Biswaranjan Mohanty

Tragedy

4  

Biswaranjan Mohanty

Tragedy

ବାତ୍ୟା

ବାତ୍ୟା

3 mins
234



ଦିଗହଜା ଏ ଧରାପୃଷ୍ଟ ଟି ଆଜି ବେସାହାରା ପରି ଲାଗେ l ଆଜିବି ପାଣି ଏଠି ଜହର ଆଉ ପବନ ଏଠି ନିଃସଙ୍ଗତା ପାଲଟିଛି l ମୃତ୍ୟୁକୁ ଦୁରେଇ ବଞ୍ଚିବାର ଚିନ୍ତାଧାରା ର ପ୍ରୟାସରେ ମଣିଷ ହେଉଛି ଭ୍ରାନ୍ତ l ମହାମାରୀ କରୋନା ର ତଲ୍ୱାର ମୁନରେ ଝୁଲୁଛି ମଣିଷର ଭାଗ୍ୟଶିକା l ଏଠି ଦିନ ଶୂନ୍ୟ.... ରାତି ଶୂନ୍ୟ.... ଜୀବନଟା ଶୋଇଯାଉଛି ଯେମିତି ଶୂନ୍ୟତାର କୋଳରେ l ଝଡି ପଡୁଛି ଅୟୁତ ସପନ ଖାଲି ଶୂନ୍ୟତାରେ l କେତେ ମାୟା କେତେ ଛାୟା ଲୁହ ଛଳଛଳ ଆଖିରେ ଧ୍ବଂସର ମରୁରେ ଜୀବନଟା କାଳର ଭଉଁରୀ କାଟେ l ଜନ୍ମ ମୃତ୍ୟୁର ଦୋଛକି ରେ ଜୀବନଟା ବେଳେବେଳେ ଭାରି ଅସମ୍ଭବ ମନେହୁଏ l ସୁଖ ଦୁଃଖର ଲୁଚକାଳି ମଧ୍ୟରେ ସୁଖ ଭିତରେ ହଜିଯାଇ ଦୁଃଖକୁ ଏତେ ସହଜରେ ଗ୍ରହଣ କରି ହୁଏନି l କାହାକୁ ଦୁଃଖ ଦରକାର ? ହଁ ର ଉତ୍ତର ବହୁତ କମ ମିଳିବ l କିଏ କେମିତି ବଞ୍ଚୁଛି ବଞ୍ଚିବା ଲୋକ ହିଁ ଜାଣେ l ପରିସ୍ଥିତି ର ଗୁରୁତ୍ୱ କେତେ ଅଧିକ l 

 ଜୀବନ ତା ଢଙ୍ଗରେ ଅବିଶ୍ରାନ୍ତ ଭାବରେ ଚାଲେ ମଣିଷ ଭଲରେ ବଞ୍ଚିବା ପାଇଁ, ଜୀବନ ତମାମ କେତେଯେ ଫନ୍ଦି ଫିକର କରି ଟିକେ ଶାନ୍ତିରେ ବଞ୍ଚିବାକୁ ପ୍ରଯତ୍ନ କରେ l କିଏ ଜାଣିଥିଲା ଏମିତି ଏକ ରୋଗ ଆସିବ l ଯିଏ ତାର କରାଳ ଛାୟାରେ ସମଗ୍ର ବିଶ୍ୱକୁ କବଳିତ କରିବା ସହ ବିଶ୍ୱ ବ୍ୟାପି ମୃତ୍ୟୁ ର ତାଣ୍ଡବ ସୃଷ୍ଟି କରି ଚାଲିବ l ତା ସହିତ ପ୍ରକୃତିର ତାଣ୍ଡବ ନାଚିବାକୁ ଆସୁଛି ପ୍ରଳୟଙ୍କରୀ ବାତ୍ୟା "ୟାସ " l ପ୍ରକୃତିରେ ମୃତ୍ୟୁ ର ତାଣ୍ଡବ ରଚେଇ ଦେବ ଯେମିତି l ନିଜ ଶକ୍ତିର ପରାକ୍ରମ ଦେଖାଇବାକୁ ଚାଲିଆସିଛି ଛାଡ଼ିଯିବ ତାର ପାଦ ଚିହ୍ନ l ଯାହା ଅସୁଦୀର୍ଘ ପର୍ଯ୍ୟନ୍ତ ଲିଭିବା ଅସମ୍ଭବ l ଦୀର୍ଘ ତିନିଦିନର ପ୍ରଳୟଙ୍କରୀ ଦାନଵ ସହ ସଂଘର୍ଷ କରିବ l ତାପରେ ପୃଥିବୀ ହେବ ନିଃଶବ୍ଦ ଓ ନିଶ୍ଚଳ l ନିଃଶବ୍ଦ ପୃଥିବୀ ଭିତରର କୋଳାହଳ କୁ ବଢ଼େଇ ଦେଇଛି l କୋଳାହଳ ଏକ ଅଜଣା ଭୟର ! ମାଡି ଆସୁଛି ଏକ ଭୟଙ୍କର ପ୍ରଳୟଙ୍କରୀ ବାତ୍ୟା "ୟାସ "

ପାଗ କୋହଲା ଥିଲା.... 

ପବନରେ ଶୀତଳତା ଥିଲା.... 

ମେଘରେ ଜଳକଣା ଥିଲା..... 

ଆକାଶ ଯେତେ ସମ୍ଭବ ମେଘରେ ପୂର୍ଣ୍ଣ ଥିଲା l ପ୍ରସ୍ତ ପ୍ରସ୍ତ ମେଘ ଭାର ତାରତମ୍ୟ ରେ ସ୍ତର ହୋଇ ଆକାଶ ଛାତିରେ ଭାସୁଥିଲା l ବିଜୁଳି ନୃତ୍ୟ କରୁଥିଲା, ଭୀଷଣ ନୃତ୍ୟ... ବାଦ୍ୟ ଥିଲା ବଜ୍ରଭେରୀ l ବୃକ୍ଷ ଗୁଡିକ ସନ୍ତ୍ରସ୍ତ ଦିଶିବାକୁ ଆରମ୍ଭ କରିଥିଲେ l ଵିକରେଖା ମଳିନ ଦିଶିବାକୁ ଭୟଙ୍କର ଏକ ବିପର୍ଯୟ ର ସୂଚନା ବୋଲି ଅଭିଜ୍ଞ ବ୍ୟକ୍ତି କହିସାରିଥିଲେ l ଆଜିର ଏ କଥା... !

ଭୟଙ୍କର ଏକ ସାମୁଦ୍ରିକ ତୋଫାନ ଆସୁଥିବାର ସବୁ କାତରତା, ଆଶଙ୍କା, ପ୍ରତିରୋଧ, ପ୍ରଚେଷ୍ଟା, ଓ ପ୍ରତିଷେଧ ବ୍ୟବସ୍ଥାକୁ ପରିହାସ କରି ତତ୍ପରଦିନ ସକାଳ ସ୍ୱାଗତ କରିଥିଲା l ବାୟୁ, ବାରି, ପାଗ, ସ୍ୱାଭାବିକ ଥିଲା l ଖବର ମିଳିଥିଲା ପ୍ରାୟ ବିଭିନ୍ନ ଜିଲ୍ଲାକୁ ଧ୍ଵଂସ୍ତ କରିପକାଇବ ଏହି ପ୍ରଳୟଙ୍କରୀ ତୋଫାନ l ଯୋଗାଯୋଗ ବିଛିନ୍ନ କରିପକାଇବ l 

ବହୁ ପ୍ରାଣ ନାଶ କରିବ l ଖଣ୍ଡ ପ୍ରଳୟ ର କ୍ଷୁଦ୍ର ସଂସ୍କରଣ ଘଟିବ l କଳାହାଣ୍ଡିଆ ମେଘରେ ଘୋଡେଇ ହୋଇ ଗଲା ଆକାଶ ଆଗରେ l ତାପରେ ପ୍ରବଳ ପବନରେ ଭରାଦେଇ ଓଲ୍ହେଇ ଆସିଲା ବର୍ଷା l ଏହି ଅସମୟରେ ବି ସଞ୍ଜ ହୋଇଗଲା l ଘଣ୍ଟାକୁ ପ୍ରାୟ ଶହେ ପଚାଶ କିମି କିମ୍ବା ତହିଁରୁ ଅଧିକ ବେଗରେ ପବନ ବହିବ l ଦୂର ଦିଗନ୍ତରେ ତଥାପି ଅର୍ଦ୍ଧେକ ଫର୍ଚ୍ଚା ଥିଲା ମେଘର ଦାୟୁରୁ, ବର୍ଷା ଅଳ୍ପ ଅଳ୍ପ ଝରୁଥାଏ ଧାର ଦିଗନ୍ତର ସେଇ ଫର୍ଚ୍ଚା ଅଂଶଟି କ୍ରମେ ମେଘରେ ଢାଙ୍କି ହୋଇ ଯାଇଥାଏ l ଚାରି ପାଞ୍ଚ ମିନିଟ ସୁଦ୍ଧା ସମୁଦାୟ ଆକାଶ ମେଘରେ ଘୋଟିଗଲା l ଆଉ ଦିଶିଲାନି ଏଠୁ ଦୂର ଦିଗନ୍ତରେ ବର୍ଷାର ଧାର l ଅନ୍ଧାର ଘୋଟିଗଲା ପୃଥିବୀ ସାରା l ଗୋଟିଏ ପାଉଁଶିଆ ଉଦାସ ଭଳି ଆକାଶ ଦିଶୁଥାଏ ବର୍ଣ୍ଣହୀନ l ବର୍ଷାର ବେଗ ବଢ଼ିଯାଇଥାଏ ପ୍ରବଳ, ପବନର ବେଗଵି ହୂ ହୂ ହୋଇ ବଢୁଥାଏ l ବୃକ୍ଷର ଡାଳ ସବୁ ଅସ୍ତବ୍ୟସ୍ତ ହେଉଥାନ୍ତି l ବୃକ୍ଷର ବନ୍ଧନରୁ ମୁକୁଳି ଦିଗଚାରୀ ହେବାର ଉଲ୍ଲାସ ରେ, ବୃକ୍ଷ ବି ନଛୋଡ ବନ୍ଧା l ଅତି ପ୍ରିୟ ତାର ଡାଳ ଅବୟବ ଗୁଡିକୁ ଆକାଶର ଅପରିଚିତ ଅଙ୍ଗନରେ ଇତସ୍ତତଃ ଛିଣ୍ଡା ଘୁଡି ହୋଇ ଜମା ଉଡିବାକୁ ଦେବାକୁ ଚାହୁଁନଥାଏ l ସେ ଯୁଝୁଥାଏ ସେଇ ଡାଳ ମାନଙ୍କୁ ଆୟୁଧ କରି ସେ ଯୁଝୁଥାଏ l କଟ କଟ ଡାକୁଥାଏ ତା ହାଡ଼ l ଥରି ଯାଉଥାଏ ମଞ୍ଜି l ପବନର ହୁଙ୍କାରରେ ଟାଳି ଦେବାକୁ ବେଳେବେଳେ ସେ କୁଶଳୀ ଯୋଦ୍ଧା ପରି ନୁଆଇଁ ନେଉଥାଏ l ନିଜକୁ ଏ ପର ମୁହୂର୍ତ୍ତ ରେ ଠିଆ ହୋଇ ପଡୁଥାଏ ଅମିତ ବିକ୍ରମର ଯୁଦ୍ଧମଂ ଦେହି ଡ଼ାକରାରେ l 



Rate this content
Log in

Similar oriya story from Tragedy