Biswaranjan Mohanty

Abstract

4  

Biswaranjan Mohanty

Abstract

ଉପନ୍ୟାସରେ ଝଡ଼

ଉପନ୍ୟାସରେ ଝଡ଼

2 mins
152


୨0୨0ମସିହାରୁ କି ଅଜଣା ରୋଗ ଆସିଲା ଯେ ସମସ୍ତ ବିଶ୍ୱବାସୀ ମହାମାରୀ ଝଡ଼ରେ ଘାଣ୍ଟି ହୋଇ ଅତିଷ୍ଠ ହୋଇଗଲେଣି l ସମସ୍ତ ବେସରକାରୀ ସଂସ୍ଥା ଓ କର୍ମଚାରୀଙ୍କ ରୋଜଗାର ପ୍ରାୟ ବନ୍ଦ ହୋଇ ଯାଇଛି l ଏମିତି ମହାମାରୀ ଆସିଲା ଯେ ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଗଲା l ତା ସାଙ୍ଗରେ ସରକାରଙ୍କ ଲକଡାଉନ ଓ ସଟ ଡାଉନ ର ନିୟମ !ପ୍ରାୟ ସମସ୍ତେ ଘରେ ରୁହନ୍ତି l କାମଧନ୍ଦା ସବୁ ବନ୍ଦ !

   ରାଜେଶ ବାବୁ ଉପନ୍ୟାସ ବହି ଖଣ୍ଡିଏ ଧରି ବସିଗଲେ l ମୁଗ୍ଧ ହୋଇ ପଢୁଛନ୍ତି, ବଡ଼ ଚିତାକର୍ଷକ କାହାଣୀ l କେତେ କୌଶଳରେ ନାୟକ ଦୁର୍ଗର ପ୍ରାଚୀର ପରେ ପ୍ରାଚୀର ଅତିକ୍ରମ କରି ନଅର ସଂଲଗ୍ନ ଉଦ୍ୟାନ ଭିତରେ ନାୟିକା ରାଜକନ୍ୟାଙ୍କୁ ଭେଟିଛି ଓ ତାଙ୍କ ସହ ପୁଣି ଦୁର୍ଗ ବାହାରକୁ ଆସିଛି l ତାପରେ ଘୋଡାରେ ବସି ଓ ନାୟିକାକୁ ବସାଇ ପଳାଇ ଯାଉଛି l ଦୁର୍ଗମ ପଥ, ଅନ୍ଧକାର ରାତ୍ରି l ଆଗକୁ କଣ ଅଛି କିଏ କହିବ ? 

  ରାଜେଶ ବାବୁ ଅଣନିଶ୍ୱାସୀ ହୋଇ ପରବର୍ତ୍ତୀ ଘଟଣାକୁ ଅପେକ୍ଷା କରିଥାନ୍ତି l ନାୟକ ନାୟିକାକୁ ଧରି ପଳାଇଯାଇ ପାରିବ ତ ? ଘୋଡା ଯଦି ବାଟରେ ଝୁଣ୍ଟି ପଡ଼ିବ, ତେବେ କଣ ହେବ ? ଏହା ଭାବି ସେ ଅତ୍ୟନ୍ତ ଅଧୀର ହୋଇ ପଡ଼ୁଥାନ୍ତି l 

     ଚଟାଣ ଉପରେ ବସି ପୁଅ ଦୀପଙ୍କର ଖେଳୁଥାଏ l ରୋଷେଇ ଘରେ ସ୍ତ୍ରୀ ସୁଧା ରାନ୍ଧିବାରେ ବ୍ୟସ୍ତ ଥିଲେ l ଦୀପଙ୍କର କେତେବେଳେ ଖେଳ ଛାଡ଼ି କାନ୍ଦିବାକୁ ଆରମ୍ଭ କରିଦେଇଥିଲା l ସୁଧା ତା ସ୍ୱାମୀ ଉଦ୍ଦେଶ୍ୟରେ କହିଲା -ହେଇଟି ଶୁଣୁଛ !ପୁଅକୁ ଟିକିଏ ଧରିନିଅ, ସେ କାହିଁକି କାନ୍ଦୁଛି ସେକଥା ଟିକେ ବୁଝ l 

   ରାଜେଶ ବାବୁଙ୍କ ନିକଟରୁ କିଛି ଉତ୍ତର ମିଳିଲାନାହିଁ l ଦୀପଙ୍କର ଆହୁରି ବେଶୀ ରଡ଼ି କରି କାନ୍ଦିବାକୁ ଲାଗିଲା l 

 ସୁଧା ପଚାରିଲା ସେ କଣପାଇଁ କାନ୍ଦୁଚି ? 

ରାଜେଶ ବାବୁ ଉତ୍ତର ଦେଲେ ଭୟରେ !ଯେମିତି ପ୍ରଚଣ୍ଡ ମେଘ ଉଠେଇଛି, ଯେମିତି ସାଇଁ ସାଇଁ ପବନ ବହୁଛି, ଭୀଷଣ ଘଡଘଡି ମାରୁଛି ସେଥିରେ ମୋତେ ତ ଭାରି ଡର ମାଡୁଛି l ପିଲାଟା ଡ଼ରିଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି !

ଅନ୍ଧକାର ଗାଢ଼ ହୋଇ ଆସୁଛି l ବିଜୁଳି ଆଲୁଅରେ ଉପନ୍ୟାସର ନାୟକ ଅବଶ୍ୟ ବାଟ ଦେଖି ପାରୁଛି, କିନ୍ତୁ ବିଜୁଳି ଆଲୋକ ତ ସୂର୍ଯ୍ୟାଲୋକ ବା ଚନ୍ଦ୍ରାଲୋକର ବିକଳ୍ପ ନୁହେଁ !!ରାସ୍ତା ଟିକିଏ କମ ଦୁର୍ଗମ ହୋଇଥିଲେ ଖୁଵ ଭଲ ହୋଇଥାନ୍ତା l ନାୟକ ପାହାଡିଆ ରାସ୍ତାରେ ନଯାଇ ନଦୀକୂଳ ରାସ୍ତା ଧରି ପାରିଲା ନାହିଁ ? ରାଜେଶ ବାବୁ ବ୍ୟାକୁଳ ହୋଇ ପଡୁଥିଲେ l ସେ ବହିକୁ ଟିକିଏ ବି ଛାଡ଼ି ପାରୁନଥାନ୍ତି l 


ରୋଷେଇ ଛାଡ଼ି ସୁଧା ଆସି ବଲ ବଲ କରି ରାଜେଶ ବାବୁଙ୍କ ଆଡ଼େ ଅନେଇଲେ l 

ଝରକା ବନ୍ଦ କରିଦିଅ !ଦୀପଙ୍କର କାନ୍ଦିବା ବନ୍ଦ କରିଦେବ l ରାଜେଶ ବାବୁ ଏତକ କହି ପୁଣି ବହିରେ ମନସ୍ଥ ହେଲେ l 

ସୁଧା କିଛି ନ କହି ଝରକା ବନ୍ଦ କରିବ କଣ, କବାଟ ଖୋଲି ପୁଅକୁ ଟେକିନେଇ ଦୁଆରେ ଠିଆ କରେଇ ଦେଲେ l ଦୀପଙ୍କର ର କାନ୍ଦ ଆପେଆପେ ବନ୍ଦ ହୋଇଗଲା l ସୁଧା ଆସି ରାଜେଶ ବାବୁଙ୍କ ଆଗରେ ଠିଆ ହେଲେ l ରାଜେଶ ବାବୁ ବହି ପଢ଼ୁଥାନ୍ତି l ପାଞ୍ଚ ମିନିଟ ଗଲା l ଗୋଟିଏ ପରିଚ୍ଛେଦ ଶେଷ ହେଲା l ସେତେବେଳେ ଯାଇ ରାଜେଶ ବାବୁ ମୁହଁ ଟେକି ସୁଧାକୁ ଦେଖିଲେ ଆଉ ହସିକି ପଚାରିଲେ କଣ କହୁଛ ? ଆରେ ଝରକା କବାଟ ସବୁ ଖୋଲା ଅଛି ଦୀପଙ୍କର କାହିଁ କୁଆଡ଼େ ଗଲା l 

ସୁଧା କିଛି କହିଲେ ନାହିଁ l ରାଜେଶ ବାବୁ ଦୁଆରକୁ ଅନେଇ ଦେଖିଲେ ବାହାରେ ସଫା ସୂର୍ଯ୍ୟାଲୋକ l ଦୀପଙ୍କର ପବନରେ ଦୋହଲୁଥିବା ଫୁଲ ଆଡ଼େ ଅନେଇଥାଏ l ରାଜେଶ ବାବୁ ଲଜ୍ଜିତ ହୋଇ ବସିଲେ ଓ କହିଲେ ଆରେ ଉପନ୍ୟାସ ରେ ଭୀଷଣ ଝଡ଼ ଓ ଘଡଘଡି ର ବର୍ଣ୍ଣନା ପଢ଼ୁ ପଢ଼ୁ ମୁଁ ଭାବିଲି ସତରେ ଝଡ଼ ହେଉଛି l ଆଶ୍ଚର୍ଯ୍ୟ କଥା ତ ।


Rate this content
Log in

Similar oriya story from Abstract