Er. Suchismita Satpathy

Abstract Inspirational Others

4.1  

Er. Suchismita Satpathy

Abstract Inspirational Others

ସ୍ମୃତି ନିରବତାର

ସ୍ମୃତି ନିରବତାର

3 mins
367


କର୍ମମୟ ଜୀବନ ଭିତରେ ନିଜ ପାଇଁ ଟିକେ ସମୟ କାଢିବା କଷ୍ଟକର ହୋଇପଡୁଛି।ଆଜି ପୁଣି ମନ ହୋଇଛି ପିଲାଦିନର ସ୍ମୃତିକୁ ରୋମନ୍ଥନ କରିବାପାଇଁ।ତେଣୁ ମୋର ପ୍ରିୟ ଡାଏରୀକୁ ଧରି ମୁଁ ଚାଲି ଆସିଛି ମୋର ଦପ୍ତରର ଅନତି ଦୂରରେ ଥିବା ଏକ ସୁନ୍ଦର ପାର୍କକୁ।

ପୃଷ୍ଠା କୁ ଓଲଟେଇବା ପୂର୍ବରୁ ମୋର ପିଲାଦିନର ପ୍ରିୟ ରମା ନାନୀ କଥା ଭାବି ଦୁଃଖ ଲାଗିଲା।ବର୍ତ୍ତମାନ ସେ ଆଉ ଇହଧାମରେ ନାହିଁ।ତା ପାଇଁ ସର୍ବ ପ୍ରଥମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆରମ୍ଭ କରିବା ପରବର୍ତ୍ତୀ ପୃଷ୍ଠା କୁ ଓଲଟେଇବା ର କାର୍ଯ୍ୟକ୍ରମ।


ଇତି ମଧ୍ୟରେ ଅନେକ ଦିନ ବିତିଯାଇଛି ମାତ୍ର ସମୟ ଥାଇବି ସମୟ ପାଇନି ତୋର କୋମଳ ସ୍ପର୍ଶ କୁ ଅନୁଭବ କରିବାକୁ।ମତେ ଭୂଲ ବୁଝିବୁନି । ମୋ ପରି ଛୋଟ ପିଲାମାନଙ୍କୁ ଘରର ବଡ ଲୋକମାନେ ଏତେ ମାନସିକ ଚାପ ଦିଅନ୍ତି ତାହା ମୁଁ କେବଳ ଅନ୍ୟ ବଡ ଭାଇ ଓ ଭଉଣୀମାନଙ୍କ ଠାରୁ ଶୁଣିଥିଲି ଏବେ ମୁଁ ତାକୁ ଅଙ୍ଗେ ନିଭେଇଲି।କଷ୍ଟ ହେଲା ମାତ୍ର ଖୁସିବି ହେଲି।

ମୋର ଦଶମ ଶ୍ରେଣୀରେ ଭଲ ଫଳ ହେଲା ।ଆମ ବିଦ୍ୟାଳୟରେ ମୁଁ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କଲି।ପାଠପଢାରେ ଏତେ ବେଶି ସମୟ ଦେଲି ଯେ ସବୁକିଛି ଭୁଲିଗଲି।


ତୁ ତ ଜାଣୁ ମୁଁ ଟିଭି ଦେଖିବାକୁ କେତେ ଭଲ ପାଏ ।କାଳେ ଘରେ ନପଢି ଟିଭି ଦେଖିବି ବୋଲି ଦିନେ ବାପା ଟିଭିକୁ ତାଜା ଉପରେ ରଖିଦେଲେ।ମତେ ସେଦିନ ବହୁତ କାନ୍ଦ ଲାଗିଲା।ମନେପଡିଗଲା ମୋର ତୃତୀୟ ଶ୍ରେଣୀ କଥା।ବିଦ୍ୟାଳୟରେ ସାଙ୍ଗ ମାନଙ୍କ ଠାରୁ ଦୂରଦର୍ଶନ କଥା ଶୁଣି ମୋର ଭାରି ଇଛା ହୁଏ ସେଥିରେ କଣ ହୁଏ ଦେଖିବା ପାଇଁ।ତେଣୁ ମୁଁ ଆମ ଘର ପାଖରେ ଥିବା ପଟ୍ଟନାୟକ ମଉସାଙ୍କ ଘରକୁ ଲୁଚିଲୁଚି ଯାଏ ଟିଭି ଦେଖିବାକୁ।ବେଳେବେଳେ ଗୀତ ଓ ନାଚ ଦେଖେ ତ କେତେବେଳେ ସିନେମା ଦେଖେ।ଦିନେ ବୁଧବାରରେ ଚିତ୍ରାହାର ଦୃଖିବା ପାଇଁ ମୁଁ ପାଠପଢା ପାଖରୁ ଉଠି ପଳେଇଥିଲି।ତାଙ୍କ ଝରକା ବାହାରେ ଠିଆହୋଇ ଦେଖୁଥାଏ।ଶୀତ ପ୍ରବଳ ।ଗୋଡହାତ ଥରୁଥାଏ ମାତ୍ର ଟିଭିରେ ଚିତ୍ରାହାର ଦେଖିବାର ନିଶା ଏତେ ଅଧିକ ଥିଲାଯେ ସେଥିପ୍ରତି ନିଘା ନଥିଲା।ଇତି ମଧ୍ୟରେ ଅନେକ ସମୟ ବିତିଯାଇଛି ମୁଁ ସେଇଠି ଛିଡାହୋଇ ଟିଭି ଦେଖୁଛି।ଘରେ ବାପା ମାଆ ମତେ ନପାଇ ଅନୁମାନ କରିଛନ୍ତି ଯେ ମୁଁ ଏଠାକୁ ଆସିଥିବି ବୋଲି।ଏହା ଭାବି ସିଧା ଯାଇ ପଟ୍ଟନାୟକ ମଉସାଙ୍କ ଘରେ ହାଜର। ମତେ ଘର ଭିତରେ ନଦେଖି ବ୍ୟସ୍ତ ହୋଇ ସେମାନଙ୍କୁ ମାଆ ପଚାରିବା ବେଳେ ବାପା ମତେ ଝରକା ବାହାରେ ଦେଖିଦେଲେ ଓ ମୁଁ ଶୀତରେ ଥରୁଥିବାର ଦେଖି ମତେ କୋଳକୁ ଟାଣିନେଇ ସିଧା ଘରକୁ ଧାଇଁଲେ।ଘରେ ପହଞ୍ଚି ମୋ ହାତ ପାଦରେ ଗରମ ଶୋରିଷ ତେଲ ଫୁଟେଇ ଘଷିବା ଆରମ୍ଭ କଲେ ତା ସହ ଗାଳିର ବର୍ଷଣ ମଧ୍ୟ। ମାଆ ମୋର ଅବସ୍ଥା ଦେଖି କାନ୍ଦୁଣୁ ମାନ୍ଦୁଣୁ ହୋଇପଡୁଥାଏ।ସାନ ଭାଇ ଭଉଣୀ ମଧ୍ୟ ବ୍ୟସ୍ତ ହୋଇ ମୋ ପାଖରେ ଠିଆ ହୋଇରହିଥାନ୍ତି।ମାଆ ତାର ଚରାଚରିତ ପ୍ରଥା ଅନୁଯାୟୀ ପଟ୍ଟନାୟକ ମଉସା ଓ ମାଉସୀ ଉଭୟଙ୍କୁ ଗାଳି ଦେବାପରି କହୁଥାଏ ଏତେ ଛୋଟ ପିଲାଟା ଥଣ୍ଡାରେ ବାହାରେ ଛିଡା ହୋଇଛି ,ତାଙ୍କ ମନ କହିଲାନି ଟିକେ ଡାକି ଘରେ ବସେଇବାକୁ।ତା ସହ ମତେ ବି ଗାଳି କରୁଥାଏ।ମାତ୍ର ବାପା ତାଙ୍କର କିଛି ନଶୁଣି ମୋ ଦେହ ହାତ ରେ ତେଲ ମାଲିସ କରିବାରେ ଲାଗିପଡିଥାନ୍ତି।କିଛି ସମୟ ପରେ ସମସ୍ତେ ସ୍ଥିର ହେଲେ ।

ଓହୋ ମୁଁ ଟିକେ ନିଃଶ୍ବାସ ମାରିଲି।ବାପରେ ଵାପ ଏତେ କଷ୍ଟ । ସେଦିନଠୁ ସ୍ଥିର କରିଥିଲି ଆଉ ଟିଭି ଦେଖିବାକୁ କୁଆଡେ ଯିବିନି।ଯେବେ ଟିଭି ଆମଘରକୁ ଆସିବ ଦେଖିବି।ସତକୁ ସତ ତାର କିଛି ଦିନ ପରେ ଆମର ଟିଭି ଆସିଲା।କି ଖୁସି ସେଦିନ।କୋଣାର୍କ ର ରୋହିଣି ଡିଲକ୍ସ।କଳାଧଳା ଟିଭି।ଖୁସିରେ ଆତ୍ମହରା ହୋଇପଡିଥିଲୁ ସମସ୍ତେ।ବୋଧେ ସେଦିନର ଘଟଣା ପାଇଁ ବାପାମାଆ ଅର୍ଥର ଅଭାବ ମଧ୍ୟରେ ବି ଆମ ଖୁସିପାଇଁ ଟିଭିଟିକୁ ଆଣିଥିଲେ।

ମାତ୍ର ଆଜି ତାକୁ ବାନ୍ଧି ଉପରେ ରଖିଦେବାରୁ ମୋର ବହୁତ ମନଦୁଃଖ ହେଲା।ମାତ୍ର ଦଶମ ଶ୍ରେଣୀର ପରୀକ୍ଷା ଯୋଗୁଁ ଏପରି କରିଥିବାରୁ ମୁଁ ଚୁପ ରହିଗଲି। ମୋ ଭାଇ ଭଉଣୀ ଦୁଇଜଣ ମତେ ଗାଳିଦେବାକୁ ଲାଗିଲେ ଯେ ମୋ ପାଇଁ ବାପା ଟିଭି ରଖିଦେଲେ।ମୁଁ ଯଦି ଭିତରେ ପଢିଥାଆନ୍ତି ହୁଏତ ଏପରି ହୋଇନଥାନ୍ତା।

ଯେମିତିବି ହେଉ ପରୀକ୍ଷା ସରିଲା।ଫଳ ବାହାରିବାର ସମୟ।ବୋର୍ଡ ଅଫିସ ପାଖରେ ପରୀକ୍ଷା ଫଳ ବହି ଆଣିବା ପାଇଁ ଆମ କଲୋନୀର ଲୋକମାନଙ୍କ ର ରାତିରୁ ଯୋଜନା।ବାପାଙ୍କ ପାଖକୁ ଆସିଲେ କେମିତି ଯିବା ପଚାରିବାକୁ।ସେତେବେଳେ ମୋର ଯୋଉ ଅବସ୍ଥା।ଭଲ କରିଥିଲି ପରୀକ୍ଷାରେ ମାତ୍ର ବାପାମାଆ ଙ୍କର ଆଶାର ଆବେଗତା ଦେଖି ମତେ ଡର ଲାଗୁଥିଲା।ବାପା ସେମାନଙ୍କୁ କହିଲେ, ମୁଁ କୁଆଡେ ଯିବି ନାହିଁ।ମୋ ଝିଅର ଫଳାଫଳ ମୋ ପାଖକୁ ଆସିବ।ଏମିତିରେ ମୁଁ ଭଲପଢେ ବୋଲି ସମସ୍ତେ କୁହନ୍ତି ମୋ ପାଇଁ ମୋ ବାପାମାଆ ଙ୍କର ବହୁତ ଗର୍ବ ସେଥିରେ ପୁଣି ଏକଥା।ସମୟ ହୋଇଗଲା ।ଜଣକ ପରେ ଜଣେ ଫେରୁଥାନ୍ତି।କାହାର ଦ୍ୱିତୀୟ ଶ୍ରେଣୀ ହୋଇଥାଏ ତ କାହାର ତୃତୀୟ।ସେମାନଙ୍କ ମଧ୍ୟରୁ ଜଣେ ଫେରି କହିଲେ ଏବର୍ଷ ବହୁତ କମ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହାଶୁଣି ମୁଁ ଛାନିଆ।ମାତ୍ର ବାହାରେ ବାପା କହୁଥାନ୍ତି ମୋ ଝିଅର ଭଲ ଫଳାଫଳ ହୋଇଥିବ ମୁଁ ଜାଣିଛି।ତାଙ୍କ ଭରଷା ଦେଖି ମୋର ମଧ୍ୟ ମୋ ଉପରେ ଭରଷା ବଢିଗଲା।ଦିନ ଦଶଟା ବେଳକୁ ଆମ ଟିଉସନ ସାର ଆସି କହିଲେ ଆଜ୍ଞା ଆପଣଙ୍କ ଝିଅ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି।ଓଃ କି ଖୁସି ବାପାଙ୍କର।କାନ୍ଦିପକେଇଲେ ।ସମସ୍ତଙ୍କର ସୁଅ ଆମଘରକୁ ଛୁଟିଲା।ମାଆ ସେତେବେଲକୁ ମିଠା ଆଣି ରଖିଥାଏ ଯିଏ ଆସିଲା ତା ମୁହଁ ରେ ଗୋଟେ ଦେଉଥାଏ।ମତେ କୁଣ୍ଢେଇ କେତେ ଗେଲ କରିଥିଲେ ବାପାମାଆ ସେଦିନ।ବହୁତ ଖୁସି ଲାଗିଥିଲା।

ତାପରେ ମହାଵିଦ୍ୟାଳୟରେ ନାମ ଲେଖା ହେଲା।

ଇତି ମଧ୍ୟରେ ସାଇକେଲ ରେ ଯିବାପାଇଁ ମୋର ଏକ ସାଇକେଲ କିଣାହୋଇଥାଏ।ମୁଁ ପ୍ରତ୍ୟେକ ଦିନ ଶିଖୁଥାଏ ଓ ଆଗାମୀ ଭବିଷ୍ୟତ କୁ ନେଇ ସୁନେଲୀ ସ୍ୱପ୍ନ ସଜାଉଥାଏ।


Rate this content
Log in

Similar oriya story from Abstract