STORYMIRROR

Jayashree Maharana

Romance Others

3  

Jayashree Maharana

Romance Others

ସ୍ମୃତି

ସ୍ମୃତି

3 mins
195

  ବାହାରେ ତୋଫା ଜହ୍ନ । ଦୂରରୁ ଶେଫାଳିର ବାସ ଛୁଟି ଆସି ଅନୁପମାଙ୍କୁ ବିହ୍ଵଳିତ କରିଦେଉଛି । ବୟସର ଅପରାହ୍ଣରେ ମଧ୍ୟ ସେଇ କୁଆଁରୀ ମେଳର ସ୍ମୃତି ଗୁଡିକ ଉଜ୍ଜୀବିତ ହୋଇଉଠୁଛି ଆଜି ।

 ସେ ହଜିଯାଇଥିଲେ କିଛି କ୍ଷଣ ସେଇ ଅପାସୋରା ସ୍ମୃତି ତଟରେ ।  

    


 ସହରଠାରୁ ବହୁତ ଦୂରରେ ତାଙ୍କର ଗାଁ । ବାରମାସରେ ତେର ପର୍ବର ଆସର । ପୂଜା ପାର୍ବଣରେ ଝଲସି ଉଠେ ଗାଁ । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଓଠରେ ଭରିଦିଏ ଖୁସି । କୁଆଁରୀ ମାନଙ୍କ କଥା ନିଆରା । ଯୌବନରେ ପାଦ ଥାପିବା ପରଠାରୁ ଭରିଯାଏ ଆଖିରେ ଆଖିଏ ସପନ । କେତେ ଓଷାବ୍ରତ ,କେତେ ପୂଜା ବିଦ୍ଧି ମେଳ ହୋଇ କରିଥାନ୍ତି ।ସରିତା, ମୌସୁମୀ,ଆରତୀ ,ବିନିତା ଆଉ ଅନୁପମା ସହପାଠୀ,ମାଟିଧୂଳି ଖେଳ ସାଥି । ଏକା ସାଙ୍ଗରେ ନଈରେ ଗାଧୋଇବା ଠାରୁ ଶୋଇବା ପର୍ଯ୍ୟନ୍ତ ଏକାଠି ସମୟ ବିତିଯାଏ ।


  ଖୁଦୁରୁକୁଣୀ ହେଉ କିମ୍ବା ଜାଗର ଓଷାବ୍ରତରେ ଉଚ୍ଛୁଳି ପଡେ ଗାଁ ଦାଣ୍ଡ । ନାନା ବେଶରେ ସଜାଇ ହୋଇଉଠୁଥିଲେ ସେମାନେ । ନୂଆ ଶାଢ଼ୀ,ନୂଆ ଚୁଡି ସାଙ୍ଗକୁ ଅଳତା,ମେହେନ୍ଦୀର ଆସର ଲାଗେ । ଗାଁ ଦାଣ୍ଡରେ ଚାଲିଗଲାବେଳେ ଜେଜେ ଜେଜିମାଆ ଭାଉଜ ମାନେ ଥଟ୍ଟା ପରିହାସ କରନ୍ତି । ଆଲୋ ତୁମେମାନେ କଣ ସଜେଇ ହୋଇ ବର ଖୋଜିବାକୁ ଯାଉଛ ।ସେ ହରିଆ ଜେଜେ କଥା ତ ନ କହିଲେ ଭଲ । ସବୁବେଳେ ସେଇ ଗୋଟିଏ କଥା ଆଲୋ ତୁମେ ପାଞ୍ଚ ମୂର୍ତ୍ତି ଆଉ ବର ଖୋଜନାହିଁ । ମୁଁ ବା ଅଛି । ତୁମ ପାଞ୍ଚ ଜଣଙ୍କୁ ଚଳେଇ ପାରିବି । ମୁହଁ ମୋଡି ଚାଲିଯାଉଥିଲୁ ।


   ଜହ୍ନି ଓଷାର କଥା ତ ନିଆରା । କେହି କାହାକୁ ନ କହିଲେ ବି ସୁନ୍ଦର ରାଜକୁମାର ପରି ବର,ଘରଦ୍ୱାରର କାମନା କରି ଆରମ୍ଭ କରିଦେଉ । ମାସ ସାରା ତୋଫା ଜହ୍ନ ଆଲୁଅରେ ସନ୍ଧ୍ୟା ସମୟରେ ଜହ୍ନିଫୁଲ ଦେଇ ତୁଳସୀ ମୂଳେ ପୂଜା କରି ମାନସିକ ରଖୁ । କୁମାରୀ ପୁନିଅଁ ଦିନ ଚାନ୍ଦକୁ ଆଞ୍ଜୁଳା ଟେକି ମନେ ମନେ ସୁନ୍ଦର ବର କାମନା କରିଥାଉ ।


  ସେଦିନ ଏମିତି ଜହ୍ନ ହସୁଥିଲା ନିର୍ମଳ ଆକାଶରେ ।ଶେଫାଳିର ଭୁରୁ ଭୁରୁ ଗନ୍ଧ ଭାସିଆସୁଥିଲା ।ଖୁବ ଆଦରରେ ଫୁଲ ମୁଠାଏ ଧରି ଆରତୀ ଆଡ଼କୁ ଫୋପାଡ଼ି ଦେଉଥିବା ସମୟରେ ହଟାତ ଲାଜରେ ଅନୁ ନଇଁ ଗଲେ ।କାରଣ ସରିତା ପଛରେ ଠିଆ ହୋଇଥିଲେ ଅରୁପ ।ଅରୁପ ସରିତା ର ଦାଦାଙ୍କ ପୁଅ ହୋଇଥିଲେ ବି ସରିତା କୁ ଖୁବ ଭଲ ପାଆନ୍ତି । ଚାକିରିରୁ ଯେତେବେଳେ ଆସନ୍ତି ଆଗ ସରିତାକୁ ଖୋଜି ଖୋଜି ହାଜର ।ସେଦିନ ମଧ୍ୟ ସରିତାକୁ ଦେଖା କରିବା ପାଇଁ ଆସିଯାଇଥିଲେ ।ଫୁଲ ଗୁଡିକ ବିଛାଡି ହୋଇପଡିଥିଲା ତାଙ୍କ ଉପରେ ।ମୁରୁକି ହସିଦେଇଥିଲେ ସେ ।ଅନୁ କିନ୍ତୁ ଲାଜରେ ଗୋଟାପଣେ ଝାଉଁଳି ଯାଇଥିଲି ।ଆରତୀ,ବିନିତା,ସରିତା ଆଉ ମୌସୁମୀ ଭାରି ଫୁଲେଇ ଗୁଡାକ ।ମୋତେ ଚାହିଁ ହସୁଥିଲେ କିରି କିରି ହୋଇ ।କାହିଁକି କେଜାଣି ଅନୁକୁ ଭାରି ଭଲ ଲାଗିଥିଲା ସେ ମୁହୂର୍ତ୍ତ ।ମନ ଆଉ ହୃଦୟରେ ଆଙ୍କିଦେଇଥିଲି ଅରୁପଙ୍କ ଛବି ।ଶୟନେ ସପନେ ଖାଲି ତାଙ୍କ ଛବି ।କିନ୍ତୁ କୁଆଁରୀ ମନ କଥା କାହାକୁ କହିପାରୁଥିଲେ ନା ସହି ପାରୁଥିଲେ। ଖାଲି ଜଳୁଥିଲେ ପହିଲି ପ୍ରୀତିର ଅନଳରେ ।ଫୁଲେଇ ମାନେ ତ ପଢ଼ିନେଇଥିଲେ ମନର କଥା ।କିନ୍ତୁ ଅରୁପ ତାଙ୍କ ପରି ଗାଉଁଲି ଝିଅକୁ ବା କାହିଁକି ପସନ୍ଦ କରିବେ ।ଏଇ ଭାବନା ତାଙ୍କୁ ଅକ୍ତାମାକ୍ତା କରିଦେଉଥିଲା ।ଅରୁପ ବି ଚାଲିଯାଇଥିଲେ ଚାକିରୀସ୍ଥଳକୁ ।


   କିଛି ଦିନ ବିତିଯାଇଥିଲା ।ନଥିଲା ଶରତର ଆସର ।ନଥିଲା ଶେଫାଳିର ବାସ ।କୁଆଁରୀ ମେଳଣ କିନ୍ତୁ ସେମିତି ଲାଗିଥାଏ ।ସରିତା ଆସିବାର ଟିକିଏ ବିଳମ୍ବ ହେଉଥାଏ ।ଅନ୍ୟମାନେ ସବୁ ତା ବାଟକୁ ଚାହିଁ ରହିଥାଏ ।ଦୂରରୁ ତାକୁ ଦେଖି ଆମେ ଆଶ୍ୱସ୍ତ ହେଲୁ ।ସେ କିନ୍ତୁ ମୁହଁ ଶୁଖାଇ ଆସିଥିଲା ।ଆମେ ସମସ୍ତେ ବ୍ୟସ୍ତ ହୋଇ କାରଣ ପଚାରିବାରୁ ସେ ଆଉ ଚୁପ ରହିପାରିଲା ନାହିଁ ।ଅରୁପ ଭାଇର ବାହାଘର ପାଇଁ ଆୟୋଜନ ଚାଲିଛି ।ଏସବୁ ଶୁଣି ଅନୁଙ୍କର ଛାତି ଭିତରଟା ଥରି ଉଠିଲା ।କାହିଁକି କେଜାଣି ଆଖି ଛଳ ଛଳ ହୋଇଗଲା ।ଅନ୍ୟମାନେ ପଚାରିଲେ କୋଉଠି ? ତାଙ୍କର କିନ୍ତୁ ଧୈର୍ଯ୍ୟ ନଥିଲା ଶୁଣିବାକୁ ।ସେ ଟିକେ ପଛକୁ ଘୁଞ୍ଚି ଯାଉଥିଲି ।ସରିତା ଜୋରରେ ଦୌଡ଼ି ଆସି ଅନୁଙ୍କୁ ଜାବୁଡି ଧରିଲା ।ଏଇ ମୋ ଅନୁପମା ଭାଉଜ ସାଥିରେ । ଅଜଣା ଖୁସିରେ ଅନୁ ଆତ୍ମହରା ହୋଇଯାଇଥିଲେ ।ସମସ୍ତଙ୍କ ଓଠରେ ଖୁସିର ଫୁଆରା ।ସେ ନିଜ କାନକୁ ବିଶ୍ୱାସ କରିପାରୁନଥିଲେ ।ଅନ୍ୟମାନେ ଥଟ୍ଟା କରିବା ଆରମ୍ଭ କରିସାରିଥିଲେ । ସରିତାର କଥାରେ ସେ ଭିଜିଯାଉଥିଲେ ।ଶେଫାଳି ଫୁଲର ଅର୍ଘ୍ୟରେ ଅନୁ ଯୋଉ ବନ୍ଦାପନା କଲା ସେଦିନ ମୋ ଭାଇ ପୁରା ତା ପ୍ରେମରେ ପାଗଳ ହୋଇଗଲା ।ଆଉ ଘର ଲୋକଙ୍କୁ କହିଛି ତୁମ ଘରେ ପ୍ରସ୍ତାବ ପକେଇବାକୁ ।ଅବଶ୍ୟ ମୋ ଅନୁର ମନକଥା ଜାଣିବାକୁ ଚାହିଁଥିଲା ଭାଇ ମୋ ଠାରୁ ।ମୁଁ କିନ୍ତୁ ତାକୁ ସବୁ କହିଦେଇଛି ।ଯେଉଁଦିନଠୁ ତୋତେ ଫୁଲ ଦେଇ ପୂଜା କରିଛି ସେଦିନଠୁ ଅନୁ ତୋ ପ୍ରେମରେ ବାଇ ହୋଇସାରିଛି ।ଆମ ମେଳରେ ରହି ବି ସେ ତୋତେ ଖୋଜୁଛି ।ତୋ ପ୍ରେମର ମିଠା ବିରହରେ ସେ ଖାଲି ଶିହରି ଉଠୁଛି ।ବାସ ସେତିକିରେ ଭାଇ ଘରେ ପକ୍କା କହିଦେଇଛି ଅନୁକୁ ସେ ବହୁତ ପସନ୍ଦ କରେ ,ଆଉ ବିବାହ କରିବାକୁ ଚାହେଁ ।ଲାଜରେ ଝାଉଁଳି ଯାଇଥିଲେ ଅନୁ ।


  ହଟାତ ଅରୁପଙ୍କ ଡାକରେ ସ୍ମୃତି ଦୁନିଆରୁ ନିଜକୁ ଫେରାଇ ଆଣିଲେ ।ସେଇ ଅରୁପ ଯିଏ ସେଦିନ ଏମିତି ତୋଫା ଜହ୍ନର ଆଲୁଅରେ ଶେଫାଳିର ମହକରେ ତା ମନକୁ ଚୋରାଇ ନେଇଥିଲେ ।ସାରା ଜୀବନ ରୂପେ ତାଙ୍କୁ ସାଥି ରୂପରେ ପାଇ ଜୀବନର ସବୁ ଖୁସି ସେ ପାଇଛି ।


  ଅରୁପ ରସିକିଆ ଢଙ୍ଗରେ ପଛପଟୁ କୋଳେଇ ନେଇ କହିଉଠିଲେ କଣ ତୋଫା ଜହ୍ନ ଆଲୁଅରେ ଶେଫାଳିର ଆଞ୍ଜୁଳା ଧରି ଅପେକ୍ଷା କରିଛ କି ?ଧେତ... ତୁମେ ବଡ଼ ଇଏ ।ଅନୁପମାଙ୍କ ଓଠରେ ଖେଳିଯାଇଥିଲା ହସର ଫୁଆରା ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance