STORYMIRROR

Pratima Das

Fantasy

5.0  

Pratima Das

Fantasy

ସ୍ମୃତି

ସ୍ମୃତି

1 min
1.3K


ମୋ ବୟସକୁ ଗେହ୍ଲା କରି ସାନ କରି ଦେଉଥିବ। ସ୍ମୃତି ଗୁଡିକ ଯିବା ପାଇଁ ବସିଥିଲେ। ଭୋକ ହେଉଥିଲା ବୋଧେ। ସେମାନଙ୍କୁ, ତାଗିଦ୍ କରି କହିଲି ରୁହ। ମାର୍କେଟରେ ଯାଇ, କଣ ଖାଇବ। ପିଜା, ବର୍ଗର ,ପୁରା ବେକାର। ଘରେ କରିଦେଉଛି, ବଡ଼ିପାମ୍ପଡ ଭଜା । ଦହିପଖାଳରେ ଲଗେଇ ଖାଇଦେଇ ଯା। ମହକ ପାଇଁ ପକାଇଥିବି ଆମ୍ବକଷିଆ ଅଦା ! କଥାରଖି ଅପେକ୍ଷା କଲେ। ମଝିରେ ବୋର ହୋଇ, ଖୁବ୍ ଚତୁରତାର ସହ ମୋ ପ୍ରଛଦପଟରେ, ମୋ ଟାଇମଲାଇନକୁ ଯାଇ। ପୃଷ୍ଠା ପରେ ପୃଷ୍ଠା ଓଲଟାଉଥିଲେ।

ମୋ ଅଜାଣତରେ.........ଆହୁରି ଆହୁରି ସାନ କରିବାକୁ ମୋତେ। ସତର୍କତାରେ, ମୋ ପୋଷ୍ଟ ସବୁ ଠୁଳ କରୁଥିଲେ। ମୁଁ ଖାଇବାକୁ ଡାକିବାରୁ, ଧଡ଼ଧାଡ଼ ଚମକି ଉଠି ଆସିଲେ। ଖୁବ୍ ଭଲହେଲା ପଖାଳ ଖୁଆଇ ଦେଲି। ଶାନ୍ତ ......ହୋଇ ଗଲେ । ଥଣ୍ଡା ଥଣ୍ଡା ଅନୁଭବ ନେଇ। ସ୍ମୃତି ସବୁ ମୋ କୋଳରେ କଡ ଲେଉଟାଉଥିଲେ। ମୋ ବୟସ ସାନ ହୋଇ ଯାଉଥିଲା । ଆତ୍ମାର ଆବଦ୍ଧତାରେ ବିଶ୍ୱାସ ରଖୁ ନଥିବା ଝିଅ। ପୂର୍ଣ୍ଣତା ସନ୍ଧାନରେ, ଆଜି ଉନ୍ମୁକ୍ତ ଥିଲା। ହୃଦୟର ସହ ସେମାନଙ୍କୁ ଧରି। ଅତୀତ ଓ ବର୍ତ୍ତମାନରେ ଖୁସି ଥିଲା । କଥା ନେଇଯାଇଥିଲା ସ୍ମୃତି ଗୁଡିକଠୁ। ଯେତେ ବୁଲୁଛ ବୁଲ। ବେଳେ ବେଳେ ଚାଲି ଆସୁଥିବ। ମୋ ବରକୋଳି, ଓଳିପାଣି ରାଧାମାଧବ ବେଢ଼ା, ସଢେଇ ରନ୍ଧା, ମୋ ଧୂଳିଘର, ମୋ ବୋହୁ ବୋହୁକା ଖେଳ। ମୋ ନଇ ପଁହରା କାଗଜ ଡଙ୍ଗା । ସବୁ ଗୁଡେଇ ତୁଡେଇ ଦେଇ ଯାଉଥିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy