତୁ ଝିଅଟିତ ସୁଖ ସଂସାର କରି ସୁଖରେ ରହିଛି ସେ ସୁଖରେ ଆମେ ଖୁସି ହେବା । ଯେତେବେଳେ ଲେଉଟ ଆସେ ଏଇ ଗଛମୂଳେ ବସି ବହେ ଶାଶୁଘର କଥା ଗପେ । ଭଲରେ ଅଛି ବୋଲି କହେ। ଭଲ ଘର ଭଲ ବର ଆଉ କଣ ଦରକାର...।

-ଆପଣ ଏ ମହତ ସେବା କେବେଠାରୁ ଆପଣେଇଛନ୍ତି ।

-ମୁଁ ....କହି ହତାଶର ଦୀର୍ଘଶ୍ବାସ ମାରିଲା ଭିକାରୀଟି । କହିଲା ଶୁଣିବ-ଶୁଣ, ମୋ ନାଆଁ-ସୁରେଶ ପାଟ ଓରଫ ସୁରିଆ ପାଟ। ଗାଁ ହରେକୃଷ୍ଣ ପୁର । ମାଆବାପା ଚାଲିଗଲା ପରେ ଭାଈ ଭାଉଜ ଘରୁ ତଡିଦେଲେ । ଏକା ରହିଗଲି ମୁଁ । ଦିନେ ଏମିତି ଏକ କିଟିମିଟି ସଂଜ ବେଳଟା, ଏବେବି ଜଳଜଳ ହୋଇ ଦେଖା ଯାଉଛି । ମୋ ଆଖି ସାମ୍ନାରେ କେହି ଜଣେ ନିରୀହ ସ୍ତ୍ରୀ ଲୋକଟିକୁ ମାରିବାକୁ ଧାଉଁଥାଏ ।ସେ ନିଜକୁ ବଞ୍ଚେଇବାକୁ ଶତ ଚେଷ୍ଟାକରି ବିଫଳ ହେଲା ପିନ୍ଧା ଶାଢୀ ଲାଗି ଝୁଣ୍ଟି ପଡିଲା ଆଉ ତା ପଛରେ ଗୋଡ଼େଇ ଥିବା ଲୋକଟିର ଠେଙ୍ଗା ମାଡରେ ସେଇଠି ସବୁ ଦିନ ପାଇଁ ଟଳି ପଡିଲା । ମୁଁ ସେତେବେଳକୁ କଲେଜରେ ପଢୁଥାଏ । 

-କଲେଜରେ ଆପଣ ପଢୁଥିଲେ । ଚାକିରୀ ନକରି...? ଏଇ ବାଟକୁ ଆପଣାଇଲେ ।

-ହଁ,ବେକାରୀ ଦୁନିଆଁରେ ଜଦି ଜଣେ ଚୋରୀ ନକରି ଭିକ ମାଗେ ତାକୁ ସମସ୍ତେ ସମାଲୋଚନା କରିବେ । କିନ୍ତୁ ଜଦି କେହି ଭଦ୍ରଲୋକ ଚାନ୍ଦା ମାଗି ମନ୍ଦିର କରିବାକୁ ଚାହେଁ ତାକୁ ଜନତା ପୂଣ୍ଯ ଭାବିବେ। ମୁଁ ଚାକିରୀଟିଏ ନ ପାଇ ବଞ୍ଚିବାକୁ ଏଇ ମାଧ୍ଯମ ଧରି ନେଇଛି । ସେଇ ଜନତାଙ୍କୁ ଟଙ୍କା ମାଗି ତାଙ୍କ ଭିତରେ ଥିବା ଗରିବଙ୍କ ଅଭାବ ବୁଝୁଛି । ମୁଁ ଜାଣିବାରେ ମୋର କିଛି ଭୁଲ କରିଛିକି ? କେବଳ ଦି'ଓଳା ଖାଉଛି । ବାକି ସବୁ ଭିକ ମଗା ଅର୍ଥ ଲୋକ ସେବାରେ ବିନିଯୋଗ କରିଛି । କାମ ସରିଗଲେ କିଏ ଫେରେଉଛିତ କିଏ ଅଭାବ ଗ୍ରସ୍ତ ହୋଇ ଫେରେଇବା ନାଆଁ ଧରନ୍ତି ନାହିଁ । ମୁଁ କଣ କରି ପାରିବି ।ସେଇ ମାନେ ଦିଅନ୍ତି ସେଇମାନଙ୍କ କାମରେ ଖର୍ଚ୍ଚ ହୁଏ । ଆଶ୍ରମର ବାବା ନୁହେଁଯେ ଠ

ଲୋକଙ୍କ ଚାନ୍ଦାନେଇ ତାଙ୍କୁ ଠକି ଜେଲରେ ପଶିବି। ଏଇ ଗଛ ତଳେ ଗଛର ଆଦର୍ଶ ନେଇ ଆଶ୍ରିତ ହୋଇଛି ।ନିସ୍ବାର୍ଥ ସେବା କରୁଛି ମୋର କିଏବା ଅଛି ? ଚାକିରୀ ନ ମିଳିବାରୁ ବାହା ନ ହେଇ ଏଇ ପଥର ପଥିକ ସାଜିଛି। ବୟସତ ବ୍ୟସ୍ତ ଅପରାହ୍ନର ସଂଜ ।କେତେ ବେଳେ ରାତି ହେଇଯିବ କିଏ କହିବ ।

-କଥାର ମର୍ମ ବହୁତ ଚମତ୍କାର ଲାଗୁଥିଲା ସୁବ୍ରତକୁ । ସେ ପଚାରିଲା ତାପରେ ସେ ହତ୍ଯାକାରୀର କଣ ହେଲା ।

କଥାର ମୋଡ ନ ବଦଳେଇ ସେ କହିବାକୁ ଲାଗିଲେ...

ସେଇ ସଂଜ ବେଳଟାରେ ହତ୍ଯାକାରୀ ସ୍ବାମୀ ଫେରାର ହେଇଗଲା । ଯାଇ ଦେଖିଲି ସେ ଆମ ଗାଁ'ର ପୁରିଆ ଭାଈ ବଡ ବୋହୁ। ଯୌତୁକ ବାବଦ ଗାଡି ଟଙ୍କା କିଛି ବାକି ଥିଲା ବୋଲି ତା ସ୍ବାମୀ ଜନ୍ମଜନ୍ମାନ୍ତରକୁ ପବିତ୍ର ବନ୍ଧନରେ ବାନ୍ଧି ହେଇଥିବା ସ୍ତ୍ରୀ କୁ ବିଭତ୍ସ ଭାବେ ହତ୍ଯା କଲା । ଅବଶ୍ଯ ସେ ଆଜୀବନ କାରାଦଣ୍ଡ ଭୋଗିଲା ହେଲେ ମୋ ଜୀବନ ଧାରା ବଦଳେଇ ଦେଲା । ସେଇ ଦିନୁ ମୁଁ ଶପଥ କଲି ଏଇ ନିରୀହ କଳିଙ୍କୁ ଦଳିଚକଟି ନଷ୍ଟ ଭ୍ରଷ୍ଟ କରି ଦେଉଥିବା ଯୌତୁକ ରାକ୍ଷସ ପାଇଁ ସାଜିବି ଦେବଦୁତ । ସେଇ ସଂଜ ବେଳର ହତ୍ଯାକାଣ୍ଡର ରାଜସାକ୍ଷୀ ମୁଁ । ମୋତେ ଧମକ ଦେଇଛି ସେ ପାପୀ ।ମୁକୁଳିକି ଆସିଲେ ମୋତେ କୁଆଡେ ମାରିଦବ ତେଣୁ ଅବିବାହିତ ହୋଇ ଅନେଇଁ ରହି ରହି ଜୀବନଟା ସାରି ଦେଲି । ଗୋଟେ ଅପରିଣାମ ଘଟଣାର ରାଜସାକ୍ଷୀ ହେଇ ଅନ୍ତତଃ ଗୋଟିଏ ଝିଅର ହତ୍ଯାକାରୀକୁ ମୋ ବୟାନରେ ଜେଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛି ଆଉ କରି ଚାଲିଛି ସମାଜ ମଙ୍ଗଳ କାମ l ଆପଣାର କରି ଏଇ ମାଗିଖିଆ ବ୍ୟବସାୟକୁ । ସେଦିନ ଏଇ ଗଛମୂଳେ ପଡିଥିଲା ଖବର କାଗଜ ଟୁକୁଡାରେ ଗୋଟିଏ ଘଟଣା ଲେଖାଥିଲା ଗୋରା ଲୋକଟା ଗୋଟିଏ କଳା ଲୋକକୁ ବାହା ହେଇ ନିଜ ସ୍ଫୁର୍ତି ପୁରଣରେ ବାଧା ଆସିବାରୁ ମାରିଦେଲା । ଶୀର୍ଷ ସଭ୍ୟଦେଶର କଥାକୁ କେହି ଭୁଲ ନବୁଝି ବାକୁ ଯେତେ ସେ ଦେଶର ମହିଳା ତାକୁ ନାରୀ ହତ୍ଯାକାରୀ କହି କେହି ବାହା ହେଲେନି । ଫଳରେ ସାରା ଜୀବନ ଦୁଃଖରେ କାଟିବାକୁ ପଡିଥିଲା । ଆମ ଦେଶରେ ସଭ୍ଯଲୋକେ ଏମିତି ପ୍ରତିକାର କଲେ ଦେଶ ଅନ୍ୟବିକଶିତ ଦେଶ ଭଳି ଉର୍ଦ୍ଧ୍ବରେ ରହନ୍ତା ।

ଥପ ଥପ ଲୁହରେ ଭିଜୁଥିଲା ସୁବ୍ରତର ଆଖି । ଅପରାହ୍ନ ସୂର୍ଯ୍ଯସ୍ତ ଅଂଶୁ କ୍ରମଶଃ ଶୀତଳ ହେଇ ଆସୁଥିଲା । ଭିକାରୀଟିକୁ ମହାନ ଭାବି ତା ଉଦ୍ଦେଶ୍ଯରେ ନମସ୍କାର କରି ପାଦ ଛୁଉଁ ଛୁଉଁ କେହିଜଣେ ପଛରୁ କହୁଥିଲା ଆପଣଙ୍କ ଗାଡିର ତେଲ ସରି ଯାଇଛି କି? ଏଇ ନିଅ ମୋ ବ୍ଯାରେଲରୁ ଦେଉଛି ଲିଟରଟେ କି ଅଧିକ । ହସିଦେଇ ସୁବ୍ରତ କହିଲା ଲିଟରକ ଦାମ ଶହେ ଟଙ୍କା ଅଛି ।ହେଇଯିବ। ବାକି ଶହେ ଟଙ୍କା ଫେରେଇ ଦେଉ ଦେଉ ଭିକାରୀଟି କହିଲା ଆଉ ଶହେ ପକେଇ ଦିଅ। ମୋତେ କାହିଁକି ଏତେ ପର ଭାବୁଛନ୍ତି । ମୁଁ ଭିକାରୀ,ଭିକ ମାଗୁଛି,ଏଇ ଭିକାରୀ ମାନଙ୍କ ପାଇଁ ଯିଏ ମୋତେ ଭିକ ଥାଳ ଧରେଇ ଦେଇଛନ୍ତି । ସେମାନଙ୍କ ପାଇଁ ତ ମୁଁ ଭିକାରୀ ଆଜି। ଛାଇ ତଳେ ବହୁଥିଲା ଶୀତଳ ପବନ । ତା ଶୀତଳ ଶାଖାରେ ବସି ଦୁଇଟି ଚଢେଇ କିଚିରି ମିଚିରି ଭାଷାରେ କହୁଥିଲେ ବୋଧେ - ଅନ୍ଧାର ଆସୁଛି ଆଲୁଅ ଖୋଜି ନିଅ...ଦୁଃଖରୁ ସୁଖକୁ ବାଛି ନିଅ...କାନ୍ଦିବାରୁ ହସିବା ଶିଖ ।।



Rate this content
Log in

Similar oriya story from Drama