Reeta aparajeeta Mohanty

Romance Others

5.0  

Reeta aparajeeta Mohanty

Romance Others

ସମ୍ପର୍କ

ସମ୍ପର୍କ

2 mins
518


ଅନୁରାଗକୁ ଆଉ କିଛି ପଥ ଦିସୁନି । ଏତେ ଭିଡରେ ସେ ଏକା ହେଇଯାଇଛି । ତାର ବିଶ୍ୱାସ ହେଉନି ଲିପିକାର ବାହାଘର ହେବାକୁ ଯାଉଛି । ଦୀର୍ଘ ଦୁଇ ବର୍ଷର ପ୍ରେମ ସମ୍ପର୍କ କଣ ମିଛ ଥିଲା .........? ବାହାଘର ଖାଲି ହେଇନଥିଲା ଆଉ କଣ ବାକି ଥିଲା । ଗୋଟିଏ ସକାଳେ ମେସେଜ ନଦେଲେ ଯେଉଁ ଝିଅ ରହିପାରୁ ନଥିଲା । ସେ କେମିତି କାର୍ଡ ବଢ଼େଇ ଦେଇ କହିଲା । ମୋ ବାହାଘର ଠିକ ହେଇଯାଇଛି । ସେ ଗୋଟିଏ ଡକ୍ଟର । ତାଙ୍କ ଘର ବି ଭଲ । ସେ ଗୋଟିଏ ପୁଅ ଆମ ଘରେ ସମସ୍ତେ ଖୁସି । ମୁଁ ବି । ଦେଖୁନ ମତେ ଏଇ ହୀରା ମୁଦି ଦେଇଛନ୍ତି ନିର୍ବନ୍ଧରେ । ବଡ଼ grand ceremony ଥିଲା । ସେମାନେ ସବୁ କରିଥିଲେ । ମାମା ବାପା ,ବଡ଼ ଭାଇ ସମସ୍ତେ ବହୁତ ଖୁସି ।


ଲିପିକା ଅନର୍ଗଳ କହିଚାଲିଛି । ଆମ ଭିତରେ ଯାହା ଥିଲା କଣ ଥିଲା ମୁଁ ପଚାରିଲି । ତମେ ସେମିତି ଗାଁଉଲି ପରି କଥା ପଚାରିନି । of curse ଭଲପାଇବା ଥିଲା ହେଲେ ତମ ଜାତି ଆମ ଜାତି ବି ଅଲଗା । ଆଉ ଆଭିଜାତ୍ୟ ବି ।

ତମେ କଣ ଏ କଥା ଜାଣିନଥିଲ । ମତେ ଭଲ ପାଇଲ କେମିତି.....?ତୁମ ମନ ଭରିଗଲା ପରେ ମୋ ପ୍ରେମ ଡଷ୍ଟବିନରେ ପକେଇ ଚାଳିଯାଉଛ । ହଉ ତୁମେ ମୋ ଆଖି ଆଗରୁ ଚାଲିଯାଅ । ମୁଁ କିଛି କରିଦେବି ନିଶ୍ଚିତ । ହେଉ ହେଉ ମୁଁ ଯାଉଛି କହି ସେ ଆଗକୁ ଚାଲିଗଲା ଯେମିତି କିଛି ବି ହେଇନି । ମୋର ଛାତିରେ ବହୁତ ଯନ୍ତ୍ରଣା ହେଲା ପରି ଲାଗଲା । ଏଇଠି କେତେ ଅନ୍ତର୍ଗତ ମିଠା ଅନୁଭୂତି ଥିଲା । ହେଲେ ତୁମ ପାଇଁ ମିଛ ଖେଳ ଥିଲା । ମୁଁ ପୁରା ଭବିଷ୍ୟତ ନେଇ ଗଢି ଥିଲି ତାକୁନେଇ । ଆଜି ଦୀପାବଳି ହେଲେ ମୋ ମନ ତ ପୁରା ଭାଙ୍ଗିଯାଇଛି ।

ସେ ସମସ୍ତଙ୍କୁ ଛାଡି ଆତ୍ମହତ୍ୟା କରିବ ବୋଲି ସ୍ଥିର କରିଛି ।


ଟ୍ରେନ ଆସିବା ଆଗରୁ ସେ ରେଳ ଲାଇନ ତଳେ ଶୋଇଯାଇଛି । ଟ୍ରେନ ଆଦିଲେ ସେ କଟି ଖଣ୍ଡ ଖଣ୍ଡ ହେବାକୁ ଚାହେଁ । କଣ ଅଛି ଏଇ ନିରସ ଜୀବନରେ । ଆଖି ବନ୍ଦକରି ନିଜ ମୃତ୍ୟୁକୁ ଅପେକ୍ଷା କଟିଥିଲି । କାହାର ଡାକରେ ମୋ ନିଦ ଭାଙ୍ଗିଲା । ଦେଖିଲି ସେ ଜଣେ ଝିଅ ତାର ଗୋଟିଏ ଗୋଡ଼ ନାହିଁ । ସେ ଆଶା ବାଡ଼ି ଧରିଛି । ସେ ପଚାରିଲା କଣ ପାଇଁ ଏମିତି କରୁଥଲେ । ଦୁର୍ଘଟଣା ରେ ମୋର ଗୋଟାଏ ଗୋଡ଼ କଟିଗଲା । ମୁଁ ଜୀବନ କାଟୁଛି କିଛି ଆପତ୍ତି ନ କରି ତମେ ଏଇ ଅମୂଲ୍ୟ ଜୀବନ ହାରୁଛ କଣ ପାଇଁ । ନା ଭୁଲ ହେଇଗଲା । ଆଉ କେବେ ହେବନି ଏମିତି ଏ ଭୂଲ । ତମ ନାଁ କଣ ପଚାରିବିନି । ଆଜିଠୁ ତୁମେ ମୋ ପାଇଁ ପ୍ରେରଣା । ତଜମଠୁ ଅଧିକ ସୁନ୍ଦରୀ ଝିଅ ମୁଁ ଦେଖିନି । ସେ ମୋ ପ୍ରେରଣା ମୋ ବଡ଼ ଅଫିସ ସବୁର ମାଲିକାଣି ମାନେ ମୋ ଘରଣୀ । ଆମେ ସବୁବେଳେ ନିଜ ପରିବାର କଥା ଭାବିବା ଉଚିତ । କିଛି ବି ଭୁଲ କାମ କରିବା ଆଗରୁ ।


రచనకు రేటింగ్ ఇవ్వండి
లాగిన్

Similar oriya story from Romance