Biswaranjan Mohanty

Tragedy

3  

Biswaranjan Mohanty

Tragedy

ଅଛୁଆଁ ବନ୍ଧନ

ଅଛୁଆଁ ବନ୍ଧନ

3 mins
261



ଖୁଵ କମ ବୟସରେ ଏକ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ଉଚ୍ଚ ପଦବୀରେ ପ୍ରମୋସନ ପାଇଥାଏ ମନୋଜ l ପୁଅର ପ୍ରମୋସନ ଖୁସୀରେ ବାପା ଗୋଟିଏ ବଡ଼ ଭୋଜିର ଆୟୋଜନ କଲେ ଗାଁରେ l ମାଆ ପୁଅର ଶୁଭ ମନାସୀ ମନ୍ଦିରରେ ଘିଅ ଦୀପଟିଏ ଜାଳି ଆସିଲା l ପରିବାରର ସମସ୍ତେ ଆନନ୍ଦ ଉଲ୍ଲାସ ରେ ଥାଆନ୍ତି l କିନ୍ତୁ ମନୋଜର ମନରେ ଦୁଃଖର କଳା ବାଦଲ ଘୋଟିଯାଇଥାଏ l କାରଣ ଡାକ୍ତରଙ୍କ କଥାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥାଏ l ସେ ଏକ ଅଜଣାରୋଗରେ ପୀଡିତ ଥାଏ l 


  ଏ ସବୁ ଭିତରେ ମନୋଜର ମନେହେଲା -ଏଇ ଯେତେ ସବୁ ଆନନ୍ଦ ଉଲ୍ଲାସ ଓ ସମ୍ବର୍ଦ୍ଧନା ସବୁ ଛଳନା l ମୁଁ ମୋର ଏହି ବୃତ୍ତିର ଉଚ୍ଚ ପଦବୀ ସତ୍ତ୍ୱେ ଯଦି ଅକସ୍ମାତ କୁଷ୍ଠରୋଗରେ ଆକ୍ରାନ୍ତ ହୁଏ, ତେବେ ଏଇମାନେ କଣ ମୋତେ ଏମିତି ଭଲ ପାଇବେ ? 


  ମନୋଜ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରି ଚାଲିଥାଏ, ପରିବାରରେ ସମସ୍ତେ ତାକୁ ଏବେ ଯେମିତି ଭଲ ପାଉଛନ୍ତି ସେତେବେଳେ ସେମିତି ଭଲ ପାଇବେ ତ ନା ଘୃଣା ଦୃଷ୍ଟିରେ ଦେଖିବେ ଏୟା ଭାବୁଥାଏ l ଘରେ ଵେଶ କିଛି ଶାନ୍ତ ପଡ଼ିଯିବାପରେ ମୁଁ ଦିନେ ବଡ଼ଭାଇଙ୍କୁ ପଚାରିଲି -ଭାଇ ! ମୋତେ ଯଦି କୁଷ୍ଠରୋଗ ହୋଇଯାଏ, ତୁମେ ମୋତେ ଆଦର କରିବ ନା ? 

ଭାଇ କହିଲେ -ସାମାନ୍ୟ କୁଷ୍ଠରୋଗ ତୋତେ ଡ଼ରାଇବ ? ମୁଁ ଅଛି, ମୋ କାନ୍ଧରେ ହାତରଖି ତୋତେ ଆଗେଇ ନେବି l 

ସାନଭଉଣୀକୁ ମନୋଜ ପଚାରିଲା -ଲିଲି ! ଯଦି ମୁଁ କୁଷ୍ଠରୋଗ ରେ ପୀଡ଼ିତ ହୁଏ ତୁ ମୋ ହାତରେ ରାକ୍ଷୀ ବାନ୍ଧିବୁ ? 

ସାନଭଉଣୀ କହିଲା -ତୁମେ ମୋର ପୂଜ୍ୟ ବଡଭାଇ, ଭଉଣୀ ଭକ୍ତି ଓ ଆଦରରେ ଭାଇର ହାତରେ ରାକ୍ଷୀ ବାନ୍ଧିଦିଏ l ତା ମଥାରେ ସିନ୍ଦୁର, ଚନ୍ଦନ ଲଗେଇଦିଏ l ପ୍ରତିବଦଳରେ ପ୍ରତିଟି ଦୁଃସ୍ଥିତିରେ ଭାଇ ତାର ରକ୍ଷା କବଚ ହେବ ବୋଲି ତା ଠାରେ ଆସେ ଦୃଢ଼ ପ୍ରତ୍ୟୟ l ଭାଇ ଭଉଣୀର ସମ୍ପର୍କ ସୁଦୃଢ କରିବାପାଇଁ ରାକ୍ଷୀ ଏକ ବନ୍ଧନର ରେଶମୀ ପ୍ରତୀକ l ଏକାରାହାକେ  ଏତିକି କହି ମୁଗ୍ଧବିହ୍ଵଳ ଦୃଷ୍ଟିରେ ଚାହିଁ ରହିଲା ଲିଲି l 

ବାପାଙ୍କୁ ପଚାରିଲା ମନୋଜ -ବାପା ମୋତେ ଯଦି କେବେ କୁଷ୍ଠ ବ୍ୟାଧି ହୋଇଯାଏ ? 

ବାପା ଦର୍ପିତ ଭାବରେ କହିଲେ -ତୁ ମୋର ବଂଶର ଉଜ୍ଜଳ ରତ୍ନ l ମୋ ବଂଶର ଗର୍ବ ଓ ଗୌରବର କାରଣ l ଯଦି ସେମିତି କିଛି ଘଟେ, ତେବେ ମୋର ସମସ୍ତ ଭୂ -ସମ୍ପତ୍ତି ଏପରିକି ଘର ଡ଼ିହ ପର୍ଯ୍ୟନ୍ତ ବିକ୍ରିକରି ତୋର ଚିକିତ୍ସା କରିବି l 

ମାଆ କୁ ପଚାରିଲା ମନୋଜ -ମା ଲୋ ! ମୋତେ ଯଦି କୁଷ୍ଠ ରୋଗ ହୋଇଯିବ ? 

ମା ମୋ ମୁଣ୍ଡ ଆଉଁସି ଦେଇ କହିଲା -ଛିଃ ସେ କଥା କହନ୍ତି ? ମୋ ଆୟୁଷ ତୁ ନେଇ ଯାଆ l ସଂସାରରେ ସର୍ବଦା ଖୁସୀରେ ରହ l 

ଭାଇ, ଭଉଣୀ, ବାପା, ମାଆ ଓ ବନ୍ଧୁବାନ୍ଧବ ଙ୍କ ଠାରୁ ନିଦ୍ଦିଷ୍ଟ ଉତ୍ତର ପାଇସାରିବା ପରେ ମୋର ପ୍ରଧାନ କର୍ତ୍ତବ୍ୟ ହେଲା ଭଗବାନଙ୍କୁ ପ୍ରାର୍ଥନା କରିବା -

ଵେଶ କିଛିଦିନ ପରେ ରୋଗଟି ବଢ଼ିବାରେ ଲାଗିଲା l 

ମନୋଜ ଦେହରେ ସେଇ ଆତଙ୍କପ୍ରଦ ଦୁରାରୋଗ୍ୟ ବ୍ୟାଧିର ଆଦ୍ୟ ସଙ୍କେତ ଧଳାଛଉ ଦେଖାଦେଲା l ତାହା ଦେଖିବା ମାତ୍ରେ ସର୍ବ ପ୍ରଥମେ ମୋର ପ୍ରତିବେଶୀ ସ୍ୱଜନମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ l 

ମନୋଜ ଦିନେ ସେମାନଙ୍କୁ ଡ଼ାକି ପଚାରିଲା -ତୁମେ ସବୁ ମୋ ସହିତ ଆଉ ମିଶୁନାହଁ କାହିଁକି l ମୁଁ ତ ସେଇ ଯାହା ପାଇଁ ତୁମେ କିଛିଦିନ ପୂର୍ବେ ଏଇଠି ଏକ ବିରାଟ ଭୋଜିରେ ଆନନ୍ଦ କଳରୋଳ କରୁଥିଲ ମୋତେ ସାବାସୀ ଦେଉଥିଲ l 

କେହିଜଣେ ସ୍ୱଗତୋକ୍ତି କଲାଭଳି କହିଲା -ହଁ ତୁ ଯେତେବେଳେ ଏ ଗାଁ ଛାଡ଼ି ଚାଲିଯିବୁ ସେତେବେଳେ ଆମେ ବି ସେମିତି ଗୋଟାଏ ଭୋଜି କରିବୁ ଯେ !ମୁଁ ସେଠାରୁ ଚୁପଚାପ ଚାଲି ଆସିଲି l 

କିଛିଦିନ ପରେ ସେହି ପ୍ରତିକ୍ରିୟା ଆମ ଘରକୁ ସଂକ୍ରମିତ ହୋଇଆସିଲା, ଯେତେବେଳେ ଧଳାଛଉଟି ନାଲିପଡି ବିକୃତ ଦିଶିବାକୁ ଆରମ୍ଭ କଲା l ମୁଁ ଲକ୍ଷ୍ୟକଲି ମୋ ଭାଇ ଭଉଣୀ ଆଉ ମୋ ପାଖ ପଶୁନାହାନ୍ତି l 

ମୁଁ ବଡଭାଇଙ୍କୁ ପଚାରିଲି -ଭାଇ ମୋତେ ତୁମେ ଏଡ଼େଇ ଚଳୁଚ୍ଛ l ତୁମେ କହିଥିଲ ପରା....... 

କହିଥିଲି, ହେଲେ ତୁ ଆଉ ମୋର କଣ କାମରେ ଆସିବୁ ଯେ? -ଭାଇ ଉତ୍ତର ଦେଲେ l 

ବାପାଙ୍କୁ ପଚାରିଲା ମନୋଜ -ବାପା !ମୁଁ ଆପଣଙ୍କ ବଂଶର ଗୌରବ l ଉଜ୍ଜଳ ରତ୍ନ l ମୋ ପାଇଁ ଟିକିଏ ବିଚାର କରନ୍ତୁ l 

ବାପା ସ୍ପଷ୍ଟ କହିଦେଲେ -ଜଣଙ୍କ ପ୍ରତି ବିଚାର କରିବାକୁ ଯାଇ ମୁଁ ଆଉ ଚାରି ଜଣଙ୍କ ପ୍ରତି ଅବିଚାର କରିପାରିବି ନାହିଁ l 

ସେଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ତଥା ରାକ୍ଷୀ ପୂର୍ଣ୍ଣିମା ଥାଏ, ସାନଭଉଣୀ ଲିଲି ମନୋଜ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନୋଜ ଲିଲିର ଅପେକ୍ଷାରେ ରହିଥାଏ, ମନରେ ଅନେକ ଅସୁମାରୀ ସ୍ବପ୍ନରେ ଭାସୁଥାଏ ମୋ ସୁନା ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିବ କିନ୍ତୁ ଲିଲି ପାଖ ପଶିଲାନି... l

ମନୋଜ ଶେଷରେ ଭଉଣୀକୁ ପଚାରିଲା -ଲିଲି ତୁ ମୋ ହାତରେ ରାକ୍ଷୀ ବାନ୍ଧିବୁ ନାହିଁ ମୁଁ କେତେବେଳୁ ଅପେକ୍ଷା କରିଛି... ଆଁ ମୋ ସୁନା ଭଉଣୀ ଟା ପରା ମୋ ହାତରେ ରାକ୍ଷୀ ଟା ବାନ୍ଧି ଦେ... ଦେ ବାନ୍ଧି ଦେ... l 

ଲିଲି କହିଲା -ହଁ ଯେ, କିନ୍ତୁ ତୁମ ଦେହରେ ଯୋଉ ରୋଗ l ମୋତେ କ୍ଷମା କରିବ ଭାଇ ମୁଁ ତୁମ ହାତରେ ରାକ୍ଷୀ ବାନ୍ଧି ପାରିବି ନାହିଁ l ଏତିକି କହି ଲିଲି ଚାଲିଗଲା l ସମସ୍ତ ପରିବାରର ଏଭଳି ସବୁ ଉତ୍ତର ରେ ମନୋଜର ସବୁ ଆଶା ଧ୍ଵଂସ୍ତ ହୋଇଗଲା l 

ପରିଶେଷରେ ବାପା ଅସମ୍ଭବ ବିରକ୍ତି ଓ ଘୃଣା ପୁଣି ପ୍ରଚଣ୍ଡ କାରୁଣ୍ୟସିକ୍ତ ହୋଇ ଘୋଷଣା କରିଦେଲେ ଏ ଘରର ଅନ୍ୟ କେହି ଆକ୍ରାନ୍ତ ହେବା ପୂର୍ବରୁ ମୋର ଘରୁ ବାହାରିଯିବା ଉଚିତ l 



Rate this content
Log in

Similar oriya story from Tragedy