Biswaranjan Mohanty

Abstract Tragedy

4  

Biswaranjan Mohanty

Abstract Tragedy

ସମ୍ପର୍କ

ସମ୍ପର୍କ

4 mins
173



ରାଜଧାନୀର ଜନବହୁଳ ବସତିରେ ଏକ ସୁରମ୍ୟ ଅଟ୍ଟାଳିକା l ରାସ୍ତା କଡ଼ରୁ ଲାଗେ ଯେପରି ଏକ ରାଜପ୍ରାସାଦ l ଜାତି ଜାତି ଫୁଲ ବଗିଚା ଆଗରେ ସୌଖିନ କାର l ସେଇ ପ୍ରାସାଦରେ ଏକ ସୁସଜ୍ଜିତ ପ୍ରକୋଷ୍ଠ l ତଳେ ଦାମୀ ରେଶମ ଗାଲିଚା l ପ୍ରକୋଷ୍ଠରେ ରଙ୍ଗୀନ ଟେଲିଭିଜନ, କାନ୍ଥରେ ବହୁମୂଲ୍ୟ ରଙ୍ଗର ପଟ୍ଟଚିତ୍ର l ବିଭିନ୍ନ ତୈଳଚିତ୍ର ରେ କାନ୍ଥ ଦିଶୁଛି ଆହୁରି ଲୋଭନୀୟ l ପ୍ରକୋଷ୍ଠଟି ଶୀତତାପ ନିୟନ୍ତ୍ରିତ, ପ୍ରକୋଷ୍ଠ ଭିତରେ ରଙ୍ଗୀନ ନାଲି, ନେଳି, ସବୁଜ ଝାପ୍ସା ଆଲୋକରେ ଆଲୋକିତ କରୁଥାଏ l 

   ଆଜି ଜ୍ୟୋତି ଓ ବିବେକ ଙ୍କ ବିବାହ ବାର୍ଷିକୀ ହୋଇଥାଏ l ବିବାହ ସମ୍ପର୍କର ପ୍ରଥମ ବର୍ଷ ଅତିକ୍ରମ କରି ଦ୍ୱିତୀୟ ବର୍ଷକୁ ପଦାର୍ପଣ କରୁଥାଏ l ବିବେକ ତାଙ୍କର ନିତ୍ୟକର୍ମ ସାରି ଅଫିସ ବାହାରି ଯାଆନ୍ତି l ଜ୍ୟୋତି ବି ତାଙ୍କର ଘରେ ସମସ୍ତ କର୍ମ ସମାପ୍ତ କରି ଗୃହ ସଜ୍ଜସଜ୍ଜା ରେ ବ୍ୟସ୍ତ ରୁହନ୍ତି l ଏମିତି ସମୟ ଭିତରେ ଅପରାହ୍ନ ହୋଇଯାଇଥାଏ l ଜ୍ୟୋତି ସନ୍ଧ୍ୟା ରେ ପାର୍ଟି ପାଇଁ କେକ୍ ପ୍ରସ୍ତୁତ କରିବାରେ ମଗ୍ନ ଥାଏ l ଠିକ ସେହି ସମୟରେ ଟେଲିଫୋନ ର ଘଣ୍ଟି ବାଜି ଉଠିଲା l କ୍ରିଙ୍ଗ.... କ୍ରିଙ୍ଗ.... କ୍ରିଙ୍ଗ.... କ୍ରିଙ୍ଗ.... 

ଏପଟୁ ଜ୍ୟୋତି ଫୋନ ଉଠାଇ କ୍ଷୀଣ ସ୍ୱରରେ କହିଲା -ହ୍ୟାଲୋ କିଏ କହୁଛନ୍ତି? 

ସେପଟୁ ପ୍ରତିଉତ୍ତରରେ ଆସିଲା -ଆଜ୍ଞା ଇଏ ବିବେକ ସାମନ୍ତରାୟ ଙ୍କ ଘର କି ? 

ଜ୍ୟୋତି କହିଲା -ଆଜ୍ଞା ହଁ ଆପଣ କାହାକୁ ଖୋଜୁଛନ୍ତି ? 

ସେପଟୁ କହିଲେ -ଆଜ୍ଞା ମୁଁ ଥାନାରୁ ଥାନା ଅଧିକାରୀ କହୁଛି ଜଣେ ମୃତବ୍ୟକ୍ତିଙ୍କ ଶବ ମିଳିଛି l ତାଙ୍କ ମୁହଁଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ତାଙ୍କ ପ୍ୟାଣ୍ଟ ପକେଟ ରୁ ଏହି ଆଡ୍ରେସରେ କିଛି ପ୍ରମାଣପତ୍ର ମିଳିଛି l ଆପଣ ଟିକେ ଆସି ଦେଖି ଦିଅନ୍ତେ ତାହାହେଲେ ସୁବିଧା ହୁଅନ୍ତା l ଜ୍ୟୋତି ଏହା ଥାନା ଅଧିକାରୀ ଙ୍କ ପାଖରୁ ଶୁଣି ଏକ ପ୍ରକାର ସ୍ତବ୍ଧ ଓ ନିର୍ବିକାର ହୋଇଯାଇଥାଏ l ପାଖରେ କେହି ନଥାନ୍ତି l ଜ୍ୟୋତି ଥାନାବାବୁଙ୍କ କଥାକୁ ବିଶ୍ୱାସ ନକରି ବିବେକଙ୍କୁ ଫୋନ କଲା l କିନ୍ତୁ ଫୋନଟି ଅଫ ଅଛି ଜାଣିପାରି ମନରେ ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରିଲା l ବ୍ୟସ୍ତ ଓ ବିବ୍ରତର କଳା ବାଦଲ ଘେରିଗଲା l କ୍ଷୋଭ ଓ ବିରକ୍ତି ଭାବରେ ପୁନଃବାର ଆଉଥରେ ଫୋନ କଲା, ତଥାପି ସମାନ ପ୍ରତିକ୍ରିୟା l ସେ ସମୟରେ ହଠାତ ବାହାର ପଟୁ କଲିଂ ବେଲର ଚିତ୍କାର ଶୁଭିଲା l 

ଜ୍ୟୋତି କବାଟ ଖୋଲି ଦେଖିଲା ସାମ୍ନାରେ ପୋଲିସବାବୁ ଠିଆ ହୋଇଛନ୍ତି l ପୋଲିସବାବୁ ପଚାରିଲେ -ମ୍ୟାଡ଼ାମ ଇଏ ବିବେକ ସାମନ୍ତରାୟ ଙ୍କ ଘର ? 

ଜ୍ୟୋତି କହିଲା -ଆଜ୍ଞା ହଁ !

ପୋଲିସବାବୁ କହିଲେ -ଆଜ୍ଞା ଇଏ ପର୍ସ ଟା ମୃତଦେହ ନିକଟରୁ ମିଳିଛି l ଏଇଟା ରଖନ୍ତୁ, ଜ୍ୟୋତି ଏହା ଦେଖି ତା ପାଦତଳୁ ମାଟି ଖସିଗଲା ପରି ଲାଗିଲା l ହତାଶ ଓ ନିର୍ବିକାର ଭାବରେ ଚାହିଁ ରହିଲା l ପୋଲିସବାବୁ ବି ବିଦାୟ ନେଇ ପଳେଇ ଆସିଲେ l 

  ଜ୍ୟୋତି ର କିନ୍ତୁ ବିଶ୍ୱାସ ଭାଙ୍ଗିନଥିଲା l ଆଶା ଓ ଭରଷାରେ ବିବେକ ର ଫେରିବା ବାଟକୁ ଅପେକ୍ଷା କରି ବସିଥିଲା l ବିବାହ ବାର୍ଷିକୀ ରେ ନାଲି ରଙ୍ଗର ନୂତନ ବସ୍ତ୍ର ପରିଧାନ କରି ସିନ୍ତିରେ ସିନ୍ଦୁର, ପାଦରେ ଅଳତା ଲଗେଇ ନବବଧୂ ପରି ସଜେଇ ହୋଇ ରହିଥାଏ ବିବେକ ର ଫେରିବା ବାଟକୁ ଚାହିଁ !

କିଛି ସମୟ ପରେ ହଠାତ ଆଉଥରେ କଲିଂବେଲ ବାଜି ଉଠିଲା l ଜ୍ୟୋତି ତତ୍ପରତା ସହ ଦୌଡ଼ି ଯାଇ କବାଟ ଖୋଲିଲା ବେଳକୁ ସାମ୍ନାରେ ବିବେକ କୁ ଦେଖି ଖୁସିରେ ଆତ୍ମହରା ହୋଇ କୋହ ଭରା ଚକ୍ଷୁ ରେ କାନ୍ଦି ପକେଇଲା l କହିଲା ତୁମ ମୋବାଇଲ କଣ ପାଇଁ ଲାଗୁନି l 

ବିବେକ କହିଲା -ଓହଃ ମୁଁ ଜାଣିପାରିନି ମୋ ଫୋନ ଅଫ ହୋଇ ଯାଇଛି l ହେଲେ ତୁମେ କାନ୍ଦୁଛ କାହିଁକି ? 

ଜ୍ୟୋତି କହିଲା -ଥାନାରୁ ପୋଲିସ ବାବୁ ଆସି କହିଲେ ଏକ ଅଜଣା ମୃତଦେହ ମିଳିଛି ଦୁର୍ଘଟଣାରେ ମୁହଁଟା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି l ତୁମ ପର୍ସଟା ଆଣିକି ଦେଲେ କହିଲେ ଏ ପର୍ସ ଟା ତାଙ୍କ ପକେଟରୁ ମିଳିଛି l 

ବିବେକ କହିଲା -ଆରେ ହଁ ମନେପଡ଼ିଲା ସକାଳେ ମୋ ପର୍ସଟା ଚୋରି ହୋଇ ଯାଇଥିଲା l ସେ ମୃତଦେହ ଟି ସେ ଚୋରର ସେଥିପାଇଁ ମୋ ପର୍ସ ରୁ ଠିକଣା ପାଇ ଆଣି ପହଞ୍ଚାଇ ଦେଲେ l 

ବିବେକ ଜ୍ୟୋତି ପାଇଁ ଏକ ଉପହାର ଆଣିଥାଏ l ଉପହାର ଟି ପ୍ରଦାନ କରି ସ୍ନାନ କରିବାକୁ ଚାଲିଗଲା l କିଛି ସମୟ ଅତିବାହିତ ହେଲାପରେ ଜ୍ୟୋତି ବ୍ୟସ୍ତ ହୋଇ ପ୍ରକୋଷ୍ଠ ଭିତରକୁ ଯାଇ ଡାକିଲା l ବିବେକ... ବିବେକ... ବିବେକ... କୁଆଡେ ଗଲ l ପ୍ରକୋଷ୍ଠ ଭିତରେ ଝାପ୍ସା ଆଲୋକର ଝଲ ମଲ ଆଲୁଅରେ ବିବେକ ର ଛାଇ ଜ୍ୟୋତି ର ନିକଟକୁ ଆସିବାକୁ ଲାଗିଲା l 

ଜ୍ୟୋତି ଛାଇ ଆଲୋକକୁ ଦେଖି ମନରେ ଭୟଭୀତ ହୋଇ ତାର ହୃଦୟର ସ୍ପନ୍ଦନ ବଢ଼ି ଚାଲିଥାଏ l ପଛପଟୁ ବିବେକ କେକ୍ ଟି ହାତରେ ଧରି ତା ପାଖରେ ଆସି ଛିଡାହୋଇ କହିଲା ଚାଲ କେକ୍ କାଟିବା..... 

ବିବେକ ପଚାରିଲା -କଣ ହେଲା ତୁମ ମନରେ ଏତେ ଭୟର ବାତାବରଣ ଖେଳି ଯାଇଛି କଣ ପାଇଁ ? 

ଜ୍ୟୋତି କହିଲା -ନା ସେ କିଛି ନାହିଁ ଚାଲ ଯିବା l 

ଜ୍ୟୋତି ଓ ବିବେକ ଉଭୟ କେକ୍ କାଟିବା ପାଇଁ ପ୍ରସ୍ତୁତ ହେବା ସମୟରେ ବାହାରୁ କବାଟ ଠକ ଠକ ଶବ୍ଦ ଶୁଭିଲା l ଜ୍ୟୋତି କବାଟ ଖୋଲି ଦେଖିଲା ବେଳେ ବାହାରେ ପୋଲିସ ବାବୁ ପୁଣିଥରେ ଆସିଛନ୍ତି l 

ପୋଲିସବାବୁ କହିଲେ -ମ୍ୟାଡ଼ାମ ବିବେକ ବାବୁଙ୍କର ଏ ଘଣ୍ଟା ଟି ରହିଯାଇଥିଲା l ସାର ପଠେଇଲେ ଆପଣଙ୍କୁ ଦେବାପାଇଁ l 

ଜ୍ୟୋତି -ଘଣ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଗଲା l କାରଣ ବିବେକ ଫେରିଲା ବେଳେ ତାଙ୍କ ହାତରେ ଘଣ୍ଟା ନ ଥିଲା l ଚୋର ସିନା ପର୍ସ ନେଇଗଲା l କଣ ହାତରୁ ଘଣ୍ଟା ବି ନେଇଗଲା l ଜ୍ୟୋତି ମନରେ ସନ୍ଦେହ ଜାତ ହେଲା l ମନରେ ଭାବିଲା ଇଏ ବିବେକ ତ ! ନା ତାଙ୍କ ଆତ୍ମା...... 

  ବିସ୍ମିତ ଚକ୍ଷୁରେ ନୀରିକ୍ଷେଇ ପଛକୁ ଚାହିଁଲା ବେଳକୁ ପଛରେ ସୋଫା ଉପରେ ବିବେକ ବସିଥିଲେ କିନ୍ତୁ ଏବେ ନାହାନ୍ତି l ପ୍ରକୋଷ୍ଠ ଭିତରେ ବେଲୁନ ମାନେ ଏଣେ ତେଣେ ଉଡୁଥାନ୍ତି l କାନ୍ଥ ଓ ସିଲିଂ ର ଆଲୋକ ମାନ ଧପ ଧପ ହେଉଥାନ୍ତି l ମଝିରେ ଠିଆ ହୋଇଛି ଜ୍ୟୋତି ଗୋଟିଏ ପ୍ରଶ୍ନବାଚୀ ପରି l 

ସେ ଲଥ କରି ବସି ପଡିଲା ସୋଫା ଉପରେ ଦେହ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଛି ଭୟ ଓ ଆଶଙ୍କାରେ l ଗୋଡ଼ ଦିଟା ବି ବିଛିନ୍ନ ହୋଇଯାଉଛି ଦେହରୁ l ମନରେ ବିଶ୍ୱାସ କରି ନେଇଥିଲା ଯେ ତା ସାଙ୍ଗରେ ବିତେଇଥିବା ମୁହୂର୍ତ୍ତ ମାନ ବିବେକ ନୁହେଁ ବିବେକ ରୂପଧାରୀ ପୈଶାଚିକ ମୁଖା l 


      


Rate this content
Log in

Similar oriya story from Abstract