STORYMIRROR

Biswaranjan Mohanty

Horror

4  

Biswaranjan Mohanty

Horror

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

12 mins
595

ରାୟଗଡା ସହରର ଲକ୍ଷ୍ମୀପୁର ଗାଁ ର ବାସିନ୍ଦା ସୁଦର୍ଶନ ବଳବନ୍ତରାୟ ଓ ତାଙ୍କ ଝିଅ ସୁଷମା, ସୁଦର୍ଶନ ଙ୍କ ଗାଁ ବଜାରରେ ଗୋଟିଏ ବଡ଼ ଡ୍ରେସ ଦୋକାନ ଅଛି l ୨ବର୍ଷ ତଳୁ ପତ୍ନୀଙ୍କର ମୃତ୍ୟୁ ଘଟିଛି l ଘରେ କେବଳ ତିନୋଟି ପ୍ରାଣୀ l ସୁଦର୍ଶନ, ତାଙ୍କର ବାରବର୍ଷ ର କନ୍ୟା ସୁଷମା ଓ ପାରାଲିସିସ ରୋଗରେ ଆକ୍ରାନ୍ତ ତାଙ୍କ ବାପା l ସୁଦର୍ଶନ ଙ୍କ ବୟସ ପ୍ରାୟ ଛତିଶ ପାଖାପାଖି ହେବ l ଲକ୍ଷ୍ମୀପୁର ଗାଁ ରେ ଯେଉଁ ଦୁଇ ଚାରିଟା କୋଠାଘର ହେବ ସେଥିରୁ ସୁଦର୍ଶନ ଙ୍କ ଗୋଟିଏ, ଆଉ ସେହି ଗାଁରେ ଯଦି କାହାପାଖରେ ଚାରି ଚକିଆ ଗାଡି ଥିଲା ସେ ହେଉଛି ସୁଦର୍ଶନ ଙ୍କ ପାଖରେ l ଘରେ ଆମ୍ବାସଡର ଗାଡି, ଚାରିବାଟି ଛଅ ମାଣ ଜମି, ଆଉ ଗାଁ ବଜାରରେ ଡ୍ରେସ ଦୋକାନ l ଧନ ସମ୍ପତ୍ତି ର ଅଭାବ ନଥିଲା ତାଙ୍କ ଘରେ l କେବଳ ଅଭାବ ଥିଲା ଟିକେ ସୁଖର l ପାରାଲାଇସିସ ବାପା ଓ ପତ୍ନୀ ଙ୍କ ଅକାଳ ବିୟୋଗ ଭାଙ୍ଗି ଦେଇଥିଲା ସୁଦର୍ଶନଙ୍କୁ, କିନ୍ତୁ ସେ ଘରର ଲକ୍ଷ୍ମୀ ଥିଲା ଝିଅ ସୁଷମା l ସତେ ଯେପରି ତାରି ମୁହଁର ହସରେ ସାରା ପରିବାର ସତେଜ ରହୁଥିଲା l ଝିଅର ମୁହଁକୁ ଚାହିଁ ଆଉ ଦ୍ୱିତୀୟ ବିବାହ କରିବେନି ବୋଲି ଶପଥ ନେଇଥିବା ସୁଦର୍ଶନ କିନ୍ତୁ ଗୋଟିଏ ସୁନ୍ଦରୀ ନାରୀର ମାୟାରେ ପଡିଗଲେ l ହେଲେ ସେ ନାରୀ ଥିଲା ଗୋଟିଏ ପ୍ରେତାତ୍ମା l ସେ ନାରୀ ସୁଦର୍ଶନ ଙ୍କ ଜୀବନରେ ପାଦ ଦେବାପରେ ସବୁ ଓଲଟ ପାଲଟ ହୋଇଯାଇଥିଲା ପରିବାର l 

ସେଦିନ ଥିଲା ଏକ ବର୍ଷା ରାତି l ସମୟ ପ୍ରାୟ ରାତି ଦଶଟା ହେବ l ସନ୍ଧ୍ୟାରୁ ଝଡ଼ିବର୍ଷା, ପବନ ଲାଗିରହିଛି ଯେ କମିବାର ନାହିଁ l ସୁଦର୍ଶନ ନିଜ ଆମ୍ବାସଡର କାରରେ ନିକଟସ୍ଥ ସହର ରାୟଗଡା ରୁ ଫେରୁଥିଲେ l ଦିନ ଦିଟା ରୁ ଯାଇଥିଲେ ରାୟଗଡା ଦୋକାନ ପାଇଁ ଡ୍ରେସ ଆଣିବାକୁ, ଟିକେ ବିଳମ୍ବ ହୋଇଗଲା l ବର୍ଷା ବି ଟିକେ ବଢ଼ି ଯାଇଛି ୟା ଭିତରେ l ଡ୍ରାଇଭିଂ ପାଇଁ ଟିକେ ଅସୁବିଧା ହେଉଥିଲା l ଜଙ୍ଗଲ ରାସ୍ତା, ବର୍ଷା ରାତି, ରାସ୍ତା ପୁରା ଶୂନଶାନ l ତେଣୁ ଗାଡି ଟିକେ ସ୍ପୀଡ଼ ରେ ଥିଲା l ହଠାତ ଜଣେ ମହିଳା ତାଙ୍କ ଗାଡି ସାମ୍ନାକୁ ଆସିଗଲା l ସୁଦର୍ଶନ ପୁରା ବଳ ପ୍ରୟୋଗ କରି ଗାଡିର ବ୍ରେକ ମାରିଲେ l କିନ୍ତୁ ଗାଡି ସେ ମହିଳାଙ୍କୁ ଧକ୍କା ଦେଇ ଅଟକିଲା l ସୁଦର୍ଶନ ତରତର ହୋଇ କାରର ଡୋର ଖୋଲି ବାହାରକୁ ଆସିଲେ l ଦେଖିଲେ ସତେଇଶ /ଅଠେଇଶ ବର୍ଷର ଝିଅଟିଏ l ଗାଡି ଆଗରେ ରାସ୍ତା ଉପରେ ବେହୋସ ହୋଇ ପଡିଛି l ସୁଦର୍ଶନ ଟିକେ ଭୟଭୀତ ହୋଇଗଲେ l ଏ ନିର୍ଜନ ବର୍ଷାରାତିରେ ଜଙ୍ଗଲ ରାସ୍ତାରେ ଏ ମହିଳା କଣ କରିବେ l ଛାଡିକି ଯାଇପାରିବେନି l ତେଣୁ ଆଗପଛ କିଛି ଚିନ୍ତା ନକରି ସୁଦର୍ଶନ ସେ ଝିଅକୁ ଉଠେଇ ଗାଡିର ସାମ୍ନା ସିଟ ରେ ବସେଇଲେ l ସେ ଝିଅର ସେପରି ବିଶେଷ କିଛି ହୋଇନଥିଲା l କେବଳ ଯାହା ବେହୋସ ହୋଇଯାଇଥିଲା l ସୁଦର୍ଶନ ଗାଡି ଷ୍ଟାର୍ଟ କଲେ, ଝିଅଟି ସିଟକୁ ଆଉଜି ଶୋଇଥିଲା l କାର ଭିତରର କ୍ଷୀଣ ଆଲୋକରେ ସୁଦର୍ଶନ ଦେଖିଲେ ଝିଅଟି ଖୁଵ ସୁନ୍ଦର l ବର୍ଷାପାଣି ପଡି ତା ଭିଜା ମୁହଁଟା ଆହୁରି ଆକର୍ଷଣୀୟ ଲାଗୁଥିଲା l କାରଟି ଦୁଇ /ତିନ କିଲୋମିଟର ଗଡ଼ିଲାପରେ ଝିଅଟିର ହୋସ ଆସିଲା l ଦୁଇ ଚାରି ପଦ ଝିଅଟି ସାଙ୍ଗରେ କଥାହୋଇ ଏତିକି ଜାଣିଲେ ତା ନାଁ ହେଲା ଦାମିନୀ l ବାପା, ମାଆ ପରିବାର କେହି ନାହାନ୍ତି l ଗୋଟାଏ ଅନାଥଃଶ୍ରମ ରେ ପିଲାଦିନୁ ବଢିଛି l ଜୟପୁର ର ଏକ NGO ରେ କାମକରିବ ବୋଲି ମୋହନା ରୁ ଆସି ରାୟଗଡା ରେ ପହଞ୍ଚିଲା l କେମିତି ସେ ରାସ୍ତା ଭୁଲି ଜଙ୍ଗଲରେ ପହଞ୍ଚିଲା ସେ ନିଜେ ବି ଜାଣେନା l ସୁଦର୍ଶନ ରାତି ଅଧରେ ଝିଅଟିକୁ କୋଉଠି ଛାଡ଼ିବେ ଭାବି ଶେଷରେ ନିଜ ଘରକୁ ନେଇଗଲେ l ସୁଷମା ବାପାଙ୍କୁ ଅପେକ୍ଷା କରିଥିଲା l ସୁଦର୍ଶନ ଘର ଫାଟକ ପାଖରେ ପହଞ୍ଚି କଲିଂ ବେଲ ମାରିଲେ l ସୁଷମା କବାଟ ଖୋଲି ବାପାଙ୍କ ସାଙ୍ଗରେ ଜଣେ ମହିଳାଙ୍କୁ ଦେଖି ଚକିତ ହୋଇଗଲା l ସୁଦର୍ଶନ ପରିଚୟ କରେଇଦେଲେ ଇଏ ଦାମିନୀ ଆଣ୍ଟି, ମୋ ଗାଡି ସହ ତାଙ୍କର ଧକ୍କା ହୋଇଗଲା l ତାଙ୍କର ରହିବାକୁ କିଛି ଜାଗା ନାହିଁ l ଯଦି ତୁ ରାଜି ହେବୁ ସେ କିଛିଦିନ ଆମଘରେ ରହିବେ l ବାହାରେ କୁକୁର ଭୋ ଭୋ କରି ଭୁକୁଥାଏ l ସୁଷମା ଧୀର ସ୍ୱରରେ କହିଲା ଠିକଅଛି ବାପା l ସୁଷମା ଏବେ ଆଶ୍ଚର୍ଯ୍ୟ ହୋଇ ପଚାରିଲା !ବାପା ଟମି କାହିଁକି ଏପରି ଭୁକୁଛି, ସେମିତି ବି ତ ନୂଆଲୋକ ଆସିଲେ ସେ କେବେ ଏତେ ବିକଳ ହୋଇ ଭୁକେନି l ଟମି ହେଉଛି ଏକ ବୁଲା କୁକୁରର ନାଁ, କିନ୍ତୁ ସୁଷମା ର ସ୍ନେହ ଶ୍ରଦ୍ଧା ରେ ଘରର ସଦସ୍ୟ ପାଲଟି ଯାଇଛି l 

ସୁଦର୍ଶନ ବି ଆଶ୍ଚର୍ଯ୍ୟ ହୋଇଗଲେ ଟମି ଏତେ ବିକଳରେ ଭୁକୁଛି କଣ ପାଇଁ ? କୁହାଯାଏ କୁକୁର, ବିଲେଇ, ବିଭିନ୍ନ ପଶୁପକ୍ଷୀ ଖରାପ ଆତ୍ମା ଜାଣିପାରନ୍ତି l ଟମି ବି ଦେଖିନେଇଥିଲା ଦାମିନୀ ଭିତରେ ଏପରି କିଛି ବ୍ୟତିକ୍ରମ l ଟମି ସେହିପରି ଭୁକି ଚାଲିଥିଲା l ଓଃ କି ବିକଟାଳ ହସ !ତା ସାଙ୍ଗରେ କୁକୁରର ଭୋ ଭୋ ରଡ଼ିରେ ପୁରା ଏରିଆ କମ୍ପି ଉଠିଲା l ହେଲେ ଦାମିନୀ ସୁଷମା ର ରୁମରେ ଶୋଇଲା l କୋଠାଘର ର ଦ୍ୱିତୀୟ ମହଲାରେ ସବୁଠାରୁ ବଡ଼ ବଖରାଟି ହେଉଛି ସୁଷମା ର l 

  ତା ପରଦିନ ସକାଳୁ ସୁଷମା ଯେତେବେଳେ ଘରର ଝରକାର ପରଦା ସବୁ ଖୋଲିଦେଲା, ଦାମିନୀ ଉପରେ ଯେତେବେଳେ ସକାଳର ଖରା ପଡିଗଲା ସେ ଚିହିଁକି ଉଠିଲା ତା ନୁହେଁ, ଚିତ୍କାର କରି ଉଠିଲା l 

ବନ୍ଦକର... ବନ୍ଦକର... ତୁ ସେ ଝରକା ବନ୍ଦକର..... ବନ୍ଦକର ଝରକା... କହିଲି ବନ୍ଦକର !ସୁଷମା ଚମକି ପଡି ବନ୍ଦ କରିଦେଲା ଝରକାର ପରଦା ସବୁ l 

  ଦାମିନୀ ବିକଳ ହୋଇ କହିଲା ଆଉ କେବେବି.... କେବେବି ଘରର ଝରକା ପରଦା ସବୁ ଖୋଲିବ ନାହିଁ l ଖରା ମୋ ଆଖିରେ ପଡିଲେ ମୋତେ ଭଲ ଲାଗେନି ଜମାରୁ ଭଲ ଲାଗେନି l ମୋ ମୁଣ୍ଡ ବିନ୍ଧେ l ପ୍ରବଳ ବିନ୍ଧେ l ସୁଷମା ଧୀର ସ୍ୱରରେ କହିଲା ଠିକ ଅଛି ମାଉସୀ lଆଗକୁ ଧ୍ୟାନ ଦେବି l ସୁଷମା ଦାମିନୀର ଏ ବ୍ୟବହାର ରେ ଆଶ୍ଚର୍ଯ୍ୟ ହୋଇଥିଲା l 

 ସେଦିନ ସକାଳୁ ସୁଦର୍ଶନ ଙ୍କ ବାପା ମାନେ ସୁଷମା ର ଜେଜେଙ୍କ ଦେହ ଅଧିକ ଖରାପ ହୋଇ ଯାଇଥିଲା l ଦେହରେ ପୁରା ଖଇ ଫୁଟା ତାତି l ସୁଷମା ହଠାତ ତା ଜେଜେଙ୍କ ବେକକୁ ଦେଖି ଚମକି ପଡିଲା l ଜେଜେଙ୍କ ବେକରେ ଦାନ୍ତ ଚିହ୍ନ ସତେ ଯେପରି କେଉଁ ପୋକ କି ସରୀସୃପ କାମୁଡି ଦେଇଛି l ସୁଦର୍ଶନ ବି ବ୍ୟସ୍ତ ହୋଇ ପଡିଲେ ସେ ଚିହ୍ନ ଦେଖି l ଏହି ସମୟରେ ଟମି ଭୁକି ଉଠିଲା l ଆଉ ଜେଜେଙ୍କ ମୁହଁରେ ଦେଖାଗଲା ଏକ ଅସ୍ୱାଭାବିକ ପରିବର୍ତ୍ତନ !ସତେ ଯେପରି ସେ କିଛି ଦେଖି ଅତ୍ୟଧିକ ଭୟଭୀତ ହୋଇ ଯାଇଛନ୍ତି l ଟମି ସେହିପରି ଭୁକି ଚାଲିଥିଲା l ଏ ଟମିର କଣ ହେଲା ଆଶ୍ଚର୍ଯ୍ୟ ଏ ପ୍ରଶ୍ନ ସୁଦର୍ଶନଙ୍କର ! ମୁଁ କେମିତି ଜାଣିବି ? ଏତିକି କହିଛି ସୁଷମା ର ନଜର ପଛକୁ ଚାଲିଗଲା l ପଛରେ ଛିଡା ହୋଇଥିଲା ଦାମିନୀ, ମଉସାଙ୍କର କଣ ହୋଇଛି ? କହି କହି ପଶିଆସିଲା ଦାମିନୀ l ଜେଜେଙ୍କ ବଖରା ଭିତରକୁ ଆସି ବସିପଡିଲା ତାଙ୍କ ଶେଜ ଉପରେ, ଜେଜେ ପୁରା ଭୟରେ ଥରୁଥିଲେ l କିଛି କହିବାକୁ ଚାହୁଁଥିଲେ l କିନ୍ତୁ କିଛି କହିପାରୁନଥିଲେ l ଦାମିନୀ ତାଙ୍କ ଆଖି ଆଗରେ ନିଜ ମୁହଁ ରଖିଦେଲା l ଆଉ ତା ଦାନ୍ତ ପାଟି ଭିତରେ ଥିଲା l ଖାଲି ରକ୍ତ... !ଏ ଦୃଶ୍ୟ କେହିବି ଦେଖିପାରିଲେନି l କେବଳ ଜଣେ ଦେଖି ପାରୁଥିଲେ ଷାଠିଏ ବର୍ଷର ବୃଦ୍ଧ ଯିଏ ପାରାଲିସିସ ରୋଗରେ ଆକ୍ରାନ୍ତ ଆଉ କଥା କହିପାରୁ ନଥିଲେ l କେବଳ ଗଁ ଗଁ ହୋଇ କହିବାକୁ ଚାହୁଁଥିଲେ l ବାହାର କରିଦିଅ ଏ ନାରୀକୁ, ଏ ଦାମିନୀକୁ !ଯିଏ ଗୋଟେ ଡାହାଣୀ l ଆଉ କାଲି ରାତିରେ ତାଙ୍କ ବେକରେ ନିଜର ଦାନ୍ତ ଲଗେଇ କେତେ ରକ୍ତ ତାଙ୍କର ପିଇ ଦେଇଛି l ପୁଣି ସେଇ ବିକଟାଳ ହସ ! ଓଃ କି ଭୟଙ୍କର !

ଏମିତି ପନ୍ଦର ଦିନ ବିତିଗଲାଣି l ଏ ପନ୍ଦର ଦିନରେ ସୁଦର୍ଶନ ଓ ଦାମିନୀ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଲାଣି l ଆଉ ଏ ସମ୍ପର୍କ ଗଢି ଉଠିବାରେ ମୁଖ୍ୟ ଭୂମିକା ହେଉଛି ଦାମିନୀର l ସେ କିଛି ନା କିଛି ବାହାନା କରି ସୁଦର୍ଶନ ଙ୍କ ନିକଟତର ହେବାକୁ ଲାଗିଥିଲା l ସୁଦର୍ଶନ, ସୁଷମା, ଓ ଦାମିନୀ ଡାଇନିଂ ଟେବୁଲ ରେ ବସି ଖାଉଥିଲେ l ଟେବୁଲ ତଳେ ଦାମିନୀ ନିଜ ଗୋଡ଼ରେ ସୁଦର୍ଶନ ଙ୍କ ଗୋଡ଼କୁ ସ୍ପର୍ଶ କଲା l ସୁଦର୍ଶନ ବି ସ୍ମିତହାସ୍ୟ ଦେଇ ଦାମିନୀର ଗୋଡ଼କୁ ଛୁଇଁଲେ l ସେହିସମୟରେ ଏକ ଅଭାବନୀୟ ଘଟଣା ଘଟିଲା l ଯାହାକୁ କେହିବି ଦେଖି ପାରିନଥିଲେ l କେବଳ ଦେଖିଥିଲା ଜଣେ !ସେ ଘରର କୁକୁର ଟମି, ଦାମିନୀର ଗୋଡ଼ଟି ପୁରା ବୃତ୍ତାକାର ରେ ପରିଣତ ହୋଇଗଲା l ଟମି ବିକଳ ଓ ଭୟଭୀତ ହୋଇ ଭୁକି ଚାଲିଥିଲା l 

ସୁଷମା କହିଲା -ବାପା ଏ କିଛି ଦିନ ହେଲା ଟମି କିନ୍ତୁ ଅଜବ ବ୍ୟବହାର କରୁଛି l ସବୁବେଳେ ବିନା କାରଣରେ ଭୁକି ଚାଲିଛି l ତୁମେ ଜାଣିଛ ବାପା ଜେଜେ ଭଲ ଥିଲାବେଳେ କହୁଥିଲେ କୁକୁର ଯଦି ବିନା କାରଣରେ ଭୁକନ୍ତି ସେମାନେ ନିଶ୍ଚୟ ପ୍ରେତାତ୍ମା କୁ ଦେଖିଥାନ୍ତି l

ଟମି ସେହିପରି ଭୁକି ଚାଲିଥିଲା l ଦାମିନୀ ଅନେଇଲା ଟମି ଆଡକୁ, କେଜାଣି ତା ଆଖିରେ କି ଯାଦୁ କି କୁହୁକ ଥିଲା କି ସେ ତା ଆଖିରେ ଟମିକୁ ଠାରିଲା, ଟମି ଏକଦମ ଚୁପ ହୋଇଗଲା l ସେଦିନ ରାତିରେ ସୁଷମା ର ହଠାତ ନିଦ ଭାଙ୍ଗିଗଲା l ପାଣି ପିଇବାକୁ ଯାଉଥିଲା l ହଠାତ ତାର କଣ ମନେହେଲା ଟମିକୁ ଦେଖିବାକୁ ଗଲା l ଦେଖିଲା ଟମି ନାହିଁ ତା ଜାଗାରେ, ତା ଚେନ ଟି ଖୋଲା ପଡିଛି l ଟମି... ଟମି.... ଟମି ଆରେ ଟମିଟା କୁଆଡେ ଚାଲିଗଲା l ସୁଷମା ବ୍ୟସ୍ତ ହୋଇ ତା ବାପାଙ୍କୁ ଡାକିଲା l ସୁଦର୍ଶନ ଓ ସୁଷମା ବ୍ୟସ୍ତ ହୋଇ ଘର ଚାରିଆଡେ ଖୋଜିବାକୁ ଲାଗିଲେ l ଟମି... ଟମି... ଟମି..... ହଠାତ ସୁଷମା ହାତରେ କିଛି ତରଳ ପଦାର୍ଥ ପଡିଲା l ସେ ଅଟକିଗଲା ତା ହାତକୁ ଦେଖି ସେ ଚମକି ପଡିଲା l ତା ହାତରେ ପଡିଥିଲା ବୁନ୍ଦା ବୁନ୍ଦା ରକ୍ତ l ସେ ଗୋଟେ ଗଛତଳେ ଛିଡା ହୋଇଥିଲା l ସାହସ କରି ଉପରକୁ ଅନେଇଲା l ଆଉ ଉପରର ଦୃଶ୍ୟ ଦେଖି ଚିତ୍କାର କଲା l ପୁଣି ସେଇ ବିକଟାଳ ହସ !ଛାତି ଥରି ଉଠିଲା l ସୁଷମା କାନ୍ଦି କାନ୍ଦି ଟମି... ଟମି ଡାକିଲା କହିଲା ବାପା ଜଲଦି ଆସ l 

ଟମି ମରିବାର ଦୁଇଦିନ ପରେ ସୁଷମା ଦିନେ ବ୍ୟସ୍ତ ହୋଇ ଦାମିନୀ କୁ ପଚାରିଲା -ମାଉସୀ ଆମ ଘରର ସବୁ ଦର୍ପଣ କୁଆଡେ ଗଲା, ଦାମିନୀ ଏକ ରହସ୍ୟମୟ ସ୍ୱରରେ ଉତ୍ତର ଦେଲା -ଚାକରକୁ କହିକି ମୁଁ ସବୁ ଫୋପାଡ଼ି ଦେଇଛି l 

ସକାଳର କିରଣ ଓ ସୂର୍ଯ୍ୟଙ୍କ ରଶ୍ମି ମୋତେ ସବୁବେଳେ ହଇରାଣ କରନ୍ତି l ସେମିତି ଏ ଦର୍ପଣ ବି !!

ସୁଷମା ଆଶ୍ଚର୍ଯ୍ୟ ହେଲା ଏହି ଉତ୍ତର ରେ, ସେପଟେ ସୁଷମାର ଜେଜେଙ୍କ ଦେହ ଦିନକୁଦିନ ଅଧିକ ଅସୁସ୍ଥ ହେବାକୁ ଲାଗିଲା l ତାଙ୍କ ବେକ ପାଖରେ ସେ ଦାନ୍ତ ଚିହ୍ନ ଗୁଡିକ ଆହୁରି ବଢିଯାଇଥିଲା l ତାଙ୍କ ଦେହରୁ ରକ୍ତ କ୍ଷୟ ହେବାକୁ ଲାଗିଥିଲା l ଗାଁର ବଇଦ କି ରାୟଗଡା ର ଡାକ୍ତର କେହିବି କହିପାରୁନଥିଲେ l ତାଙ୍କର କି ରୋଗ ହୋଇଛି l ସୁଦର୍ଶନ କି ସୁଷମା ବି ଜାଣିପାରୁନଥିଲେ ତାଙ୍କ ଭୟର କାରଣ l କିନ୍ତୁ ସୁଷମା ର ଜେଜେ ଜାଣିଥିଲେ l ପ୍ରତ୍ୟେକ ଦିନ ରାତିରେ ଦାମିନୀ ଆସେ ତାଙ୍କ ପାଖକୁ, ସେ ଭୟରେ ଥରି ଉଠନ୍ତି l ଚିତ୍କାର କରନ୍ତି, କିନ୍ତୁ ତାଙ୍କ ପାଟିରୁ ଭାଷା ବାହାରେନି l ଦାମିନୀ ଆସେ ତାଙ୍କ ମୁଣ୍ଡକୁ ଆଉଁସି ଦିଏ l ମୁହଁ ଉପରେ ହାତ ବୁଲେଇ ତାପରେ ଦାମିନୀର ମୁହଁରୁ ଦୁଇଟା ମୁନିଆ ଦାନ୍ତ ବାହାରିଆସେ l ସୁଷମା ଙ୍କ ଜେଜେଙ୍କ ବେକରେ ସେ ମୁନିଆ ଦାନ୍ତ ଗଳେଇ ରକ୍ତ ଶୋଷେ l ସେ ବୃଦ୍ଧ ଲୋକଟି ଯନ୍ତ୍ରଣାରେ ଚିତ୍କାର କରନ୍ତି l ଦାମିନୀ ମୁହଁ ସାରା ଲାଲ ଧାର ଧାର ରକ୍ତ l ସେ ଯେମିତି ପରମ ଶାନ୍ତି ପାଇଯାଏ l ସେ ହସେ ଓ ରକ୍ତକୁ ମୁହଁ ସାରା ପୋଛି ପକାଏ l ଓଃ ବଡ଼ ଭୟଙ୍କର ସେ ଦୃଶ୍ୟ !!

 ସେ ଦୃଶ୍ୟର କେବଳ ମୁକସାକ୍ଷୀ ଥିଲେ ଷାଠିଏ ବର୍ଷର ବୃଦ୍ଧ l ବିଡମ୍ବନା ଏହା ସେ କାହାକୁ କହିବାକୁ ଅକ୍ଷମ ଥିଲେ l ଦିନେ ହଠାତ ସକାଳୁ ସୁଷମାକୁ ତାଙ୍କ ଜେଜେ ମୃତ ଅବସ୍ଥାରେ ତାଙ୍କ ଶେଯରେ ମିଳିଲେ l କେହିବି ଜାଣି ପାରିଲେନି ତାଙ୍କ ମୃତ୍ୟୁର କାରଣ l ଜେଜେଙ୍କ ମୃତ୍ୟୁ ପରେ ସୁଦର୍ଶନ ତାଙ୍କ କୁଳଗୁରୁ ସ୍ୱାମୀ ସଦାନନ୍ଦ ଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କଲେ l ସୁଦର୍ଶନ ଓ ସୁଷମା କୁଳଗୁରୁଙ୍କ ପାଖରେ ବସି ଏଣୁ ତେଣୁ କଥା ହେଉଥିଲେ l ସେହି ସମୟରେ ପାଉଁଜିର ଛମ ଛମ ଶବ୍ଦ ଶୁଭିଲା l ଦାମିନୀ ସେ ଘରକୁ ପଶି ଆସୁଥିଲା l ଥମ କରି ରହିଗଲା l କୁଳଗୁରୁ ତାକୁ ଚାହିଁଲେ l ଦାମିନୀର ମୁହଁରେ ଦେଖାଗଲା ଏକ ଅସ୍ୱାଭାବିକ ପରିବର୍ତ୍ତନ l ସତେ ଯେପରି ସେ ଅତିଶୟ ଭୟଭୀତ ହୋଇ ଯାଇଥିଲା l ତା ମୁହଁର ରଙ୍ଗ ବଦଳିବାକୁ ଲାଗିଥିଲା l ସତେ ଯେପରି ସେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଦେଖି ଦେଇଥିଲା l କୁଳଗୁରୁ ସିଧା ଉଠିଲେ ଘର ଛାଡି ଚାଲିଗଲେ l ସୁଦର୍ଶନ ଓ ସୁଷମା ସେ ଦୁହିଁଙ୍କର ଏ ଅସ୍ୱାଭାବିକ ବ୍ୟବହାର ର କାରଣ ଖୋଜି ପାଇନଥିଲେ l 

ସେଦିନ ରାତିରେ ସୁଷମା ଓ ଦାମିନୀ ଗୋଟିଏ ଖଟରେ ଶୋଇଥିଲେ l ସମୟ ରାତି ୧ଟା ରୁ ଅଧିକ ହେବ, ଦାମିନୀ ଆସ୍ତେ କରି ଶେଯରୁ ଉଠିଲା ଯେତେ ସମ୍ଭବ ପାଦ ଚିପି ଚିପି ଘରୁ ବାହାରି ଆସିଲା l କବାଟ ଖୋଲିବା ଓ ବନ୍ଦ କରିବା ସବୁଥିରେ ସେ ଵେଶ ସଚେତନ ଥିଲା l ଯେପରି ଶୋଇଥିବା ସୁଷମା ର ନିଦ ନ ଭାଙ୍ଗିଯାଉ l କିନ୍ତୁ ଆଜି ସୁଷମା ଶୋଇନଥିଲା l ସେ ବି ଚୁପଚାପ ଘରର କବାଟ ଖୋଲି ଦାମିନୀର ପିଛା କରିବାକୁ ଲାଗିଲା l ଦାମିନୀ ଘରର ପଛ ଦରଜା ଖୋଲି ବାରି ମଝିରେ ଗାଁ ଗହୀର ଆଡକୁ ଧୀରେଧୀରେ ଚାଲିବାକୁ ଲାଗିଲା l ତା ପଛରେ ଥିଲା ସୁଷମା, ଗାଁ ଗହୀର ର ରାତ୍ରି ପୁରା ଭୟଙ୍କର ଥିଲା ଚାରିଆଡ l ଶୁଭୁଥିଲା ଝୀଂକାଳିଆ ଙ୍କ ଶବ୍ଦ ! ଭୋ ଭୋ ଭୋ ଆଉ ମଝିରେ ମଝିରେ ବିଲୁଆ ମାନଙ୍କର ରହି ରହି ଭୁକିବାର ଶବ୍ଦ, ଦାମିନୀ ଆଗେଇ ଚାଲିଥାଏ l ବିଲ ହୁଡ଼ା ରାସ୍ତା, ପରେ ପୋଖରୀ, ପୋଖରୀ ହୁଡାରେ କିଛି ବାଟ ଗଲାପରେ ଦାମିନୀ ବନ୍ଧ ତଳକୁ ଓଲ୍ହେଇଲା l ଆଗରେ ଗାଁ ମଶାଣି !ଭୟରେ ଥରୁଥାଏ ସୁଷମା, ଟିକେ ଦୂରରେ ଗୋଟେ ଗଛ ଆଢୁଆଳରେ ରହି ସେ ସବୁ ଦେଖୁଥିଲା ଦାମିନୀକୁ l ଅନ୍ଧାର ହେଲେବି ଜହ୍ନରାତି ଥିଲା l ଅସ୍ପଷ୍ଟ ହେଲେବି ସବୁ ଦେଖା ଯାଉଥିଲା l ସୁଷମା ଦେଖିଲା ଗୋଟେ ବିଲୁଆ କି କୁକୁର ଟେ ଧୀରେଧୀରେ ଦାମିନୀ ଆଡକୁ ଆସୁଛି l ସତେ ଯେପରି ଦାମିନୀ ତାକୁ ଡାକୁଛି l ସେ ବିଲୁଆ ଟି ଆସି ପହଞ୍ଚିଗଲା ଦାମିନୀ ପାଖରେ l 

ଦାମିନୀ ତାକୁ ହାତରେ ତୋଳି ଧରିଲା ଆଉ ତା ମୁହଁ ଲଗେଇ ଦେଲା ସେ ବିଲୁଆର ବେକରେ, ସେ ବିଲୁଆ ଏକ ବିକଟାଳ ଆର୍ତ୍ତନାଦ ଚିତ୍କାର କଲା l ଆଉ ଦାମିନୀ ହସିଲା ଖୁଵ ଜୋରରେ, ଓହଃ କି ବିକଟାଳ ହସ ସେ !!ଦୂରରେ ଥାଇବି ପରିଷ୍କାର ଶୁଣି ପାରୁଥିଲା ସୁଷମା ଓ ଭୟଭୀତ ହୋଇଥିଲା l ଆଉ କିଛି ସମୟ ରହିଲେ ସେ ହୁଏତ ବେହୋସ ହୋଇଯାଇପାରେ l ପ୍ରାଣ ବିକଳରେ ଦୌଡିଲା ଘରକୁ, ଡାକ ପକେଇଲା ଖୁଵ ଜୋରରେ ବାପା... ବାପା.. ବାପା.. ସୁଦର୍ଶନ ଙ୍କ ନିଦ ଭାଙ୍ଗି ଯାଇଥିଲା lବାପା ସେ ଦାମିନୀ ମାଉସୀ ସେ ମଣିଷ ନୁହନ୍ତି କିଛି ଗୋଟେ ଗଡବଡ ଅଛି ବାପା ଧଇଁସଇଁ ହୋଇ ଏତିକି କହିଛି ସେ ଘରକୁ ଦାମିନୀର ପ୍ରବେଶ ଘଟିଲା l 

ଦାମିନୀ ପଚାରିଲା -ସୁଷମା ତୁ ଏଠି କଣ କରୁଛୁ ଏତେ ରାତିରେ ତୁ ତ ମୋ ପାଖରେ ଶୋଇଥିଲୁ l କିଛି ଖରାପ ସ୍ବପ୍ନ ଦେଖିଲୁକି ? ଚାଲ ଶୋଇବା, ସୁଷମା ଖାଲି ବିକଳ ହୋଇ ବିକଳ ହୋଇ ତା ବାପାଙ୍କ ମୁହଁକୁ ନିରୀକ୍ଷଣ କରୁଥାଏ l ସେ କହିବାକୁ ଚାହୁଁଥିଲା ଯାହା ଦେଖିଛି l ସେ କୌଣସି ଖରାପ ସ୍ବପ୍ନ ନୁହେଁ ଏକ ଭୟଙ୍କର ସତ୍ୟ l ସୁଷମା କୁ ତା ବାପା ଶୋଇବାକୁ ପଠେଇଦେଲେ l ଦାମିନୀ ସହ ନିଜ ବଖରାରେ ପହଞ୍ଚିବା ପରେ ଦାମିନୀ ଚାଲିବାକୁ ଲାଗିଲା ସୁଷମା ଆଡକୁ ସୁଷମା ପଛକୁ ପଛ ଚାଲିଥାଏ l ତା ନିଶ୍ୱାସର ଶବ୍ଦ ଖାଲି ସେ ଘର ସାରା ଶୁଭୁଥାଏ l ଆଉ ଶୁଭୁଥାଏ ଦାମିନୀର ପାଉଁଜି ଶବ୍ଦ l ସୁଷମା ପଛକୁପଛ ଯାଇ କାନ୍ଥରେ ଲାଗିଗଲା l ଦାମିନୀ ତା ଦୁଇ ହାତକୁ ଧରି ତା ବେକ ପାଖରେ ନିଜ ମୁହଁକୁ ରଖି ଆସ୍ତେ କରି କାମୁଡ଼ିଲା l ତା ପରେ କାନ ପାଖରେ ନିଜ ଜିଭକୁ ରଖି ଚାଟିଲା l ସୁଷମା ଭୟରେ ଥରୁଥିଲା l ଦାମିନୀ ଫୁସଫୁସ କରି ତା କାନ ପାଖରେ କହିଲା ଛୋଟ ଛୁଆଙ୍କର ଏତେ ରାତିରେ ବାହାରକୁ ଯିବା ଠିକ ନୁହେଁ l ସେମାନଙ୍କର ହୃଦୟ ବହୁତ କୋମଳ l ବ୍ୟସ୍ତ ହୁଅନା କିଛି ଦେଖିନୁ l ଆଉ ଯଦି ଦେଖିଛୁ ଜାଣୁ ତ କଣ ହେବ ? ତୁ କିଛି ଦେଖିନୁ ନା ଏଁ ? ... ପୁଣି ସେଇ ବିକଟାଳ ହସ l 

ସୁଷମା ଭୟଭରା କଣ୍ଠରେ କହିଲା ନା... ଦାମିନୀ ଯାଇ ଯାଇ ଶୋଇପଡ଼ିଲା ଏଥର ଖଟରେ l ସୁଷମା ସେହି ଚଟାଣରେ ବସି ରହିଲା ସାରା ରାତି l ତା ପରଦିନ ସୁଷମା ସିଧା ଧାଇଁଲା ଗୁରୁଜୀ ଙ୍କ ଆଶ୍ରମକୁ, ଗୁରୁଜୀଙ୍କୁ ପ୍ରଣାମ କରି ପଚାରିଲା ଗୁରୁଜୀ ସେଦିନ ଆପଣ ଆମଘରୁ ହଠାତ କଣ ପାଇଁ ଚାଲିଆସିଲେ l ଆମର କିଛି ଭୁଲ ହୋଇଗଲା କି ? 

ଗୁରୁଜୀ କହିଲେ -ମା ତୁମ ଘରେ କାଲି ଥିଲାବେଳେ ହଠାତ ମୁଁ ଏକ ଡାହାଣୀର ସ୍ୱର ଶୁଣିବାକୁ ପାଇଲି l 

ଡାହାଣୀ ! ସୁଷମା ଆଶ୍ଚର୍ଯ୍ୟ ହୋଇ ପଚାରିଲା l ଗୁରୁଜୀ ଡାହାଣୀ କଣ ? 

ଗୁରୁଜୀ କହିଲେ -ଡାହାଣୀ ସେମାନେ ହେଉଛନ୍ତି ଅତୃପ୍ତ ନାରୀର ପ୍ରେତାତ୍ମା l ନିଜକୁ ସୁନ୍ଦର ନାରୀର ବେଶରେ ସଜେଇ ଚିର ଯୌବନା ରହିବାକୁ ପସନ୍ଦ କରନ୍ତି l ସେଥିପାଇଁ ସେମାନେ ତାଜା ରକ୍ତ ପାନକରନ୍ତି l ମଣିଷ ରକ୍ତ !ନମିଳିଲେ ପଶୁ ରକ୍ତ l ନିଜ ସୌନ୍ଦର୍ଯ୍ୟ ବଢେଇବା ପାଇଁ ପୁରୁଷଙ୍କୁ ସମ୍ମୋହନ କରି ତାକୁ ଶିକାର କରନ୍ତି l ଆଉ ତା ରକ୍ତ ପିଅନ୍ତି l ସୁଷମା ଆଖି ଆଗରେ ନାଚିଉଠିଲା ଦାମିନୀ ଆସିବା ପରର ସମସ୍ତ ଦୃଶ୍ୟ l 

  ଗୁରୁଜୀ କହିଲେ -ସେ କେମିତି ତୋ ବାପାଙ୍କୁ ହତ୍ୟା କରିନି l ଏତିକି କହି ଗୁରୁଜୀ କିଛି ମନ୍ତ୍ର ପାଠ କଲେ l 

ତାପରେ କିଛି କ୍ଷଣ ପରେ ସେ ଉତ୍ତର ଦେଇ କହିଲେ ମୁଁ ଯାହା ସନ୍ଦେହ କରୁଥିଲି ଏହା ସତ୍ୟ l ସେ କିଛି ବିଶେଷ କାରଣ ନେଇ ତୁମ ଘରକୁ ଆସିଛି l ସେ କାରଣଟି ହେଲା ପ୍ରତିଟି ଡାହାଣୀ ଦଶବର୍ଷରେ ଥରେ ପୁନଃ ଯୌବନା କନ୍ୟାର ରକ୍ତ ଆବଶ୍ୟକ କରେ l ଝିଅ ତୁ ହେଉଛୁ ତାର ଲକ୍ଷ୍ୟ l ସେ ଅପେକ୍ଷା କରିଛି ତୋର ଯୌବନ ପ୍ରାପ୍ତି କୁ l ସେ ତୋ ରକ୍ତ ପାନକରି ପୁନଃ ଦଶବର୍ଷ ପାଇଁ ଜୀବନ ପାଇଯିବ l 

ସୁଷମା ଭୟଭୀତ ହୋଇଗଲା ଓ କହିଲା ଏବେ କଣ ହେବ ଗୁରୁଜୀ ? ମୁଁ ତ ଦଶଦିନ ହେବ ବଡ଼ ହୋଇ ସାରିଛି l 

ଗୁରୁଜୀ ଆଶ୍ଚର୍ଯ୍ୟ ହୋଇ ମନକୁମନ କହିଲେ ତେବେ ସେ କଣ ପାଇଁ ଅପେକ୍ଷା କରିଛି ?  ତାପରେ ପାଞ୍ଜି ଦେଖି କିଛି ଗଣନା କଲେ l ଆଉ କହିଲେ ବୁଝିଲି.. ବୁଝିପାରିଲି ଆଉ ତିନିଦିନ ପରେ ଆସିବ ଚନ୍ଦ୍ରଗ୍ରହଣ l ସେହି ରାତିରେ ସେ ତୋ ରକ୍ତ ପାନକଲେ ଦଶବର୍ଷ ନୁହେଁ ଶହେ ବର୍ଷ ପାଇଁ ଯୌବନ ପାଇଯିବ l 

ଗୁରୁଜୀ କହିଲେ -ତୁ ବ୍ୟସ୍ତ ହୁଅନା ଝିଅ ମୁଁ ଗୋଟେ ପୂଜା କରିବି ତାକୁ ଦମନ କରିବି l ତୁ ଗୋଟେ କାମ କରିବୁ ତା କେଶରୁ କିଛି କାଟିକି ରଖିବୁ l ପୂଜା ସେହି ଚନ୍ଦ୍ରଗ୍ରହଣ ରାତିରେ ହେବ l ମୁଁ ମୋ ଆଶ୍ରମ ରେ ପୂଜା ସାରି ଚନ୍ଦ୍ରଗ୍ରହଣ ପୂର୍ବରୁ ତୁମ ଘରେ ପହଞ୍ଚିବି l ସେତିକିବେଳେ ତୁ ମୋତେ ତା କେଶ ଦେବୁ l ହଁ ଏତିକି ଅଭିନୟ କରିବୁ ତୁ ତା ସତ୍ୟ ଜାଣି ପାରିଛୁ ବୋଲି ସେ ନ ଜାଣିପାରେ l 

  ତିନିଦିନ ପରେ ଚନ୍ଦ୍ରଗ୍ରହଣ ରାତି, ଗୁରୁଜୀ ସଦାନନ୍ଦ ତାଙ୍କ ଆଶ୍ରମ ରେ ତାନ୍ତ୍ରିକ ପୂଜା ଆରମ୍ଭ କରିଦେଇଥିଲେ l ସନ୍ଧ୍ୟାରେ ଦାମିନୀ କୌଣସି ଏକ ଉପାୟରେ ସୁଷମାର ଚାହା ରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲା l ସୁଦର୍ଶନ ଘରେ ନ ଥିଲେ l ଦାମିନୀକୁ ମିଳିଗଲା ସୁଯୋଗ, ସେ ସୁଷମା ର ଚେତାଶୂନ୍ୟ ଶରୀର ସହ ତା ଇଛା ପୂରଣ କରିବାକୁ ବାହାରି ସାରିଥିଲା l କେବଳ ଅପେକ୍ଷା ଥିଲା ଚନ୍ଦ୍ରଗ୍ରହଣ କୁ, ହଠାତ ସୁଦର୍ଶନ ଘରକୁ କୌଣସି କାମରେ ଫେରି ଆସିଲେ ଓ ଦାମିନୀର ସମସ୍ତ କାର୍ଯ୍ୟ କଳାପ ଦେଖିନେଲେ l ହଠାତ ସୁଦର୍ଶନ ଚିତ୍କାର କରି ଡାକିଲେ ଦାମିନୀ !

ଦାମିନୀ ବୁଲି ପଛକୁ ଅନେଇଲା ଚମକି ପଡିଲେ ସୁଦର୍ଶନ, ଦାମିନୀର ମୁହଁ ଦିଶୁଥିଲା ଭୟଙ୍କର !ଆଖି ଦୁଇଟା ରକ୍ତ ପରି ଲାଲ l ଦାନ୍ତ ସବୁ ବାହାରି ଆସିଥିଲା ବାହାରକୁ l ସେ ସୁଷମାକୁ ଉଠେଇ ତା ବେକ ପାଖରେ ମୁହଁ ଲଗେଇବାକୁ ଯାଉଥିଲା l ସେହି ସମୟରେ ସୁଷମାର ହୋସ ଆସିଗଲା l ସେ ସାମ୍ନାର ଦୃଶ୍ୟ ଦେଖି ଚମକି ପଡିଲା l ସୁଷମା ଭୟରେ ଚିତ୍କାର କଲା ବାପା ବାପା ବାପା ।

ସୁଦର୍ଶନ ଦୌଡ଼ିଯାଇ ଭିଡ଼ିଲେ ଦାମିନୀକୁ, ଦାମିନୀ ଏକ ଭୟାନକ ବିକଟାଳ ହସ ହସି ପେଲିଦେଲା ସୁଦର୍ଶନ ଙ୍କୁ 

ଏହି ସମୟରେ ସୁଷମା କୌଣସି ମତେ ଖସି ଦୌଡିଲା ଘର ଭିତରକୁ, ଦାମିନୀ ତା ପଛେପଛେ ଦୌଡିଲା l ସୁଷମା ଖାଲି ଭୟରେ କାନ୍ଦିକି କହିଲା ମୋତେ ଛାଡିଦିଅ l 

ଦାମିନୀ କହିଲା -ତୋତେ ଛାଡ଼ିଦେବି, ଏ ଦିନକୁ ମୁଁ କେବେ ଠାରୁ ଅପେକ୍ଷା କରିଛି l ଏତେ ଅପେକ୍ଷା ମୁଁ କରିଛି ଆଉ ନୁହେଁ l ଆଜି ରକ୍ତ ପାନକଲେ ପୁରା ଶହେ ବର୍ଷ l ପୁଣି ସେଇ ବିକଟାଳ ହସ !

ଏହି ସମୟରେ ଗୁରୁଜୀ ସଦାନନ୍ଦ ପହଞ୍ଚି ଚିତ୍କାର କରି କହିଲେ ରହିଯା ଦୁଷ୍ଟ ଆତ୍ମା ରହିଯାଆ l 

ଦାମିନୀ ପଛକୁ ଚାହିଁଲା ଗୁରୁଜୀଙ୍କୁ ଦେଖି ତା ମୁହଁର ରଙ୍ଗ ପୁରା ବଦଳି ଗଲା l ସେ ଏକ ବିକଟାଳ ହସ ହସି କହିଲା ମୋର ନୁହେଁ ତୋର ଯିବାର ସମୟ ଆସିଗଲା l 

ଦାମିନୀ ସୁଷମା କୁ ଛାଡି ଗୁରୁଜୀଙ୍କ ପାଖକୁ ଯିବାକୁ ଲାଗିଲା, ଗୁରୁଜୀ ମନ୍ତ୍ର ପାଠ କରି କିଛି ବାଲି ଦାମିନୀ ଉପରକୁ ପକେଇଲେ l ଦାମିନୀ ପୁଣିଥରେ ଚିତ୍କାର କରି ଉଠିଲା l ଏଥର ତା ଦେହରେ ପରିବର୍ତ୍ତନ ଦେଖାଗଲା ତା ଚର୍ମ ସବୁ ବଦଳିବାକୁ ଲାଗିଲା l ମୁଣ୍ଡର କେଶ କଳାରୁ ଧଳା ହେବାକୁ ଲାଗିଲା l ସେ ସୁନ୍ଦର ନାରୀରୁ ବଦଳି ଯାଇ ହୋଇଗଲା ଏକ ଶହେ ବର୍ଷର ବୃଦ୍ଧା l ଯିଏକି ବଡ଼ ଭୟଙ୍କର ଦେଖା ଯାଉଥିଲା l ଗୁରୁଜୀ ସୁଷମା କୁ ତାର କେଶ କାଟିକି ଆଣିବାକୁ କହିଲେ l ସୁଷମା ଗୁରୁଜୀଙ୍କୁ କେଶ ଆଣିଦେବା ପରେ ମନ୍ତ୍ର ପାଠ ଦ୍ୱାରା ଦାମିନୀର କେଶରେ ନିଆଁ ଲଗେଇଦେଲେ l ଶେଷରେ ଦୁଷ୍ଟ ଆତ୍ମାଟି ଲୀନ ହୋଇଗଲା l 


    


Rate this content
Log in

Similar oriya story from Horror