Biswaranjan Mohanty

Others

4  

Biswaranjan Mohanty

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

3 mins
145



ବନ୍ଧୁତାର ଏଭଳି ଉଦାହରଣ ନାହିଁ ବୋଲି ସେ ଦୁହିଁଙ୍କ ଧାରଣା ନଥାଏ l ବନ୍ଧୁତା ଥାଏ l 

 କୃଷ୍ଣ -ସୁଦାମା ଙ୍କ ବନ୍ଧୁତାର କାହାଣୀ ଶୁଣାଅଛି l 

ବନ୍ଧୁ ସୁଦାମା ଯେତେ କଦର୍ଥ ନ ଭୋଗିଲେ, ଦୀନ ଓ ଅକିଞ୍ଚନ ହୋଇଗଲେ l ଯେତେ ନ୍ୟୁନ ଓ ଅଧଃଗତ ଦିଶିଲେ ତାହାର ବିସ୍ତୃତ ପଟ୍ଟଭୂମି ମଧ୍ୟ ଜଣା ଅଛି l ଶେଷ ସମ୍ବଳ ମୁଠିଏ ଖୁଦଭାଜି ଛିଣ୍ଡା କପଡ଼ାରେ ବାନ୍ଧି କାଖରେ ଜାକି ଯେତେବେଳେ ସେ ଦଶ କି ପାଞ୍ଚଶ କୋଶ ପଥ ବାହି ବନ୍ଧୁଙ୍କ ଉଆସ ଆଗରେ ଉଭା ହେଲେ ସେତେବେଳେ ଯାଇ ବନ୍ଧୁ ବକ୍ଷରେ ଭିଡ଼ିନେଲେ l ମୁଷ୍ଟିଭର ଖୁଦ ବଦଳରେ ମୁଷ୍ଟି ଅସୁମାର ବିଭବ ଦେଲେ l 

 ବନ୍ଧୁ ସୁଦାମାର କଦର୍ଥନର ମୂଲ୍ୟ ସଖା କୃଷ୍ଣଙ୍କ ଅବଦାନର ମୂଲ୍ୟଠାରୁ ଆଦୌ ଉଣା ନୁହେଁ l ବିଭବବନ୍ତ ସୁଦାମା ସେତିକି ପୁଲକ କି ଆଶ୍ୱସ୍ତି ପାଇନାହିଁ l ଯେତିକି କୁଣ୍ଠା ଓ ଆଶଙ୍କା ସେ ଭୋଗିଛି ମଥୁରାପୁରୀକୁ ଯିବା ପରିପ୍ରେକ୍ଷୀରେ l 

 ଏମିତି ଏକ ବନ୍ଧୁ ଥାଆନ୍ତି ସୁଦାମ ଓ ସୁବଳ l ସୁଦାମ ଓ ସୁବଳଙ୍କ ବନ୍ଧୁତ୍ୱରେ ସେ ଦୀନତା ନାହିଁ କି ଗ୍ଲାନି ନାହିଁ l ମସ୍ତକ ନତ ହେବାର ନାହିଁ କି ବକ୍ଷ ପ୍ରସାରିତ ହେବାର ନାହିଁ l କେବଳ ବନ୍ଧୁତ୍ୱ, ପ୍ରିୟତା, ସଖ୍ୟ, ଦରଦ ଓ ଲୋଡ଼ିବା ପଣ ହିଁ ଅଛି l 

  ଆମେ ତାଙ୍କୁ ସୁଦାମ -ସୁବଳ ବୋଲି ଚିହ୍ନିବା l ବାଲ୍ୟବନ୍ଧୁ ଦୁହେଁ l ବାଲ୍ୟକାଳ କଟିଥିଲା ଯୋଡ଼ି ଜାଉଁଳି ହୋଇ ବୁଲିବାରେ l ଏକାଠି ପଢ଼ା, ଏକାଠି ଖେଳ, ଏକାଠି ଖାଇବା ପିଇବା ଇତ୍ୟାଦି ଇତ୍ୟାଦି l କେବଳ ଶୋଇବାବେଳ କେତେ ଘଣ୍ଟା କଟେ ନିଜ ନିଜ ଘରେ l 


 ପୈତୃକ ଉତ୍ତରାଧିକାର ସୂତ୍ରରେ ଜଣେ ବ୍ୟବସାୟର ମାଲିକ ହେଲେ lସାଧୁତା ଓ ସଚ୍ଚୋଟତାର ପୁଞ୍ଜିରେ ଧନାଢ୍ୟ ହେଲେ ବ୍ୟବସାୟର ପ୍ରସାର ଘଟାଇଲେ l 

  

  ଆଉ ଜଣେ ପ୍ରାଇମେରୀ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଲେ l ଜ୍ଞାନ ଗୌରବରେ ଅଞ୍ଚଳରେ ପ୍ରତିଷ୍ଠିତ ହେଲେ l

ଜଣେ ଗୁଣବତୀ, ରୂପବତୀ ପତ୍ନୀଙ୍କ ପ୍ରିୟସ୍ୱାମୀ ହୋଇଥିଲେ l ଆଉଜଣେ ପରିଶ୍ରମୀ, ଘରକରଣା -ପୋଖତ ନାରୀର ଇଷ୍ଟ ହୋଇଥିଲେ l 


ଜଣେ ଧନୀ ଓ ଭଦ୍ରଲୋକ ଥିଲେ, ଆଉ ଜଣେ ଗରିବ ଓ ଜ୍ଞାନୀ ଥିଲେ l ଦୁହିଁଙ୍କ ବନ୍ଧୁତା ନିବିଡ଼ ଥିଲା l 

 ଜ୍ଞାନୀବନ୍ଧୁ ଆସନ୍ତି, ଧନୀ ବନ୍ଧୁଙ୍କୁ ସାଙ୍ଗରେ ଧରି ଆଖ ପାଖର ପ୍ରାକୃତିକ ସ୍ଥାନ, ମଠବାଡ଼ି ବୁଲାଇ ଆଣନ୍ତି l କହନ୍ତି ଏସବୁକୁ ଜାଣ ଆଉ ଭଲପାଅ l ଏସବୁ ଆଗତ ଜନମ ପାଇଁ ଗଣ୍ଠିଧନ l 

 ଧନୀବନ୍ଧୁ ଆସନ୍ତି ଗରିବ ବନ୍ଧୁଙ୍କ ଘରକୁ l ଘର ଉପକରଣ ବଦଳି ଯାଏ l କହନ୍ତି -ଟିକେତ ମଣିଷ ଭଳି ରହିବା !

  ଉଭୟ ଉଭୟଙ୍କୁ ଧନ୍ୟବାଦ କୃତଜ୍ଞତା ଓ ସାଧୁବାଦ ଜଣାନ୍ତି l 


ଧନୀବନ୍ଧୁ ସମୟକ୍ରମେ ବ୍ୟବସାୟର କ୍ଷତି ପାଇଁ ଗରିବ ହୋଇଗଲେ l ଏକାବେଳେକେ ଗରିବ ହୋଇଗଲେ l ଜ୍ଞାନୀବନ୍ଧୁ ମଧ୍ୟ ପରିସ୍ଥିତି ଚାପରେ ବୃତ୍ତି ହରାଇ ଫକଡ଼ ହୋଇଗଲେ l ତଥାପି ଦୁହେଁ ଉଦାର ଥିଲେ l 


 ଧନୀବନ୍ଧୁ କାଳକ୍ରମେ ନିଜ ଅଞ୍ଚଳ ଛାଡ଼ି ଚାଲିଗଲେ ଗୋଟିଏ ନଦୀକୂଳ ନିକାଞ୍ଚନକୁ l ସେଠାରେ କୁଡ଼ିଆଟିଏ ତୋଳି ନିଜ ପରିବାର ପତ୍ନୀ ଓ ଦୁଇଟା କନ୍ୟା ସହିତ ଶ୍ରୀ ଜଗନ୍ନାଥଙ୍କ କାଷ୍ଠ ବିଗ୍ରହ ସ୍ଥାପନ କରି ଅରଣ୍ୟ ଅଜଗରପରି ରହିଲେ lଆହାର ମିଳିଲେ ଭୋଜନ ହେଲା ନହେଲେ ନାହିଁ l କିନ୍ତୁ ଭୋଜନକୁ ଉତ୍କଣ୍ଠା କି ଅପେକ୍ଷା ରହିଲା ନାହିଁ l ପରିବାର ସୁଦ୍ଧା ସେଥିରେ ଅଭ୍ୟସ୍ତ ହୋଇଗଲେ l ବାଡ଼ି ବଗିଚାରୁ ପନିପରିବା ଉପଜାତରେ ମିହନ୍ତ ଖଟାଇଲେ l ଅତିଥି ଅଭ୍ୟାଗତଙ୍କୁ ଆତ୍ମୀୟ ପରି ସଙ୍ଖୋଳିଲେ l ସୁଖରେ କାଳ କାଟିଲେ l 


  ଦିନେ !

  ବେଶୀଦିନ ଯାଇନାହିଁ l ସୁବଳ -ଜ୍ଞାନୀ ବନ୍ଧୁ ତାଙ୍କର ପିଲା କବିଲା ସହିତ ସେଠାରେ ପହଞ୍ଚିଗଲେ l ସକାଳ କୁଣିଆ କୁଣିଆ ନୁହନ୍ତି ବୋଲି ବୁଝୁଥିବା ସତ୍ତ୍ୱେ ସୁଦାମ ଚଞ୍ଚଳ ହୋଇ ପଡ଼ିଲେ l ସତ୍କାର, ଆଦର ସାଧ୍ୟ ମତେ ହେଲା l 

  ସେତେବେଳକୁ ସୁଦାମ ସେଠାରେ ନଥାନ୍ତି l ଫେରିଲେ ସଞ୍ଜ ବିକାଳି l ସୁଦାମ ପତ୍ନୀଙ୍କ ହାତକୁ ତିରିଶ ଟଙ୍କା ଧରେଇ ଦେଇ କହିଲେ -ଆମେ ଏଠୁ ଆଉ ଫେରିବୁ ନାହିଁ l ହାତ ଚାଲୁଥିବା ଯାଏ ଏତକ ଯୋଗାଡ଼ କରୁଥିବି l 

ଆତଙ୍କିତ ସୁଦାମ ପଚାରିଲେ -କେଉଁଠୁ ଆଣିଲ ?ଆଶଙ୍କାକୁ ସତ କରି ସୁବଳ କହିଲେ -ମୂଲରୁ l 

ଦିହେଁ ମୂକ ହୋଇଗଲେ କିଛି ସମୟ l ଦିହେଁ ଦୀର୍ଘଶ୍ୱାସ ପକାଇଲେ ଏକାଠି l ଏମିତି ଚାଲିଲା l 


ସୁବଳ ମୂଲ ଲାଗି ଯାଆନ୍ତି l ସବୁ ପିଲା ତିରିଲା ବାଡ଼ିରେ ଖଟଣି ଖଟନ୍ତି l ସୁଦାମ ଠାକୁରପୂଜା କରନ୍ତି l ଭାଗବତ ଚର୍ଚ୍ଚା କରନ୍ତି l ଗାଁ ଗାଁ ବୁଲି ବିନା ମୂଲ୍ୟରେ ସଦୁପଦେଶ ଦିଅନ୍ତି l ଘର ବସତି ଆଖପାଖର କୋଉ ଗଛର ଔଷଧି ଗୁଣ କଣ, ତାର ପ୍ରସ୍ତୁତି ଵିଧି କିପରି ଓ ଅନୁପାନ କେତେ ବତାଇଥାନ୍ତି l ପାରିଶ୍ରମିକ ଯାଚିଲେ କହନ୍ତି -ଆଉ ଜଣକୁ ଏ ଇଲମ ଦେବ, ସେଇ ତାର ମୂଲ୍ୟ l 


 ବର୍ଷ ପରେ ବର୍ଷ କଟି ଗଲାଣି, ରକ୍ତ ସମ୍ପର୍କୀୟ ପରିବାର ସବୁ ଭାଙ୍ଗି ଏକକ ହୋଇଯାଉଥିଲା ବେଳେ ବନ୍ଧୁ ସମ୍ପର୍କର ଦୁଇଟି ପରିବାର ଏମିତି ଯୋଡ଼ି ହୋଇଯାଇଛି ଯେ, ତୁଳନା ନାହିଁ l 

 ତୁଳନା ଦେବାକୁ ସୁଦାମ ସୁବଳ ଭିନ୍ନ ଆଉ କେହି ନାହିଁ l 


   



Rate this content
Log in