STORYMIRROR

Rekharani Sahu

Abstract

3  

Rekharani Sahu

Abstract

ସମର୍ପିତ

ସମର୍ପିତ

3 mins
245

"ଜୀବନ କେବେ କାହାର ଚିରସ୍ଥାୟୀ ନୁହେଁ

ନା କେବେ ହୋଇବ,ଯୋଉ ମାୟା ମୋହ ଜୀବନରେ ଆସେ ତାହା ଦିନେ ବୃଥା ହୋଇବ,ଜୀବନରୁ ମୁକ୍ତି ଯାଇ ସେବେ ମିଳିବ,ଯେବେ ତୋ ଚରଣେ ଏ ତନ ମନ ହୃଦୟ ସମର୍ପିତ ହୋଇବ ।"


ଠାକୁର କଣ ? କିଏ ? ଜାଣିବା ପୂର୍ବରୁ ମୋ ବାପାଙ୍କର ଗୋଟେ କଥା ସବୁବେଳେ ମନେ ପଡେ । "ସର୍ବେ ମଙ୍ଗଳେ ଜଗନ୍ନାଥ " । ତାହା ମୋ ଜୀବନର ପ୍ରକୃତ ପଥ । ଯେବେ ଯାହା ହୁଏ ସବୁବେଳେ ଭାବେ ସବୁ ସେଇ ଚକା ଆଖିର ଇଚ୍ଛା । ତା ବିନା କଣ କେବେ କିଛି ହେଇଛି ନା ହେବ ।" ସେ କଷଟି ପଥରରେ କସୁଚି , ଯେବେ ଦେବ ଛପର ଫାଡ଼ି ଦେବ , ଯେବେ ନେବ ସର୍ବସ୍ବ ଲୁଟି ନେବ ।"



  ଛୋଟ ବେଳେ ଆମ ମାଟି ଘରେ ଗୋଟେ ବଡ ଜଗନ୍ନାଥ, ବଳଭଦ୍ର, ଆଉ ସୁଭଦ୍ରା ଠାକୁରାଣୀ ଥିବା ଫଟୋ ଟେ ଟଙ୍ଗା ହେଇଥିଲା । ସେଇ ଫଟୋ ଥିଲା ଆମ ସଭିଙ୍କ ପ୍ରିୟ। ଠାକୁର ଘରେ ସବୁ ଦିଅଁ ଙ୍କ ପୂଜା ହୁଏ । ମୋ ଜେଜେ ମା ଥିଲା ବହୁତ୍ ଧାର୍ମିକ। କିନ୍ତୁ ଟିକେ ରାଗି ବେଶି । ସେ ପୁରା ନିହ୍ନ ରେ ପୂଜା କରେ । ତାକୁ ସେଥିପାଇଁ ତପି କହନ୍ତି । ସେ ଘରେ ଥିଲେ ବାହାର ଲୋକ କେହି ଆସିବାକୁ ସାହାସ କରନ୍ତିନି । 



  ତାପରେ ବାପା ମୋର ଜଣେ ସ୍କୁଲ ଶିକ୍ଷକ ଥିଲେ । ସେ ଆମ ସମସ୍ତଙ୍କୁ ବହୁତ୍ ଭଲ ପାଆନ୍ତି, ଆଉ ଠିକ୍ ରାସ୍ତା ଦେଖାନ୍ତି । ସେ କାଳିଆ ଠାକୁର କୁ ବେଶି ମାନନ୍ତି । ମୋ ମା ବେଶି ସିନା ପଢ଼ିନି କିନ୍ତୁ ପାଟିରେ ପାଟିରେ ସେ ଯୋଉ ହିସାବ ଥୋଇଦେବ ମୁଁ ପାଠ ପଢି ମଧ୍ୟ କରିପାରିବି ନାହିଁ ସେତିକି ସମୟରେ । ତାର ସହନୀୟ ଶକ୍ତି ହିଁ ଆମ ମାନଙ୍କୁ ଶକ୍ତ କରି ଗଢି ତୋଳିଛି । ସମାଜରେ ମଣିଷ ଟିଏ ପରି ବଞ୍ଚିବାକୁ ସୁଯୋଗ ମିଳିଚି । ସେମାନେ ଆମ ପାଇଁ ଜିଅନ୍ତା ଦେବତା । ମୁଁ ମୋ ବାପା , ମା ଙ୍କୁ ବହୁତ୍ ଭଲ ପାଏ । ମୋ ପଛରେ ଯାହା ହେଉଛି ହେଇଯାଉ କିଛି ଅସୁବିଧା ନାହିଁ କିନ୍ତୁ ମୋ ବାପା ମାଙ୍କ ଜୀଵନ ସବୁବେଳେ ଖୁସିରେ କଟୁ ବୋଲି ମୁଁ ଠାକୁରଙ୍କୁ ଡାକେ । 

   

   

  ସେମାନଙ୍କ ପାଇଁ ଆଜି ଯାଏ କିଛି ବି କରିପାରିନି ବୋଲି ବହୁତ୍ କଷ୍ଟ ହୁଏ । ହେଲେ ମୁଁ ନିରୁପାୟ ହୋଇ ନିଜକୁ ବିନା ଶିକୁଳି ରେ ବିନା ପିଞ୍ଜରା ରେ ନିଜକୁ ବନ୍ଦୀ କରି ରଖିଛି । ମନରେ ଅନେକ କୋହ ଆସେ । ଲୁଚି ଲୁଚି କାନ୍ଦେ । କିନ୍ତୁ କାହାକୁ ଜାଣିବାକୁ ଦିଏନି ଯେ ମୋର କଣ ହେଇଛି କି କିଛି ବି । କାହିଁକି ନା ମୋ ଆଖିର ଲୁହ ସେମାନେ ଦେଖିପାରିବେ ନାହିଁ ଆଉ ତାଙ୍କୁ ମୋ ଜୀବନରେ କେବେ ମୋ ତରଫରୁ କୌଣସି କଷ୍ଟ ଦେବାକୁ ଚାହେଁନି । ମୁଁ ଗୀତା ଭାଗବତ ପଢ଼େ । ମନ ଯେବେ ଅସ୍ଥିର ରହେ କାଳିଆ ସହ ଅନେକ କଥା ହୁଏ ନିଜକୁ ସମର୍ପି ଦିଏ । ଏତିକି ତୁଣ୍ଡରେ ରହେ ହେ ପ୍ରଭୁ ସବୁ ତୋ ଇଚ୍ଛା । ତୋ ଇଚ୍ଛା ପୁରା ହଉ । ମୋ ବାପା ମା ମୁହଁରେ ସବୁବେଳେ ଖୁସି ଥାଉ । ସେମାନେ ବହୁତ୍ କିଛି କରିଛନ୍ତି ମୋ ପାଇଁ , ମୁଁ ତ କୁଳାଙ୍ଗାରୀ କିଛି କରିପାରିନି ତାଙ୍କ ପାଇଁ , କି କରିପାରିବି କି ନାହିଁ ଜାଣେନି । କିନ୍ତୁ ଯେତେ ଦିନ ନିଃଶ୍ୱାସ ପ୍ରଶ୍ଵାସ ସହ ଜୀବିତ ଅଛି , ତନ ମନ ହୃଦୟ ରୁ ଏ ଜୀବନକୁ ତୋ ପାଖେ ଶରଣ ପସି ସମର୍ପିତ କରୁଛି । 

   


  ମୁଁ ତୋତେ କେବେ ପେଟ ପୁରେଇ ଦେଖିନି ସତ ହେଲେ ଅନୁଭବ କରେ ତୁ ମୋ ସାଥେ ଅଛୁ ପ୍ରତି କ୍ଷଣରେ , ପ୍ରତି ମୁହୂର୍ତ୍ତରେ , ମୋ ସ୍ପନ୍ଦନ ରେ । ତୁ ଯଦି ନାହୁଁ ମୁଁ ମୋ ଅସ୍ଥିତ୍ଵ ପାଇବି ବା କାହୁଁ । ତୋ ପାଇଁ ଏ ଜୀବନ ଯାଉ। ଆହେ ମହାବାହୁ ଏ ପାପିନୀ ର ଆତ୍ମା ତୋ ଚରଣେ ରହୁ ।

   

 " ହେ ରାଧା ମାଧବ, ହେ କୃଷ୍ଣ କେଶବ 

  ହେ ଗିରିଧାରୀ , ହେ କୃଷ୍ଣ ମୁରାରୀ

  ହେ କାଳିଆ ସାଆନ୍ତ, ହେ ବଳବନ୍ତ

  ହେ ଜଗନ୍ନାଥ, ହେ ରାଧା ନାଥ

  ହେ ଗୀତଗୋବିନ୍ଦ, ହେ ପରମାନନ୍ଦ

  ତବ ପାଦ ପଦ୍ମେ ଏ ଜୀବନ ମୋ ସମର୍ପିତ ।।"





Rate this content
Log in

Similar oriya story from Abstract